ରାଜ୍ୟ ସ୍ପେଶାଲ ରିପୋର୍ଟ

କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବଡ଼କାନ୍ଦୁଲପଡ଼ା ଗାଁରୁ ମୁନିଗୁଡ଼ା ରେଞ୍ଜ ବନ ବିଭାଗ କଲରାପତରିଆ ଛାଲ ଜବତ କରିଛି। ଜଣେ ଶିକାରୀକୁ ଗିରଫ କରିଥିବା ବେଳେ ଦୁଇଟି ଦେଶୀ ବନ୍ଧୁକ ଏବଂ କିଛି ବାରୁଦ ଜବତ କରିବାରେ ସଫଳ ହୋଇଛି। ତେବେ ବନ ବିଭାଗର ଚଢ଼ଉ ଖବର ପାଇ ଅନ୍ୟ ଜଣେ ଶିକାରୀ ଫେରାର ହୋଇଯାଇଛି। ଦ୍ବିତୀୟ ଶିକାରୀର ସନ୍ଧାନ ଜାରି ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଲରାପତରିଆ ଶିକାର ପରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

ଭୁବନେଶ୍ୱର: ରାଜଧାନୀରେ ଥିବା ଲୋକସେବା ଭବନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ଏହି ପ୍ରଥମ ମହଲାରେ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ରହିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ତେଣେ ନିଆଁର ପ୍ରଭାବରେ ଲୋକସେବା ଭବନ ପରିସର ଧୂଆଁମୟ ହୋଇଥିଲା। ଏସିରେ ସଟସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।

ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପୂଣ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କଂଗ୍ରେସ ନେତୃବୃନ୍ଦ ନାଲ୍‌କୋ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତି ଓ ପ୍ରତିକୂତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।E ଏହି ଅବସରରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

ଚନ୍ଦ୍ରଶେଖରପୁର: ଚଳିତବର୍ଷ ମଧ୍ୟ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର୍‌ ଓନର୍ସ ଆସୋସିଏସନ୍ ପକ୍ଷରୁ ନିଆରା ଢଙ୍ଗରେ ମା’ଙ୍କ ଆବାହନ କରାଯିବ। ୨୦୦୮ ମସିହାଠାରୁ ଆସୋସିଏନ୍ ପକ୍ଷରୁ ମା’ଙ୍କ ପୂଜା କରାଯାଉଛି। ସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ଓ ମଣ୍ଡପର ପୀଠ ଦେବୀ ପ୍ରତିଦିନ ପୂଜା ପାଆନ୍ତି। ହିନ୍ଦୁ, ମୁସ୍‌ଲିମ୍ ଓ ଖ୍ରୀଷ୍ଟିଆନ୍ ଧର୍ମର ଲୋକେ ମିଳିତ ଭାବେ ଏହି ମଣ୍ଡପରେ ପୂଜା କରିଥାନ୍ତି। ତେଣୁ ତିନି ଧର୍ମର ଧାର୍ମିକ ସଙ୍କେତରେ ଏଥର ତୋରଣ ନିର୍ମାଣ କରାଯାଉଛି। କେନ୍ଦ୍ରାପଡ଼ାର ମୂର୍ତ୍ତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ

ଭୁବନେଶ୍ବର: ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ଆଜି ‘ସମ୍ବାଦ ଭବନ’ରେ ବିଧିବଦ୍ଧ ସ୍ବାଗତ କରାଯାଇଛି। ଏହି ଅବସରରେ ସେ ଓଡ଼ିଶାର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’, କନକ ନ୍ୟୁଜ୍‌, ରେଡିଓ ଚକଲେଟ୍ ଓ ଡିଜିଟାଲ ଶାଖାର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।ଇଂଲଣ୍ଡର ୱାର୍‌ୱିକ୍ ବିଜିନେସ୍ ସ୍କୁଲରୁ ଉଚ୍ଚଶିକ୍ଷା ହାସଲ କରିଥିବା ଶ୍ରୀମତୀ ପଟ୍ଟନାୟକ ସର୍ବଦା ଗଣମାଧ୍ୟମ ଜଗତରେ କିଛି ନୂଆ କରିବାର ଆକାଂକ୍ଷା ରଖିଥାନ୍ତି। ପୂର୍ବରୁ ସମ୍ବାଦ ଗ୍ରୁପ୍‌ର ଡିଜିଟାଲ ପ୍ଲାଟଫର୍ମରେ ଅନେକ ଭିନ୍ନ ସ୍ବାଦର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର

ଭୁବନେଶ୍ବର: ରାଜ୍ୟରେ କୀଟଙ୍କୁ ନେଇ ଏବେ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨-୩ ମାସ ଧରି ମଶାକୁ ନେଇ ଲୋକମାନେ ଡେଙ୍ଗୁ ଜ୍ବରରେ ଥରୁଥିବା ବେଳେ ଏବେ ଆଉ ଏକ କୀଟ ଚିଗର୍ସ ପାଇଁ ଜ୍ବରରେ କମ୍ପୁଛନ୍ତି। ଚିଗର୍ସ ପାଇଁ ସ୍କ୍ରବ୍ ଟାଇଫସ୍‌ ରୋଗ ରାଜ୍ୟରେ ଆତଙ୍କ ଖେଳାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍‌ ମାଡ଼ିଗଲାଣି। ଏଥିରେ ଅନେକ ଜୀବନ ମଧ୍ୟ ଗଲାଣି। ଏସବୁ ଭିତରେ ଗତ କିଛି ଦିନ ଧରି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା

ନୂଆଦିଲ୍ଲୀ: ଗତ ଦୁଇଟି ଲୋକସଭା ନିର୍ବାଚନ ତୁଳନାରେ ୨୦୨୪ ସାଧାରଣ ନିର୍ବାଚନ ଗୁରୁତ୍ବ ଅଧିକ। ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ ହେବାପରେ ଦେଶରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଜେପି ତା’ର ରଣନୀତିକୁ ସଶକ୍ତ କରିବା ସହିତ ଦମ୍‌ ଦେଖାଇବାକୁ ପାଗ ଭିଡ଼ିଛି। ବିଶେଷକରି ଦଳୀୟ ଟିକଟ ବଣ୍ଟନ ନେଇ ଏବେଠାରୁ ଆରମ୍ଭ ହୋଇଛି କସରତ। ଦଳ ଆଭ୍ୟନ୍ତରୀଣ ସର୍ଭେ ଆରମ୍ଭ କରିଛି। କେବଳ ସେତିକି ନୁହେଁ, ୫ ରାଜ୍ୟରେ ହେବାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘ପ୍ରଜ୍ଞାନ’ଠାରୁ ସବୁକିଛି ହାସଲ ହୋଇସାରିଛି: ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ଗୁରୁବାର କହିଛନ୍ତି ଯେ ଚନ୍ଦ୍ର ମିସନ ଚନ୍ଦ୍ରଯାନ -୩ର ରୋଭର ‘ପ୍ରଜ୍ଞାନ’ଠାରୁ ଯାହା ଆଶା କରାଯାଉଥିଲା ତାହା ହାସଲ ହୋଇସାରିଛି। ଚନ୍ଦ୍ରରେ ଏବେ ଏହା ଜାଗ୍ରତ ହୋଇପାରୁନଥିଲେ ମଧ୍ୟ ଆମେ ପ୍ରଜ୍ଞାନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିଛୁ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି। ପ୍ରଜ୍ଞାନ ଯଦି ବର୍ତ୍ତମାନର ନିଦ୍ରା ଅବସ୍ଥାରୁ ସକ୍ରିୟ ହୋଇପାରିବ ନାହିଁ ତେବେ ମଧ୍ୟ କିଛି ଫରକ ପଡ଼ିବ ନାହିଁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଡିସି ଅଫିସ ଭଙ୍ଗାରୁଜା

ଇମ୍ପାଲ: ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ପୁଣିଥରେ ହିଂସା ଓ ଆନ୍ଦାଳନ ତେଜିଛି। ଗୁରୁବାର ସକାଳେ ଅନେକ ସଂଖ୍ୟାରେ ଆନ୍ଦୋଳନରତ ଛାତ୍ର ଏବଂ ଜନତା ଇମ୍ଫାଲ ପଶ୍ଚିମରେ ଡିସି (ଡେପୁଟି କମିସନର) ଅଫିସ ଭଙ୍ଗାରୁଜା କରିଛନ୍ତି ଏବଂ ୨ଟି ୪ ଚକିଆ ଗାଡ଼ି ଜାଳି ଦେଇଛନ୍ତି। ବିଭିନ୍ନ ଛାତ୍ର ସଂଗଠନ ଦ୍ବାରା ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି। ଗତରାତିରେ ଆନ୍ଦୋଳନକାରୀମାନେ ଉରିପକ୍‌, ୟେସକୁଲ, ସାଗୋଲବନ୍ଦ୍‌ ଏବଂ ତେରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ କରିଥିଲେ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପାକିସ୍ତାନକୁ ସାଉଦି ଆରବର କଡ଼ା ବାର୍ତ୍ତା: ହଜ୍ ଯାତ୍ରା ନାଁରେ ଭିକାରି, ପକେଟମାରୁଙ୍କୁ ପଠାଅ ନାହିଁ

ରିଆଦ: ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏକ ବଡ଼ ଅପମାନ ଦେଇଛି ସାଉଦି ଆରବ। ମୁସଲମାନଙ୍କ ବାର୍ଷିକ ତୀର୍ଥଯାତ୍ରା ହଜ୍ ନାଁରେ ସାଉଦି ଆରବ ଆସୁଥିବା ଅଧିକାଂଶ ପାକିସ୍ତାନୀ ଭିକ୍ଷାବୃତ୍ତି କିମ୍ବା ପକେଟମାରୁ କରୁଛନ୍ତି ବୋଲି ରିଆଦ ଅଭିଯୋଗ କରିଛି। ଓଭରସିଜ୍ ପାକିସ୍ତାନିଙ୍କ ପାଇଁ ସିନେଟ୍‌ର ସ୍ଥାୟୀ କମିଟି ବୈଠକରେ ‘ଓଭରସିଜ୍ ପାକିସ୍ତାନିଜ୍‌’ ସଚିବ ଜିସାନ ଖାଞ୍ଜାଡ଼ା ବୁଧବାର କହିଛନ୍ତି ଯେ, ତୀର୍ଥଯାତ୍ରା ନାଁରେ ଆସୁଥିବା ଅଧିକାଂଶ ପାକିସ୍ତାନୀ ସାଉଦି ଆରବରେ ଭିକ୍ଷାବୃତ୍ତି […]