ରାଜ୍ୟ ସ୍ପେଶାଲ ରିପୋର୍ଟ

ମଦ ବ୍ୟବସାୟୀଙ୍କୁ ଆୟକର ଛାଟ: ୨୦୦କୋଟି ଜବତ

ଭୁବନେଶ୍ବର / ରାଉରକେଲା / ସୁନ୍ଦରଗଡ଼ /ରାୟଗଡ଼ା/ବୌଦ୍ଧ: ଘର ଚଟାଣ ହେଉ କି ପଲଙ୍କ; ରୋଷେଇ ଘର, ଡ୍ରଇଂରୁମ୍‌ ଯେଉଁଠି ହାତ ମାରିଲେ ସେଠି ପୁଳା ପୁଳା ଟଙ୍କା ବିଡ଼ା। ଆୟକର ଫାଙ୍କି ଅଭିଯୋଗରେ ଆଜି ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ ବିଭିନ୍ନ ଶାଖାରେ ଚଢ଼ଉ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୧୦୦ଟଙ୍କିଆ ନୋଟ୍‌ ଠାରୁ ଆରମ୍ଭ କରି ୨୦୦, ୫୦୦ ଟଙ୍କିଆ ନୋଟର ବିଡ଼ା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମହୋଦଧି ଦିବସ ଆଜି: ପ୍ଲାଷ୍ଟିକ୍‌ ବର୍ଜ୍ୟରେ ସମୁଦ୍ର ବିଷାକ୍ତ

ପୁରୀ: ପ୍ଲାଷ୍ଟିକ୍‌ ବର୍ଜ୍ୟ ସମୁଦ୍ର ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା ନଦୀ ମୁହାଣ ଦେଇ ସମୁଦ୍ର ମଧ୍ୟକୁ ଯାଉଛି। ଏହା ଦ୍ବାରା ମାଛ ଓ ସାମୁଦ୍ରିକ ଜୀବମାନେ ପ୍ରଭାବିତ ହେଉଛନ୍ତି। ଏପରିକି କିଛି ମାଛ ପଲିଥିନ ଜେଲି ଭାବି ଗିଳି ଦେଉଛନ୍ତି, ଯାହାକୁ ଲୋକେ ଖାଇ ରୋଗର ଶିକାର ହେଉଛନ୍ତି। ସାମୁଦ୍ରିକ ପରିସଂସ୍ଥା ସୁରକ୍ଷା ଲାଗି କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ସଚେତନ କରାଯାଉଛି। ଅଥଚ ପ୍ଳାଷ୍ଟିକ୍‌ରେ ରୁନ୍ଧି ହୋଇଯାଉଥିବା ସାମୁଦ୍ରିକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚିନ୍ତାରେ ଚାଷୀ : କ୍ଷୀର ଧରିବା ବେଳେ ସ୍ପଳ୍ପବୃଷ୍ଟି, ଅମଳ ବେଳେ ଲଘୁଚାପ ବର୍ଷା

ଖୋର୍ଦ୍ଧା: କଥାରେ ଅଛି କାହାର ପୁଷ ମାସ ତ କାହାର ସର୍ବନାଶ। ପୌଷ-ମାର୍ଗଶିର ମାସ ଧାନ ଫସଲର ଏକ ଗୁରୁତ୍ବପୂର୍ଣ୍ଣ ସମୟ। ପୌଷ ମାସରେ ଧାନ ପାଚିବା ଆରମ୍ଭ କରେ ଓ ମାର୍ଗଶିର ମାସରେ ଚାଷୀ ଧାନ ଅମଳ କରିଥାଏ। ଧାନ ପାଚିବା ସମୟରେ କ୍ଷେତରେ ପାଣି ଅଧିକ ହେଲେ କ୍ଷତି ଓ କମିଲେ ମଧ୍ୟ କ୍ଷତି। ସେହିଭଳି ଅମଳ ବେଳେ ବର୍ଷା ହେଲେ ବର୍ଷକର ପରିଶ୍ରମ ନଷ୍ଟ ହେବା ଆଶଙ୍କା ରୁହେ। ଏଭଳି ସ୍ଥିତିରେ ଚଳିତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏମିତି ବି ମୃତ୍ୟୁ ଆସେ: ଗଛ ଡାଳ ପଡ଼ି ଯୁବକଙ୍କ ମୃତ୍ୟୁ, ଏକାସଙ୍ଗେ ଘରୁ ଉଠିଲା ବାପ ପୁଅଙ୍କ କୋକେଇ

