କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କରୋନା ଲାଗି ବଜାରରୁ ଚାଇନା କ୍ୟାଣ୍ଡେଲ୍ ଓ ଦୀପ ଗାଏବ, ଏବେ ମହମବତୀ ବେପାରକୁ ଓହ୍ଲାଇଛନ୍ତି ବାଣ ବ୍ୟବସାୟୀ

ଭଦ୍ରକ ୧୧।୧୧: ଆସୁଛି ଆଲୋକର ପର୍ବ ଦୀପାବଳୀ । କରୋନା କଟକଣା ମଧ୍ୟରେ ପାଳିତ ହେବ ଦୀପାବଳୀ । ବାଣ ଫୁଟିବନି, କିନ୍ତୁ ଜଳିବ ଦୀପ । ସରକାରଙ୍କ କଟକଣା ପରେ ଦୀପ କାରିଗରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ମାନେ ଆସ୍ୱସ୍ଥୀ ଅନୁଭୂବ କରିଛନ୍ତି । ସେପଟେ ବାଣ ବ୍ୟବସାୟୀ ଓହ୍ଲାଇଛନ୍ତି ମହମବତୀ ବେପାରକୁ । ତେବେ ଏଥର କରୋନା ମହାମାରୀରେ ବଜାରରୁ ଉଭେଇଯାଇଛି ଚାଇନା କ୍ୟାଣ୍ଡେଲ୍‌ ଓ ଦୀପ । କରୋନା ମହାମାରୀ ସମୟରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୪୬୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୧୧।୧୧: ରାଜ୍ୟରେ କମୁନାହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୨୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୦୫୦୦୦ଜଣ କରୋନା ଆକ୍ରାନ୍ତ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶୋଇବା ପୂର୍ବରୁ ଏହା ପିଇଲେ ଭଲ ନିଦ ହୁଏ ଓ ଶରୀରର ଓଜନ ବଢିନଥାଏ

ଅନେକ ଲୋକ ବିଳମ୍ବିତ ରାତ୍ରି ଯାଏଁ ଚେଇଁବାରେ ଅଭ୍ୟସ୍ତ। ସେମାନେ ଏହି ସମୟରେ କାମ କରିଥାନ୍ତି କି ଟିଭି ଦେଖନ୍ତି ଅଥବା ପଢ଼ାପଢ଼ି କରିଥାନ୍ତି। ସେମାନେ ରାତିରେ ଢ଼େର ଡେରିରେ ବି ଖାଇଥାନ୍ତି ଏବଂ ତାପରେ ଶୋଇଥାନ୍ତି। ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। କିନ୍ତୁ ଏମିତି କିଛି ପାନୀୟ ଅଛି, ଯାହାକୁ ଶୋଇବା ପୂର୍ବରୁ ପିଇଲେ, ଓଜନ ବୃଦ୍ଧି ପାଇବ ନାହିଁ। ପ୍ରଥମଟି ହେଲା ଦୁଗ୍ଧ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ୧,୦୦୦ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ୨୪ଘଣ୍ଟାରେ ୯୮୭ କରୋନା ସଂକ୍ରମିତ ଚିହ୍ନଟ, ୧୩ମୃତ

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ କମ୍‌ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୧,୦୦୦ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୮୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୪୧୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ର‌ାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବଜାରକୁ ଆସିଲା ହିରୋ ଏକ୍ସଟ୍ରିମ୍ ୨୦୦ଏସ ବିଏସ-୬ ବାଇକ୍ : ନୂଆ ଫିଚର୍ ନୂଆ ଷ୍ଟାଇଲ୍, ଦାମ୍ ୧ ଲକ୍ଷ ୧୫ ହଜାରରୁ ଆରମ୍ଭ

ନୂଆଦିଲ୍ଲୀ, ୧୦|୧୧: ହିରୋ ମୋଟରକପ୍ ମଙ୍ଗଳବାର ବିଏସ-୬ ଇଞ୍ଜିନ୍ ବିଶିଷ୍ଟ ଏକ୍ସଟ୍ରିମ୍ ୨୦୦ଏସ୍ ଲଞ୍ଚ୍ କରିଛି । ଏହି ପ୍ରିମିୟମ ମୋଟରସାଇକେଲ ବଜାରରେ କେଟିଏମ ୨୦୦ ଡ୍ୟୁକ୍ ଓ ବଜାଜ ପଲସର୍ ୨୦୦ ଏନଏସ ସହ ପ୍ରତିଯୋଗିତା କରିବ । ଏହାସହ ଟିଭିଏସ ଆପାଚି ଆରଟିଆର ୨୦୦ ୪ଭି ଏ ପଲସର୍ ଆରଏସ୨୦୦କୁ ମଧ୍ୟ ଏହି ବାଇକ୍ କଡା ଟକ୍କର ଦେବ । ନୂଆ କରି ଲଞ୍ଚ୍ ହୋଇଥିବା ଏକ୍ସଟ୍ରିମ୍ ୨୦୦ ବିଏସ-୬ର ପ୍ରାରମ୍ଭିକ ମୂଲ୍ୟ ରହିଛି […]

