ଚିଲିକାରେ ଶୁଭିଲାଣି ବିଦେଶୀ ପକ୍ଷୀଙ୍କ କଳରବ
ବାଲୁଗାଁ/ବ୍ରହ୍ମଗିରି: ଚିଲିକାରେ ପାଦ ଥାପିଲେଣି ବିଦେଶୀ ଅତିଥି ପକ୍ଷୀ। ଇଂରାଜୀ ୟୁ-ଓ-ଭି ଭଳି ଚିଲିକାର ଆକାଶରେ ଚକ୍କର କାଟିବା ପରେ ରଙ୍ଗବେରଙ୍ଗର ଏହି ସବୁ ପକ୍ଷୀ ଏବେ ନୀଳ ଜଳରାଶିରେ ଅବତରଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏଥିସହିତ ଶୀତ ଆସିବା ପୂର୍ବରୁ ପକ୍ଷୀମାନଙ୍କ କଳରବରେ ଚିଲିକା ମୁଖରିତ ହେଲାଣି। ସୁଦୂର ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡ଼ା, ଚୀନ୍, ଋଷ ଆଦି ବରଫାବୃତ୍ତ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସି ଚିଲିକାରେ ପ୍ରବେଶ କରିଛନ୍ତି ଏହିସବୁ ପକ୍ଷୀ। […]









