ରାଜ୍ୟ ସ୍ପେଶାଲ ରିପୋର୍ଟ

ସରକାରୀ ଶିକ୍ଷାର ବିକଳ ଚିତ୍ର: ସ୍କୁଲରେ ରୋ‌ଷେଇ କରୁଛନ୍ତି ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ଦୁଇ ଦିନ ତଳେ ଚକ୍-ଡଷ୍ଟର ଧରି ପିଲାଙ୍କୁ ପଢ଼ାଉଥିଲେ। ନିୟମିତ କ୍ଲାସ କରୁଥିଲେ। ମାତ୍ର ଏବେ ହାତରେ ହାଣ୍ଡି-ଡେକ୍‌ଚି ଧରି କ୍ୟାମ୍ପସରେ ବୁଲୁଛନ୍ତି। ସକାଳ ହେବା କ୍ଷଣି ପିଲାଙ୍କ ଖାଇବା ଚିନ୍ତାରେ ସେମାନଙ୍କ ସମୟ କଟୁଛି। କ୍ୟାମ୍ପସରେ ପହଞ୍ଚିବା କ୍ଷଣି କିଏ ପରିବା କାଟୁଛନ୍ତି ତ’ ଆଉ କିଏ ଭାତରୁ ପେଜ ଗାଳୁଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିବା ପାଚିକାମାନେ ଦୁଇ ଦିନ ହେଲା ଭୁବନେଶ୍ବରରେ ଆନ୍ଦୋଳନ କରୁଥିବାରୁ ରାଜ୍ୟରେ ଏଭଳି ବିଚିତ୍ର ସ୍ଥିତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଉଚ୍ଚଶିକ୍ଷାରେ ଅଧ୍ୟାପକ ସଙ୍କଟକୁ ନେଇ ଉଦ୍‌ବେଗ: ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ କ’ଣ ଅତିଥି ଅଧ୍ୟାପକରେ ଚାଲେ? ଏଠାରେ ଗବେଷଣା ହେବା କଥା। ଅତିଥି ଅଧ୍ୟାପକଙ୍କ ନେଇ କିପରି ଗବେଷଣା ହେବ? ସରକାର ପଇସାର ଅଭାବ ନାହିଁ ବୋଲି କହୁଛନ୍ତି। କିନ୍ତୁ ପଦବି ଖାଲି ପଡ଼ିଛି। ବିଶ୍ବବିଦ୍ୟାଳୟରେ ଝାଡ଼ୁ କରିବାକୁ ବି ଲୋକ ନାହାନ୍ତି। ସରକାର ଶିକ୍ଷା ପ୍ରତି କେତେ ସଚେତନ ଏଥିରୁ ଜଣାପଡ଼ୁଛି। କେବଳ ଜୁମ୍‌ଲାରେ ଚାଲିଛି ଏ ସରକାର। ଆଜି ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କୁ ଏମିତି ଭର୍ତ୍ସନା କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜିଏସ୍‌ଟି ଠକେଇର ପେଣ୍ଠ ପାଲଟିଛି ରାଉରକେଲା: ୮.୭୦ କୋଟି ଟଙ୍କା ଠକି ବ୍ୟବସାୟୀ ଗିରଫ

