ରାଜ୍ୟ ସ୍ପେଶାଲ ରିପୋର୍ଟ

ମଦ ପାଇଁ ଓଡ଼ିଶା ବଦନାମ: ଟଙ୍କା ଜବତରେ ରେକର୍ଡ

ଭୁବନେଶ୍ବର: ୪୦ଟି ଛୋଟ ବଡ଼ ମେସିନ୍‌ରେ ଦିନରାତି ଚାଲିଛି ଗଣତି। କାଳେ କୌଣସି ମେସିନ୍ ଖରାପ ହୋଇଯିବ, କାମ ଅଟକିଯିବ; ସେଥିପାଇଁ କର୍ମଚାରୀ ଜଗି ବସିଛନ୍ତି। ବ୍ୟାଙ୍କ ଯାଏ ଟଙ୍କା ପହଞ୍ଚିବାରେ ଯେମିତି କିଛି ସମସ୍ୟା ନ ହୁଏ, ସେଥିଲାଗି ପରିବହନ ବିଭାଗ ଜରିଆରେ ଅଧିକ ଗାଡ଼ି ନିୟୋଜିତ କରାଯାଇଛି। ସେପଟେ ଛୁଟି ସତ୍ତ୍ବେ ୫୦ରୁ ଅଧିକ ବ୍ୟାଙ୍କ କର୍ମଚାରୀ ଦିନରାତି ଏକ କରି ବିଡ଼ା ପରେ ବିଡ଼ା ଗଣା ଜାରି ରଖିଛନ୍ତି। ମଦ ବେପାରୀଙ୍କ ପ୍ରତିନିଧି, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ଟିଏଫ୍‌ ଜାଲରେ ଦୁଇ ଚାଲାଣକାରୀ: ପ୍ଲାଷ୍ଟିକ୍‌ ଜାର୍କିନ୍‌ରୁ ବଜ୍ରକାପ୍ତା ଉଦ୍ଧାର

ଗୁଣପୁର/ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍‌ ଆଖୁସିଂ ଗାଁ ନିକଟରୁ ଏସ୍‌ଟିଏଫ୍‌ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି। ଗୋଟିଏ ବଡ଼ ପ୍ଲାଷ୍ଟିକ୍‌ ଜାରକିନ୍‌ ମଧ୍ୟରେ ବଜ୍ରକାପ୍ତାକୁ ରଖି ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ମାଫିଆଙ୍କ ସହ ୫ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା। ବଜ୍ରକାପ୍ତା ପ୍ରାୟ ୩ଫୁଟ୍‌ ଲମ୍ବା ଏବଂ ଓଜନ ୬କିଲୋ ୯୦୦ଗ୍ରାମ ବୋଲି ଗୁଣପୁର ପ୍ରାଣୀ ଚିକିତ୍ସକ ଡା. ରାଧେଶ୍ୟାମ ଦାଶ ସୂଚନା ଦେଇଛନ୍ତି। ଚୋରା ଚାଲାଣ ସଂପର୍କରେ ଏସ୍‌ଟିଏଫ୍‌କୁ କୌଣସି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଫେବ୍ରୁଆରି ୧୬ରୁ ଭୁବନେଶ୍ବରରେ ଇଲିଅସ୍‌ ଫ୍ୟାସନ୍‌ ସୋ’: ‘ଆଦିବାସୀ ଓ ବୁଣାକାର ପରିବାରକୁ ସଶକ୍ତ କରିବ’

ଭୁବନେଶ୍ବର: ସିନେମା ଜଗତରେ ବିଜ୍ଞାପନ, ବ୍ରାଣ୍ଡିଂ, କାଷ୍ଟିଂ ଆଦି କାର୍ଯ୍ୟ କରି ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଆ ଉଦ୍ୟୋଗୀ ସନ୍ତୋଷ କୁମାର ଆଚାର୍ଯ୍ୟ ତାଙ୍କର ନୂଆ କମ୍ପାନି ଇଲିଅସ ମାଧ୍ୟମରେ ଭୁବନେଶ୍ବରରେ ଆସନ୍ତା ବର୍ଷ ଫେବ୍ରୁଆରି ୧୬ରୁ ୧୮ ପର୍ଯ୍ୟନ୍ତ ଏକ ବଡ଼ ଧରଣର ‌ଫ୍ୟାସନ ସୋ’ ଆୟୋଜନ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସହ ମିଶି ଇଲିଅସ ରାଜ୍ୟରେ ଉକ୍ତ ଫ୍ୟାସନ ‌ସୋ’ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟ ନେଇ ଆୟୋଜନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୫ କୋଟି ଟଙ୍କା ହରିଲୁଟ୍‌! ଦୁର୍ନୀତି, ଅନିୟମିତତା, ଅବ୍ୟବସ୍ଥାରେ ବୁଡ଼ିଗଲା ବାଲିଯାତ୍ରା ରାଜ୍ୟ ଉତ୍ସବ

