ରାଜ୍ୟ ସ୍ପେଶାଲ ରିପୋର୍ଟ

ଷ୍ଟେସନରେ ଦନ୍ତା, ଭୟରେ ଦୌଡ଼ିଲେ ଯାତ୍ରୀ

ରାୟଗଡ଼ା: ରେଳ ଷ୍ଟେସନ ଭିତରକୁ ହଠାତ୍‌ ପଶି ଆସିଥିଲା ହାତୀ। ହାତୀକୁ ଦେଖିବା ମାତ୍ରେ ଟ୍ରେନ୍‌କୁ ଅପେକ୍ଷା କରି ରହିଥିବା ଯାତ୍ରୀମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ। ଷ୍ଟେସନ ପରିସରରେ ହାତୀ ପ୍ରାୟ ୪ଘଣ୍ଟା ବୁଲାବୁଲି କରିଥିଲେ ହେଁ କୌଣସି କ୍ଷୟକ୍ଷତି ନ କରି ଶେଷରେ ଜଙ୍ଗଲକୁ ଚାଲି ଯାଇଛି। ରାୟଗଡ଼ା ଜିଲ୍ଲା ସୀମାନ୍ତ ତଥା ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍‌ ରେଳ ଷ୍ଟେସନରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋଠଛଡ଼ା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ କାରଖାନା କରିବ ଥାଇସେନ୍‌କ୍ରୁପ୍: ଭୁବନେଶ୍ବରରେ ଖୋଲିବ କାର୍ଯ୍ୟାଳୟ

ଭୁବନେଶ୍ବର: ନିର୍ମାଣ ଉପକରଣ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଥାଇସେନ୍‌କ୍ରୁପ୍ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଓଡ଼ିଶାରେ ଏହାର ନିଜସ୍ବ କାରଖାନା ସ୍ଥାପନ କରିବା ବିଷୟରେ ବିଚାର କରୁଛି। ଏ ସମ୍ପର୍କରେ କଂପାନିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ବିବେକ ଭାଟିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ କାରଖାନା ବସାଇବା ଲାଗି ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ଏହି ଯୋଜନା ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ତେଣୁ କେତେ ବଡ଼ କାରଖାନା ହେବ ଏବଂ କେତେ କୋଟି ଟଙ୍କାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଫାଇଲ୍‌ ତଳେ ଜିଲ୍ଲା ସଦର ମହକୁମା ବସ୍‌ଷ୍ଟାଣ୍ଡର ବିକାଶ

ଖୋର୍ଦ୍ଧା: ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ଓ ତ୍ବରିତ ଗମନାଗମନର ସୁବିଧା ଦେବା ପାଇଁ ପ୍ରତ୍ୟେକ ଜିଲ୍ଲାର ସଦରମହକୁମା ବସଷ୍ଟାଣ୍ଡ, ବ୍ଲକ ଓ ପଞ୍ଚାୟତ ମହକୁମାର ବସଷ୍ଟାଣ୍ଡର ବିକାଶ ସହ ଲକ୍ଷ୍ମୀ ବସ୍‌ ସଂଯୋଗ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହା ସହ ୫-ଟି ଅଭିଯାନରେ ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦିଆଯାଉଛି। ‌ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସହ ଏକାଧିକ ବସ୍‌ଷ୍ଟାଣ୍ଡର ବିକାଶ ପାଇଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା: ରାୟଗଡ଼ା ଜିଲ୍ଲା ପ୍ରଶାସନର ତତ୍ପରତା