ବୋରିଗୁମ୍ମା: ବାପାଙ୍କ ଶେଷକୃତ୍ୟ ପାଇଁ କାଠ ଯୋଗାଡ଼ କରୁଥିଲେ। କିନ୍ତୁ ମୃତ୍ୟୁ ରୂପରେ ଉପରୁ ଖସି ପଡ଼ିଲା ଗଛ ଡାଳ। ଆଜି ସକାଳେ କୋରାପୁଟ ଜିଲ୍ଲା ବୋରିଗୁମ୍ମା କାମତା ଗାଁର ଲକ୍ଷ୍ମଣ ମଣ୍ଡଳଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ପୁଅ ବେଣୁ ମଣ୍ଡଳଙ୍କ ମୃତ୍ୟୁ ଗ୍ରାମବାସୀଙ୍କୁ ହତ୍‌ବାକ କରିଦେଇଛି। ଘରୁ ଗୋଟିଏ ବଦଳରେ ଉଠିଲା ଦୁଇ ଦୁଇଟି କୋକେଇ। ଗାଁ ଶ୍ମଶାନରେ ବାପପୁଅଙ୍କ ଏକାସଙ୍ଗେ ଶବଦାହ ହୋଇଛି। ଏହି ଅଭାବନୀୟ ଘଟଣା ପରେ ପରିବାରଙ୍କ ଆଖିରୁ ଲୁହ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆର୍‌ଏମ୍‌ସି ପ୍ଲାନିଂ ନିୟମକୁ ଫୁଃ: ନିର୍ମାଣ ଚାଲିଛି ବହୁତଳ କୋଠା, ବନ୍ଦ ନୋଟିସ୍‌ ସତ୍ବେ ଚାଲିଛି କାମ

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପ୍ଲାନିଂ ନିୟମକୁ ଫୁଃ କରି ଦେଉଛନ୍ତି ସହରର କିଛି କୋଠା ମାଲିକ। ମନଇଚ୍ଛା ତିଆରି କରିଚାଲିଛନ୍ତି ବହୁତଳ କୋଠା। ଆର୍‌ଏମ୍‌ସି ପ୍ଲାନିଂ ବିଭାଗର ଅଧିକାରୀଙ୍କ ତାଗିଦ୍‌ ସତ୍ବେ ନିର୍ମାଣ କାମ ବନ୍ଦ କରୁନାହାନ୍ତି। ରାଉରକେଲା ଡେଲିମାର୍କେଟର ବେଆଇନ ନିର୍ମାଣକାରୀ ଦିଲୀପ କୁମାର ସାହୁ ଓ ଦୀନବନ୍ଧୁ କୁଣ୍ଡୁଙ୍କୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ କାମ ବନ୍ଦ କରିବାକୁ ନୋଟିସ୍‌ ଜାରି କରିଛନ୍ତି। ଦିଲୀପ କୁମାର ସାହୁଙ୍କୁ ନିର୍ମାଣ କାମ ବନ୍ଦ କରିବା ସହ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୋଟିଏ ଦସ୍ତଖତରେ ଲଟକିଛି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ସାଂସଦ

ଜୟପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଏ ଦସ୍ତଖତରେ ଲଟକି ରହିଛି  ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ  ସ୍ଥାପନ। ତେବେ  କେଉଁ କାରଣ ପାଇଁ ଜୟପୁରରେ ଏହି ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଚାହୁଁ ନାହାନ୍ତି ଏହି ପ୍ରଶ୍ନ ଜୟପୁର ସହରବାସୀଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଛି। ଗତ କିଛି ବର୍ଷ ଧରି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ, ଜୟପୁର ପ୍ରେସ କ୍ଲବ  ପକ୍ଷରୁ ବି ଦାବି କରାଯାଇଥିଲା। ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଜନଶତାବ୍ଦୀ ଏକ୍ସପ୍ରେସ୍

କଟକ: ଆଜି ସକାଳେ କଟକ ରେଳ ଷ୍ଟେସନରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଓ ଧୂଆଁ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରୁ ହାୱଡ଼ା ଯାଉଥିବା ଜନଶତାବ୍ଦୀ ଟ୍ରେନରେ ହଠାତ୍ ପ୍ରବଳ ଧୂଆଁ ବାହାରିଥିଲା। କଟକ ଷ୍ଟେସନରେ ଛିଡ଼ା ହୋଇଥିବାବେଳେ ଟ୍ରେନ୍ ବଗ ତଳୁ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା। ତେବେ ଏତେ ମାତ୍ରାରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ଆରପିଏଫ୍ ଓ ଅଗ୍ନିଶମ ବାହିନୀର ତତ୍ପରତା ପାଇଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୂଲ ଲାଗୁଛନ୍ତି ଜାତୀୟ କବାଡ଼ି ଖେଳାଳି: ନମିତାଙ୍କ ପରେ ସୁନିତାଙ୍କ କରୁଣ କାହାଣୀ

