ରାଜ୍ୟ ସ୍ପେଶାଲ ରିପୋର୍ଟ

ସବୁଥିରେ ଲୁଚାଛପା କାହିଁକି? କରୋନା ଗଲା, ସରକାରଙ୍କ କଟକଣା ଗଲା ନାହିଁ

ଭୁବନେଶ୍ବର: କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯିବନି। କୌଣସି ମନ୍ତ୍ରୀ କି ମୁଖ୍ୟ ସଚିବ ଗଣମାଧ୍ୟମକୁ ସାମ୍ନା କରିବେନି। ସରକାର କ୍ୟାମେରା ଆଗରେ ଯାହା କହିବା କଥା କହୁଛନ୍ତି। ସେପଟୁ ଅର୍ଥାତ୍ ଗଣମାଧ୍ୟମରୁ ପ୍ରଶ୍ନ ଆସିବାର ନାହିଁ କି ଏପଟୁ ଉତ୍ତର ଦେବାର ଝିନ୍‌ଝଟ୍ ବି ନାହିଁ। ସରକାରୀ କ୍ୟାମେରାରେ ଯାହା ରେକର୍ଡିଂ ହେବ, ତାହା ହିଁ ଗଣମାଧ୍ୟମକୁ ଦିଆଯିବ। ଲୋକସେବା ଭବନର ନୂଆ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ହେଉଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୋଦୀଙ୍କୁ ଜେଡିୟୁ ସଭାପତିଙ୍କ ସମାଲୋଚନା: ୨୦୨୪ରେ ଜିତି‌ଲେ ସମ୍ବିଧାନ ନାଁ ବଦଳାଇଦେବେ ମୋଦୀ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଅନୁଷ୍ଠାନର ନାମ ପରିବର୍ତ୍ତନକୁ ନେଇ ଜେଡିୟୁ (ଜନତା ଦଳ-ୟୁନାଇଟେଡ୍‌) ସଭାପତି ଲଳନ ସିଂହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏଥିସହିତ ଲଳନ ସିଂହ କହିଛନ୍ତି, ମୋଦୀ ଯଦି ୨୦୨୪ରେ କ୍ଷମତାକୁ ପୁଣି ଫେରିବେ ତେବେ ସେ ଡକ୍ଟର ବି.ଆର୍‌ ଆମ୍ବେଦକରଙ୍କ ଦ୍ବାରା ପ୍ରସ୍ତୁତ ସମ୍ବିଧାନକୁ ପରିବର୍ତ୍ତନ କରି ଏହି ସ୍ଥାନରେ ‘ନରେନ୍ଦ୍ର ମୋଦୀ ସମ୍ବିଧାନ’ ଆଣିବେ। ବିହାରର ନାଳନ୍ଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ମୋଦୀ […]

ରାଜ୍ୟ

ବନ୍ୟା ଓ ବାତ୍ୟାଠୁ ବି ଭୟଙ୍କର ସାପ କାମୁଡ଼ା: ୫ ବର୍ଷରେ ଯାଇଛି ୧୬୭ ଜୀବନ

ଅନୁଗୁଳ: ବନ୍ୟା, ବାତ୍ୟା, ବଜ୍ରପାତ, ଅଂଶୁଘାତ ବିପଦଠୁ ବି ସର୍ପ ଦଂଶନ ବଳିଯାଇଛି। ଅନୁଗୁଳ ଜିଲ୍ଲାରେ ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ତୁଳନାରେ ସାପ ଢେର୍‌ ଅଧିକ ଲୋକଙ୍କ ଜୀବନ ନେଇଛି। ଗଲା ୫ବର୍ଷର ସର୍ପାଘାତରେ ଜିଲ୍ଲାରେ ୧୬୭ଲୋକଙ୍କ ଜୀବନ ଯାଇଛି। ସରକାରୀ ରିପୋର୍ଟ ଯଦିଓ ଏତିକି ସର୍ପାଘାତ ମାମଲା ବୋଲି ଦର୍ଶାଉଛି, କିନ୍ତୁ ବାସ୍ତବତା ଏହାଠାରୁ ଢେର୍‌ ଅଧିକ। ଜନସଚେତନତା ଅଭାବ ପାଇଁ ସାପ କାମୁଡ଼ା ଉପରୋକ୍ତ ଭୟଙ୍କର ପ୍ରାକୃତିକ ବିପଦକୁ ବି ଟପିଯାଇଛି। ଚଳିତବର୍ଷ […]

