କଳା ଓ ସଂସ୍କୃତି ଧର୍ମ

‘ନରକ’ର ବିନାଶକାରିଣୀ- ନାରୀ

କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ଆଲୋକର ପର୍ବ ଭାବରେ ସାରା ଭାରତରେ ପାଳିତ ହୁଏ। ଏହି ଚତୁର୍ଦ୍ଦଶୀକୁ ନରକ ଚତୁର୍ଦ୍ଦଶୀ, କାଳୀ ଚୌଦାସ, ରୂପ ଚୌଦାସ, ଛୋଟି ଦିୱାଲି, ନରକ ନିର୍ବାଣ ଚତୁର୍ଦ୍ଦଶୀ, ଭୂତ ଚତୁର୍ଦ୍ଦଶୀ, ଅଭ୍ୟଙ୍ଗ ସ୍ନାନ ଚତୁର୍ଦ୍ଦଶୀ ଆଦି ନାମରେ ନାମିତ କରାଯାଇଥାଏ। ଏହା ଶିବ ଚତୁର୍ଦ୍ଦଶୀ ହେଲେ ହେଁ, କଥିତ ଅଛି ଯେ ଏହି ଦିନରେ ଶୁଦ୍ଧସ୍ନାନ କରି ଶ୍ରୀବିଷ୍ଣୁ ଓ ମା’ କାଳୀଙ୍କୁ ଦୀପଦାନ କରି ପୂଜା କଲେ ମନୁଷ୍ୟକୁ ନରକ ଭୋଗ […]

ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୧୪ ମାସରେ ତିଆରି ହୋଇଛି କଙ୍ଗନାଙ୍କ ଲେହେଙ୍ଗା

ବଲିଉଡ୍‌ କ୍ବିନ୍‌ କଙ୍ଗନା ରନାୱତ ଆଜି ନିଜ ଭାଇ ଅକ୍‌ସଦ୍‌ଙ୍କ ବିବାହରେ କୌଣସି ରାଣୀଙ୍କଠାରୁ କମ୍‌ ଲାଗୁନଥିଲେ। ତାଙ୍କ ପାରମ୍ପରିକ ଗୁଜୁରାଟୀ ବାନ୍ଧିନୀ ଲେହେଙ୍ଗା ସହ ସବ୍ୟସାଚ୍ଚୀ ଡିଜାଇନର୍‌ ‌ଅଳଙ୍କାର ତାଙ୍କୁ ରାଜକୀୟ ଲୁକ୍‌ ଦେଉଥିଲା। ହେଲେ ଆପଣ ଜାଣିଛନ୍ତି କି, କଙ୍ଗନାଙ୍କ ଏହି ଲେହେଙ୍ଗା ତିଆରି କରିବାକୁ ଡିଜାଇନର୍‌ମାନଙ୍କୁ ୧୪ ମାସ ସମୟ ଲାଗି ଯାଇଥିଲା। କଙ୍ଗନା ନିଜେ ତାଙ୍କ ଲେହେଙ୍ଗା ସମ୍ପର୍କରେ ଟ୍ବିଟର୍‌ରେ ସୂଚନା ଦେଇ କହିଛନ୍ତି, ଏହା ଡିଜାଇନର୍‌ ଅନୁରାଧା ବକିଲଙ୍କ ସର୍ଜନା। […]

ଦେଶ ବିଦେଶ ମନୋରଞ୍ଜନ

ଆସୁଛି ଅର୍ଚ୍ଚିତାଙ୍କ ‘ଦୁର୍ଗତିନାଶିନୀ’