କଟକ: ୨୦୨୩ ରାଜ୍ୟସ୍ତରୀୟ ବାଲିଯାତ୍ରା କଟକ ଉତ୍ସବ ଆୟୋଜନରେ ପାଖାପାଖି ୧୦ କୋଟି ଟଙ୍କା ପ୍ରଶାସନ ‌ବ୍ୟୟ କରିଛି। କିନ୍ତୁ ବାସ୍ତବ ସ୍ଥିତି ଯାହା ସେଥିରୁ ଅଧାରୁ ଅଧିକ ଟଙ୍କା ହରିଲୁଟ୍‌ ହୋଇଥିବାର ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି। ଏମିତିକି ନିଜେ କର୍ତ୍ତୃପକ୍ଷ ବି ଏକଥା ପରୋକ୍ଷରେ ସ୍ବୀକାର କରୁଛନ୍ତି। ଚଳିତ ବର୍ଷ ସ୍ଥିତି ଏମିତି ହୋଇଛି ଯେ ବାଲିଯାତ୍ରା ସମୟରେ ଜିଲ୍ଲା ପ୍ରଶାସନ ୧ ହଜାର ସ୍ମରଣିକା ବି ଛାପି ପାରିନାହିଁ। ଏଥିପାଇଁ କିନ୍ତୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ମହାଯଜ୍ଞ ସ୍ଥଳ ଚିହ୍ନଟ

ପୁରୀ: ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜାନୁଆରି ୧୨ ତାରିଖରୁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶ୍ରୀମନ୍ଦିର ଐଶାନ୍ୟ କୋଣରେ ମହାଯଜ୍ଞର ଆୟୋଜନ ପାଇଁ ମୁକ୍ତିମଣ୍ଡପ ବ୍ରାହ୍ମଣ ଓ ଶ୍ରୀମନ୍ଦିର ପୁରୋହିତ ପରାମର୍ଶ ଦେବା ପରେ ଉତ୍ତର-ପୂର୍ବ କୋଣରେ ଉତ୍ତରପାର୍ଶ୍ବ ମଠ ଓ ଦୋଳବେଦି ମଝିରେ ଏକ ସ୍ଥାନ ଚିହ୍ନଟ ହୋଇଛି। ଚିହ୍ନଟ ସ୍ଥାନରେ ବର୍ଗାକାର ଧଳା ଦାଗ ଦେଇ ଏହି ଜାଗାକୁ ବିକଶିତ କରିବାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାଞ୍ଚଟି ବିପଜ୍ଜନକ ଜଳବାୟୁ ସୀମାର ଦ୍ୱାରଦେଶରେ ପୃଥିବୀ

ନୂଆଦିଲ୍ଲୀ: ପୃଥିବୀର ଜଳବାୟୁ ପ୍ରଣାଳୀ ଅନେକ ବିପଜ୍ଜନକ ଟିପିଂ ପଏଣ୍ଟର ନିକଟତର ହୋଇଥିବା ସାମ୍ପ୍ରତିକ ବୈଜ୍ଞାନିକ ବିଶ୍ଳେଷଣରୁ ଜଣାପଡିଛି। ଜଳବାୟୁ ଟିପିଂ ପଏଣ୍ଟ ପୃଥିବୀର ପ୍ରାକୃତିକ ପ୍ରଣାଳୀରେ ଏକ ଗୁରୁତ୍ୱପୂର୍ଣ୍ଣ ସୀମା; ଥରେ ଅତିକ୍ରମ କରିବା ପରେ ସେଗୁଡ଼ିକ ସାଂଘାତିକ ଓ ପ୍ରାୟତଃ ଅପରିବର୍ତ୍ତନୀୟ ପରିବର୍ତ୍ତନ ଆଣିପାରନ୍ତି। ନିକଟରେ ହୋଇଥିବା ଗବେଷଣାରୁ ବିଶ୍ୱ ତାପମାତ୍ରାର ସାମ୍ପ୍ରତିକ ସ୍ତରରେ ବିପଦରେ ଥିବା ପାଞ୍ଚଟି ପ୍ରମୁଖ ଟିପିଂ ପ୍ରଣାଳୀ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି ଗ୍ରୀନଲ୍ୟାଣ୍ଡ, ପଶ୍ଚିମ ଆଣ୍ଟାର୍କଟିକା ବରଫ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବନ ବିଭାଗକୁ ଦିଆଗଲା ବିଲରୁ ମିଳିଥିବା ୩ କଲରାପତ୍ରିଆ ଛୁଆ; ୪ ଛୁଆ ଜନ୍ମକଲା ଉଦ୍ଧାର କରାଯାଇଥିବା ମାଈ କଲରାପତ୍ରିଆ

