ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଶ୍ବସ୍ତରୀୟ ଏସ୍‌ସିବି ପାଇଁ ୪ ହଜାର କୋଟି ଖର୍ଚ୍ଚ: ବର୍ଷେ ହେଲା ହୃତ୍‌ପିଣ୍ଡ ପ୍ରତିରୋପଣ ଅପେକ୍ଷାରେ ଶହେ ରୋଗୀ

କଟକ: ବିଶ୍ବସ୍ତରୀୟ ଏସ୍‌ସିବି ନିର୍ମାଣ ନାଁରେ ଖର୍ଚ୍ଚ ହେଉଛି ପାଖା‌ପାଖି ୪ହଜାର କୋଟି ଟଙ୍କା। କିନ୍ତୁ ବିଶେଷଜ୍ଞ ତିଆରିରେ ଫେଲ୍‌ ମାରୁଛି କଟକ ବଡ଼ ଡାକ୍ତରଖାନା। ମାତ୍ର ୪ବର୍ଷ ପାଇଁ ଏମ୍‌ସିଏଚ୍‌ ପାଠ୍ୟକ୍ରମ ଖୋଲିଥିଲା, ମାପଦଣ୍ଡ ପୂରଣ ହୋଇ ନ ପାରିବାରୁ ନେସନାଲ ମେଡିକାଲ କମିସନ୍‌(ଏନ୍‌ଏମ୍‌ସି) କାଟିଦେଲା ସେ ସିଟ୍‌। ଯା ଫଳରେ ୨୦୧୯ରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍‌ ଏଣ୍ଡ ହସ୍ପିଟାଲ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା ବିଭାଗ(କାର୍ଡିଓଥୋରାସିସ୍‌)ରୁ ବାହାରି ପାରୁନାହାନ୍ତି ବିଶେଷଜ୍ଞ। ରାଜ୍ୟରେ ଉଭୟ ସରକାରୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିମିଳିପାଳରେ ଠାବ ହେଲା ୧୧୧୫ ଫୁଟ୍‌ର ଜଳପ୍ରପାତ

ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନରେ ଏବେ ବି ଅନେକ ଅନାଲୋଚିତ ଓ ଅନାବିଷ୍କୃତ ସ୍ଥାନ ରହିଛି। ଏଭଳି ସ୍ଥାନଗୁଡ଼ିକୁ ଲୋକଲୋଚନକୁ ଆଣିବା ଓ ପର୍ଯ୍ୟଟନର ବିକାଶ ନିମନ୍ତେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ମୟୂରଭଞ୍ଜ ମିରର୍‌’ ପୁଣି ଏକ ଅନାଲୋଚିତ ଜଳପ୍ରପାତ ଠାବ କରିଛି। ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ ୫ କି.ମି ଘଞ୍ଚ ଜଙ୍ଗଲ ମଧ୍ୟରେ ଠାବ କରାଯାଇଛି ‘ସୁବର୍ଣ୍ଣଝରଣ’ ନାମକ ଏକ ଆକର୍ଷଣୀୟ ଓ ୧୧୧୫ ଫୁଟ୍‌ ଉଚ୍ଚର ଜଳପ୍ରପାତ। ୬ସ୍ତର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କାଠଯୋଡ଼ିକୁ ମାରିଦେଲେ-୩: ବାଲିମାଫିଆଙ୍କ ଷଡ଼୍‌ଯନ୍ତ୍ର, ନରାଜରେ ଅଟକୁଛି ପାଣି

କଟକ: କାଠଯୋଡ଼ିକୁ ଜାଣି ଜାଣି ମାରି ଦିଆଯାଉଛି। କାଠଯୋଡ଼ିରେ ଯେତିକି ବି ପାଣି ପ୍ରବାହିତ ହେବା କଥା ତାହା ଏବେ ଆଉ ହେଉ ନାହିଁ। ନରାଜ ଆନିକଟରେ କାଠଯୋଡ଼ିର ଜଳ ପ୍ରବାହକୁ ଅଟକାଇ ଦିଆଯାଉଛି। ଗୋଟିଏ ପଟେ ଅତ୍ୟନ୍ତ ଅବିଚାରିତ ଆଉ ବେପରୱା ଢଙ୍ଗରେ କାଠଯୋଡ଼ିକୁ ବିଭିନ୍ନ ସ୍ଥାନରେ ପୋତି ଦିଆଯିବା, କାଠଯୋଡ଼ି ଭିତରକୁ ସହରର ଆବର୍ଜନ ଜଳକୁ ଛାଡ଼ି ତାହାକୁ ଅତ୍ୟନ୍ତ ପ୍ରଦୂଷିତ କରି ଦିଆଯିବା ଏବଂ କାଠଯୋଡ଼ିକୁ ପର୍ଯ୍ୟାପ୍ତ ପାଣି ଛଡ଼ା ନଯିବା ପଛରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ୨୦ ବର୍ଷରେ ବଜ୍ରପାତ ନେଇଛି ୫୧୬୪ ଜୀବନ: ଦେଶରେ ତୃତୀୟ