ପ୍ରତି ଥର ଭଳି ଏଥର ବି ଜୀ ସାର୍ଥକ ନେଇଆସିଛି ମନୋରଞ୍ଜନର ନୂଆ ପସରା। ‘ଜୀ ସାର୍ଥକ ସୁପରଷ୍ଟାର୍ ସୁପର୍ ସିନେମା’ର ତୃତୀୟ ଅବଦାନ ‘ଦୁର୍ଗତିନାଶିନୀ’ ଖୁବ୍‌ ଶୀଘ୍ର ପରଦାକୁ ଆସିବ। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଟେଲିଭିଜନ୍‌ରେ ଏହାର ପ୍ରିମିୟର୍‌ ପ୍ରସାରିତ ହେବ। ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଅକ୍ଷୟ ପରିଜାଙ୍କ ଦ୍ବାରା ନିର୍ମିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜା ଡି। ପାପର ଭାର ଅଧିକ ହେଲେ ଅଧର୍ମ ଉପରେ […]

ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳରେ ୫ ନବାଗତ

ମେଲବର୍ନ: ବହୁ ପ୍ରତୀକ୍ଷିତ ଭାରତ ଟେଷ୍ଟ୍ ଶୃଙ୍ଖଳା ଲାଗି ଗୁରୁବାର ଘୋଷଣା କରିଥିବା ୧୮ ଜଣିଆ ଦଳରେ ୫ ଜଣ ନବାଗତ ଓ ଅନକ୍ୟାପ୍‌ଡ (ଯେଉଁମାନେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି) ଖେଳାଳିଙ୍କୁ ସ୍ଥାନ ଦେଇଛି କ୍ରିକେଟ୍‌ ଅଷ୍ଟ୍ରେଲିଆ। ଟିମ୍ ପେନଙ୍କ ନେତୃତ୍ବାଧୀନ କଙ୍ଗାରୁ ଦଳରେ ଦୁଇ ପ୍ରତିଭାବାନ ଯୁବ ତାରକା ୱିଲ୍ ପକୋଭକ୍ସି ଓ କ୍ୟାମେରୁନ୍ ଗ୍ରିନ୍ ରହିଛନ୍ତି। ଅନ୍ୟ ୩ ଜଣ ହେଲେ ଦ୍ରୁତ ବୋଲର ସିନ୍ ଆବୋଟ, ଲେଗ୍ ସ୍ପିନର ମିଚେଲ ସ୍ବିପସନ୍ […]

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

ଅଷ୍ଟ୍ରେଲିଆ ପହଞ୍ଚିଲା ଟିମ୍‌ ଇଣ୍ଡିଆ, ରୋହିତ ଶର୍ମା ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଯିବେ ସଂଗରୋଧରେ ରଗ୍‌ବି କିଂବଦନ୍ତିଙ୍କ ସୁଟ୍‌ ପାଇବେ କୋହଲି, ଅଳ୍ପ କେତେକ ଖେଳାଳିଙ୍କ ପରିବାରକୁ ଅନୁମତି ମିଳିଛି

ସିଡ୍‌ନି: ଆଇପିଏଲ୍‌ ଖେଳିସାରି ଦୁବାଇରୁ ବିରାଟ କୋହଲିଙ୍କ ନେତୃତ୍ବାଧୀନ ୨୫ ଜଣିଆ ଶକ୍ତିଶାଳୀ ଭାରତୀୟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚିଯାଇଛି। ସ୍ବତନ୍ତ୍ର ବିମାନରେ ଯାତ୍ରା କରିଥିବା ଟିମ୍‌ ଇଣ୍ଡିଆ ସିଡ୍‌ନିରେ ପାଦ ଥାପିଛି। ଭାରତୀୟ ଦଳ ସହ ଅଷ୍ଟ୍ରେଲୀୟ ତାରକା ଡେଭିଡ୍‌ ୱର୍ନର, ଷ୍ଟିଭ୍‌ ସ୍ମିଥ୍‌, ପ୍ୟାଟ୍‌ କମିନ୍ସ ମଧ୍ୟ ଦୁବାଇରୁ ସିଡ୍‌ନିରେ ପହଞ୍ଚିଛନ୍ତି। ଆଇପିଏଲ୍‌ରୁ ଫେରିଥିବା ଅଷ୍ଟ୍ରେଲୀୟ ଖେଳାଳିମାନେ ନଭେମ୍ବର ୨୨ ତାରିଖରୁ ଜାତୀୟ ଶିବିରରେ ଯୋଗଦେ‌ଇ ଅଲଗା ଅଲଗା ଭାବେ ପ୍ରଶିକ୍ଷଣ ନେବେ। ନଭେମ୍ବର […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜନୀତି

ଏ ବର୍ଷ ଦୀପାବଳି ଜୈସାଲମେର୍ ସୀମାରେ ଯବାନଙ୍କ ସହ ପାଳନ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ସାରା ଦେଶରେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯଦିଓ ମହାମାରୀ କରୋନା ସଂକ୍ରମଣ‌ ପାଇଁ ଏ ବର୍ଷ ବାଣ ଫୁଟାଇବା ଉପରେ କଟକଣା ରହିଛି ମାତ୍ର ଦୀପାବଳି ପାଳନର ମାନସିକତା ଲୋକଙ୍କ ଭିତରେ ସେହିପରି ରହିଛି। ପିଠାମିଠାରେ ପାଳନ କରାଯିବ ଏ ବର୍ଷର ଦୀପାବଳି ଉତ୍ସବ। ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଜୈସାଲମେର୍ ସୀମାରେ ଯବାନଙ୍କ ସହ ମିଶି ଏ ବର୍ଷ ଦୀପାବଳି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ତିନିଥର ପ୍ଲାଜମା ଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇଲେ ଗଞ୍ଜାମର କରୋନା ଯୋଦ୍ଧା

ଭୁବନେଶ୍ବର : ଓଡ଼ିଶାର ଜଣେ କରୋନା ଯୋଦ୍ଧା ତିନିଥର ପ୍ଲାଜମା ଦାନ କରି ରାଜ୍ୟରେ ବିରଳ ଉଦାହରଣ ସ୍ଥାପନ କରିଛନ୍ତି । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର ଏନ.ଡମ୍ବରୁ ରେଡ୍ଡୀ । ସେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜଠାରେ ଥିବା ପ୍ଲାଜମା ବ୍ୟାଙ୍କରେ ତିନିଥର ପ୍ଲାଜମା ଦାନ କରିଛନ୍ତି । ଏହା ଦ୍ବାରା ସେ ୬ଟି ଅମୂଲ୍ୟ ଜୀବନ ବଞ୍ଚାଇ ପାରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର:ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସୂଚନାଯୋଗ୍ୟ ଯେ ନିକଟରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି ଏବଂ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନିଃଶୁଳ୍କ ଅନଲାଇନ୍ ଶିକ୍ଷା ଦିଆଯିବ

ଭୁବନେଶ୍ବର: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଓଡ଼ିଶାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ ଶିକ୍ଷା ଦେବ। ଏ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଟିସିଏସ୍ ଚୁକ୍ତି ସ୍ୱାକ୍ଷରିତ କରିଛି । ତେବେ ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଓ ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ନବମ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆରବ ସାଗରରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ ସ୍କର୍ପିନ୍ ବୁଡ଼ା ଜାହାଜ INS VAGIR

ମୁମ୍ବାଇ ୧୨।୧୨: ପଡୋଶୀ ଦେଶମାନଙ୍କ ସହ ସୀମା ବିବାଦ ଯୋଗୁ ଜାରି ଉତ୍ତେଜନାରେ ଭାରତ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହି କ୍ରମରେ ମୁମ୍ବାଇ ମଝଗାଁବ ଡକରେ ସ୍କର୍ପିନ୍ ଶ୍ରେଣୀୟ ପଞ୍ଚମ ବୁଡାଜାହାଜ ଆଇଏନଏସ ବଗିର ଗୁରୁବାର ନୌସେନାରେ ସାମିଲ ହୋଇଛି। କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଇକ୍‌ ଭିଡିଓ କନଫରେନସିଂ ମାଧ୍ୟମରେ ବୁଡାଜାହାଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ କରିଛନ୍ତି। ଏହି ବୁଡାଜାହାଜ ହୀନ୍ଦ ମହାସାଗରରେ ଭାରତର ସୀମା ସୁରକ୍ଷା କରିବ। ଏହି ସାଗରର […]