ସାଇବର ସୁରକ୍ଷା ସଚେତନତା ୱେବିନାର୍: ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୭%, ଅପରାଧ ୪୦%
ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍ଏସ୍ଏସ୍ ସେଲ୍ ଓ ଓଡ଼ିଶା ପୁଲିସର ମିଳିତ ସହଯୋଗରେ ସାଇବର ସୁରକ୍ଷା ସଚେତନତା ୱେବିନାର୍ ଅନୁଷ୍ଠିତ ହୋଇଛି। କ୍ରାଇମ୍ବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଇଣ୍ଟରନେଟ୍ ଦୁନିଆରେ ସ୍ମାର୍ଟଫୋନ୍ ସହ ଜଡ଼ିତ ସାଇବର ଅପରାଧ ବଢ଼ୁଛି। ଏହାର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ ଏବଂ ଅଳ୍ପ ସମୟ ମଧ୍ୟରେ ଅଧିକ ରୋଜଗାର କରିବାର ଇଚ୍ଛା। ଆମେ ଏପରି ଠକାମି ବାବଦରେ ବୁଝିପାରିଲେ ଅନ୍ୟମାନଙ୍କୁ ସଚେତନ କରାଇ […]









