ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷା‌ ହେଲେ ଉଡୁନି ବିମାନ, ଗଡ଼ୁନି ରେଳ

ଜୟପୁର: ଗମନାଗମନର ବିକାଶ ହେଲେ ଯେ କୌଣସି ଅଂଚଳର ସାମଗ୍ରୀକ ବିକାଶ ହୋଇ ପାରିବ। ତେବେ ଏଥିରେ ପ୍ରକୃତି ବି ‌ସଂପୁର୍ଣ୍ଣ ରୁପେ ସହଯୋଗ କରି ଆସିବା କଥା। ନଚେତ ଅତ୍ୟାଧୁନିକ ବିଜ୍ଞାନ ଓ ବୈଷୟିକ ପ୍ରଯୁକ୍ତି ବିଦ୍ୟାକୁ ପ୍ରୟୋଗ କରି ଆନୁସଙ୍ଗକି ଭିତ୍ତିଭୂମିକୁ ସଂପୁର୍ଣ୍ଣ ରୁପେ ସୁଧାରିବାକୁ ପଡ଼ିବ। ଏହା ହୋଇ ପାରି ନଥିବାରୁ ସାମାନ୍ୟ ବର୍ଷା ହେବା ମାତ୍ରକେ ଜୟପୁର ବିମାନବନ୍ଦରରୁ ବିମାନ ଉଡିପାରୁନି କି ଓହ୍ଲାଇପାରୁନି। ‌ସେଭଳି କେକେଆର ଓ କେଆର ଲାଇନରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାନ୍ଦବାଲିରେ ଏଥର ବଡ଼ ଲଢ଼େଇ: ବିଜେପି ରାଜ୍ୟ ସଭାପତି ମନମୋହନ ବନାମ ବିଜେଡି ରାଜ୍ୟ ଯୁବ ସଭାପତି ବ୍ୟୋମକେଶ

ଭଦ୍ରକ: ୨୦୨୪ ସାଧାରଣ ନିର୍ବାଚନରେ ଚର୍ଚ୍ଚାରେ ରହିବ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଧାନସଭା କ୍ଷେତ୍ର। ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ରାଜ୍ୟ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଏଠାରୁ ଲଢିବା ଆପାତତଃ ଥୟ। ଉଭୟ ରାଜ୍ୟ ରାଜନୀତିରେ ବେଶ ପରିଚିତ ନାଁ। ତେଣୁ ଏଠାରେ ବରିଷ୍ଠ ଓ କନିଷ୍ଠଙ୍କ ଭିତରେ ବିଗ୍ ଫାଇଟ୍‌ ଦେଖିବାକୁ ମିଳିବ। ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଦୁହେଁ ପ୍ରାକ୍ ପ୍ରସ୍ତୁତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ରେନଲାଇନରେ କଟି ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ରେଳଷ୍ଟସନର ରେଳ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ରଏ (୨୮)(ସିଗନାଲ ଯନ୍ତ୍ରୀ) ରଙ୍ଗବତୀ ଟ୍ରେନ ଯୋଗେ ନୂଆପଡ଼ା ରେଳ ଷ୍ଟେସନ ରାତ୍ରି ୧୦ଟା ବେଳେ ପହଞ୍ଚିଥିଲେ। ସିଗନାଲ ମରାମତି କାମ ସାରି ବିଲମ୍ବିତ ରାତ୍ରିରେ ନୂଆପଡ଼ା ରେଳ ଷ୍ଟେସନରୁ ଲଖନା ଅଭିମୁଖେ ଏକ ମାଲବାହୀ ଟ୍ରେନରେ ଫେରିଥିଲେସେ ଲଖନା ଷ୍ଟେସନରେ ପହଞ୍ଚି ନିଜ ଷ୍ଟାଫଘରକୁ ଯିବା ସମୟରେ ରେଳଲାଇନ ପାର ହେଉଥିବା ସମୟରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କ୍ୱାର୍ଟର୍ସରୁ ମୃତଦେହ ଉଦ୍ଧାର

କୋକସରା: କଳାହାଣ୍ଡି ଜିଲ୍ଲାରେ ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାଯାଇଛି। ଆଜି ମୁଖିଗୁଡା ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ଜୟପାଟଣା ପୁଲିସ। ମୃତକ ଜଳ ସଂପଦ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର କାର୍ଜି। ସେ ଇନ୍ଦ୍ରାବତୀ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ବୋଲି ଜଣାଯାଇଛି। ତାଙ୍କ ଘର ପାରଳାଖେମୁଣ୍ଡିରେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଜୟପାଟଣା ପୁଲିସ ବ୍ୟବଚ୍ଛେଦ ଲାଗି ଶବକୁ ଡାକ୍ତରଖାନାକୁ ପଠାଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚକଲେଟ ଦେବାର ପ୍ରଲୋଭନ ଦେଖାଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଯୁବକ: ବାନ୍ଧିଲା ସୋର ପୁଲିସ

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ଅଡଙ୍ଗବଜ଼ାର ଫକବାବୁ ହାଟ ନିକଟରେ ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଉତ୍ତମ ମଧ୍ୟମ ଦେଇ ପୁଲିସକୁ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁସାରେ ଗ୍ରାମର ମହେଶ୍ବର ଧଡ଼ା (୨୧) ଆଜି ସକାଳେ ଘର ପାଖରେ ଥିବା ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଖେଳୁଥିବା ବେଳେ ଚକଲେଟ ଦେବାର ପ୍ରଲୋଭନ ଦେଖାଇ ଘର ନିକଟରେ ଥିବା ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ପରେ ଶିଶୁକନ୍ୟାଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଲୁପ୍ତ ପ୍ରାୟ ଇରାୱାଡି ଡଲଫିନ୍ : ଚିଲିକାରେ ପର୍ଯ୍ୟଟନ ଋତୁରେ ମୋଟରଚାଳିତ ଡଙ୍ଗା ଭୟ

