ଦୁଇ ସମ୍ପର୍କୀୟ ଭାଇଙ୍କୁ ହାଣି ନିର୍ମମ ହତ୍ୟା ଘଟଣା: ଥାନାରେ ୨ ଅଭିଯୁକ୍ତ ଅଟକ
କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଙ୍କଳବାଡ଼ି ଗ୍ରାମରେ ଦୁଇ ସଂପର୍କୀୟ ଭାଇଙ୍କୁ ହତ୍ୟା ଘଟଣାରେ ପୁଲିସ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଅଟକଥିବା ଦୁଇ ହେଲେ ଜାନକୀ ଭୂୟାଁ ଓ ତାଙ୍କ ଭାଇରୋହିତ ଭୂୟାଁ। ସେମାନଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିବାର ସୂଚନା ରହିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ପୁଲିସ। ପାରିବାରିକ କଳହର ଗତକାଲି କରୁଣ ପରିଣତି ଦେଖିବାକୁ […]









