ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା: ଖୋଲାସ୍ଥାନରେ ସବୁଜ ବାଣ ଫୁଟାଇବାକୁ ପରାମର୍ଶ
ଭୁବନେଶ୍ୱର: ବଢ଼ୁଛି ଭୁବନେଶ୍ବର ପ୍ରଦୂଷଣ। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ବେଳେ ଦୀପାବଳିରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି। ଆତସବାଜି ବ୍ୟବହାର ଯୋଗୁଁ ଅଗ୍ନି ଓ ବିସ୍ଫୋରଣ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହେବା ସହ ଏଥିରୁ ନିର୍ଗତ ବିଷାକ୍ତ ଗ୍ୟାସ, ଧୂଳିକଣା ଓ ଶବ୍ଦ ଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ। ବିଶେଷ କରି ଶିଶୁ, ବରିଷ୍ଠ ନାଗରିକ, ରୋଗୀ ତଥା ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ଓ ପରିବେଶକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା […]