ଖେଳ ଦେଶ ବିଦେଶ

ଆଇପିଏଲ ଫାଇନାଲରେ ବୋଲିଂ କରିବେ ନାହିଁ ହାର୍ଦ୍ଦିକ ପାଣ୍ଡ୍ୟା ! ଜାଣନ୍ତୁ କାହିଁକି…

ଦୁବାଇ, ୧୦।୧୧: ମଙ୍ଗଳବାର ଆଇପିଏଲ-୨୦୨୦ ଫାଇନାଲରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଆଜିର ମ୍ୟାଚରେ କିନ୍ତୁ ବୋଲିଂ କରିବେ ନାହିଁ ମୁମ୍ବାଇର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କାରଣ ସେ ବୋଲିଂକୁ ନେଇ ଏତେ ସହଜ ମନେ କରୁନାହାଁନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ରୋହିତ କହିଛନ୍ତି ଯେ, ବୋଲିଂ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଛାଡି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜଧାନୀରୁ ଆଉ ୬୩ କୋଭିଡ୍ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୯୩

ଭୁବନେଶ୍ୱର ୧୦।୧୧: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୬୩ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୩୭ରେ ପହଞ୍ଚିଛି । ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୫ ଜଣ ରହିଥିବା ବେଳେ ୪୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୯୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୮୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ […]

ଧର୍ମ

ଧନତେରସରେ ନିଶ୍ଚିତ ସଫା କରନ୍ତୁ ଘରର ଏହି ୪ଟି ସ୍ଥାନ, ଚମକିବ ଭାଗ୍ୟ

ଦାପାବଳି ପୂର୍ବରୁ ଲୋକ ଘରକୁ ସଫା କରିବା ଆରମ୍ଭ କରି ଦିଅନ୍ତି । ତେବେ, କଣ ଆପଣ ଜାଣନ୍ତି ଧନତେରସ୍ ଦିନ ଘରର କିଛି ଖାସ୍ ସ୍ଥାନ ରହିଛି ଯାହାକୁ ସଫା କରିବାର ବଡ଼ ମହତ୍ତ୍ୱ ରହିଛି । ଏମିତି କରିବା ଦ୍ୱାରା ଆପଣଙ୍କ ଆମଦାନୀ, ଆପଣଙ୍କ ଧନ-ସମ୍ପତ୍ତି ଓ ଭାଗ୍ୟରେ ଭଗବାନ ଧନ୍ୱନ୍ତରୀ, କୁବେର ଦେବ ଓ ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ି ଚମକି ଉଠିବ । ବାସ୍ତୁ ଅନୁସାରେ ଘରର ଐଶାନ କୌଣ […]

କଳା ଓ ସଂସ୍କୃତି ଧର୍ମ

ଦୀର୍ଘ ୪୯୯ ବର୍ଷ ପରେ ପଡ଼ିଛି ଧନତରାସର ଏମିତି ସଂଯୋଗ, ଜାଣନ୍ତୁ କେଉଁ ସମୟରେ ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ମିଳିବ…

ନୂଆଦିଲ୍ଲୀ: ଦୀପାବଳିର ଦୁଇ ଦିନ ପୂର୍ବରୁ ପଡ଼ୁଥିବା ଧନତରାସ ପର୍ବ ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ପାଳନ କରାଯିବ। ତ୍ରୟୋଦଶୀର ଉଦୟା ତିଥି ଏବଂ ପ୍ରଦୋଷ କାଳ କାରଣରୁ ୪୯୯ ବର୍ଷ ପରେ ଏହିପରି ଯୋଗ ସୃଷ୍ଟି ହେଉଛି । ଏହା ପୂର୍ବରୁ ୧୫୨୧ ମସିହାରେ ଏହିପରି ଯୋଗ ସୃଷ୍ଟି ହୋଇଥିଲା । ଏଥର ୧୩ ନଭେମ୍ବରରେ ଧନତରାସ ସହ ସନ୍ଧ୍ୟାରେ ନରକ ଚତୁର୍ଦଶୀ ପାଇଁ ମଧ୍ୟ ପୂଜା କରାଯିବ। ୧୪ତାରିଖ ଦିନ ସ୍ୱାତୀ ନକ୍ଷତ୍ରରେ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କ୍ୟାରିୟରରେ ଉନ୍ନତି ଲାଗି ସୁଯୋଗ ପାଇବେ। ପଡ଼ୋଶୀ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ପରିବାରରେ ଧର୍ମ କାର୍ଯ୍ୟ ପାଇଁ ଯୋଜନା କରିବେ। ବୃଷ: ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ନୂଆ ଲୋକମାନଙ୍କ ସହିତ ମିଶିବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଖୁସି ଖବର ମିଳିବ। ମିଥୁନ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟରେ ସବୁ କିଛି ଭଲ ହେବ। କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ। କର୍କଟ: ଆତ୍ମବିଶ୍ବାସ ଅତୁଟ […]