ଦେଶ ବିଦେଶ

ଡିଆଇଜିଙ୍କ ପତ୍ନୀ ଦେଲେ ନିର୍ଯାତନା: ଆତ୍ମହତ୍ୟା ଉଦ୍ୟମ କରି ହରାଇଲେ ୨ ଗୋଡ଼

କଟକ: ରାଜ୍ୟ ପୁଲିସ୍‌ର ଡିଆଇଜି ପାହ୍ୟାର ଜଣେ ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ଦୁଇଟିଯାକ ଗୋଡ଼ ହରାଇବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି। ସଂପୃକ୍ତ ହୋମଗାର୍ଡ ଜଣକ କଟକର ଏକ ‌ଘରୋଇ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ତଦନ୍ତ କିନ୍ତୁ ଆଗକୁ ବଢିନାହିଁ। ମହିଳା ହୋମଗାର୍ଡ ଜଣକ ଏ ସଂପର୍କରେ ଗତ ୧୩ ତାରିଖରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏମ୍ଏସ୍‌ଏମ୍ଇକୁ ସୁଧ ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନା

ଭୁବନେଶ୍ବର: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ)ଗୁଡ଼ିକ ବ୍ୟାଙ୍କରୁ ନେଇଥିବା ଋଣ ଉପରେ ଯେଉଁ ସୁଧ ଦେଉଛନ୍ତି ତାହାକୁ ରାଜ୍ୟ ସରକାର ସେମାନଙ୍କୁ ଫେରସ୍ତ କରିବେ। ସେଥିପାଇଁ ଏମ୍‌ଏସ୍‌ଏମ୍ଇ ବିଭାଗ ପକ୍ଷରୁ ‘ଏମ୍ଏସ୍‌ଏମ୍ଇଙ୍କୁ ସୁଧ ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନା’ (ସିଏମ୍‌-ଏସ୍‌ଆର୍‌ଆଇଏମ୍‌) ନାମକ ଏକ ‌ନୂଆ ‌ଯୋଜନା ଆରମ୍ଭ କରାଯାଇଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା କିମ୍ବା ତା’ପୂର୍ବରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିଥିବା ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ଏହି ଯୋଜନାର ଲାଭ ମିଳିବ। ୨୦୨୩-୨୪ ଆର୍ଥିକ […]

ଅପରାଧ ରାଜ୍ୟ

ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲର୍‌ଙ୍କ ଷଡ଼୍‌ଯନ୍ତ୍ର ଘଟଣା: ୱେବ୍ ସାମ୍ବାଦିକ ଫେରାର୍, ଖୋଜୁଛି ପୁଲିସ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ବିକାଶ ଲତା ବାରୁ ଓ ୱେବ୍ ସାମ୍ବାଦିକ ପ୍ରମୋଦ ବେହେରାଙ୍କ ଅଡିଓ ଭାଇରାଲ୍ ଚର୍ଚ୍ଚା ଜୋର ଧରିଛି। ରବିବାର ଏହି ଘଟଣା ସମ୍ନାକୁ ଆସିବା ପରେ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଜେଲର୍‌ଙ୍କ ସହ ୱେବ୍ ସାମ୍ବାଦିକଙ୍କ ସଂପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହାର ତଦନ୍ତ କରିବାକୁ ସୋମବାର ସମ୍ବଲପୁର ଜେଲ୍‌ ଡିଆଇଜି କୁଳମଣି ବେହେରା ଓ ଅନ୍ୟ ଜଣେ ଅଧିକାରୀ କଣ୍ଟାବାଞ୍ଜି ସବ୍‌ଜେଲ୍‌ରେ ପହଞ୍ଚିଛନ୍ତି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୫-ଟିରେ ସାମିଲ ହେବ ଖୋର୍ଦ୍ଧାର ସବୁ କଲେଜ: ଜନତା ମଇଦାନ ସଭାକୁ ନେଇ କେଁ ଉଠିଲା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାର ୭୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଓ ୩୮ଟି ଡିଗ୍ରି କଲେଜକୁ ୫-ଟି କାର୍ଯ୍ୟକ୍ରମ ଅଧୀନରେ ସାମିଲ କରାଯାଇଛି। ୬୬ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ୧୦୮ଟି ଶିକ୍ଷାନୁଷ୍ଠାନର ରୂପାନ୍ତରୀକରଣ କରାଯିବ। ୬ ମାସ ମଧ୍ୟରେ କ୍ୟାମ୍ପସରେ ଅତ୍ୟାଧୁନିକ କ୍ଲାସରୁମ୍‌ ସାଙ୍ଗକୁ ଲାବରେଟୋରି, ଲାଇବ୍ରେରି ପରି ସୁବିଧା ଉପଲବ୍ଧ ହେବ।ଏ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ସମ୍ପର୍କରେ ଆଜି ଜନତା ମଇଦାନରେ ଖୋର୍ଦ୍ଧା ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ […]

