ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାକାଶ ବ୍ୟବସାୟର ରୂପ ବଦଳାଇଦେବ ଭାରତ

ଭାରତର ଚନ୍ଦ୍ରଯାନ-୩ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ଏହା ଫଳରେ ଭାରତର ମହାକାଶ ଶିଳ୍ପକୁ ପ୍ରୋତ୍ସାହନ ମିଳିବ ଏବଂ ମହାକାଶ ବ୍ୟବସାୟର ରୂପ ବଦଳିଯିବ ବୋଲି କୁହାଯାଉଛି। ଚନ୍ଦ୍ରର ଦକ୍ଷିଣମେରୁରେ ପ୍ରଥମେ ଅବତରଣ କରିବା ଲକ୍ଷ୍ୟରେ ଦୁଇ ସପ୍ତାହ ପୂର୍ବରୁ ରୁଷ୍‌ର ଲୁନା-୨୫ ଚନ୍ଦ୍ରକୁ ଯାଇଥିଲା। କିନ୍ତୁ ଅବତରଣ ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଥିଲା। ଚନ୍ଦ୍ରର ଅଜ୍ଞାତ ଅଞ୍ଚଳରେ ପହଞ୍ଚିବା ପାଇଁ ହଠାତ୍ ଆରମ୍ଭ ହୋଇଥିବା ପ୍ରତିଯୋଗିତା ୧୯୬୦ ଦଶକର ମହାକାଶ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲାଣ୍ଡର୍‌ ‘ବିକ୍ରମ’ରୁ ବାହାରି ରୋଭର୍‌ ‘ପ୍ରଜ୍ଞାନ’ ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଛି: ‘ଇସ୍ରୋ’

ନୂଆଦିଲ୍ଲୀ: ଲାଣ୍ଡର୍‌ ‘ବିକ୍ରମ’ର ରାମ୍ପ୍‌ ବାଟେ ବାହାରକୁ ଆସି ରୋଭର୍‌ ‘ପ୍ରଜ୍ଞାନ’ ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଥିବା କଥା ‘ଇସ୍ରୋ’ ସୂଚନା ଦେଇଛି। ‘ଏକ୍ସ୍‌’ (ଟୁଇଟ୍‌) କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କହିଛି: ଚନ୍ଦ୍ର ପାଇଁ, ଭାରତରେ ନିର୍ମିତ ‘ଚନ୍ଦ୍ରଯାନ-୩’ର ରୋଭର୍‌ ଲ୍ୟାଣ୍ଡର୍‌ରୁ ଗଡ଼ି ଗଡ଼ି ବାହାରକୁ ଯାଇଛି। ଭାରତ ଚନ୍ଦ୍ର ଉପରେ ଚାଲବୁଲ କରୁଛି! ବୁଧବାର ସନ୍ଧ୍ୟା ୬.୦୪ରେ ସଫଳତାର ସହିତ ଅବତରଣ କରିବା ପରେ ଏହା ହେଉଛି ‘ଚନ୍ଦ୍ରଯାନ-୩’ର ପ୍ରଥମ ପରବର୍ତ୍ତୀ ଘଟଣା। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଙ୍ଗଲୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡା: ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ରାୟଗଡା ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି । ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି। ରାୟଗଡ଼ାଠାରେ ଭିଜିଲାନ୍ସ ତରଫରୁ ୫ ଜଣିଆ ଟିମ୍ ଚଢାଉ କରୁଛନ୍ତି। ଭିଜିଲାନ୍ସ ଡିଏସପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ […]