ରାଉରକେଲା: ଜିଏସ୍‌ଟି ଠକେଇରେ ଓଡ଼ିଶାର ପେଣ୍ଠସ୍ଥଳ ପାଲଟିଛି ସ୍ମାର୍ଟସିଟି ରାଉରକେଲା। ରାଜ୍ୟରେ ଯେତିକି ଜିଏସ୍‌ଟି ଠକେଇ ହେଉଛି, ତାର କେବଳ ୫୦% ଠକେଇ ହେଉଛି ରାଉରକେଲାରେ। ଆଜି ପୁଣି ଏକ ଜିଏସ୍‌ଟି ଠକେଇ ସାମ୍ନାକୁ ଆସିଛି। ନକଲି ବିଲ୍‌ ଜରିଆରେ ୮ କୋଟି ୭୦ ଲକ୍ଷ ଟଙ୍କା ଜିଏସ୍‌ଟି ଫାଙ୍କିବା ଅଭି‌ଯୋଗରେ କେନ୍ଦ୍ରୀୟ ଜିଏସ୍‌ଟି ଟିମ୍‌ କୋଇଡ଼ା ବ୍ଲକ ଅନ୍ତର୍ଗତ ବରସୁଆଁ ବାଙ୍କାବଜାରର ରାକେଶ କୁମାର କାନୋଡ଼ିଆଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି। ତାଙ୍କ ନିକଟରୁ ୧୨ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍କୁଲ କାମର ଟଙ୍କା ମିଳିନି; ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବାଞ୍ଜିବାହାଲ ରାଷ୍ଟ୍ରୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ୫-ଟି ରୂପାନ୍ତରଣ କାମ ସମ୍ପୂର୍ଣ୍ଣ ହୋଇଛି। ହେଲେ ଗୋଟିଏ ବର୍ଷ ହେଲା ପ୍ରାପ୍ୟ ମିଳିନଥିବାରୁ ଆଜି ସ୍କୁଲ କମିଟି ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଧାରଣା ଦେଇଛନ୍ତି। ମୋଟ ୭୩ ଲକ୍ଷ ଟଙ୍କାର କାମ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ କିଛି ଟଙ୍କା ଦେଇ ଚୁପ୍ ରହିଛନ୍ତି। ଯେତେ ଦାବି କଲେ ମଧ୍ୟ ଦେଉନଥିବାରୁ ବାଧ୍ୟ ହୋଇ ସ୍କୁଲରେ ତାଲା ପକାଯାଇଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଦେ ଭାରତର ପ୍ରଥମ  ଯାତ୍ରା: ପ୍ରଥମ ଦିନରେ ଯାତ୍ରାକଲେ ୫୮୪ 

ରାଉରକେଲା : ନିୟମିତ ଯାତ୍ରୀନେଇ ବୁଧବାର ପ୍ରଥମଥର ଗଡ଼ିଛି ବନ୍ଦେଭାରତ ଏକ୍ସପ୍ରେସ୍‌। ତେବେ ପୂର୍ବରୁ ଦୁଇଥର ପରୀକ୍ଷାମୂଳକ ଯାତ୍ରା ଓ ଉଦ୍‌ଘାଟନୀ ଯାତ୍ରାବେଳେ ଲୋକଙ୍କ ମନରେ ଯେଭଳି ଉତ୍ସୁକତା ଦେଖିବାକୁ ମିଳିଥିଲା, ତାହା ଆଜି କମ୍‌ ପରିଲକ୍ଷିତ ହୋଇଥିଲା। ଯାତ୍ରୀ ସଂଖ୍ୟା ମଧ୍ୟ ଯଥେଷ୍ଟ କମ ଥିଲା। ରାଉରକେଲାକୁ ଆସିବା ସମୟରେ ୪୩.୭୭% ସିଟ୍‌ ଖାଲି ପଡ଼ିଥିବାବେଳେ ରାଉରକେଲାରୁ ଯିବା ସମୟରେ ୩୦.୧୮% ସିଟ୍‌ ଖାଲି ପଡ଼ିଥିଲା। ପ୍ରଥମ ଦିନରେ ଯାତ୍ରୀ ସଂଖ୍ୟା କମ୍‌ ଥିଲେ ବି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଥମାର୍ଦ୍ଧ ଅଚଳ କରିଦେଲେ ଗୃହ : ବିଜେପି ବିଧାୟକଙ୍କ ପ୍ରଶ୍ନକୁ ଅଗ୍ରାହ୍ୟ କରାଯିବା ନେଇ ହୋହଲ୍ଲା

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ଆଜି ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା। ଉଭୟ ବିରୋଧୀ ଓ ଶାସକ ଦଳ ଭିନ୍ନ ଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ହେଁ ତାହା ସଫଳ ହୋଇନଥିଲା। ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହୋଇପାରି ନଥିଲା। ଅପରାହ୍ନରେ ଗୃହ ଚାଲିଥିଲା। ହେଲେ ବିଲ୍‌ ଆଲୋଚନା ପାଇଁ ସୁଯୋଗ ନ ମିଳିବା ପ୍ରତିବାଦରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ଆଜି ବିଜେପି ସଭ୍ୟମାନେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଅଣାଯିବା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ କହିବା ଲାଗି ସୁଯୋଗ ନଦେବାକୁ ନେଇ  ବିଧାନସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିବାରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଶୂନ୍ୟକାଳରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। […]