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୦୧ରୁ ୨୦୨୧ ପର୍ଯ୍ୟନ୍ତ ବଜ୍ରପାତରେ ୫୧୬୪ ଜଣଙ୍କର ମୂତ୍ୟୁ ଘଟିଛି। କ୍ଲାଇମେଟ ରେଜିଲିଏଣ୍ଟ ଅବଜର୍ଭିଂ ସିଷ୍ଟମ୍ସ ପ୍ରମୋସନ କାଉନସିଲ ପକ୍ଷରୁ ସଦ୍ୟ ପ୍ରକାଶିତ ବାର୍ଷିକ ବଜ୍ରପାତ ରିପୋର୍ଟ ୨୦୨୨-୨୩ରେ ଏହା କୁହାଯାଇଛି। ଅନ୍ୟପକ୍ଷେ, ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଓଡ଼ିଶା,ଆନ୍ଧ୍ର ପ୍ରଦେଶ ଓ ନାଗାଲାଣ୍ଡରେ ବଜ୍ରପାତ ଜନିତ ମୃତାହତ ସଂଖ୍ୟାରେ ୬୦ ପ୍ରତିଶତ ହ୍ରାସ ଆସିଛି। ସେହିଭଳି ରିପୋର୍ଟରେ ଦେଶରେ ବଜ୍ରପାତ ଜନିତ ୯୦ ପ୍ରତିଶତ ମୃତ୍ୟୁ ମାମଲା କେନ୍ଦ୍ରୀୟ ଭାରତ ଅଞ୍ଚଳରୁ ରେକର୍ଡ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅପହଞ୍ଚ ଜୁଆଙ୍ଗ ବସ୍ତି: ତଳଡ଼ିହରେ ୭ବର୍ଷ ତଳର ନଗଡ଼ା ସ୍ଥିତି

କାଳିଆପାଣି: ନଗଡ଼ା ପଡ଼ୋଶୀ ଗୁହିଆଶାଳ ମୌଜା ତଳଡ଼ିହ ଜୁଆଙ୍ଗ ବସ୍ତି ଏବେ ବି ଅପହଞ୍ଚ ହୋଇ ରହିଛି। ୧୧ଟିଯାକ ପରିବାର ମୌଳିକ ସମସ୍ୟାରେ ଛଟପଟ ହେଉଛନ୍ତି। ୨୦୧୬ ଜୁନ୍‌ ୩୦ ତାରିଖ ‘ସମ୍ବାଦ’ରେ ଶିଶୁମଡ଼କ ଖବର ଲୋକଲୋଚନକୁ ଆସିବା ପୂର୍ବରୁ ନଗଡ଼ାର ଚିତ୍ର ଯାହା ଥିଲା, ଏବେ ତଳଡିହ ଜୁଆଙ୍ଗ ବସ୍ତିରେ ଅନୁରୂପ ପରିସ୍ଥିତି। ଗତ ୨୪ ତାରିଖ ୨ ଶିଶୁଙ୍କ ମୃତ୍ୟୁ ପରେ ତଳଡିହ ବସ୍ତିର ଲୋକସଂଖ୍ୟା ୬୪ ରହିଛି। ମହିଳାଙ୍କ ସଂଖ୍ୟା ୩୪ ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଲ ଖବର: ଶିକ୍ଷାର ଆଲୋକ ବାଣ୍ଟୁଛନ୍ତି ବିଭୂତି, ନିଜସ୍ବ ଖର୍ଚ୍ଚରେ ପିଲାଙ୍କୁ କରୁଛନ୍ତି ଉଚ୍ଚଶିକ୍ଷିତ

ରାୟଗଡା: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଘରର ଆର୍ଥିକ ସ୍ଥିତି ବହୁ ପିଲାଙ୍କୁ ପାଠ ଛାଡ଼ିବାକୁ ବାଧ୍ୟ କରୁଛି। ଏଭଳି ପିଲାଙ୍କୁ ଚିହ୍ନଟ କରି ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ଶିକ୍ଷକ ବିଭୂତି ଭୂଷଣ ରଥ। ବର୍ତ୍ତମାନ ସୁଦ୍ଧା ୧୫ଜଣ ଆଦିବାସୀ ପିଲାଙ୍କୁ ଶିକ୍ଷାର ଆଲୋକ ବାଣ୍ଟି ସାରିଲେଣି। କିନ୍ତୁ ଲକ୍ଷ୍ୟ ଏବେ ବହୁ ଦୂର, ଜୀବନକାଳ ମଧ୍ୟ ଅତିକମରେ ୫୦ଜଣ ପିଲାଙ୍କୁ ନିଜ ଖର୍ଚ୍ଚରେ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାୟଗଡା ବ୍ଲକ୍‌ ହାଲୁଆ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁନାଗହଣା ଲୁଟ୍‌ର ନୂଆ ତରିକା: ତନ୍ତ୍ରମନ୍ତ୍ର ଆଳରେ ମହିଳାଙ୍କୁ ଲୁଟୁଛନ୍ତି ଦୁର୍ବୃତ୍ତ