ରାଜ୍ୟ

ଟ୍ରାଫିକ୍‌ ଜାମ୍‌ରେ ଅଣନିଶ୍ବାସୀ ସହର: ୧୬ ଲକ୍ଷ ଟପିଲାଣି ଗାଡ଼ି, ବଢ଼ିବଢ଼ି ଚାଲିଛି ଚାରି ଚକିଆ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆପଣ ଘରୁ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ କେତେ ସମୟ ପୂର୍ବରୁ ଗାଡ଼ି ଧରି ବାହାରୁଛନ୍ତି? ଅଫିସ, ସ୍କୁଲ, କଲେଜ, ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଭଳି ଜରୁରି ଗନ୍ତବ୍ୟସ୍ଥଳରେ ଠିକ୍ ସମୟରେ ପହଞ୍ଚି ପାରୁଛନ୍ତି? ଏଭଳି ପ୍ରଶ୍ନର ଅଧିକାଂଶ ଉତ୍ତର ହେଉଛି- ନା। ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ୍‌ ସମସ୍ୟା ଏବେ ସୀମା ଟପି ଯାଇଛି। ପୂର୍ବେ ସହରର ଗୋଟିଏ ଦୁଇଟି ଛକରେ ଏ ସମସ୍ୟା ଦେଖା ଯାଉଥିଲା, ଏବେ ଯୁଆଡ଼େ ଯିବ ସିଆଡ଼େ ଖାଲି […]

ଅପରାଧ ରାଜ୍ୟ

ମାଲଗୋଦାମରୁ ପୁଣି ନକଲି ମସଲା କମ୍ପାନି ଠାବ: ୫ କ୍ବିଣ୍ଟାଲରୁ ଅଧିକ ନକଲି ହଳଦୀ, ଲଙ୍କା ଓ ଜିରା ଗୁଣ୍ତ ଜବତ

କଟକ: ମାଲଗୋଦାମ୍‌ର ପୁରୁଣା ଡକୟାର୍ଡରେ ଜବର ଦଖଲ ଉଚ୍ଛେଦ ଚାଲିଥିବା ବେଳେ ସେଠାରେ ଏକ ନକଲି ମସଲା କମ୍ପାନିର ଗୋଦାମକୁ ଠାବ କରାଯାଇଛି। ସିଏମ୍‌ସି ଓ ପୁଲିସ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ତାହାକୁ ବନ୍ଦ କରି ଏହି ଗୋଦାମ ଉପରେ ଚଢଉ କରାଯାଇଥିଲା। ଏଥିରେ ସିଏମସି ସ୍ବାସ୍ଥ୍ୟ ବିଭାଗ ସାମିଲ ହୋଇଥିଲା। ଏହି କାରବାରରେ ସଂପୃକ୍ତ ବ୍ୟବସାୟୀ ବ୍ରହ୍ମପୁରର ବି ପାଣ୍ତବ ପାତ୍ରଙ୍କ ଗୋଦାମରୁ ୫ କୁଇଣ୍ଟାଲରୁ ଅଧିକ ହଳଦୀ, ଜିରା, ଲଙ୍କା ଗୁଣ୍ତ […]

ରାଜ୍ୟ

ବ୍ରାହ୍ମଣୀ ନଦୀରେ ହେବ ଆଭ୍ୟନ୍ତରୀଣ ଜଳପଥ: ୧୨,୦୦୦ କୋଟି ନିବେଶ ହେବ

ନୂଆଦିଲ୍ଲୀ: ଓଡ଼ିଶାର ଚାରିଟି ପ୍ରମୁଖ ଶିଳ୍ପ ପୁଞ୍ଜରୁ ପାରାଦୀପ ଓ ଧାମରା ବନ୍ଦରକୁ ସାମଗ୍ରୀ ପରିବହନ କରିବା ଲାଗି ବ୍ରାହ୍ମଣୀ ନଦୀରେ ଏକ ଆଭ୍ୟନ୍ତରୀଣ ଜଳପଥ ବିକାଶ କରାଯିବ। କେନ୍ଦ୍ର ସରକାର ଏହି ଜଳପଥ ବିକାଶ କରିବାରେ ୧୨,୦୦୦ କୋଟି ଟଙ୍କା ନିବେଶ କରିବେ। ଇଞ୍ଜିନିୟରିଂ, ପ୍ରକ୍ୟୁରମେଣ୍ଟ୍‌ ଓ କନଷ୍ଟ୍ରକ୍ସନ (ଇପିସି) ମଡେଲ୍‌ରେ ଏହି ଜଳପଥ ବିକାଶ କରିବାକୁ ଯୋଜନା ରହିଛି। ଏହି ଜଳପଥ ବିକାଶ କରିବା ଲାଗି କୋଲ୍ ଇଣ୍ଡିଆ, ଭାରତୀୟ ଆଭ୍ୟନ୍ତରୀଣ ଜଳପଥ କର୍ତ୍ତୃପକ୍ଷ, […]

