ରାଜ୍ୟ

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ: ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

ଭୁବନେଶ୍ବର: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ। ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ମହିଳା କମିଶନ ଅଧକ୍ଷା ମିନତୀ ବେହେରା। ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ରାଣୀ‌ଗୋଡାର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କ ସହିତ ଘଟିଥିବା ଏହି ଘଟଣା ସଂପର୍କରେ ଗତ ୧୩ ତାରିଖ ଦିନ ସେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କାଶୀନଗର ବ୍ଲକ୍‌ରେ‌ ଡେଙ୍ଗୁ ଆତଙ୍କ, ‘ସାରା’ ଗ୍ରାମରୁ ୮ ଦିନରେ ୨୭ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ରେ ଡେଙ୍ଗୁ ଜ୍ବରର ଆତଙ୍କ ଦେଖାଦେଇଛି। ବ୍ଲକ୍ ଅଧୀନ ‘ସାରା’ ଗ୍ରାମରୁ ଗତ ୧୪ ତାରିଖରୁ ଆଜିସୁଦ୍ଧା ତଥା ୮ ଦିନ ଭିତରେ ୨୭ ଜଣ ଡେଙ୍ଗୁ ଜ୍ବର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଗ୍ରାମରେ ଆତଙ୍କ ଖେଳିଯାଇଥିବା ସହ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ‌ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୀମାନ୍ତ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସବୁଠୁ ଚିନ୍ତାର ବିଷୟ ହେଉଛି, ଏଯାବତ୍ ଗ୍ରାମରେ ୫୩ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେଡି ଓ ବିଜେପି ମୁହାଁମୁହିଁ: କାହା କବ୍‌ଜାରେ ରହିବ ମୟୂରଭଞ୍ଜ?

ବାରିପଦା: ୨୦୨୪ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ କେଉଁ ଦଳର କବ୍‌ଜାକୁ ଯିବ, ସେ ନେଇ ସମସ୍ତ ପ୍ରମୁଖ ଦଳ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟ୍ଟ ଅନୁଯାୟୀ ଏଥର ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଏଯାଏ କଂଗ୍ରେସର କୌଣସି ସ୍ବରଶବ୍ଦ ନଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କୁ ମଧ୍ୟ ବିଶେଷ ଦେଖିବାକୁ ମିଳୁନାହିଁ। ତେବେ ଏଥର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ନିଜର ଉପସ୍ଥିତି ଜାହିର କରିବାକୁ କସରତ୍‌ କରୁଛି। ୨୦୨୪ ସାଧାରଣ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଫୋକସ୍‌ ୨୦୨୪: ପୋଲସରା ନିର୍ବାଚନମଣ୍ଡଳୀରେ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ଶ୍ରୀକାନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିଜେଡି ପାଇଁ ଅନ୍ୟତମ ସୁବିଧାଜନକ ନିର୍ବାଚନମଣ୍ଡଳୀ ହେଉଛି ପୋଲସରା। ଶ୍ରୀକାନ୍ତ ୨୦୧୪ ଓ ୨୦୧୯ରେ ଲଗାତାର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ଥରଟେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳ ମଧ୍ୟ ତାଙ୍କ ଉପରେ ଯଥେଷ୍ଟ ଭରସା କରି ଆସିଛି। ଏଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଶ୍ରୀକାନ୍ତ ପୁଣିଥରେ ବିଜେଡି ଟିକଟ୍‌ରେ ଲଢ଼ି ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ଅଛନ୍ତି। ତାଙ୍କର ବିଜୟଧାରା ଉପରେ ରୋକ୍‌ ଲଗାଇବାରେ ବିରୋଧୀ ସକ୍ଷମ […]

ଅପରାଧ ରାଜ୍ୟ

ସମ୍ବଲପୁରରେ ମା’-ପୁଅଙ୍କ ଆତ୍ମହତ୍ୟା ଘଟଣା: ଗୁମର ଖୋଲିପାରେ ସିଡିଆର୍‌

ସମ୍ବଲପୁର: ସମ୍ବଲପୁର ଟାଙ୍ଗରପାଲିରେ ଶିକ୍ଷୟିତ୍ରୀ ମା’ ଜ୍ୟୋତ୍ସ୍ନାରାଣୀ ଦାଶ(୫୫) ଏବଂ ତାଙ୍କ ବିବାହିତ ପୁଅ ସୁଧୀର ପଣ୍ଡା(୩୦)ଙ୍କ ଆତ୍ମହତ୍ୟା ପରେ ପୂରା ପରିବାରରେ ଏବେ କେବଳ ବୋହୂ ଓ ତାଙ୍କ ୭ ମାସର ଝିଅ। ଘରେ ବୋହୂ ଓ ୭ ମାସର ନାତୁଣୀ ଅନୁପସ୍ଥିତ ଥିବା ସମୟରେ ଜ୍ୟୋତ୍ସ୍ନାରାଣୀ ଓ ବଡ଼ପୁଅ ସୁଧୀର ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ପାରିବାରିକ କଳହ କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ପୁଲିସ ଏବେ ମା’, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଲାଞ୍ଚ ଦାବିର ପ୍ରମାଣ ନଥିଲେ ଦୋଷୀ ନୁହେଁ

