ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ: ଏଥର ମଧ୍ୟ ପାଳି କରି ପାଠପଢ଼ା
ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ୭ ବର୍ଷ ବିତିଲାଣି। ତଥାପି କ୍ୟାମ୍ପସର ବିକାଶ ହୋଇପାରୁ ନାହିଁ। ଏବେ ବି ଗୋଟିଏ କ୍ୟାମ୍ପସରେ ଚାଲିଛି ୪ଟି ପାଠ୍ୟକ୍ରମର ଶିକ୍ଷାଦାନ। ପ୍ରତି ଶିକ୍ଷାବର୍ଷ ଆରମ୍ଭରେ ସମସ୍ୟା ହେଉଥିଲେ ମଧ୍ୟ କେହି ବି ପରିସ୍ଥିତିକୁ ଗୁରୁତ୍ବର ସହ ନେଉନାହାନ୍ତି। ୨୦୧୬ରୁ ଆଜି ଯାଏ ଯେତେବେଳେ ସମୀକ୍ଷା ହେଉଛି ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବ କହୁଛନ୍ତି- ଆମେ କରିଦେବୁ। ତେବେ କେଉଁଠି ଓ କେବେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେବ, […]









