ରାଜ୍ୟ ସ୍ପେଶାଲ ରିପୋର୍ଟ

ଇତିହାସ ପୃଷ୍ଠାରୁ: ୧୯୫୭ରେ ବି ଥିରାନୀ, ଏଥର କଳାହାଣ୍ଡି-ବଲାଙ୍ଗୀରରୁ

ପାଞ୍ଚବର୍ଷ ପରେ ୧୯୫୭ ମସିହାରେ ପୁଣି ଲୋକସଭା ନିର୍ବାଚନ ହେଲା। ବରଗଡ଼ ଲୋକସଭାମଣ୍ଡଳୀ ବାଦ୍‌ ପଡ଼ି ସମ୍ବଲପୁର ଦ୍ବୈତ ଲୋକସଭାମଣ୍ଡଳୀରେ ସେ ଅଞ୍ଚଳ ସମତେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ‌ସିନ୍ଧେକେଳା, କଟାବାଞ୍ଜି, ତୁରେଇକେଳା ଥାନା ବ୍ୟତୀତ ସମଗ୍ର ବଲାଙ୍ଗୀର ଜିଲ୍ଲା ଓ ସମ୍ବଲପୁର, ହୀରାକୁଦ (ଜମଡ଼ା) ଧମା, ବୁର୍ଲା ଓ ମହାଦେବପାଲି (ହୀରାକୁଦ ଜଳମଗ୍ନ) ଥାନା ରହିଲା। ବଲାଙ୍ଗୀର ନାମରେ କୌଣସି ନିର୍ବାଚନମଣ୍ଡଳୀ ରହିଲା ନାହିଁ। କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ ହେଲା ଓ ସେ ମଧ୍ୟରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁକ୍ତା ଯୋଜନାରେ ଅଧିକାରୀଙ୍କ ଖେଳ; କାମ ପାଉଛନ୍ତି ଏସ୍‌ଏଚ୍‌ଜି, କରୁଛନ୍ତି ଠିକାଦାର

ରାଜଗାଙ୍ଗପୁର: ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନାରେ ସେମାନଙ୍କୁ ବିଭିନ୍ନ ଠିକା କାମ ପ୍ରଦାନ ନିଷ୍ପତ୍ତି ନେଇଛନ୍ତି। ହେଲେ ଏଠାରେ ଏହାର ଦାୟିତ୍ବରେ ଥିବା କାର୍ଯ୍ୟାନ୍ବୟନ ଅଧିକାରୀ ଜଣକ କାର୍ଯ୍ୟାଦେଶ ପାଉଥିବା ଏସ୍‌ଏଚ୍‌ଜି ମାନଙ୍କୁ ଠିକାଦାରଙ୍କ ଜରିଆରେ କାମ କରାଇବା ପାଇଁ ପ୍ରବର୍ତ୍ତାଉଛନ୍ତି। ଏହାକୁ ନେଇ ୫-ଟି ବିଭାଗରେ ଅଭିଯୋଗ ​ମଧ୍ୟ ହୋଇଛି। ରାଜଗାଙ୍ଗପୁର ପୌରପାଳିକାରେ ଚଳିତ ବର୍ଷ ୪୨ଟି କାମ ପାଇଁ ମୋଟ ୩ କୋଟି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ: ନିର୍ଣ୍ଣାୟକ ହେବ ସଂଖ୍ୟାଲଘୁ ଭୋଟ

ଫୁଲବାଣୀ (ରଞ୍ଜନ ପ୍ରଧାନ) : କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀଟି ଜିଲ୍ଲାର ଅନ୍ୟ ଦୁଇ ନିର୍ବାଚନମଣ୍ଡଳୀ ଠାରୁ ଭିନ୍ନ। ଏହି ନିର୍ବାଚନମଣ୍ଡଳୀରେ ସର୍ବଦା ସଂଖ୍ୟାଲଘୁ ଭୋଟ୍‌ ହିଁ ନିର୍ଣ୍ଣାୟକ ଭୂମିକା ନେଇଥାଏ। ଅତୀତରେ କଂଗ୍ରେସ ବହୁବର୍ଷ ଧରି ଏହାର ଫାଇଦା ଉଠାଇ ଚାଲିଥିବା ବେଳେ ଶାସକ ବିଜେଡି ମଧ୍ୟ ସାଲୁଗା ପ୍ରଧାନଙ୍କୁ ପ୍ରାର୍ଥୀ କରି ଲାଭବାନ ହୋଇଛି। ଯଦିଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ତଥା ଦଙ୍ଗା ପରବର୍ତ୍ତୀ ସମୟରେ ଏବଂ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ ଓ ପୁରୀ ବସ୍‌ଷ୍ଟାଣ୍ଡକୁ ମୋ ବସ୍ ଏକ୍ସପ୍ରେସ୍ ସେବା