କଟକ: ଲାଞ୍ଚ ମାମଲାରେ ଦାବି ପ୍ରସଂଗ ପ୍ରମାଣିତ ହେଉ ନଥିଲେ ଅଭି‌ଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଅଭିଯୁକ୍ତ ଆସିଷ୍ଟାଣ୍ଟ ସର୍ଜନଙ୍କ ବିରୋଧରେ ଲାଞ୍ଚ ଦାବି ଦିଗ ପ୍ରମାଣିତ କରିବା ପାଇଁ ଉପଯୁକ୍ତ ପ୍ରମାଣ ନଥିବା ଦର୍ଶାଇ ହାଇକୋର୍ଟ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ୨୦୦୭ ମାର୍ଚ୍ଚ ୨୨ର ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ ସପକ୍ଷରେ ରହିଥିବା ମୌଳିକ ପ୍ରମାଣକୁ ନିମ୍ନ ଅଦାଲତ ଅଣଦେଖା କରିଥିଲେ। ନିମ୍ନ ଅଦାଲତଙ୍କ ରାୟ […]

ଅପରାଧ ଦେଶ ବିଦେଶ

ଦିଲ୍ଲୀରେ ଚାଞ୍ଚଲ୍ୟ: ନାବାଳିକାଙ୍କୁ ଦୁଷ୍କର୍ମ; ଅଫିସର, ପତ୍ନୀ ଗିରଫ

ନୂଆଦିଲ୍ଲୀ : ମହିଳା ଏବଂ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ମାସ ମାସ ଧରି ଦୁଷ୍କର୍ମ କରିବା ସହ ତାଙ୍କୁ ଗର୍ଭବତୀ କରିଥିବା ଘଟଣା ସାରା ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖୋଦ୍‌ ମହିଳା ଏବଂ ଶିଶୁ ବିଭାଗର ବରିଷ୍ଠ ଅଧିକାରୀଙ୍କର ଏଭଳି ଜଘନ୍ୟ କାଣ୍ଡକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି। ଅଧିକାରୀଙ୍କ ପତ୍ନୀ ମଧ୍ୟ ନାବାଳିକା ପୀଡ଼ିତାଙ୍କ ସହ ହୋଇଥିବା‌ ଅପରାଧ ସଂକ୍ରାନ୍ତରେ ଜାଣି ବି […]

ରାଜ୍ୟ

୧୦୮ ନଡ଼ିଆ ଭୋଗଲାଗି କଲେ ବୃଦ୍ଧା: ଆଳତି ବେଳେ ମା ତାରିଣୀଙ୍କ ଆଗରେ ଉଡ଼ିଗଲା ପ୍ରାଣବାୟୁ

ଘଟଗାଁ: ଘଟଗାଁ ମା ତାରିଣୀ ମନ୍ଦିରରେ ଅଭାବନୀୟ ଘଟଣା। ଆଜି ମଙ୍ଗଳବାର ହୋଇଥିବା କାରଣରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମା ତାରିଣୀଙ୍କର ସକାଳ ଆଳତି ଚାଲିଥିଲା। ସେତିକି ବେଳେ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତା ବୃଦ୍ଧାଙ୍କ ନାମ ସରସ୍ବତୀ ବେହେରା। ତାଙ୍କର ବୟସ ୭୮ ବର୍ଷ ବୋଲି ଜଣାଯାଇଛି। ସରସ୍ବତୀ ବେହେରାଙ୍କ ଘର ଭୁବନେଶ୍ୱର ପଟିଆ ସ୍ଥିତ କିମ୍ସ ହସ୍ପିଟାଲ ନିକଟରେ। ସେ ନିଜ ଝିଅ ମମତା ସାହୁ ଓ ନିଜ […]

ଅପରାଧ ରାଜ୍ୟ

ପରକୀୟା ପ୍ରୀତିରୁ ଶାଶୁକୁ ହତ୍ୟା: ୭ ଦିନ ପରେ ବନ୍ଧା ହେଲା ଅଭିଯୁକ୍ତା ବୋହୂ

ଭୁବନେଶ୍ୱର: ଖଣ୍ଡଗିରି ବାରି ଅଞ୍ଚଳ ବସ୍ତି ଭିତରେ ପଶି ବୃଦ୍ଧା ମଦା ପଲେଇଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ବୋହୂ ବୈଶାଖୀ ପଲେଇଙ୍କୁ ଭରତପୁର ଥାନା ପୁଲିସ୍ ଗିରଫ କରିଛି। ଅନୈତିକ ସଂପର୍କରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୁଲିସ। ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ ମିଳିବା ପରେ ବୋହୂ ବୈଶାଖୀ ପଲେଇଙ୍କୁ ପୁଲିସ ବାନ୍ଧିଛି।ସୂଚନାଯୋଗ୍ୟ, ଘଟଣାର ୬ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଥିଲା ପୁଲିସ। ହତ୍ୟାରେ ବ୍ୟବହୃତ ଛୁରି ଖୋଜିବା […]

ଅପରାଧ ରାଜ୍ୟ

କଣ୍ଟେନର ଧକ୍କାରେ ୩ କାଉଡ଼ିଆଙ୍କ ମୃତ୍ୟୁ

କେନ୍ଦୁଝର/ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଖିରେଇଟାଙ୍ଗିରି ଟୋଲ୍‌ପ୍ଲାଜା ନିକଟରେ ‌ ଡାଲା ଅଟୋକୁ ଏକ କଣ୍ଟେନର ଧକ୍କା ଦେବାରୁ ୩ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ତେଲକୋଇ ବ୍ଲକ୍‌ ସନ୍ଥେଇଭଞ୍ଜ ଗ୍ରାମର ଦୀପକ ନାଏକ (୨୦), ଗୁରୁ ନାଏକ (୫୦) ଓ ଲିଙ୍ଗରାଜ ନାଏକ (୪୫। ଗୁରୁତରମାନେ ହେଲେ ଅଟୋ ଡ୍ରାଇଭର କଳିଙ୍ଗ ପେଣ୍ଠେଇ, ରଂଜନ ନାଏକ ଓ ପିନୁ ପ୍ରଧାନ। ଶ୍ରାବଣ ସୋମବାର ପାଇଁ […]