ମହୀଶୂର/ନାସିକ: ଗୁରୁବାର ଦିନ କର୍ଣ୍ଣାଟକର ମହୀଶୂର ଜିଲ୍ଲା ଅନ୍ତର୍ଗତ ଗୋଟାଏ ବିଲରୁ ଉଦ୍ଧାର କରାଯାଇଥିବା ୩ଟି କଲରାପତ୍ରିଆ ଛୁଆଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଭାଇରାଲ୍‌ ହୋଇଛି। ସେଥିରେ ଦେଖାଯାଉଛି, ୩ଜଣ ଗ୍ରାମବାସୀ ୩ଟି କଲରାପତ୍ରିଆ ଛୁଆ ଧରି ଖେଳୁଛନ୍ତି। ଛୁଆମାନଙ୍କ ମଧ୍ୟରୁ ଗୋଟିକର ରଙ୍ଗ କଳା। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କ୍ୟାମେରା ସମ୍ମୁଖରେ ସ୍ଥାନୀୟ ଭାଷାରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବେରୁଟ୍‌କୁ ଗାଜାରେ ପରିଣତ କରିଦେବୁ: ହିଜ୍‌ବୋଲ୍ଲାକୁ ନେତାନ୍ୟାହୁଙ୍କ ସତର୍କବାଣୀ

ତେଲ୍‌ ଆଭିଭ୍‌: ଇସ୍ରାଏଲ୍‌ ସହିତ ତୃତୀୟ ଲେବାନନ୍‌ ଯୁଦ୍ଧ ଆରମ୍ଭ ନ କରିବା ଲାଗି ଇରାନ୍‌ ସହିତ ସମ୍ପର୍କ ରଖିଥିବା ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୋଲ୍ଲାକୁ କଡ଼ା ସତର୍କବାଣୀ ଶୁଣାଇ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି। ସୂଚନାଯୋଗ୍ୟ, ହିଜ୍‌ବୋଲ୍ଲାର ‘ଗାଇଡେଡ୍‌ ମିସାଇଲ୍‌’ ମାଡ଼ରେ ଉତ୍ତର ଇସ୍ରାଏଲ୍‌ର ଜଣେ ୬୦ ବର୍ଷିୟ ଇସ୍ରାଏଲୀ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକଥା କହିଛନ୍ତି। ସେ କହିଛନ୍ତି, ଯଦି ହିଜ୍‌ବୋଲ୍ଲା ଯୁଦ୍ଧ ଆରମ୍ଭ କରେ ତେବେ, ଏଠାରୁ ଅଦୂରରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନଙ୍କ ଶାଶୂ; ‘ପେସ୍‌ମେକର୍‌’ ଲାଗାଇବାକୁ କରାଯିବ ଅସ୍ତ୍ରୋପଚାର

ମୁମ୍ବାଇ: ସ୍ବନାମଧନ୍ୟା ଅଭିନେତ୍ରୀ ଜୟା ବଚ୍ଚନ ମାଆ ଓ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଶାଶୂ ଇନ୍ଦିରା ଭାଦୁଡ଼ୀଙ୍କୁ ବୁଧବାର ଦିନ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଇନ୍ଦିରାଙ୍କ ହୃଦ୍‌ସ୍ପନ୍ଦ ଧାରା ଅନିୟମିତ ହେଉଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିବା ପରେ ‘ପେସ୍‌ମେକର୍‌ ସର୍ଜରି’ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ‘ଫ୍ରି ପ୍ରେସ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି ଯେ, ହୃଦ୍‌କ୍ରିୟାଜନିତ ସମସ୍ୟା କାରଣରୁ ୯୩ ବର୍ଷୀୟ ଇନ୍ଦିରାଙ୍କୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଭାରତୀୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପାହାଡ଼ ଉପରେ ଶିକ୍ଷା: ସ୍କୁଲ ପରିସରରେ ଦିନ ବେଳା ବିଚରଣ କରୁଛନ୍ତି ସାପ ଓ ଜଂଗଲି ଜନ୍ତୁ

ରାୟଗଡା: ସରକାରୀ ଟଂକାଙ୍କୁ କିପରି ପାଣିରେ ପକାଯାଉଛି ତାହାର ଜ୍ବଳନ୍ତ ଉଦାହରଣ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି। ରାୟଗଡ଼ା ସଦର ବ୍ଲକର ହାଲବା ପଞ୍ଚାୟତରେ ପାହାଡ଼ ଉପରେ ବିଦ୍ୟାଳୟ ନିର୍ମାଣ କରାଯାଇଛି। ପିଲାମାନେ ବଡ଼ କଷ୍ଟରେ ୧ କିଲୋମିଟର ଦୂରରେ ଥିବା ଜଙ୍ଗଲ ରାସ୍ତାରେ ସ୍କୁଲକୁ ଯାଇ ପହଞ୍ଚୁଛନ୍ତି। ବିଭାଗୀୟ ଅଧିକାରୀ, ଠିକାଦାର ଏବଂ ଶିକ୍ଷା ବିଭାଗର ଉଚ୍ଚପଦାଧିକାରୀମାନେ ମିଳିମିଶି କିପରି ସରକାରୀ ଟଂକାକୁ ଅପବ୍ୟବହାର କରିଛନ୍ତି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ।  ସରକାରୀ ଟଂକାକୁ […]