ରାଜ୍ୟ ସ୍ପେଶାଲ ରିପୋର୍ଟ

ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍, ଷଣ୍ଢ ଆକ୍ରମଣରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ

ଭଦ୍ରକ: ଭଦ୍ରକରେ ଆଜି ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଦୁଇ ମହିଳାଙ୍କ ଜୀବନ ଯାଇଛି। ପ୍ରଥମ ଘଟଣାଟି ବନ୍ତ ଛକରେ ଘଟିଛି। ଏଠାରେ ଜଣେ ମହିଳାଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍। ମୃତ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କନକଲତା ଦାସ(୫୫) ଓ ତାଙ୍କ ଘର ଅଗରପଡ଼ା ବିଶଲପଟା ଗ୍ରାମରେ ବୋଲି ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ବସ୍ କୁ ଟାଉନ୍ ଥାନାରେ ଅଟକ ରଖାଯାଇଛି। ଡ୍ରାଇଭର ବି ଥାନାରେ ଅଟକ ରହିଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଧରମ ଝିଅକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

ଜଳେଶ୍ଵର: ଜଳେଶ୍ଵର ପୁଲିସ ଗତକାଲି ରାତିରେ ଧରମ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ କମର୍ଦ୍ଦା ଥାନା ଉଲୁଡା ଗ୍ରାମର ଅନନ୍ତ ପ୍ରଧାନ (୫୨) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।ବିବରଣୀରୁ ପ୍ରକାଶ ଯେ, ଭାରତୀ (ଛଦ୍ମନାମ)ବୟସ-୨୫ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ରହି ମାସିକ ଦରମାରେ ରୋଷେଇବାସ କରୁଥିଲେ। ସେହି ଘରର ଜଗୁଆଳି ଭାବେ ମଧ୍ୟ ଅନନ୍ତ ନିୟୋଜିତ ଥିଲେ। ଅନନ୍ତ ଓ ଭାରତୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତାଳଚେର ବାୟୁରେ କ୍ଷୁଦ୍ର ଧୂଳିକଣା ଭର୍ତ୍ତି: ସପ୍ତାହେ ପରେ ବି ସୁଧୁରିଲାନି

ଭୁବନେଶ୍ବର: ଦୀପାବଳିରେ ସୁପ୍ରିମକୋର୍ଟଙ୍କ କଟକଣା ମାନି ନ ଥିଲେ। ବେଧଡ଼କ ଭାବେ ବାଣ ଫୁଟାଇ ପରିବେଶକୁ ଏଭଳି ପ୍ରଦୂଷିତ କରିଥିଲେ ଯେ ତିନି ଦିନ ବାୟୁ ମଣ୍ଡଳ ସାରା ବିଷାକ୍ତ ବାୟୁ ଘୂରି ବୁଲିଥିଲା। ଭୁବନେଶ୍ବର ଓ କଟକ ସମେତ ବାରିପଦା, ବ୍ୟାସନଗର, ରାଉରକେଲା, ତାଳଚେର, କଟକ, ସମ୍ବଲପୁର, କେନ୍ଦୁଝର, ବାଲେଶ୍ବର ସହରର ଲୋକେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ପ୍ରଦୂଷଣ ମାତ୍ରା କିଭଳି କମାଯାଇପାରିବ ସେନେଇ ବିଭିନ୍ନ ସ୍ତରରେ ମାନସମନ୍ଥନ ହୋଇଥିଲା। ଅନୁଗୁଳ ଅବସ୍ଥା ତ ସାଂଘାତିକ ସ୍ତରକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରସୁଗୁଡ଼ାରେ କାଶ୍ମିରୀ କେଶର ଚାଷ : ରୋଜଗାରର ନୂଆ ରାସ୍ତା ଦେଖାଇଲେ ସୁଜାତା

ବିଲରେ ନୁହେଁ କି ଫାର୍ମ ହାଉସ୍‌ରେ ନୁହେଁ, ଝାରସୁଗୁଡ଼ା ଭଳି ଏକ ଉତ୍ତପ୍ତ ସହରରେ ଘର ଭିତରେ ଅତ୍ୟାଧୁନିକ ପଦ୍ଧତିରେ ବିଯୁକ୍ତ ତାପମାତ୍ରାରେ ହେଉଥିବା ‘କାଶ୍ମିରୀ ମୋଗ୍ରା କେଶର’ ଚାଷ କରି ଏବେ ଚର୍ଚ୍ଚାରେ ସ୍ଥାନୀୟ ମଙ୍ଗଳବଜାରର ସୁଜାତା ଅଗ୍ରୱାଲ। ଗତ ଜୁଲାଇରୁ ସୁଜାତା ଏହି କେଶର ଚାଷ ଆରମ୍ଭ କରିଥିବାବେଳେ ମାତ୍ର ୧୦/୧୦ର ଏକ କୋଠରିରୁ ସେ ପ୍ରାୟ ୧ କିଲୋ ଓଜନର ଉତ୍କୃଷ୍ଟମାନର କେଶର ଉତ୍ପାଦନ କରିସାରିଲେଣି। ଦେଶରେ ଚାହିଦାଠାରୁ କେଶରର ଉତ୍ପାଦନ କମ୍ […]

