ପୁଲିସ ପଞ୍ଝାରେ ପଞ୍ଚତାରକା ଠକ: ଷ୍ଟାର୍ଟ ଅପ୍ ଫ୍ରାଞ୍ଚାଇଜ୍ ଆଳରେ ୫ କୋଟିର ଚୂନ
ଭୁବନେଶ୍ବର: ନିଜର ଷ୍ଟାର୍ଟ ଅପ୍କୁ ଫ୍ରାଞ୍ଚାଇଜ୍ ଦେଇ ରୋଜଗାର ଦେବାର ଆଶା ଆଳରେ କୋଟି କୋଟି ଟଙ୍କା ଠକେଇ କରିଥିବା ବଡ଼ ଧୂର୍ତ୍ତକୁ ଧରିଛି କମିସନେରଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍। ତାରକା ହୋଟେଲରୁ ତାରକା ଠକେଇର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ବଡ଼ବଡ଼ ମଲ୍ରେ ଅଫିସ୍ ଖୋଲି ଲୋକଙ୍କୁ ଚୂନ ଲଗାଉଥିବା ଏହି ଅଭିଯୁକ୍ତ ହେଲା ବରଗଡ଼ ଜିଲ୍ଲା କେନ୍ଦୁପାଲି ଅଇଁଣ୍ଠାପାଲିର ସଚ୍ଚିଦାନନ୍ଦ ଭୋଇ(୪୮)। ଏହି ଅଭିନବ ଠକେଇ ବଳରେ ସେ ୫ କୋଟିରୁ ଅଧିକ […]









