ଖେଳ ଦେଶ ବିଦେଶ

ଫିଲ୍ମ ‘୮୩’ର ନାଁ ଶୁଣି ଡରିଯାଇଥିଲେ କପିଲ୍ ଦେବ, ଖୁଲାସା କଲେ ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ,୨୧/୧୧ : ୧୯୮୩ ବିଶ୍ୱ ବିଜୟୀ ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ‘୮୩’ ଫିଲ୍ମ ତିଆରି ପାଇଁ ପ୍ରଥମେ ରାଜି ନଥିଲେ । ଭାରତୀୟ ଦଳକୁ ପ୍ରଥମ ବିଶ୍ୱକପ୍ ବିଜୟ ଦେଇଥିବା କପିଲ ଦେବ ନିଜର ଏକ ଅନୁଭବ କହିଛନ୍ତି । ‘ନୋ ଫିଲଟର୍ ନେହା’ ସୋରେ କପିଲ ଅତିଥି ହୋଇ ଆସିଥିବା ବେଳେ ଅନେକ କଥା କହିଛନ୍ତି । ଚଳଚ୍ଚିତ୍ର ‘୮୩’ରେ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର ସିଂ । […]

ଖେଳ ଦେଶ ବିଦେଶ

ଦଳରେ ସ୍ଥାନ ନମିଳିବା ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ସୂର୍ଯ୍ୟକୁମାର, କହିଲେ -‘ନିରାଶ ହୋଇଛି, ରାତିରେ ଖାଇବାକୁ ଇଚ୍ଛା ହୋଇନଥିଲା’

ମୁମ୍ବାଇ,୨୧/୧୧ : ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । କିନ୍ତୁ ଏହି ଗସ୍ତରେ ଆଇପିଏଲରେ ଆକର୍ଷଣୀୟ ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ସ୍ଥାନ ମିଳିନଥିଲା । ଯାହା ତାଙ୍କୁ ନିରାଶ କରିଛି । ଅନେକ କ୍ରିକେଟ ବିଶେଷଜ୍ଞ ମଧ୍ୟ ବିସିସିଆଇର ଏପରି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କୋଚ୍ ରବି ଶାସ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଟ୍ରେନ୍ ଲାଇନ୍‌ରେ ପଡିଛି ବୃଦ୍ଧଙ୍କ ମୃତଦେହ, ଛତିଗଡର ଭିଲାଇରେ ମୃତକଙ୍କ ଘର

କଣ୍ଟାବାଞ୍ଜି ୨୧।୧୧: ରେଳ ଲାଇନରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ପ୍ୟାରେଲାଲ ସାଗର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଆଜି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟରେ ଥିବା ରେଳ ଲାଇନ ନିକଟରେ ଜଣେ ବୃଦ୍ଧଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକ ଦେଖି ପୋଲିସକୁ ଖବର ଦେଇଥିଲା । ଖବର ପାଇ ପୋଲିସ ଓ […]

ଖେଳ ଦେଶ ବିଦେଶ

କୋହଲିଙ୍କୁ ଲେଗ୍‌ସାଇଡ୍‌ ସଟ୍‌ କାଣ୍ଟଛାଣ୍ଟ କରିବାକୁ ହେବ: କପିଳ ଦେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଯଦି ନିଜ ବୟସ ପ୍ରଭାବ ସହିତ ଆବଶ୍ୟକୀୟ ସାମାନ୍ୟ ସାଲିସ କରି‌ନେବେ ତେବେ ବିଶ୍ବର ସବୁଠୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍‌ ହୋଇପାରିବେ। ଏଭଳି ଉଲ୍ଲେଖନୀୟ ଟିପ୍ପଣୀ ଦେଇଛନ୍ତି ଭାରତକୁ ୧୯୮୩ରେ ଅପ୍ରତ୍ୟାଶିତ ଭାବେ ବିଶ୍ବକପ୍‌ ବିଜେତା କରାଇଥିବା ପୂର୍ବତନ ଅଧିନାୟକ କପିଳ ଦେବ। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଆୟାଜ ମେନନଙ୍କ ସହ ଶୁକ୍ରବାର ଆଲୋଚନା ବେଳେ କିଂବଦନ୍ତି ଅଲରାଉଣ୍ଡର୍‌ କପିଳଦେବ ଏଭଳି କହିଛନ୍ତି। କୋହଲି ନିଜ ଖେଳ ଜୀବନର […]

ଖେଳ ଦେଶ ବିଦେଶ

ଦ୍ବୈତ ନେତୃତ୍ବ: ରୋହିତ ଦୃଢ଼ ଦାବିଦାର

ନୂଆଦିଲ୍ଲୀ: ଆଇପିଏଲ୍‌ ଶେଷ ହେବା ପରେ ଗୋଟିଏ କଥା ପୁଣି କ୍ରିକେଟ୍ ଦୁନିଆରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଲାଣି। ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ପଞ୍ଚମ ଥର ପାଇଁ ମୁକୁଟ ବିଜେତା ହୋଇଛି। ଅନ୍ୟପକ୍ଷରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ପୁଣି ଥରେ ଟ୍ରଫି ସ୍ପର୍ଶର ଦୁଃସ୍ବପ୍ନ ଭିତରେ ରହିବାକୁ ବାଧ୍ୟ ହୋଇଛି। ପ୍ଲେ ଅଫ୍‌ ଯାଇଥିଲେ ମଧ୍ୟ କୋହଲିଙ୍କ ଦଳ ଏଲିମିନେଟର୍‌ରୁ ବିଦାୟ ନେଇଥିଲା। ଏହା ପରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌-୧୯: ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୨୩୨ ନୂଆ ସଂକ୍ରମଣ ଓ ୫୬୪ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶନିବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ୯୦୫୦୫୯୮ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୨, ୭୨୬ରେ ପହଞ୍ଚିଛି। ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୨୩୨ ନୂଆ ସଂକ୍ରମଣ ରେକର୍ଡ କରାଯାଇଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୫୬୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୩୯, ୭୪୭। ଏହାଛଡ଼ା, ୨୪ ଘଣ୍ଟା ମଧ୍ୟରେ […]

ଦେଶ ବିଦେଶ ରାଜନୀତି ଲାଇଫ୍ ଷ୍ଟାଇଲ

ଆଜି ୭୮ତମ ଜନ୍ମଦିନ ପାଳୁଛନ୍ତି ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଥିବା ଜୋ ବାଇଡେନ୍‌

ଓ୍ଵାସିଂଟନ୍‌: ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ଆଜି ୭୮ ବର୍ଷରେ ପଦାର୍ପଣ କରୁଛନ୍ତି। ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ସେ ହେବେ ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି। ୨୦୨୧ ଜାନୁଆରୀରେ ଶପଥ ଗ୍ରହଣ କରିବାକୁ ଥିବା ବାଇଡେନ୍‌ ଦେଶର ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ହୋଇଥିବା ରୋନାଲ୍‌ଡ୍‌ ରିଗାନ୍‌ ରେକର୍ଡ ଭାଙ୍ଗିବେ। ୧୯୮୯ରେ ହ୍ଵାଇଟ୍‌ ହାଉସ୍‌ ଛାଡ଼ିବା ବେଳେ ରିଗାନ୍‌ଙ୍କୁ ହୋଇଥିଲା ୭୭ ବର୍ଷ ୩୪୯ ଦିନ। ଉଭୟ ଜୋ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୭୮ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୭୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୨୩ ଛୁଇଁଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩ ହଜାର ୮୯୭ ଜଣ। ଏବେ ବି […]

ଖେଳ ଦେଶ ବିଦେଶ

୨୧ ବର୍ଷ ବୟସରେ ଆତ୍ମହତ୍ୟା କଲେ ବାଂଲାଦେଶର ଯୁବ କ୍ରିକେଟର

ବାଂଲାଦେଶ: ବାଂଲାଦେଶର ଅଣ୍ଡର ୧୯ କ୍ରିକେଟର ମୋହମ୍ମଦ ଶୋଜିବଙ୍କର ୨୧ ବର୍ଷ ବୟସରେ ଦୁର୍ଗାପୁରରେ ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସର ସୂଚନା ମୁତାବକ ଏହି ଯୁବ ଖେଳାଳୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ନିର୍ଦ୍ଦେଶକ ଖାଲିଦ ମହମୁଦ ମଧ୍ୟ ମୋହମ୍ମଦ ଶୋଜିବଙ୍କ ଆତ୍ମହତ୍ୟାରେ ଶୋକ ପ୍ରକାଶ କରିଛନ୍ତି । ମହୋମ୍ମଦ ଶୋଜିବ ଶେଷ ଥର ପାଇଁ ୨୦୧୭-୧୮ ରେ ଢାକା ପ୍ରିମିୟର ଲିଗରେ ଶିନାପୁଖୁର କ୍ରିକେଟ କ୍ଲବ ପାଇଁ ଖେଳିଥିଲେ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସମ୍ମୋହନ କରୁଥିଲେ ପ୍ରଫେସର, ସମସ୍ତେ ଜାଣିବା ପରେ କ’ଣ ହେଲା ତାଙ୍କ ଅବସ୍ଥା…..

ନୂଆଦିଲ୍ଲୀ : ସମ୍ମୋହନ, ଏକ ପ୍ରକ୍ରିୟା ଯାହା ନିଜକୁ ଶାନ୍ତି ପ୍ରଦାନ କରିଥାଏ । ଆଣିଦେଇଥାଏ ଆତ୍ମତୃପ୍ତି । ଏକଥା ଆମେ ନୁହେଁ, କହିଥାଆନ୍ତି କେତେକ ମନସ୍ତତ୍ତ୍ୱବିତ୍ ଏବଂ ପ୍ରଫେସର । ଏହି ସମ୍ମୋହନ ପ୍ରକ୍ରିୟା ଦ୍ୱାରା ପୂର୍ବ ଜନ୍ମ ସମ୍ପର୍କରେ କୁଆଡେ ଜାଣି ହୁଏ । ଏକଥା ଜଣେ ସାଇକୋଲୋଜିଷ୍ଟ ତଥା ପ୍ରଫେସର ନିଜ ଛାତ୍ରଛାତ୍ରୀଙ୍କ ଉପରେ ଗବେଷଣା କରି ମତ ରଖିଛନ୍ତି । ଡକ୍ଟର ବସୀମ ଆଲାଦୀନ ସମ୍ମୋହନ ପ୍ରକ୍ରିୟା କରୁ କରୁ ଜଣେ […]