ରାଜ୍ୟ

ମାଲକାନଗିରି ଜିଲ୍ଲା କାରାଗାରରେ କ୍ଷମତାଠାରୁ ଅଧିକ ଅନ୍ତେବାସୀ; ୬୫୦ କଏଦୀଙ୍କ ପାଇଁ ୧୨ କାରାରକ୍ଷୀ

ମାଲକାନଗିରି: ଜେଲ ନା ଶୁଣିଲେ କାହାକୁ ବା ଡର ନଲାଗେ। କିନ୍ତୁ ଜେଲରୁ ବାହାରିବା ବ୍ୟକ୍ତିଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକତା ରହିଛି। ଅନ୍ତେବାସୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ କଳା ଓ କୌଶଳର ଶିକ୍ଷା ଆବଶ୍ୟକତା ରହିଛି। କିନ୍ତୁ ନିଜେ ରୋଜଗାର ‌ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ କାରାଗାରରେ କୌଣସି ସୁବିଧା ନାହିଁ। ଯେଉଁଠି ଅନ୍ତେବାସୀ ରହିବା ପାଇଁ ଜାଗା ଅଣ୍ଟୁନି ସେଠାରେ ଧନ୍ଦାମୂଳକ ଶିକ୍ଷା ମିଳିବ କେଉଁଠି। ମାଲକାନଗିରି ଜିଲ୍ଲ କାରାଗାରରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାନସଭା ଅଧିବେଶନରେ ପ୍ରଥମ ଥର ଯୋଗ ଦେଲି, ହେଲେ ଦେଖିବାକୁ ନାହାନ୍ତି ବାପା: ଦୀପାଳି ଦାସ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାୟିକା ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ବିଧାନସଭା ଅଧିବେଶନରେ ଯୋଗ ଦେଇଛନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ। ଏହି ଅବସରରେ ସେ କହିଛନ୍ତି, ଆଜି ମୋ ପାଇଁ ଗର୍ବ ଓ ଗୌରବ ଦିନ। ଆଜି ମୁଁ ବହୁତ ଭାବବିହ୍ଵୋଳ ହୋଇଗଲି। ବାପା ଯେଉଁ ଆସନରେ ବସୁଥିଲେ ତାହାକୁ ଦେଖିଲି। ମୁଁ  ଖୁବ୍ ବ୍ୟଥିତ ହେଲି। ମୁଖ୍ୟମନ୍ତ୍ରୀ ଓ […]

ରାଜ୍ୟ

ହାଇଦ୍ରାବାଦରେ ଚିକିତ୍ସାଧୀନ ବଣ୍ଡା ଦାଦନ ଶ୍ରମିକଙ୍କ ମୃତ୍ୟୁ, ୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଖଇରପୁଟ: ରୋଜଗାର ସନ୍ଧାନରେ ଗାଁ ଛାଡ଼ି ହାଇଦ୍ରାବାଦ ଯାଇଥିବା ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ଆଉ ଜଣେ ଦାଦନର ମୃତ୍ୟୁ ହୋଇଛି। ହାଇଦ୍ରାବାଦରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ବଳରାମ ବଡାନାୟକଙ୍କ ମୃତ୍ୟୁ ଘଟିଛି। ବଣ୍ଡାଘାଟିବାସୀନ୍ଦା ୩ ଜଣ ଯୁବକଙ୍କୁ ହରାଇ ଆଖିରୁ ଲୁହ ଶୁଖି ନଥିବା ବେଳେ ଆଉ ଜଣଙ୍କ ମୃତ୍ୟୁକୁ ସହ୍ୟ କରିପାରୁନାହାନ୍ତି। ମୃତଦେହକୁ ଜନ୍ମମାଟି ବଡପଡାକୁ ଆଣୁଥିବା ନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଖଇରପୁଟ ବ୍ଲକ୍ ଅନ୍ତର୍ଗତ […]