ଅପରାଧ ରାଜ୍ୟ

ଖଣ୍ଡଗିରି ବାରିରେ ବୃଦ୍ଧାଙ୍କୁ ହତ୍ୟା ଘଟଣା: ବୋହୂ ବାରମ୍ବାର ବଦଳାଉଛନ୍ତି ବୟାନ

ଭୁବନେଶ୍ବର: ଖଣ୍ଡଗିରି ବାରି ଅଞ୍ଚଳ ବସ୍ତି ଭିତରେ ପଶି ବୃଦ୍ଧା ମଦା ପଲେଇଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ୬ ଦିନ ପରେ ମଧ୍ୟ ପୁଲିସ ହତ୍ୟାକାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ହତ୍ୟାକାରୀଙ୍କୁ ଧରିବା ତ ଦୂରର କଥା, ହତ୍ୟା ପଛର ନିର୍ଦ୍ଦିଷ୍ଟ କାରଣ ବି ପଦାକୁ ଆସି ପାରିନାହିଁ। ହେଲେ ବୋହୂ ବୈଶାଖୀଙ୍କ ଭୂମିକାକୁ ନେଇ ପୁଲିସ ସନ୍ଦେହ କରୁଥିବା ଜଣା ପଡୁଛି। କାରଣ ଏହା ଭିତରେ ପୁଲିସ ବୈଶାଖୀଙ୍କୁ ୫ଥର ଜେରା କରିସାରିଲାଣି। ମିଳିଥିବା […]

ରାଜ୍ୟ

ବଭିନ୍ନ ସ୍ଥାନରେ ଅଘଟଣ: କେତେକଙ୍କ ପ୍ରାଣହାନି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ କାରଣରୁ କିଛି ମୂଲ୍ୟବାନ ଜୀବନ ଯାଇଛି। ନାଳରେ ବୁଡ଼ି ଛାତ୍ର ମୃତ ନୂଆପଡ଼ା/କରଙ୍ଗାପାଲ/ବୋଡ଼େନ/ଖଡ଼ିଆଳ: ନୂଆପଡ଼ା ଜିଲ୍ଳା ବୋଡ଼େନ ବ୍ଲକ୍ ବୁଢ଼ାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତଙ୍କର ସ୍କୁଲ ପାଖ ନାଳରେ ବୁଡ଼ିଯାଇ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଦିନ ପ୍ରାୟ ଗୋଟାଏ ବେଳେ କେଶବ ଶୌଚ ପାଇଁ ସ୍କୁଲ ନିକଟସ୍ଥ ନାଳକୁ ଯାଇଥିବା ବେଳେ ପାଣିରେ ଭାସି ଯାଇଥିଲେ। ଏହି ଖବର ଜଣାପଡ଼ିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନ୍ଧ୍ର-ଓଡ଼ିଶା ସୀମାରେ ମହାବଳ! ଭିଡିଓ ଭାଇରାଲ ପରେ ଆତଙ୍କ

ଗୁଣପୁର: ଓଡ଼ିଶା-ଆନ୍ଧ୍ର ସୀମା ତଥା ଗୁଣପୁର ବ୍ଲକ୍‌ରୁ ଅଳ୍ପ ଦୂରରେ ଗୋଟିଏ ମହାବଳ ବାଘ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି। ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଭାମିନି ମଣ୍ଡଳରେ ଏହି ମହାବଳ ବାଘ ଚଳପ୍ରଚଳ କରୁଥିବା କୁହାଯାଉଛି। ଯାହାକୁ ଆନ୍ଧ୍ରର ବନ ବିଭାଗ ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି।ଭାଇରାଲ ଭିଡିଓରେ ଗୋଟିଏ ବୟସ୍କ ମହାବଳ ବାଘ ହଠାତ ରାସ୍ତା ଉପରକୁ ଚାଲି ଆସିବା ସହ କିଛି ଦୂର ଅତିକ୍ରମ କରି ଗୋଟିଏ ପୋଲ ତଳକୁ ଚାଲିଯାଉଛି। ଆନ୍ଧ୍ର ତଥା […]