ରାଜ୍ୟ ସ୍ପେଶାଲ ରିପୋର୍ଟ

ଖରିଫ୍‌ ଧାନ ସଂଗ୍ରହ: ଏସ୍‌ଏଚ୍‌ଜିଙ୍କ ସଂଖ୍ୟା ୫୪୭କୁ ଖସିଲା

ଭୁବନେଶ୍ବର: ଗତବର୍ଷ ୭୧୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଖରିଫ ଧାନ ସଂଗ୍ରହ କରିଥିଲେ। ଚଳିତ ବର୍ଷ ଏହି ସଂଖ୍ୟା ୫୪୭କୁ ହ୍ରାସ ପାଇଛି। ମୟୂରଭଞ୍ଜ, ରାୟଗଡ଼ା, ନୟାଗଡ଼, ଗଜପତି, କନ୍ଧମାଳ, ଖୋର୍ଧା, କେନ୍ଦ୍ରାପଡ଼ା, କେନ୍ଦୁଝରରେ ଧାନ ସଂଗ୍ରହ ବ୍ୟବସ୍ଥାରେ କୌଣସି ଏସ୍‌ଏଚ୍‌ଜିଙ୍କୁ ସାମିଲ କରାଯାଇନାହିଁ। ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ ସମବାୟ ବିଭାଗ। ରାଜ୍ୟରେ ଧାନ ସଂଗ୍ରହରେ ଅଧିକ ଏସ୍‌ଏଚ୍‌ଜିଙ୍କୁ ସାମିଲ ପାଇଁ ନୀତି ଗ୍ରହଣ କରାଯାଇଛି। ଏଣୁ ଅଧିକ ସଂଖ୍ୟକ ଏସ୍‌ଏଚ୍‌ଜିଙ୍କୁ ଚିହ୍ନଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ବ ଏଡ୍‌ସ ଦିବସ: ଏବେ ବି ଠିକ୍‌ରେ ଔଷଧ ପାଉନାହାନ୍ତି ଏଚ୍‌ଆଇଭି ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଥିବା ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଠିକ୍‌ରେ ଔଷଧ ମିଳିପାରୁନି। ଏବେ ବାରିପଦାରେ ଏଭଳି ଅବସ୍ଥା ଉପୁଜିଛି। ପୂର୍ବରୁ ଅନୁଗୁଳରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ସାରା ବିଶ୍ବ ଆସନ୍ତାକାଲି ବିଶ୍ବ ଏଡ୍‌ସ ଦିବସ ପାଳନ କରିବାକୁ ଯାଉଥିବା ବେଳେ ଓଡ଼ିଶାରେ ଏଚ୍‌ଆଇଭି ଆକ୍ରାନ୍ତ(ପିଏଲ୍‌ଏଚ୍‌ଆଇଭି) ଏଭଳି ଅବସ୍ଥା ଦେଇ ଗତି କରୁଛନ୍ତି। ବାରିପଦା ଏଆରଟିରେ ଗତ ସପ୍ତାହ ହେବ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏକ ନିର୍ଦ୍ଦିଷ୍ଟ ଔଷଧ ମିଳୁନାହିଁ। ଏହି କେନ୍ଦ୍ରରୁ ମିଳିଥିବା ସୂଚନା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ସିବିରେ ରୋଗୀ ଚାପ ହ୍ରାସ ପାଇଁ ପଦକ୍ଷେପ: ହେପାଟୋଲୋଜି ଓ ଗ୍ୟା‌‌ଷ୍ଟ୍ରୋ-ମେଡିସିନ୍‌ ଓପିଡି ଏଣିକି ସପ୍ତାହ‌ରେ ତିନି ଦିନ

କଟକ: ଏସ୍‌ସିବି ସୁପରସ୍ପେଶାଲିଟି ଓପିଡିରେ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଓପିଡି କିନ୍ତୁ ବର୍ଷ ବର୍ଷ ହେଲା ପୁରୁଣା ଢାଞ୍ଚାରେ ଚାଲୁଥିଲା। ଯାହା ଫଳରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତର ସମସ୍ୟା ଦେଖାଯାଉଥିଲା। ଏହାକୁ ଦୂର କରିବା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ଓପିଡି ସଂଖ୍ୟା ବୃଦ୍ଧି କରିଛନ୍ତି। ଏବେ ସପ୍ତାହକୁ ଦୁଇ ଦିନ ବଦଳରେ ୩ଦିନ ହେପାଟୋଲୋଜି ଓ ଗ୍ୟା‌‌ଷ୍ଟ୍ରୋ -ମେଡିସିନ୍‌ ବିଭାଗର ଓପିଡି ହେବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି। ହେପାଟୋଲୋଜି ବିଭାଗର ମଙ୍ଗଳବାର, ଗୁରୁବାର ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଘଟଗାଁ ନିକଟରେ ଭୟଙ୍କର ଦୁର୍ଘଟଣା: ଘଟଣାସ୍ଥଳରେ ୭ ମୃତ, ୮ ଗୁରୁତର