ବଲାଙ୍ଗୀର: ମହିଳା କବାଡ଼ି ଟିମ୍‌ର ଅଧିନାୟିକା ରହି ଜାତୀୟ ସ୍ତରରେ ଗୌରବ ଆଣିଥିବା ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଗମ୍ଭାରୀଗୁଡ଼ା​ ଗାଁର ନମିତା ଭୋଇ ଛେଳି ଚରାଉଥିବା ଖବର ଜଣାପଡ଼ିବା ପରେ ସାରା ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏବେ ବି ନମିତାଙ୍କ ସ୍ଥିତିରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ। ସେଇ ଗୁଡ଼ଭେଲା ବ୍ଲକର ଆଉ ଜଣେ ଗୌରବ ହେଲେ ସୁନିତା ମାଝି (୨୨)। ସୁନିତା ତାଣ୍ଡିଗାଁର ଝିଅ। ସେ ଜାତୀୟ ସ୍ତରରେ କବାଡ଼ି ଖେଳିଥିଲେ। ରାଜ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତଳସରାରେ ଗଜାଧରଙ୍କ ଉତ୍ତରାଧିକାରୀ ଖୋଜା

ଡମ୍ବରୁଧର ନାୟକ ସୁନ୍ଦରଗଡ଼: ୧୯୬୧ରେ ଗଠିତ ତଳସରା ବିଧାନସଭା କ୍ଷେତ୍ର ଗଣତନ୍ତ୍ର ପରିଷଦ ପରେ କଂଗ୍ରେସର ଅଭେଦ୍ୟ ଗଡ଼ ହୋଇ ରହିଥିଲା। ଏଠାରେ ବର୍ତ୍ତମାନ ସୁଦ୍ଧା ୧୪ ଥର ନିର୍ବାଚନ ହୋଇଥିବାବେଳେ ସର୍ବାଧିକ ୯ ଥର କଂଗ୍ରେସ ବିଜୟୀ ହୋଇଛି। ୧୯୭୪ରେ କଂଗ୍ରେସର ପ୍ରେମାନନ୍ଦ କାଲୋଙ୍କ ବିଜୟ ପରେ ଦଳର ଜଣେ ଜନପ୍ରିୟ ବିଧାୟକ ଭାବେ ସ୍ବର୍ଗତ ଗଜାଧର ମାଝୀ ଏଠାରୁ ୫ ଥର ନିର୍ବାଚିତ ହୋଇଥିଲେ। ୨୦୦୬ ମେ ୨୫ରେ ଗଜାଧରଙ୍କ ଦେହାନ୍ତ ପରେ ତାଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମେଲାଣି ନେଲା ଭୁବନେଶ୍ୱର ବାଲିଯାତ୍ରା

ବାରଙ୍ଗ: ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବର ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ଅନନ୍ୟା ଶ୍ରୀତମ ନନ୍ଦଙ୍କ ରୋମାଣ୍ଟିକ ସଂଗୀତ। ଏଥିସହିତ ଓଡିଶୀ ସଂକୀର୍ତ୍ତନ, ଉଦ୍ୟମାନ କଳା ପରିଷଦ ଡାନ୍ସ ଗ୍ରୁପର ନୃତ୍ୟ ଆଦି ମଧ୍ୟ ଦର୍ଶକଙ୍କୁ ବେଶ୍ ଝୁମାଇଥିଲା। ବାଲିଯାତ୍ରାରେ ଲୋକପ୍ରିୟ କଳାକାରଙ୍କ ନୃତ୍ୟ ଓ ସଂଗୀତ ସାଙ୍ଗକୁ ୯୦୦ ଷ୍ଟଲ ଓ ୨୨୦ଟି ଉଠା ଦୋକାନରୁ ବିକାକିଣା କରି, ଦୋଳି ଖେଳ ଆଦିର ମଜାନେଇ ୨୦୨୩ର ଭୁବନେଶ୍ବର ବାଲିଯାତ୍ରାକୁ ମେଲାଣି ଦେଇ ଫେରିଛନ୍ତି ଦର୍ଶକ। ଶେଷ […]