ରାଜନୀତି ରାଜ୍ୟ

ଢେଙ୍କାନାଳ ଲୋକସଭା କ୍ଷେତ୍ର: ନୂଆ ଚେହେରା ଖୋଜୁଛନ୍ତି ଦଳ

ଅନୁଗୁଳ: ଢେଙ୍କାନାଳ ଲୋକସଭା ଆସନରେ ପ୍ରାର୍ଥୀ ଚୟନକୁ ନେଇ ୩ ପ୍ରମୁଖ ଦଳରେ ଦ୍ବନ୍ଦ୍ବ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ମହେଶ ସାହୁ ପ୍ରାୟ ୩୫ ହଜାର ଭୋଟ ବ୍ୟବଧାନରେ ବିଜେପିର ରୁଦ୍ର ନାରାୟଣ ପାଣିଙ୍କୁ ପରାସ୍ତ କରିଥିଲେ। ଏଥର ଏହି ଦୁଇ ପ୍ରାର୍ଥୀଙ୍କ ଭିତରେ ମୁକାବିଲା ହେବା ସମ୍ଭାବନା କମ୍‌। ଉଭୟ ଦଳ ସେମାନଙ୍କ ପ୍ରାର୍ଥୀ ବଦଳାଇବା ଚିନ୍ତାରେ। ସେହିପରି କଂଗ୍ରେସରୁ ଲଢ଼ିଥିବା କାମାକ୍ଷା ପ୍ରସାଦ ସିଂହଦେଓ(କେପି) ଆଉ ନିର୍ବାଚନ ମଇଦାନକୁ ଓହ୍ଲାଇବା ଆଶା ନାହିଁ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି: ନିନ୍ଦା କଲା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ

ଭୁବନେଶ୍ବର: ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍।ସେ କହିଛନ୍ତି, ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ୨୦ ହଜାର ପଦବୀ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ। ୨୦୧୬ରେ ନିଯୁକ୍ତି ବନ୍ଦ ଥିଲା। ୭ ବର୍ଷ ପରେ ଏହି ନିଯୁକ୍ତି ହେଉଛି। ଆଶା କରୁଛୁ, ବିନା ବାଧାବିଘ୍ନରେ ଆମେ ଏହି ପ୍ରକ୍ରିୟା ଶେଷ […]

ଅପରାଧ ରାଜ୍ୟ

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ, ପୁଲିସକୁ ଡାକି ଆତ୍ମସମର୍ପଣ କଲା ଅଭିଯୁକ୍ତ

ବୌଦ୍ଧ: ବୌଦ୍ଧ ଥାନା ସଂପୋଜ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସ୍ୱାମୀ- ସ୍ତ୍ରୀଙ୍କ ଝଗଡ଼ା ହତ୍ୟାରେ ଶେଷ ହୋଇଛି। ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆରେ ନିର୍ମମ ଭାବରେ ହତ୍ୟା କରିଛି। ସୂଚନା ଅନୁସାରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଭୋଳାନାଥ ସ୍ୱାଇଁ ଓ ସ୍ତ୍ରୀ କସ୍ତୁରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସ୍ତ୍ରୀଙ୍କ କଥାରେ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଟାଙ୍ଗିଆ‌ ଆଣି ହାଣିଥିଲେ। ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ ସୁଦ୍ଧା ଭୋଳାନାଥଙ୍କ ଉଗ୍ରରୂପ […]

ଅପରାଧ ରାଜ୍ୟ

ସ୍ତ୍ରୀକୁ ଶାବଳରେ ପିଟିପିଟି ହତ୍ୟା କଲା ସ୍ବାମୀ

ମୋହନା: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଏଭଳି ଘଟଣା ଘଟିଛି। ରାଣୀଖମା ଗାଁର ହାଡୁ ମଲିକ ନିଜ ସ୍ତ୍ରୀ ସାରୁଗାଳୁ ମଲିକଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଛି। ଏନେଇ ମୃତକଙ୍କ ଭାଇ ମୋହନା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଛି। ଗତକାଲି ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ସ୍ୱାମୀ ହାଡୁ ମଲିକ […]