ଅପରାଧ ରାଜ୍ୟ

ଅଙ୍ଗ ଚୋରିକରି ହତ୍ୟା! ଆମ୍ବୁଲାନ୍ସରେ ଯାଇଥିଲେ ଡାକ୍ତରଖାନା, ଧାନ ବିଲରୁ ମିଳିଲା ଶବ

କଣ୍ଟାପଡ଼ା/ଭୁବନେଶ୍ବର: ଏପରି ଘଟଣା ଅନ୍ୟ କିଛି ରାଜ୍ୟରେ ଘଟିବାର ଖବର ଥିଲେ ହେଁ ଓଡ଼ିଶାରେ ପ୍ରାୟତଃ ଶୁଣା ଯାଏନାହିଁ। ଭୁବନେଶ୍ବରର ଜଣେ ଯୁବକ ଆମ୍ବୁଲାନ୍‌ସରେ ଡାକ୍ତରଖାନାକୁ ଯିବାପରେ ଉଭାନ ହୋଇଗଲେ। ପରିବାର ଲୋକ ପତ୍ତା ନପାଇ ପୁଲିସରେ ଖବର ଦେଲେ। ତାଙ୍କର କିଛି ଖୋଜଖବର ମିଳିଲାନି। ପୁଲିସ ମଧ୍ୟ ସେ ଦିଗରେ ବିଶେଷ ଆଗ୍ରହ ଦେଖାଇଲାନାହିଁ। ଶେଷରେ ନିଖୋଜ ହେବାର ୬ଦିନ ପରେ ଯୁବକଙ୍କର ମୃତଦେହ ସହର ବାହାରର ଏକ ସ୍ଥାନରୁ ଉଦ୍ଧାର କରାଗଲା। ତାଙ୍କ ପେଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାସ୍ତାରେ ଚାଲିଗଲା ୬ ଜୀବନ

କିଶୋରନଗର/ରେଢ଼ାଖୋଲ/ହିନ୍ଦୋଳ/କାମାକ୍ଷାନଗର: ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ୩ଟି ପୃଥକ୍‌ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ ଯାତ୍ରୀଙ୍କୁ ନେଇ ଘରୋଇ ବସ୍‌ ପ୍ରାଚୀ(ଓଡି-୨୩-ଇ-୬୬୯୬) ଗୁରୁବାର ରାତିରେ ଭୁବନେଶ୍ବର ଯାଉଥିବା ସମୟରେ ୫୫ ନମ୍ବର ଜାତୀୟ ରାଜପଥର ବୈରାଗୀପାଲି ନିକଟରେ ବିଳମ୍ବିତ ରାତିରେ ଖରାପ୍‌ ହୋଇଥିଲା। ଗାଡ଼ି ମରାମତି କରିବା ପାଇଁ ଡ୍ରାଇଭର୍‌ ଓ ହେଲପର୍‌ ଓହ୍ଲାଇଥିଲାବେଳେ କିଛି ଯାତ୍ରୀ ଶୌଚ ପାଇଁ ବାହାରକୁ ବାହାରିଥିଲେ। ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦୩୦ରେ ଆଇଭିଏଫ୍‌ର ରାଜଧାନୀ ହେବ ଭାରତ: ଓଡ଼ିଶାରେ ୬୦ରୁ ବେଶି ଆଇଭିଏଫ୍‌ କ୍ଲିନିକ୍‌

ଭୁବନେଶ୍ବର: ଭାରତ ବିକାଶଶୀଳରୁ ବିକଶିତ ରାଷ୍ଟ୍ର ହେବା ଆଡ଼କୁ ଅଗ୍ରସର ହେଉଥିବା ବେଳେ ନିଃସନ୍ତାନ ଏକ ବଡ଼ ସମସ୍ୟା ଭାବେ ଉଭା ହେଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଆକଳନ ଅନୁସାରେ ଭାରତରେ ନିଃସନ୍ତାନ ହାର ୧୫ ପ୍ରତିଶତରୁ ଅଧିକ ରହିଛି। ଏହି ସମସ୍ୟ‌ାର ସମାଧାନ କରିବା ଲାଗି ସାରା ଦେଶରେ ବହୁ ସଂଖ୍ୟାରେ ଆଇଭିଏଫ୍ କ୍ଲିନିକ୍ ଖୋଲୁଛି। ୨୦୩୦ ସୁଦ୍ଧା ଆଇଭିଏଫ୍ ଚିକିତ୍ସାରେ ଭାରତ ବିଶ୍ବର ରାଜଧାନୀ ଭାବେ ଉଭା ହେବ ବୋଲି ଆକଳନ କରାଯାଇଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତେଲୁଗୁ ପାଳିଲେ ନାଗଲୁ ଚଉତି : ଅଣ୍ଡା ପାଇଁ ଜୀବନକୁ ବିପଦରେ ପକାଉଛନ୍ତି ପିଲା