କେନ୍ଦୁଝର: ସକାଳୁ ସକାଳୁ ଘଟଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ଭ୍ୟାନ୍। ତାରିଣୀଙ୍କ ଦର୍ଶନ ପାଇଁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରୁ ଆସୁଥିବା ଏକ ଉଇଙ୍ଗର ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୭ ମୃତ ଓ ଏକାଧିକ ଆହତ। ସୂଚନା ଅନୁସାରେ, ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଆସୁଥିବା ଏକ ଉଇଙ୍ଗର ଭ୍ୟାନ‌ ମନ୍ଦିରର ମାତ୍ର ତିନି କିଲୋମିଟର ପୂର୍ବରୁ ବାଲିଯୋଡ଼ିଠାରେ ରାସ୍ତା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କଲେଜ ସ୍ତରରୁ ଆଇଏଏସ୍‌ କୋଚିଂ: ଖର୍ଚ୍ଚ ବହନ କରିବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ କଲେଜ ସ୍ତରରୁ ଆଇଏଏସ୍ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଯେପରି ଓଡ଼ିଆ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବ ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷଠାରୁ ଶିକ୍ଷାନୁଷ୍ଠାନରେ ମାଗଣା କୋଚିଂର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ପାଠପଢ଼ା ସହ ପିଲାମାନେ ୟୁପିଏସ୍‌ସି, ଓପିଏସ୍‌ସି ପରି ପ୍ରତିଯୋଗିତା ମୂଳକ ପରୀକ୍ଷା ଲାଗି ପ୍ରସ୍ତୁତି କରିବେ। ପ୍ରତିଦ୍ବନ୍ଦିତା ମୂଳକ ନିଯୁକ୍ତି ପରୀକ୍ଷାର ବିଷୟବସ୍ତୁକୁ ପାଠ୍ୟକ୍ରମରେ ସାମିଲ କରିବାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୌରବ ଫେରିପାଇଲା ‘ଉତ୍କଳ’: ୩.୨୬ ସ୍କୋର ସହ ‘ଏ+’ ଗ୍ରେଡ୍‌

ଭୁବନେଶ୍ବର: ନ୍ୟାସନାଲ୍‌ ଆସେସ୍‌ମେଣ୍ଟ୍‌ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌(ନାକ୍‌)ରେ ଉପରକୁ ଉଠିଛି ଉତ୍କଳ ବିଶ୍ବବିଦ୍ୟାଳୟ। ୨୦୧୬ ମସିହାରେ ୩.୫୩ ସ୍କୋର ସହ ‘ଏ+’ ଗ୍ରେଡ୍‌ ମାନ୍ୟତା ହାସଲ କରିଥିବା ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ ନିଜର ସ୍ଥିତି ବଜାୟ ରଖିବା‌ରେ ସକ୍ଷମ ହୋଇଛି। ନାକ୍‌ ପୁନଃଯାଞ୍ଚ ପରେ ବିଶ୍ବବିଦ୍ୟାଳୟ ୩.୨୬ ସ୍କୋର ସହ ‘ଏ+’ ଗ୍ରେଡ୍‌ ହା‌ତେଇଛି। ରେୱାସ୍ଥିତ ଏପିଏସ୍‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ଆର୍‌.ଏମ୍‌ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୧୯ରୁ ୨୧ ମଧ୍ୟରେ ନାକ୍‌ ପ୍ରତିନିଧି ଦଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସବୁ ଜିଲ୍ଲାର ବିକାଶ ହେଲେ ଓଡ଼ିଶାର ବିକାଶ ହେବ: ରାଜ୍ୟପାଳ