ରାୟଗଡ଼ା: ବିଶାଖାପାଟଣା- ପଲାସା ପାସେଞ୍ଜର ସହିତ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କନକଟାପାଲିଠାରେ ଦୁର୍ଘଟଣା ବିଷୟରେ ବିଜୟନଗରମ୍ ଜିଲ୍ଲାପାଳଙ୍କଠାରୁ ଖବର ପାଇ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ କ୍ରମେ ତତ୍ପର ହୋଇଉଠିଛନ୍ତି। ଦୁର୍ଘଟଣାସ୍ଥଳରେ ଅଟକି ରହିଥିବା ଲୋକମାନଙ୍କୁ ନେବା ଆଣିବା ନିମନ୍ତେ ବିଜୟନଗରମ୍ ଡିପୋରୁ ଦୁଇଗୋଟି ବସ ପଠାଯାଇଛି। ଆହୁରି ୪ଗୋଟି ବସ ରାୟଗଡ଼ା ଠାରୁ ପଠାଯାଇଛି। ଓଡିଆରଏଫ ଦଳକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂଯୋଜକ ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜୟ ସତ୍ତ୍ବେ ପ୍ରାର୍ଥୀ ବଦଳାଉଛି ବିଜେଡି: ଆକାଶ, ଅଶୋକଙ୍କ ପରେ ବବିଙ୍କୁ ନେଇ ଚର୍ଚ୍ଚା

ଯାଜପୁର (ସଂଗ୍ରାମ କେଶରୀ ସିଂହ): ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ମ୍ୟୁଜିକ୍‌ ଚେୟାର ଭଳି ବଦଳୁଛନ୍ତି ବିଧାୟକ। ଶାସକ ଦଳ ବିଜେଡି ୨୦୦୯ରୁ ଏଠାରେ ଲଗାତର ଭାବେ ଜିତିବା ସତ୍ତ୍ବେ ପ୍ରାର୍ଥୀ ବଦଳାଇ ଚାଲିଛି। ୨୦୨୪ରେ ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ବର୍ତ୍ତମାନର ବିଧାୟକ ଅଶୋକ ବଳ ଓ ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ମଧ୍ୟରେ ପତିଆରା ଲଢ଼େଇ ଚାଲିଥିବା ବେଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଏଠାରୁ ପ୍ରାର୍ଥୀ ହେବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଟିଳ ହେଉଛି ଜଟଣୀ ରାଜନୀତି, ସୁରଙ୍କ ପରେ କିଏ?

ଜଟଣୀ (ଦେବବ୍ରତ ଷେଣ୍ଢ) : ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ଜଟଣୀ ରାଜନୀତି ସେତିକି ଜଟିଳ ହେଉଛି। କଂଗ୍ରେସ ଦଳର ପ୍ରାର୍ଥୀକୁ ନେଇ କର୍ମୀମାନେ ଦ୍ୱନ୍ଦ୍ବରେ ଥିବା ବେଳେ ଆଗକୁ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି। ଜଟଣୀରେ ବିଧାୟକ ତଥା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବାରମ୍ୱାର ଗଣମାଧ୍ୟମକୁ ମତଦେଇ ଆସୁଛନ୍ତି। ଆଗାମୀ ନିର୍ବାଚନରେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ଦଳରୁ ପ୍ରାର୍ଥୀ ହେବା […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ: ପୁରୀରେ ହବିଷ୍ୟାଳୀଙ୍କ ଭିଡ଼

ପୁରୀ: ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ବି ଗହଳିରେ ଭରି ଉଠିଛି। ସବୁ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ ହୋଇଥିବାରୁ ହବିଷ୍ୟାଳୀମାନେ ମାସଟେ ଧରି କାର୍ତ୍ତିକ ବ୍ରତ ପାଳନ କରନ୍ତି। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଛି ।ବ୍ରତଧାରୀ ହବିଷ୍ୟାଳୀମାନେ ମାସେ ଧରି ହବିଷ୍ୟାନ୍ନ ପାଳିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରରେ ଭିଡ଼ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ବନ୍ଧାହେଲା ସଲ୍‌ମାନ ଖାଁ