ଜୟପୁର: ଜୟପୁରରେ ତେଲୁଗୁ ସଂପ୍ରଦାୟର ଲୋକ ନାଗଚତୁର୍ଥୀ ବା ନାଗଲୁ ଚଉତି ପାଳନ କରିଛନ୍ତି। ଶହ ଶହ ସଂଖ୍ୟାରେ ମହିଳା ଓ ସେମାନଙ୍କ ପରିବାରବର୍ଗମାନେ ଆସି ସହର ପାର୍ଶ୍ବରେ ଥିବା ବିଭିନ୍ନ ଉଈ ହୁଙ୍କା ଓ ସାପଗାତ ଥିବା ସ୍ଥାନକୁ ଯାଇ ନାଗ ଦେବତାଙ୍କୁ ପୂଜା କରିଛନ୍ତି। ତେବେ ଏହି ଉଈ ହୁଙ୍କା ଓ ସାପ ବିଳାରେ ଲୋକେ ମାନସିକ ରଖି ଅଣ୍ଡା ଓ କ୍ଷୀର ପକାଇବାର ଅଳ୍ପ ସମୟ ମଧ୍ୟରେ କିଛି ବସ୍ତି ଅଂଚଳର ପିଲାମାନେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନ୍ଧାରରେ ଅଲୋଡ଼ା ନେତାଙ୍କ ଭାଗ୍ୟ ! ୨୦୨୪ରେ ହେବ କି କିଛି ପରିବର୍ତ୍ତନ

ଅନୁଗୁଳ (ପତିତପାବନ ସାହୁ) : ସାରା ରାଜ୍ୟରେ ଏକଦା ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ ଥିଲେ ରବି ନାରାୟଣ ପାଣି। ୨୦୦୯ରେ ସେ ପାଳଲହଡ଼ାରୁ ବିଧାୟକ ଭାବେ ଜିତି ଶାସକ ବିଜେଡିର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିଲେ। ବିଭିନ୍ନ ଜିଲ୍ଲାରେ ଦଳର ପର୍ଯ୍ୟବେକ୍ଷକ ଭାର ବି ସମ୍ଭାଳିଥିଲେ। କିନ୍ତୁ ଏକ ନାଟକୀୟ ଘଟଣା କ୍ରମରେ ୨୦୧୪ରେ ପାଲଲହଡ଼ାରୁ ମହେଶ ସାହୁଙ୍କୁ ବିଜେଡି ଟିକେଟ ଦିଆଯିବା ଫଳରେ ସେ ଦଳ ପାଇଁ ଅଲୋଡ଼ା ହୋଇଗଲେ। ଆଉ ଗତ ଏକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଳସୀ ପାଇଁ ନାହିଁ ବଜାର ସୁବିଧା: କ୍ଷେତ ହସୁଛି, ଚାଷୀ କାନ୍ଦୁଛି

ଜୟପୁର: ଔଷଧୀୟ ଗୁଣରେ ଭରପୂର ଅଳସୀ। ଯେଉଁଥି ପାଇଁ ବିଶ୍ବ ବଜାରରେ ଏହାର ଚାହିଦା ଢ଼େର୍‌ ରହିଛି। କିନ୍ତୁ ବଜାରୀକରଣ ପାଇଁ ସରକାରୀ ସ୍ତରରେ ନାହିଁ କୌଣସି ବ୍ୟବସ୍ଥା। ଯେଉଁଥି ପାଇଁ ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ। ଅଳସୀ ଚାଷ ପାଇଁ ପ୍ରସିଦ୍ଧ କୋରାପୁଟ ଜିଲ୍ଲା। ଏକଦା ଏହି ଜିଲ୍ଲାରୁ ବାର୍ଷିକ ୧୬.୫୫ ମେଟ୍ରିକ୍ ଟନ୍ ଅଳସୀ ଉତ୍ପାଦନ ହେଉଥିଲା। ହଳଦିଆ ରଙ୍ଗର ଫୁଲରେ କ୍ଷେତ ହସିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ […]