ରାଜନୀତି ରାଜ୍ୟ

ବାଲେଶ୍ବର ନିର୍ବାଚନମଣ୍ଡଳୀ: ବାବୁ ବନିଗଲେ ସଫଳ ରାଜନୀତିଜ୍ଞ

ବାଲେଶ୍ବର (ମନୋଜ ରାଉଳ) : ରାଜନୀତିରେ ଅନେକ ସରକାରୀ ଚାକିରିଆଙ୍କୁ ମିଳିଛି ଆଖିଦୃଶିଆ ସଫଳତା। ଚାକିରି ଛାଡ଼ିବା ପରେ ହେଉ, ବା ଅବସର; ରାଜନୀତି ମଇଦାନକୁ ଓହ୍ଲାଇ ଏମାନେ ଖାଲି ଜନସମର୍ଥନ ସାଉଁଟି ନାହାନ୍ତି, ନିଜ ଦଳର ସଂଗଠନକୁ ମଜବୁତ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ବାଲେଶ୍ବର ରାଜନୀତିରେ ବୟୋଜ୍ୟେଷ୍ଠ ରାଜନେତା ହେଲେ ବର୍ତ୍ତମାନର ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ। ୧୯୬୨ ମସିହାରେ ସେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ଯୋଗ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିଣୋଇ ଓ ସୁରକ୍ଷାକର୍ମୀଙ୍କୁ ବନ୍ଧୁକରେ ବନ୍ଧକ: ଆପାର୍ଟମେଣ୍ଟରୁ କାର୍‌ ଲୁଟି ବନ୍ଧାହେଲା ଶଳା

ପୁରୁଣା ଭୁବନେଶ୍ୱର: ଭିଣୋଇ ଓ ସୁରକ୍ଷାକର୍ମୀଙ୍କୁ ଖେଳଣା ବନ୍ଧୁକ ମୁନରେ ବନ୍ଧକ ରଖି ଆପାର୍ଟମେଣ୍ଟରୁ କାର୍‌ ନେଇଯିବା ଅଭିଯୋଗରେ ଆଜି ଏୟାର୍‌ଫିଲ୍ଡ ଥାନା ପୁଲିସ ଅଭିଯୁକ୍ତ ଶଳାକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅଧୀନ ବାସୁଦେବନଗରର ରୁଦ୍ର ପ୍ରସାଦ ମହାନ୍ତି(୩୨)। ଏୟାର୍‌ଫିଲ୍‌ଡ ଥାନା ପୁଲିସ ଗୋଡ଼ାଇ ଗୋଡ଼ାଇ ପିପିଲିଠାରେ ରୁଦ୍ରକୁ ଅଟକାଇ ତାକୁ ଗିରଫ କରିଥିଲା ଏବଂ କାର୍‌କୁ ଜବତ କରିଥିଲା। ଗୋଟିଏ ଖେଳଣା ବନ୍ଧୁକରେ ପୂରା ଆପାର୍ଟମେଣ୍ଟକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ପାଳନ: ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡ଼ିଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼,କଳାହାଣ୍ଡି, ନୂଆପଡ଼ା ଆଦି ସମେତ ୧୧ଟି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ଖୋଲିବାକୁ ପୁଣି ଦାବି କଲେ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ଖୋଲିବାକୁ ପୁଣି ଦାବି କରିଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ରତ୍ନଭଣ୍ଡାର ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ। ତେଣୁ ଏହାକୁ ତୁରନ୍ତ ଖୋଲାଯାଉ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁରୀ ଗସ୍ତରେ ଥିବା ବେଳେ ଆଜି ଭୋରରୁ ଶ୍ରୀମନ୍ଦିରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ। ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍ ଧରି ରହିବା ସହ ମଙ୍ଗଳ ଆଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଆଶିଷ ଲାଭ କରିଥିଲେ। ପବିତ୍ର କାର୍ତ୍ତିକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି: ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ ଚାଲିବ କାମ

ପୁରୀ: ହାଇକୋର୍ଟଙ୍କ ଆଦେଶ ପରେ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ତତ୍ପରତା ଦେଖାଇଛି। ନାଟମଣ୍ଡପର ଆବଶ୍ୟକ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ଏଏସ୍‌ଆଇକୁ ଏନ୍‌ଓସି ପ୍ରଦାନ କରିଛି। ସକାଳ ୬ଟାରୁ ରାତି ୧୦ଟା ଭିତରେ ମରାମତି କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଆସନ୍ତାକାଲିଠାରୁ ଭାରା ବନ୍ଧା ସହ ଅନ୍ୟାନ୍ୟ ପ୍ରାଥମିକ କାମ ଆରମ୍ଭ ହେବ। କାର୍ତ୍ତିକ ନୀତିକାନ୍ତି ଚାଲିଥିବାରୁ ଭିଡ଼ ଦେଖି ଏବେ କାମ ହେବ। କାର୍ତ୍ତିକ ମାସ ଓ ପଞ୍ଚୁକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଳକା ନଦୀ ସଂସ୍କାର ପ୍ରତି କାହାରି ଆନ୍ତରିକତା ନାହିଁ: ପ୍ରତିବର୍ଷ ୫ ଥର ବନ୍ୟା ସହ ଯୁଝୁଛନ୍ତି ଲୋକେ