ରାଉରକେଲା: ଲୁଟେରାଙ୍କ ଲୁଟ୍‌ର ନୂଆ ତରିକା ଏବେ ତନ୍ତ୍ରମନ୍ତ୍ର। କିଛି ମାସ ହେବ ଲୁଟେରାମାନେ ନୂଆଶୈଳୀରେ ସୁନାଗହଣା ଲୁଟ୍‌ କରି ଆଖି ଆଖି ପିଛୁଳାକେ ଘଟଣା ସ୍ଥଳରୁ ଚମ୍ପଟ ମାରୁଛନ୍ତି। ଏସବୁ ଘଟଣା ସହରର ବିଭିନ୍ନ ଥାନାରେ ଅଭିଯୋଗ ହେଉଛି। କିନ୍ତୁ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚିପାରୁନି। ଚଳିତ ମାସ ୭ ତାରିଖ ସକାଳେ ବାସନ୍ତୀ କଲୋନି ଅଞ୍ଚଳର ଜଣେ ମହିଳା ତାରିଣୀ ମନ୍ଦିର ଯିବେ ବୋଲି ପାଖ ଦୋକାନକୁ ଫୁଲ କିଣିବାକୁ ଯାଇଥିଲେ। ବାଟରେ ଚାଲି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଙ୍ଗାଦଦରା ଘରେ ପଢ଼ୁଛନ୍ତି ଶିଶୁ: ୫୦ ପ୍ରତିଶତରୁ ଅଧିକ ଅଙ୍ଗନବାଡ଼ିର ନାହିଁ ନିଜସ୍ବ ଘର

ପୁରୀ: ଅଙ୍ଗନବାଡ଼ିରେ ବହୁ ଶିଶୁଙ୍କ ମୂଳଦୁଆ ପଡ଼ୁଛି। ଶୈଶବରେ ଶିକ୍ଷାର ପ୍ରାରମ୍ଭିକ ପର୍ବ ଏଇଠୁ ଆରମ୍ଭ ହେଉଛି। ମାତ୍ର ପିଲାଙ୍କ ବର୍ଣ୍ଣବୋଧ ଶିକ୍ଷାର ଏହି ଅନ୍ତୁଡ଼ିଶାଳା ଋଗ୍‌ଣ ଓ ବାଟବଣା। କେଉଁ ଅଙ୍ଗନବାଡ଼ିର ଛାତ ଓ କାନ୍ଥ ଫାଟି ଆଁ କରିଛି ତ କେଉଁଠି ମନ୍ଦିର ଅଗଣା, କ୍ଲବ୍‌ ଘର କିମ୍ବା କାହା ପିଣ୍ଡାରେ ଅଙ୍ଗନବାଡ଼ି ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏବେ ବି ବହୁ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ। ପୁରୀ ସହରରେ ୮୦ଟି […]

ଅପରାଧ ରାଜ୍ୟ

ସେବାଶ୍ରମ ହଷ୍ଟେଲ୍‌ କେତେ ସୁରକ୍ଷିତ? ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ପୀଡ଼ିତ ପରିବାରକୁ ମିଳୁଛି ଧମକ

ଫୁଲବାଣୀ: ଶିକ୍ଷାରେ ଉନତି ପାଇଁ ରାଜ୍ୟ ସରକାର ଗାଁରେ ଗାଁରେ ସ୍କୁଲ ସହ ଦୂରଦୂରାନ୍ତରୁ ବା ଅପହଞ୍ଚ ଗାଁରୁ ଆସି ସ୍କୁଲରେ ପାଠ ପଢିବା ପାଇଁ ପିଲାଙ୍କ ପାଇଁ ଛାତ୍ରାବାସ ମଧ୍ୟ ନିର୍ମାଣ କରି ଶିକ୍ଷାର ବିକାଶ କଥା ଚିନ୍ତା କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକାରର ସ୍କୁଲ ନିର୍ମାଣ କରୁଛନ୍ତି। ସେବାଶ୍ରମ ସେଥିରୁ ଅନ୍ୟତମ। କିନ୍ତୁ କ୍ଷୋଭର କଥା ଯେ, ସେବାଶ୍ରମ ସ୍କୁଲଗୁଡ଼ିକରେ ଅନେକ ସମୟରେ ଅବହେଳା ଯୋଗୁଁ ଅପ୍ରୀତିକର ଘଟଣା ଘଟୁଥିବା ନଜିରକୁ ଆସୁଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ଚାଲିଗଲା କେତୋଟି ଅମୂଲ୍ୟ ଜୀବନ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି କେତେକଙ୍କ ଜୀବନ ଯାଇଛି। ହାଇୱା ପଛରେ ପିଟିଲା ବାଇକ୍‌, ଜଣେ ମୃତଢେଙ୍କିକୋଟ: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଡଙ୍ଗାଦର ପୋଲ ନିକଟରେ ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ହାଇଓ୍ବା ପଛରେ ଏକ ବାଇକ୍ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ମୃତକ ହେଲେ କରଞ୍ଜିଆ ଥାନା […]