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି ।ବିମାନବନ୍ଦର ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ପୁରୀ ବସ୍‌ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଫ୍ଲାଟ୍ ୨୦୦/- ଟଙ୍କା ଟିକେଟ୍ ମୂଲ୍ୟ ରହିଛି । ସେପରି କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ଜାତୀୟ ପୁରସ୍କାର: ଓଡ଼ିଶାରୁ ପାଇଲେ ଚାରି ଶିକ୍ଷା ଅଧିକାରୀ 

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଚାରିଜଜଣ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ବିଭିନ୍ନ ବର୍ଷ (୨୦୨୦ -୨୦୨୧ ଓ ୨୦୨୧ -୨୦୨୨ ) ପାଇଁ ମିଳିଛି ସମ୍ମାନଜନକ ଜାତୀୟ ପୁରସ୍କାର। ଏହି ତାଲିକାରେ ଅଛନ୍ତି କଟକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ, ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ, ବାଲିପାଟଣା ତଥା ବର୍ତ୍ତମାନର ଉପ ନିର୍ଦ୍ଦେଶକ ମହେଶ୍ଵର ସାହୁ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନଷ୍ଟ ହେଉଛି କରିଡର; ବଢ଼ୁଛି ହାତୀ-ମଣିଷ ଲଢେଇ, ଖୋର୍ଦ୍ଧା ବନଖଣ୍ଡରେ ବର୍ଷକରେ ହାତୀ ଆକ୍ରମଣରେ ୭ ମୃତ

ଖୋର୍ଦ୍ଧା: ୧୦-୧୫ ବର୍ଷ ପୂର୍ବେ ଖୋର୍ଦ୍ଧା ବନଖଣ୍ଡରେ ଏକଦା ୪୨ଟି ହାତୀ ସ୍ବଚ୍ଛନ୍ଦରେ ବୁଲୁଥିଲେ। ହାତୀ ସହ ମଣିଷର କାଁଭାଁ ମୁହାଁମୁହିଁ ହେଉଥିଲା।  ୬ ଥାକିଆ ୧୬ ନମ୍ବର ଜାତୀୟ ରାଜପଥ, ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳପଥର ନିର୍ମାଣ, ଜଙ୍ଗଲ ଜମିରେ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖନନ ଯୋଗୁଁ ହାତୀର ନିୟମିତ ଚଲାପଥରେ ବାଧକ ସୃଷ୍ଟି ହେଲା। ବର୍ତମାନ ହାତୀ ଜନବସତି ମୁହାଁ ହୋଇଛି। ଫଳରେ ମଣିଷ-ହାତୀର ଲଢ଼େଇ ବୃଦ୍ଧି ପାଉଛି। ତଥ୍ୟାନୁସାରେ ଗତ ୩ ବର୍ଷରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଟ୍ରିକ ପରୀକ୍ଷା ହେବ ସହଜ! ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ହେଲା ନମୁନା ପ୍ରଶ୍ନପତ୍ର

ଭୁବନେଶ୍ବର: ୨୦୨୪ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ଏହି ପ୍ରଶ୍ନପତ୍ର ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗକୁ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ପ୍ରଶ୍ନପତ୍ରଗୁଡ଼ିକୁ ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ପଠାଇବା ସହ ସମସ୍ତ ପିଲାଙ୍କ ନିକଟରେ ପହଞ୍ଚାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶକ ନିର୍ଦେଶ ଦେଇଛନ୍ତି । ମାଟ୍ରିକ ପରୀକ୍ଷା ଅନୁଯାୟୀ ଓଡ଼ିଆ, ଇଂରାଜି, ହିନ୍ଦୀ, ସଂସ୍କୃତ, […]

ରାଶିଫଳ

ମେଷ

ମେଷ: ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ। ନୂଆ କାମ କରିବାକୁ ଆଗ୍ରହୀ ଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ। ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ। ‌

ରାଶିଫଳ

ବୃଷ

ବୃଷ: ପ୍ରତିଟି କାମ ମନଦେଇ କଲେ ସଫଳତା ପାଇବେ। ଜୀବନସାଥୀଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ। ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ।‌

ରାଶିଫଳ

ମିଥୁନ

ମିଥୁନ: ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ନିତିଦିନିଆ କାମ ସହଜରେ ପୂରା ହୋଇଯିବ। ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ।