ଖେଳ ଦେଶ ବିଦେଶ

ଭାରତ ସହ ୨୦୨୧ରେ ୫ ଟେଷ୍ଟ୍‌ ଖେଳିବ ଇଂଲଣ୍ଡ, ୧୬ ବର୍ଷ ପରେ ଟି-୨୦ ଶୃଙ୍ଖଳା ଖେଳିବାକୁ ପାକିସ୍ତାନ ଯିବ ଇଂଲଣ୍ଡ

ଲଣ୍ଡନ: ଆଗାମୀ ୨୦୨୧ରେ ଭାରତ ସହ ୫ ମ୍ୟାଚ୍‌ ବିଶିଷ୍ଟ ଏକ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ଇଂଲଣ୍ଡ ପ୍ରସ୍ତୁତ ହେଉଛି। ଏନେଇ ବୁଧବାର ଇଂଲଣ୍ଡ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ଏକ ପ୍ରାଥମିକ ସୂଚି ଘୋଷଣା କରିଛି। ଅଗଷ୍ଟ ମାସରେ ଏହି ଶୃଙ୍ଖଳା ଖେଳିବାକୁ ଇସିବି ଆପାତତଃ ସ୍ଥିର କରିଛି। ଅଗଷ୍ଟ ୪ରୁ ୮ ତାରିଖ ମଧ୍ୟରେ ଟ୍ରେଣ୍ଟ୍‌ ବ୍ରିଜ୍‌ରେ ପ୍ରଥମ ଟେଷ୍ଟ୍‌ ଖେଳିବାକୁ ସ୍ଥିର କରିଥିଲା ବେଳେ ପଞ୍ଚମ ତଥା ଶେଷ ଟେଷ୍ଟ୍‌ ସେପ୍ଟେମ୍ବର […]

ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ଶୃଙ୍ଖଳା: ଅଦଳବଦଳରେ ଖେଳିବେ ବୁମ୍‌ରା, ସାମି

ନୂଆଦିଲ୍ଲୀ: ଭାରତୀୟ ଦଳର ଦୁଇ ପ୍ରମୁଖ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର (୬ ମ୍ୟାଚ୍‌) ଶୃଙ୍ଖଳାରେ ଏକାଠି ସବୁ ମ୍ୟାଚ୍‌ ଖେଳିବାର ସମ୍ଭାବନା କମ୍‌। ଉଭୟ ବୁମ୍‌ରା ଓ ସାମି ଭାରତୀୟ ଟେଷ୍ଟ୍‌ ଦଳରେ ସାମିଲ ଥିବାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଯୋଜନା କରିଛି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)। ବରଂ ଉଭୟଙ୍କୁ ସୀମିତ ଓଭର ଶୃଙ୍ଖଳାରେ ଅଦଳବଦଳ କରି ଖେଳାଇବାକୁ ବିସିସିଆଇ ମନସ୍ଥ କରିଛି। ଏହା […]

ଖେଳ ଦେଶ ବିଦେଶ ରାଜ୍ୟ

ଜାତୀୟ ଯୋଗାସନ ପ୍ରତିଯୋଗିତା ମମତାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଭାରତୀୟ ଯୋଗ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଭର୍ଚୁଆଲ ଯୋଗାସନ ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟ ଯୋଗ ସ୍କୁଲର ମମତା ଭୂଏ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଆୟୂଷ ମନ୍ତ୍ରାଳୟ ଭାରତ ସରକାରଙ୍କ ସହାୟତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ମମତା ୩୦ କିଲୋଗ୍ରାମରୁ କମ୍ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ଅନନ୍ୟ ସଫଳତା ଲାଗି କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା‌ କନ୍ଧମାଳ ସାଂସଦ ଅଚ୍ୟୁତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଖ୍ରୀଷ୍ଟମାସ ସୁଦ୍ଧା ଟିକା ବିତରଣ କରିବ ଫାଇଜର!

ନୂଆଦିଲ୍ଲୀ: ଗତକାଲି ଆମେରିକାର ବହୁରାଷ୍ଟ୍ରୀୟ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଫାଇଜର ଦ୍ବାରା ତିଆରି କୋଭିଡ ଟିକାର ନୈଦାନିକ ପରୀକ୍ଷଣ ଶେଷ ହେବା ସହ ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଥିଲା। ତେବେ କମ୍ପାନି ପକ୍ଷରୁ ଏଭଳି ଦାବି କରାଯିବା ପରେ ସବୁ କିଛି ଠିକ୍ ରହିଲେ ଖ୍ରୀଷ୍ଟମାସ ସୁଦ୍ଧା ଟିକା ବିତରଣ ଆରମ୍ଭ କରିଦିଆଯିବ ବୋଲି ବାୟୋଏନ୍‌ଟେକ୍‌ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଗୁର ସଚିନ କହିଛନ୍ତି। ତାଙ୍କ କହିବା ମୁତାବକ, ଯଦି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୨୪ଘଣ୍ଟାରେ ୪୫,୫୭୬ଜଣ କରୋନା ସଂକ୍ରମିତ, ୫୮୫ମୃତ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୪୫ ହଜାର ୫୭୬ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୯,୫୮,୪୮୪ରେ ପହଞ୍ଚିଛି ଓ ୫୮୫ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହ ଦେଶରେ ୨୪ଘଣ୍ଟାରେ ୪୫,୫୭୬ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଗଙ୍ଗା ନଦୀ ପରେ ଏବେ ସିନ୍ଧ ନଦୀରୁ ମିଳିଲା ସକରମାଉଥ କ୍ୟାଟଫିଶ୍ : ସ୍ଥାନୀୟ ଲୋକେ ଆତଙ୍କିତ

ଭିଣ୍ଡ ୧୯/୧୧: ମଧ୍ୟପ୍ରଦେଶର ଭିଣ୍ଡର ସିନ୍ଧ ନଦୀରେ ସକରମାଉଥ କ୍ୟାଟଫିଶ୍ ମିଳିବାରୁ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଏହି ସକରମାଉଥ କ୍ୟାଟଫିଶ୍ ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ମାଂସାହାରୀ ମାଛ। ଦକ୍ଷିଣ ଆମେରିକାର ଆମାଜନ୍ ନଦୀରେ ଏହି ମାଛ ଦେଖିବାକୁ ମିଳିଥାଏ। ଏହି ମାଛକୁ ଭୋଲେ ନାମକ ଜଣେ ବ୍ୟକ୍ତି ସିନ୍ଧ ନଦୀର ମେହଦା ଘାଟରୁ ଧରିଛନ୍ତି। ଏହି ମାଂସାହାରୀ ମାଛ ଦେଖିବାକୁ ଖୁବ୍ ସୁନ୍ଦର। ବର୍ତ୍ତମାନ ବିଶେଷଜ୍ଞ ଏହା ଜାଣିବାକୁ ଉଦ୍ୟମ କରୁଛନ୍ତି ଯେ ପ୍ରକୃତରେ ଦକ୍ଷିଣ ଆମେରିକାରେ […]

ଅଭିନୟ ଦୁନିଆରୁ ସନ୍ୟାସ ନେଲେ ଆମୀର ଖାନଙ୍କ ଭଣଜା ତଥା ବଲିଉଡ୍‌ ଅଭିନେତା ଇମ୍ରାନ ଖାନ

ମୁମ୍ବାଇ: ଅଭିନୟ ଦୁନିଆରୁ ସନ୍ୟାସ ନେଇଛନ୍ତି ଆମୀର ଖାନଙ୍କ ଭଣଜା ତଥା ବଲିଉଡ୍‌ ଅଭିନେତା ଇମ୍ରାନ ଖାନ। ୨୦୦୮ ମସିହାରେ ‘ଜାନେ ତୁ ୟା ଜାନେନା’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରି ଦର୍ଶକଙ୍କୁ ନିଜର ଚମତ୍କାର ଅଭିନୟ ଜରିଆରେ ମନ୍ତ୍ରମୁଗ୍ଧ କରିଥିବା ଇମ୍ରାନ ସନ୍ନ୍ୟାସ ନେଇଥିବା କଥା ତାଙ୍କ ବନ୍ଧୁ ଖୁଲାସା କରିଛନ୍ତି। ୨୦୧୫ ମସିହାରେ ଚଳଚ୍ଚିତ୍ର ‘କଟ୍ଟି ବଟ୍ଟି’ ଜରିଆରେ ଦର୍ଶକଙ୍କର ଆଉ ଟିକେ ନିକଟତର ହୋଇଥିଲେ ଇମ୍ରାନ। ତା’ପରେ ଇମ୍ରାନ ଆଉ […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନିଜକୁ ସୁନ୍ଦର ଭାବେ ଉପସ୍ଥାପିତ କରିିବା ଆପଣଙ୍କ ନିଜ ହାତରେ, ଆପଣାନ୍ତୁ ଏହି ଉପାୟ

ଆପଣ ଜାଣିିଥିବେ ନିଶ୍ଚୟ କୌଣସି ବୟସ୍କ ବ୍ୟକ୍ତି ଯଦି ଯୁବା ଦିଶନ୍ତି ତେବେ ତାହା ତାଙ୍କର ବାହାଦୁରି। ମାତ୍ର ଯଦି ଖୁବ୍‌ କମ୍‌ ବୟସରେ ବି ବାର୍ଦ୍ଧକ୍ୟର ଛାପ ମୁହଁରେ ଦିଶେ? ତେବେ, ସଙ୍କୋଚ ନିଶ୍ଚୟ ଲାଗିବ। ଆପଣଙ୍କ ଚର୍ମର ରଙ୍ଗ ଯାହା ହେଉ ପଛେ ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆପଣ କେତିକି ଆକର୍ଷଣୀୟ ଭାବେ ନିଜକୁ ଉପସ୍ଥାପିତ କରୁଛନ୍ତି ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ନିମ୍ନରେ ସେ ସଂପର୍କରେ ଉଲ୍ଳେଖ କରାଯାଇଛି। ଏହି ସବୁ ଦିଗକୁ […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦୈନିକ ଖାଦ୍ୟରେ ଏହି ସବୁ ପରିବା ଓ ଫଳ ସାମିଲ୍‌ କରନ୍ତୁ

ଯଦି ଆପଣଙ୍କର ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ସମସ୍ୟାର ଉପୁଜୁଛି ତେବେ ଆପଣ ଥାଇରଏଡ୍‌ ଥାଇପାରେ ବୋଲି ଧରିନିଅନ୍ତୁ। ଏଭଳି ସମୟରେ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ। ଥାଇରଏଡ୍‌ ଭଳି ସମସ୍ୟାକୁ ନିଜଠାରୁ ଦୂରେଇବା ପାଇଁ ଗାଜର ଖାଇପାରିବେ। ଗାଜରରେ ଆଣ୍ଟିଅକ୍ସିଡେଣ୍ଟସ୍‌ ଏବଂ ବିଟା କେରୋଟିନ୍‌ ତତ୍ତ୍ୱ ଥାଏ, ଯାହା ଥାଇରଏଡ୍‌ର ହାମୋର୍ସକୁ ନିୟନ୍ତ୍ରିତ କରିଥାଏ। ତେଣୁ ପ୍ରତିଦିନ ଗୋଟିଏ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ନିଜ ହାତରେ ଜେଲକୁ ନୂଆ ରୂପ ଦେଲେ କଏଦୀ, ଜେଲ କାନ୍ଥରେ ଶୋଭା ପାଉଛି କଏଦୀଙ୍କ ଚିତ୍ର

ଜୟପୁର: ଦୋଷ ପରେ ଜେଲରେ ବନ୍ଦୀ ଜୀବନ କାଟୁଥିବା କଏଦୀଙ୍କ ମଧ୍ୟରେ ବି ଏମିତି କିଛି କଳାକୌଶଳ ଲୁଚି ରହିଥାଏ, ଯାହାକି ସେମାନେ କେବେ ପରିପ୍ରକାଶ କରିପାରନ୍ତି ନାହିଁ | କିନ୍ତୁ ଜେଲ କର୍ମଚାରୀଙ୍କ ପ୍ରଚେଷ୍ଟା ଓ ସହଯୋଗ ପରେ କଏଦୀଙ୍କ ଲୁକ୍କାୟିତ କଳା ମଧ୍ୟ ପ୍ରସ୍ଫୁଟିତ ହୋଇପାରେ | ରାଜସ୍ଥାନର ଉଦୟପୁର କେନ୍ଦ୍ରୀୟ ଜେଲର ଅନ୍ତେବାସୀ ନମ୍ବର ୨୫୯ ତାଙ୍କ କଳା କାରନାମା ଦ୍ୱାରା ଜେଲ ପରିସରକୁ ବଦଳାଇଛନ୍ତି । ଡ଼୍ରଗ୍ସ କାରବାର ମାମଲାରେ ଉଦୟପୁର […]