ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବି ଛାଡ଼ିଲେନି: କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି
ନବରଙ୍ଗପୁର: ସୁରକ୍ଷା ବୋଲି କିଛି ନାହିଁ। ସିସି କ୍ୟାମେରା ବି ଅଚଳ। ତେଣୁ ପ୍ରଶାସନ ଏବଂ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରି କରିବାକୁ ଆଦୌ ଦ୍ବିଧା କରିନାହାନ୍ତି। ନିର୍ବାଚନ ଉପବିଭାଗ କକ୍ଷ ଏବଂ ଡେପୁଟି କଲେକ୍ଟରଙ୍କ କକ୍ଷରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି କରିଛନ୍ତି। ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଦୁର୍ବୃତ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ଭିତରେ ପଶିଥିଲେ। ଦାୟିତ୍ବହୀନତା ଏମିତି ଯେ, […]