ଖୋର୍ଦ୍ଧା: ପୃଥିବୀର ସର୍ବବୃହତ ଲୁଣା ହ୍ରଦ ଓ ଦେଶର ପ୍ରଥମ ରାମସର ଯୋଜନାରେ ସଂରକ୍ଷିତ ଚିଲିକାକୁ ଏବେ ପର୍ଯ୍ୟଟକଙ୍କ ସୂଅ ଛୁଟୁଛି। ପର୍ଯ୍ୟଟକଙ୍କ ଗହଳି ବଢ଼ିବା ସହ ଚିଲିକାର ବିରଳ ଜୀବଜନ୍ତୁଙ୍କ ଉପରେ ବିପଦ ମଧ୍ୟ ଘ‌ନଉଛି। ଯଦିଓ ଚିଲିକାରେ ବିଦେଶୀ ବିରଳ ପକ୍ଷୀଙ୍କ ଶିକାର ଘଟଣା ଭଳି ବିଲୁପ୍ତ ପ୍ରାୟ ଇରାୱାଡି ଡଲଫିନର ଶିକାର ଘଟଣା ଗତ ଦୁଇ ଦଶନ୍ଧୀ ମଧ୍ୟରେ ଦେଖାଯାଇନାହିଁ, କିନ୍ତୁ ଚିଲିକାରେ ବେଧଡ଼କ ମୋଟରଚାଳିତ ଡଙ୍ଗାର ‌ବ୍ୟବହାର ଯୋଗୁଁ ସେମାନଙ୍କ ଉପରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇତିହାସ ପୃଷ୍ଠାରୁ: ୧୯୭୭ ବିଧାନସଭା ନିର୍ବାଚନ, ଢେଙ୍କାନାଳ ଉପରେ ଥିଲା ନଜର

ସାରା ଦେଶରେ ୧୯୭୧ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା। ନିୟମ ଅନୁଯାୟୀ ପରବର୍ତ୍ତୀ ନିର୍ବାଚନ ୧୯୭୬ରେ ହେବା କଥା। ମାତ୍ର ୧୯୭୫ରେ ଜରୁରୀକାଳୀନ ଅବସ୍ଥା ଜାରି ହେବାରୁ ନିର୍ବାଚନକୁ ଗଡ଼ାଇ ଦିଆଯାଇଥିଲା। ଇନ୍ଦିରାଙ୍କୁ ହରାଇ କେନ୍ଦ୍ରରେ ଜନତା ପାର୍ଟି ନେତୃତ୍ବାଧୀନ ସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶା ସମେତ ୯ଟି କଂଗ୍ରେସ ମନ୍ତ୍ରିମଣ୍ଡଳକୁ ଭଙ୍ଗ କରାଯାଇଥିଲା। ରାଷ୍ଟ୍ରପତି ଶାସନ ଜାରି ଅବସ୍ଥାରେ ୧୯୭୭ ଜୁନ୍‌ ମାସରେ ଏହି ରାଜ୍ୟଗୁଡ଼ିକରେ ଏକକାଳୀନ ନିର୍ବାଚନ ହୋଇଥିଲା। ଏହା ଥିଲା ଓଡ଼ିଶାର ସପ୍ତମ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୋଇବା ଘରୁ ଶବ ଉଦ୍ଧାର ଘଟଣା: ବୋହୂ, ଭିଣୋଇ ଓ ବାପାଙ୍କୁ ଉଠାଇନେଲା ପୁଲିସ

ବାରଙ୍ଗ: ବୋହୂ ତା’ର ବାପଘର ଲୋକଙ୍କ ସହିତ ମିଶି ହତ୍ୟାକରିଛି ଶାଶୂକୁ। ମଙ୍ଗଳବାର ବିଳମ୍ବିତ ରାତିରେ ବାରଙ୍ଗା ଥାନା ମଧୁପୁର ଗ୍ରାମର ଚତୁର୍ଭୂଜ ସାହୁଙ୍କ ପତ୍ନୀ ସଚିତ୍ରା ସାହୁ (୫୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଧୀରେ ଧୀରେ ଏଭଳି ତଥ୍ୟ ସ୍ପଷ୍ଟ ହେବାରେ ଲାଗିଛି। ପୁଲିସ ବୋହୂ, ତା’ର ଭିଣୋଇ ଓ ବାପାଙ୍କୁ ଥାନାକୁ ଆଣି ଜେରା କରୁଛି। ରାତିରେ ଗୋଟିଏ ଘରେ ଶାଶୂ-ବୋହୂ ଶୋଇଥିବା ବେଳେ ସକାଳେ ଶାଶୂଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଖଟ ଉପରୁ […]

ରାଶିଫଳ

ମେଷ

ମେଷ: ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ। ନୂଆ କାମ କରିବାକୁ ଆଗ୍ରହୀ ଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ। ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ।

ରାଶିଫଳ

ବୃଷ

ବୃଷ: ପ୍ରତିଟି କାମ ମନଦେଇ କଲେ ସଫଳତା ପାଇବେ। ଜୀବନସାଥୀଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ। ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ।‌