ରବିନାରାୟଣ ଶତପଥୀବସ୍ତା-୨: ବର୍ଷରେ ଏକାଧିକ ଥର ଜଳକା ନଦୀ ଫୁଲେ। ବନ୍ୟାପାଣି ପଶି ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକ୍‌ ଓ ସଦର ବ୍ଲକ୍‌ର ଅନେକ ଗାଁ ସହ ହଜାର ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଥାଏ। ବନ୍ୟାଦାଉରୁ ସୁରକ୍ଷା ପାଇଁ ଦୀର୍ଘ ବର୍ଷ ହେଲା ଜଳକା ସଂସ୍କାର ଓ ଏହାର ଶାଖା କେନାଲ୍‌ଗୁଡ଼ିକର ପୁନରୁଦ୍ଧାର ପାଇଁ ଦାବି ହୋଇଆସୁଛି। ହେଲେ ଏଯାଏ କିଛି ସୁଫଳ ମିଳୁନି। ବସ୍ତା ବ୍ଲକ୍‌ର ଉତ୍ତର ପାର୍ଶ୍ବରେ ଚିରସ୍ରୋତା ସୁବର୍ଣ୍ଣରେଖା ରହିଥିବା ବେଳେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ମିଲର୍ସଙ୍କ ମନମାନି! ୪୭ ପ୍ରତିଶତ ମିଲର୍ସ ଫେରାଇ ନାହାନ୍ତି କଷ୍ଟମ୍‌ ମିଲିଂ ଚାଉଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମିଲର୍ସଙ୍କ ମନମାନି ଚାଲିଛି। ରବିରେ ସରକାର କିଣିଥିବା ଧାନ ମିଲର୍ସ ନେଇଥିଲେ। କଷ୍ଟମ୍‌ ମିଲିଂ କରି ଚାଉଳ ଫେରାଇବା କଥା। ହେଲେ ସମ୍ବଲପୁର ଜିଲ୍ଲାରେ ଏଯାଏଁ ନେଇଥିବା ଧାନ ବାବଦକୁ ଚାଉଳ ମାତ୍ର ୫୩ ପ୍ରତିଶତ ମିଲର୍ସ ଫେରାଇଛନ୍ତି। ପାଖାପାଖି ୪ ହଜାର କୁଇଣ୍ଟାଲ ଚାଉଳ ଏଯାଏଁ ମିଲର୍ସ ଫେରାଇ ନାହାନ୍ତି। ମିଲର୍ସ ଏତେ ପରିମାଣର ଚାଉଳ ଫେରାଇନଥିବା ପ୍ରସଙ୍ଗରେ ଯୋଗାଣ ବିଭାଗ ଏବଂ ଏଫ୍‌ସିଆଇ କର୍ତ୍ତୃପକ୍ଷଙ୍କ ଭିତରେ ଦୋଷ ଲଦାଲଦି ଆରମ୍ଭ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଡ୍ରୋନ୍‌ ସାହାଯ୍ୟରେ ଦୁର୍ଗମ ଅଂଚଳରେ ପହଞ୍ଚିବ ଔଷଧ, ଆଜି ହେବ ଉଦଘାଟନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳକୁ ଔଷଧ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନର ସହଯୋଗ ନେବ।ୟୁଏସଏଡ ଏବଂ ରେଡୱିଙ୍ଗ୍‌ ସଂସ୍ଥାର ସହଯୋଗରେ ଜିଲ୍ଲା ପ୍ରଶାସନ ପ୍ରଥମ କରି ଶୁକ୍ରବାର ଠାରୁ ଜିଲ୍ଲାର ଦୁଇଟି ବ୍ଲକ କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଔଷଧ ପଠାଇବ। ଏହା ସଫଳ ହେବା ପରେ ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଂଚଳକୁ ଔଷଧ ପଠାଯିବ ବୋଲି ଜଣାପଡିଛି। ଡ୍ରୋନ ଯୋଜନାରେ ଏହି କାର୍ଯ୍ୟକ୍ରମ ଶୁକ୍ରବାର ଉଦଘାଟନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି କଞ୍ଚାମାଲର ଅଭାବ; ବନ୍ଦ ହେବା ସମ୍ଭାବନାକୁ ଆସିଲାଣି କାଗଜକଳ!

ଜୟପୁର: ୫ମାସ ଧରି ବନ୍ଦ ହେବା ପରେ ପୁଣି ବହୁ କଷ୍ଠରେ ଚାଳୁ ହୋଇଥିଲା ଗାଗାନାପୁରସ୍ଥ କାଗଜକଳ। ସଂପ୍ରତି ମିଲର ଗୋଟିଏ ୟୁନିଟ୍ ଚାଳୁଛି। ଗୋଟିଏ ୟୁନିଟରୁ କାଗଜଉତ୍ପାଦନ ଆରମ୍ଭ ହେବା ପରେ ଜମା ରହିଥିବା କୋଇଲା ଓ କ୍ୟାମିକାଲ ଧୀରେଧୀରେ ସରି ଆସୁଥିବା ବେଳେ ନୂଆରେ ଆଉ କଂପାନି ଏସବୁ କିଣି ଆଉ ଆଣୁ ନାହିଁ। ଏହି ସ୍ଥିତିରେ ଆଉ ୨ରୁ ୩ଦିନ ପାଇଁ ହିଁ କଂଚାମାଲ ରହିଛି। ଏହି ସ୍ଥିତିରେ ଆଉ ବେଶିରେ ବେଶି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବରଗାପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମାଡ଼ିଗଲା ଟ୍ରକ୍, ବସ୍ ଚାଳକଙ୍କ ସମେତ ଚାଲିଗଲା ୩ଜଣଙ୍କ ଜୀବନ

ରେଢ଼ାଖୋଲ/ କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍ ଧକ୍କାରେ ବସ୍ ଚାଳକଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍ ଝାରସୁଗୁଡ଼ାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା। ରେଢ଼ାଖୋଲ ଓ କିଶୋର ନଗର ମଝିରେ ଥିବା ବରଗାପାଲିରେ ନିକଟରେ ବସର ଚକା ପଙ୍କଚର ହୋଇଯାଇଥିଲା। ଏହାପରେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡ଼ିଥିଲେ। ତେଣେ […]