ଭୁବନେଶ୍ବର: ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଇତିମଧ୍ୟରେ ଭୁବନେଶ୍ବର ପୂର୍ବ ଭାରତର ଶିକ୍ଷା ହବ୍ ପାଲଟିଛି। ଏବେ ଆହ୍ବାନ ହେଉଛି- ନୂଆ ଶିକ୍ଷା ନୀତି ଆଧାରରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ନିର୍ଦ୍ଦିଷ୍ଟ ନୀତି ଆଣିବାକୁ ହେବ। ଓଡ଼ିଶାର ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ‌ରେ ପରିଣତ କରିବାକୁ ହେବ। ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ରେ ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ୮ମ ‘ଓଡ଼ିଶା ନିର୍ମାଣ କନକ୍ଲେଭ୍‌’ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଶା ସାମ୍ନାରେ ଏଭଳି ଗୋଟିଏ ବଡ଼ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲିଯାତ୍ରାରେ ମଧୁ ମଞ୍ଚ ବନ୍ଦ: ଅଧିକ ଟଙ୍କା ପାଇଁ ନିଲାମ କରି ଦେଲେ ଜାଗା!

କଟକ: ଅଧିକ ଦରରେ ବ୍ୟବସାୟୀଙ୍କୁ ଜାଗା ନିଲାମରେ ଦେବେ ବୋଲି ମଧୁ ମଞ୍ଚ ଆୟୋଜନକୁ ବନ୍ଦ କରି ଦେଲେ? ୧୯୯୫ରୁ ପ୍ରତିବର୍ଷ ବାଲିଯାତ୍ରା ପଡ଼ିଆରେ ଉତ୍କଳ ସମ୍ମିଳନୀ ମହାନଗର ଶାଖା ପକ୍ଷରୁ ପ୍ରସ୍ତୁତ ହେଉଥିବା ମଧୁ ମଞ୍ଚ ଏଥର ବନ୍ଦ ହୋଇଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଗଠନ ମୂଳକ ପ୍ରତିଯୋଗିତା ଏହି ମଞ୍ଚ ଜରିଆରେ ଆୟୋଜନ ହୋଇ ଆସୁଥିବା ବେଳେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲିଯାତ୍ରାର ଚତୁର୍ଥ ସଂଧ୍ୟା: କମାଲ୍ କଲେ ଡାକ୍ତର ରୋହନ, ସୋହିନୀ ମିଶ୍ର, କୁଲଦୀପ୍ ଓ ଶୀତଲ

କଟକ: ଇଣ୍ଡିଆନ ଆଇଡଲରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଡାକ୍ତର ରୋହନ ବିଶ୍ବାଳଙ୍କ ସଂଗୀତର ମୂର୍ଚ୍ଛନା ଆଉ ଶୀତଲ ପାତ୍ରଙ୍କ ନୃତ୍ୟ ବିଚିତ୍ରା ଗୁରୁବାର ସଂଧ୍ୟାରେ ବୈଷ୍ଣବ ପାଣି ମଞ୍ଚ ସମ୍ମୁଖ ଦର୍ଶକଙ୍କ ମନରେ ଉତ୍ସାହ, ଉତ୍କଣ୍ଠା ଆଉ ଉନ୍ମାଦନା ଭରି ଦେଇଥିଲା। ଡାକ୍ତର ବିଶ୍ବାଳଙ୍କ କଣ୍ଠ ନିସୃତ ‘ନଜା ନଜା ରାଧିକା…, କେସେ ହୁଆ ତୁ ଇତ୍‌ନା ଜରୁରୀ… ଭଳି ହିଟ୍ ଗୀତ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ପ୍ରଦାନ କରିଥିଲା। ଡାକ୍ତର ବିଶ୍ବାଳ ନିଜେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଜ ଦମ୍‌ରେ କୋଟିପତି: ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ଆଶିଷ, ରିତେଶ

ଭୁବନେଶ୍ବର: ନିଜ ଦମ୍‌ରେ କୋଟିପତି ହୋଇଥିବା ଦେଶର ଶ୍ରେଷ୍ଠ ୨୦୦ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି ହୋଇଛି। ଆଇଡିଏଫ୍‌ସି ଓ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ ଓଡ଼ିଶାରେ ଜନ୍ମ ହୋଇଥିବା ଦୁଇ ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଅଫ୍‌ବିଜନେ୍‌ସ ଓ ଅକ୍ସିଜୋର ସହ ପ୍ରତିଷ୍ଠାତା ଆଶିଷ ମହାପାତ୍ର ଏବଂ ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍‌। ରିପୋର୍ଟ ଅନୁସାରେ ରୁଚି କାଲ୍‌ରା, ବସନ୍ତ ଶ୍ରୀଧର, ଭୁବନ ଗୁପ୍ତା ଓ ନିତୀନ ଜୈନଙ୍କ ସହ […]