ରାଜ୍ୟ

ଖାଇଦେଲେ ମୁକ୍ତା ପାଣ୍ଠି! ଫଳକ ଅଛି, ପ୍ରକଳ୍ପ ଉଭାନ୍‌

ରାଉର‌କେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳରେ ଗତ ନିର୍ବାଚନ ବର୍ଷରେ ଶହଶହ ଜଳ ଅମଳ ପ୍ରକଳ୍ପ ତିଆରି ହୋଇଥିଲା। ତେବେ ସେ ପ୍ରକଳ୍ପ ସବୁ କେଉଁଠି ଓ କେତେ ଜଳ ଅମଳ କରୁଛନ୍ତି, ତାହା ଏବେ ବଡ଼ ପ୍ରଶ୍ନ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ପାଣ୍ଠିରୁ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରକଳ୍ପ ପିଛା ୩୨ ହଜାର ୮୦୦ ଟଙ୍କା କରି ଏସ୍‌ଏଚ୍‌ଜିମାନଙ୍କୁ ବାଣ୍ଟି ଦିଆଯାଇଥିଲା। ଏସ୍‌ଏଚ୍‌ଜି ବଦଳରେ କାମ କରିଥିଲେ ଠିକାଦାର। […]

ରାଜ୍ୟ

ଘର ଭାଙ୍ଗିଲେ ହାତୀପଲ: ଆଈ-ନାତୁଣୀ ଆହତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ପଳାଶପଙ୍ଗା ସେକ୍ସନ କମ୍ପଡିହି ବିଟ୍ ଅଧୀନ ଉପରକୁସୁମିତା ଗ୍ରାମରେ ହାତୀପଲ ପଶି ଘର ଭାଙ୍ଗିଛନ୍ତି। ଭଙ୍ଗା କାନ୍ଥ ତଳେ ଚାପି ହୋଇ ଆଈ-ନାତୁଣୀ ଆହତ ହୋଇଛନ୍ତି।ଏକ ୨୬ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ କୁସୁମିତା ଗ୍ରାମରେ ପ୍ରବେଶ କରିଥିଲେ। ସୁଶାନ୍ତ ମୁଣ୍ଡାଙ୍କ ଘର ନିକଟରେ ହାଣ୍ଡିଆ ବାସ୍ନା ପାଇ ଅଟକି ଯାଇଥିଲେ। ଏକ ଦନ୍ତାହାତୀ ଘର ଭାଙ୍ଗି ଦେଇଥିଲା। ଘରେ ଶୋଇଥିବା ରାଇମଣି ମୁଣ୍ଡା (୫୫) ଓ ୮ ମାସର ନାତୁଣୀ ମାଟିକାନ୍ଥ […]

ଦେଶ ବିଦେଶ

୧୨ ଘଣ୍ଟା ମଧ୍ୟରେ ପୁଣି ଏକ ଲଘୁଚାପ: ପାଣିପାଗ ବିଭାଗର ପୂର୍ବାନୁମାନ,୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନ‌େଶ୍ବର: ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ବାୟୁମଣ୍ଡଳ ଉପରି ଭାଗରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗୁରୁବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ […]

ରାଜ୍ୟ

ଆରଏସପି ପାଚେରୀ ପାର୍ଶ୍ଵରୁ ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା : ବନ୍ଧମୁଣ୍ଡା ଉତ୍ତମବସ୍ତି ପାୱାର ଗ୍ରିଡ ରାଉଲକେଲା ଇସ୍ପାତ କାରଖାନା (ଆରଏସପି) ପାଚେରୀ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ମୃତ ଯୁବକ ହେଲେ ବାନ୍ଧମୁଣ୍ଡା ତିଲକାନଗରର ରାମାଇ ମନ୍ଦିଆ (୪୦)। ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଚଳାଇଛି। କେଉଁ କାରଣରେ କିଏ ରାମାଇକୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି ।

ରାଜ୍ୟ

ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେଲା: ୧୦ ଯାତ୍ରୀ ଆହତ, ୨ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଛି। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନଙ୍କୁ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁବାର ସକାଳେ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା। ହଜାରୀ ଛକ ନିକଟରେ ତେଲ […]

ରାଜ୍ୟ

ରେଳ ସଦନ ପାଚେରୀ ଭାଙ୍ଗି ଭିତରକୁ ପଶିଲା କାର୍‌

ଭୁବନେଶ୍ୱର: ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ରେଳ ସଦନ ନିକଟରେ  ଏକ ଦୁର୍ଘଟଣା ଘଟିଛି । ଏକ କାର୍ ଭାରସାମ୍ୟ ହରାଇ ରେଳ ସଦର ପାଚେରୀକୁ ଧକ୍କାଦେଇଛି। ଏହାଯୋଗୁ ରେଳ ସଦନର ପାଚେରୀର ବ୍ୟାରିକେଡ୍ ଭାଙ୍ଗିଯାଇଛି । ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି କାର୍‌ରେ କେହି ନ ଥିବା ଦେଖିବାକୁ ପାଇଛି। କାର୍‌ର ଏୟାର ବ୍ୟାଗ୍ ବାହାରି ଯାଇଛି। ‌‌ତେଣୁ ଅନୁମାନ କରାଯାଉଛି ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି ଏବଂ ଦୁର୍ଘଟଣା ପରେ  ଘଟଣାସ୍ଥଳରୁ ଫେରାର ହୋଇ […]

ରାଜ୍ୟ

୧୨ ଘଣ୍ଟା ମଧ୍ୟରେ ପୁଣି ଏକ ଲଘୁଚାପ: ପାଣିପାଗ ବିଭାଗର ପୂର୍ବାନୁମାନ,୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନ‌େଶ୍ବର: ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ବାୟୁମଣ୍ଡଳ ଉପରି ଭାଗରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗୁରୁବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ […]

ଦେଶ ବିଦେଶ

୨୦ ଟନ୍ ଅଷ୍ଟ୍ରେଲିଆନ୍ କୋଇଲା ଜବତ

କଟକ: ଧାମରା-ଭଦ୍ରକ ରେଳ ଧାରଣାରୁ ଅଷ୍ଟ୍ରେଲିଆନ୍ କୋଇଲାର ଚୋରା କାରବାର ସମ୍ପର୍କିତ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳ ବିଭାଗ। ଖୋର୍ଧା ଡିଭିଜନ୍ ଆରପିଏଫ୍ କ୍ରାଇମବ୍ରାଞ୍ଚ ଓ କଟକ ଆରପିଏଫ୍ ମିଳିତ ଭାବେ ଜାତୀୟ ରାଜପଥର ନିର୍ଗୁଣ୍ଡିରେ ୨୦ ଟନ୍ ଅଷ୍ଟ୍ରେଲିଆନ୍ କୋଇଲା ବୋଝେଇ ଟ୍ରକ୍ ଜବତ କରିଛି। ଏହି କାରବାରରେ ଜଣେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି। କୋଇଲା କାରବାର ପଛରରେ ଥିବା ଯାଜପୁର ଜିଲ୍ଲା କୋରେଇର କାର୍ପଟଦାର୍ ଘରେ […]

ରାଜ୍ୟ

ଭଙ୍ଗା ହେଲା ଶିଆଳି ବେଳାଭୂମି ଭ୍ୟୁ ଟାଵାର୍‌: ସୁରକ୍ଷା ପାଇଁ ଦାବି ହୋଇ ଆସୁଥିଲା, ଆଖି ବୁଜି ଦେଇଥିଲେ ସରକାର

ଜଗତସିଂହପୁର/ଏରସମା: ସମୁଦ୍ର ମାଡ଼ି ମାଡ଼ି ଆସିବା ସହିତ ଜନବସତି ଭିତରେ ପାଣି ପଶିଲାଣି। ଏରସମା ବ୍ଲକର ଶିଆଳିରେ ସମୁଦ୍ରର କରାଳ ରୂପ ଦେଖି ସ୍ଥାନୀୟ ଲୋକ ଏବେ ଛାନିଆ। ସମୁଦ୍ର ଜୁଆର ମାଡ଼ରେ କ୍ଷତିଗ୍ରସ୍ତ ହୋଇ ଅସୁରକ୍ଷିତ ଘୋଷଣା ହୋଇଥିବା ଶିଆଳି ବେଳାଭୂମିର ମୁଖ୍ୟ ଆକର୍ଷଣ ‘ଭ୍ୟୁ ଟାଵାର’କୁ ଭାଙ୍ଗି ମାଟିରେ ମିଶାଇବାକୁ ପ୍ରଶାସନ ପଦକ୍ଷେପ ନେଇଛି। ଏହି ଭ୍ୟୁ ଟାଵାର୍ ଭଙ୍ଗା ହେବା ପୂର୍ବରୁ ସେଥିରେ ଥିବା ଝରକା, କବାଟ, କାଚ, ଲୁହା ଗ୍ରିଲ୍ ଓ […]

ରାଜ୍ୟ

ଉତ୍ତରପ୍ରଦେଶରୁ ଆଳୁ ଆସି ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ପଶ୍ଚିମବଙ୍ଗ ନୁହେଁ, ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆସିବ। ଆଜି ସେଠାରୁ କିଛି ଟ୍ରକ ଆଳୁ ଆସି ରାଜ୍ୟରେ ପହଞ୍ଚିଛି। ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, […]