ଭୁବନେଶ୍ବର: ପଡ଼ୋଶୀ ନାବାଳିକାଙ୍କ ଭିଡିଓ ଭାଇରାଲ୍‌ ମାମଲାରେ ଜେଲ୍‌ରୁ ଜାମିନରେ ମୁକୁଳିଥିବା ଅଭିଯୁକ୍ତ ସଲ୍‌ମାନ ଖାଁ ପୁଣି ବନ୍ଧାହୋଇଛି। ମାମଲା ପ୍ରତ୍ୟାହାର କରିବାକୁ ନାବାଳିକାଙ୍କୁ ଧମକାଇବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ପୁଣି ତାକୁ କୋର୍ଟ ଚାଲାଣ କରିଛି। ଜଙ୍କିଆ ଥାନା ଭୁଷଣ୍ଡପୁର ଅଞ୍ଚଳର ସଲମାନ ଖାଁ(୪୭) ଖାରବେଳନଗର ଅଞ୍ଚଳରେ ରହୁଛି। ପଡ଼ୋଶୀ ନାବାଳିକାଙ୍କୁ ଏକତରଫା ଭଲ ପାଉଥିବା ସଲମାନ୍‌ ବିଭିନ୍ନ ସମୟରେ ତାଙ୍କୁ ପିଛା କରି ହଇରାଣ ହରକତ କରୁଥିଲା। ନାବାଳିକାଙ୍କ ଗାଧୋଇବା ବେଳର ଭିଡିଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ଶୁଭେଚ୍ଛା ରାଜନୀତି: କାନ୍ଥରେ ‘ଏଥର ପୁଣି ଅପରାଜିତା’ ବନାମ ‘ଶଙ୍ଖ ବିକାଶର ଚିହ୍ନ’

ଭୁବନେଶ୍ବର: ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ। ହାତରେ ଆଉ ୬ ମାସରୁ କମ୍‌ ସମୟ ରହିଛି। ତା’ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନେତା ଓ କର୍ମୀମାନେ କେଉଁଭଳି ଭାବେ ରାଜଧାନୀବାସୀଙ୍କ ନିକଟତର ହେବେ ସେଥିପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି। ଦୁଇ ମାସ ଆଗରୁ ଭୁବନେଶ୍ବର ସାଂସଦଙ୍କ ସମର୍ଥକମାନେ କାନ୍ଥ ବାଡ଼ରେ ‘ଏଥର ପୁଣି ଅପରାଜିତା’ ଲେଖି ଏକପ୍ରକାର ପ୍ରଚାର ଆରମ୍ଭ କରି ଦେଇଥି‌ଲେ। ଆଉ ଏବେ ଶାସକ ବିଜେଡି ଦଳ ମଧ୍ୟ କାନ୍ଥ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଐତିହ୍ୟ ଓ ପ୍ରାଚୀନ ସଂସ୍କୃତିପୀଠ ଧ୍ବଂସମୁଖୀ: ଯାଜପୁର ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପନୀତି ଦିଗହରା

ଯାଜପୁର/ରତ୍ନଗିରି/ ଉଦୟଗିରି: ପର୍ଯ୍ୟଟନକୁ ସରକାର ଶିଳ୍ପ ମାନ୍ୟତା ‌ଦେଇଛନ୍ତି। ବିନା ପ୍ରଦୂଷଣ ଓ ପ୍ରାକୃତିକ ସମ୍ପଦ ଅପବ୍ୟୟ ନକରି ଆଞ୍ଚଳିକ ବିକାଶ ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଅର୍ଥନୀତି‌ ବିକାଶକୁ ପର୍ଯ୍ୟଟନ ଶିଳ୍ପ ଜରିଆରେ ଆଗେଇ ନେଇନେବ ବୋଲି ବୁଦ୍ଧିଜୀବୀ ମତ ରଖିଆସୁଛନ୍ତି। ବୈଦେଶିକ ମୁଦ୍ରା ବୃଦ୍ଧି କରିବାରେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷଣ କରିବା ଉପରେ ସରକାର ସର୍ବଦା ଜୋର ଦେଇଆସିଛନ୍ତି। ରାଜ୍ୟ ସରକାର ଏବେ ମଠମନ୍ଦିରର ବିକାଶ ପାଇଁ ସବୁଠାରୁ ଅଧିକ […]