ଦେଶ ବିଦେଶ ସ୍ୱାସ୍ଥ୍ୟ

ନିଶା ପାଇଁ ଗଲା ଜୀବନ: ପାର୍ଟି ଚାଲିଥିବା ବେଳେ ମଦ ସରିଯିବାରୁ ସାନିଟାଇଜର ପିଇଗଲେ ଲୋକେ, ୭ଜଣଙ୍କ ମୃତ୍ୟୁ, ୨ କୋମାରେ

ମସ୍କୋ ୨୨/୧୧ : ନିଶା ଅଭ୍ୟାସ ଅତ୍ୟନ୍ତ କ୍ଷତିକାରକ। ନିଶା ଅଭ୍ୟାସ କେତେ ଯେ ହାନିକାରକ ହୋଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଋଷରେ। ଋଷ ତାତିନ୍ସିକ ଜିଲ୍ଲା ତୋମତୋର ଗାଁରେ ଏକ ପାର୍ଟିର ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବା। ପାର୍ଟିରେ ମଦ ସରିଯିବାରୁ ସେଠାରେ ଉପସ୍ଥିତ ଲୋକେ ସାନିଟାଇଜର ପିଇ ଦେଇଥିଲେ। ସାନିଟାଇଜର ପିଇବା ପରେ ଲୋକଙ୍କ ଅବସ୍ଥା ବିଗିଡି ଯାଇଥିଲା। କିଛି ଲୋକ ବେହୋସ ମଧ୍ୟ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୬୩୮ କରୋନା ସଂକ୍ରମିତ, ୩୧୩୯୬୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୨୨।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୩୯୬୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୩ଜଣ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ପରଲୋକରେ ବରିଷ୍ଠ ହାସ୍ୟ ଅଭିନେତା ଜିମୂତ ପଟ୍ଟନାୟକ

କଟକ,୨୨/୧୧: ପରଲୋକରେ ବରିଷ୍ଠ ହାସ୍ୟାଭିନେତା ଜିମୂତ ପଟ୍ଟନାୟକ । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାୟ ୧୦ ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶନିବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଏବଂ ୨ ଝିଅ ଉପସ୍ଥିତ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆଳୁ-ପିଆଜ ପରେ ବଢିଲା ଖାଇବା ତେଲ ଦାମ, ଆହୁରି ବିଗିଡିଲା ରୋଷେଇ ଘରର ବଜେଟ୍ ! ଚିନ୍ତାରେ ଖାଉଟି ଓ ସରକାର

ନୂଆଦିଲ୍ଲୀ ୨୧।୧୧: ଆଳୁ ପିଆଜ ଦାମ ବଢିବା ପରେ ଏବେ ତେଲ ଦର ବଢିବା ରୋଷେଇ ଘରର ବଜେଟ୍‌କୁ ଆହୁରି ବିଗାଡି ଦେଇଛି। ଖାଦ୍ୟରେ ବ୍ୟବହୃତ ସମସ୍ତ ଖାଇବା ତେଲ ଯଥା ବାଦାମ ତେଲ, ସୋରିଷ, ବନସ୍ପତି, ସୋୟାବିନ, ସୂର୍ଯ୍ୟମୂଖୀ ଆଦି ତେଲର ଦାମ ପୁଣି ଥରେ ବଢି ଯାଇଛି। ପାମ୍, ସୋୟାବିନ ଓ ସୂର୍ଯ୍ୟମୂଖୀ ତେଲ ଦାମ ୨୦ରୁ ୩୦ ଟଙ୍କା ବୃଦ୍ଧି ଘଟିଛି। ଖାଇବା ତେଲର ଦାମ ବଢିବା ଖାଉଟିଙ୍କଠୁ ନେଇ ସରକାରଙ୍କ ପର୍ଯ୍ୟନ୍ତ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆମାଜନ୍‌ର ଆପତ୍ତି ସତ୍ତ୍ଵେ ରିଲାଏନ୍ସ-ଫ୍ୟୁଚର ରିଟେଲ୍‌ ଚୁକ୍ତିକୁ ଅନୁମତି ଦେଲା ସିସିଆଇ

ନୂଆଦିଲ୍ଲୀ ୨୦/୧୧: କମ୍ପିଟିସନ୍‌ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ଫ୍ୟୁଚର୍‌ ସମୂହର ଖୁଚୁରା, ପାଇକାରୀ, ଭଣ୍ଡାରଣ ଓ ଳଜିଷ୍ଟିକ୍‌ କାରବାରକୁ ଅଧିଗ୍ରହଣ କରିବା ପାଇଁ ଚୁକ୍ତି କରିଥିଲା। ଏନେଇ ସିସିଆଇ ଶୁକ୍ରବାର ଟ୍ବିଟ୍‌ କରି ଲେଖିଛି, ‘ଫ୍ୟୁଚର ସମୂହର ଖୁଚୁରା, ପାଇକାରୀ, ଭଣ୍ଡାରଣ ଓ ଲଜିଷ୍ଟିକ୍‌ସ କାରବାରର ରିଲାଏନ୍ସ ରିଟେଲ ବେଞ୍ଚର୍ସ ଲିମିଟେଡ୍‌ ଓ ରିଲାଏନ୍ସ ରିଟେଲ୍‌ ଆଣ୍ଡ ଫ୍ୟାସନ୍‌ ଲାଇଫ୍‌ଷ୍ଟାଇଲ୍‌ ଲିମିଟଡେ୍‌ ଦ୍ବାରା ଅଧିଗ୍ରହଣ କରିବାର ଚୁକ୍ତିକୁ ମଞ୍ଜୁରି ଦିଆଯାଇଛି।’ ଏକ ନିଶ୍ଚିତ […]

ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତ ସିଂହ ରାଜପୁତଙ୍କୁ ଦିଆଯାଇଥିଲା ୧୭କୋଟି ଟଙ୍କା : ଇଡି ତଦନ୍ତରେ ହେଲା ଗୁରୁତ୍ବପୂର୍ଣ୍ଣ ଖୁଲାସା

ମୁମ୍ବାଇ ୨୧/୧୧: ସୁଶାନ୍ତ ସିଂହ ରାଜପୁତ ମାମଲାରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ତଦନ୍ତ ଜୋରସୋରରେ ଚାଲିଛି। ଏହି ମାମଲାରେ ସୁଶାନ୍ତଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ପେ​‌ମେଣ୍ଟକୁ ନେଇ ଏକ ​‌ତଥ୍ୟ ଇଡି ହାତରେ ଲାଗିଛି। ସୂଚନା ଅନୁଯାୟୀ ସୁଶାନ୍ତଙ୍କୁ ତାଙ୍କର ଏକ ଫିଲ୍ମ ପାଇଁ ସନ୍ଦିଗ୍ଧ ପେମେଣ୍ଟ କରାଯାଇଥିଲା। ଏହି ରକମ ୧୭କୋଟି ଟଙ୍କା ବୋଲି କୁହାଯାଉଛି। ଏହି ପେମେଣ୍ଟକୁ ନେଇ ତଦନ୍ତ ଚାଲିଛି। ୧୭କୋଟି ଟଙ୍କାର ଏହି ପେମେଣ୍ଟ ୨୦୧୭ମସିହାରେ ସୁଶାନ୍ତଙ୍କ ଫିଲ୍ମ ରାବତା […]

ଦେଶ ବିଦେଶ ମନୋରଞ୍ଜନ

ପ୍ରସିଦ୍ଧ କମେଡ଼ିଆନ୍ ଭାରତୀ ସିଂହଙ୍କ ଫ୍ଲାଟରୁ ଜବତ ହେଲା ଗଞ୍ଜେଇ : ଦମ୍ପତ୍ତିଙ୍କୁ ସମନ ପଠାଇଲା ଏନସିବି

ମୁମ୍ବାଇ ୨୧/୧୧: ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସକ୍ରିୟ ରହିଛି। ଶନିବାର ମୁମ୍ବାଇରେ ଏନସିବି ୩ଟି ସ୍ଥାନରେ ଚଢ଼ାଉ କରିଛି। କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ଚଢ଼ାଉ ହୋଇଛି। କୁହାଯାଉଛି ​‌ଯେ ଭାରତୀଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ ହୋଇଛି। ଭାରତୀ ଏବଂ ହର୍ଷଙ୍କୁ ଏନସିବି ସମନ ମଧ୍ୟ କରିଛି। ମୁମ୍ବାଇର ଭର୍ସୋଭା,ଲୋଖଣ୍ଡଓ୍ବାଲା ଏବଂ ସବର୍ବରେ ଚଢ଼ାଉ କରାଯାଇଛି। ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ କିଛି ସମୟ ପରେ […]

କଳା ଓ ସଂସ୍କୃତି ଧର୍ମ

କେବେ ତୁଳସୀ ବିବାହ ? ଜାଣନ୍ତୁ ତାରିଖ,ମୁହୂର୍ତ୍ତ ଏବଂ ବିବାହ ବିଧି

ତୁଳସୀ ବିବାହ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ। ତୁଳସୀ ବିବାହରେ ମାତା ତୁଳସୀଙ୍କ ବିବାହ ଭଗବାନ ଶାଲିଗ୍ରାମ ସହ କରାଯାଇଥାଏ। ବିଶ୍ବାସ ରହିଛି ଯେ ଯେଉଁ ବ୍ୟକ୍ତି ତୁଳସୀ ବିବାହର ଅନୁଷ୍ଠାନ କରିଥାନ୍ତି ସେମାନଙ୍କୁ କନ୍ୟାଦାନର ବରାବର ପୁଣ୍ୟ ଫଳ ମିଳିଥାଏ। ଆସନ୍ତୁ ଜାଣିବା ତୁଳସୀ ବିବାହର ତାରିଖ,ମୁହୂର୍ତ୍ତ ଏବଂ ଧାର୍ମିକ ମହତ୍ତ୍ବ – ତୁଳସୀ ବିବାହ ପ୍ରତି ବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି ଦିନ କରାଯାଇଥାଏ। ୨୦୨୦ମସିହାରେ ଏହି ଏକାଦଶୀ ତିଥି […]

କଳା ଓ ସଂସ୍କୃତି ଧର୍ମ

ନ୍ୟାୟର ଦେବତା ଶନିଦେବ: ଶନିଙ୍କ ସାଢେସାତୀ ପ୍ରକୋପରୁ ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ

ଭୁବନେଶ୍ୱର ୨୧/୧୧ : ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ ଗ୍ରହମାନଙ୍କ ପ୍ରଭାବ ମାନବ ଜୀବନ ଉପରେ ପଡିଥାଏ। ମାନବ ଜୀବନରେ ଶନି ଗ୍ରହଙ୍କ ପ୍ରଭାବ ଗମ୍ଭୀର ଭାବରେ ପଡିଥାଏ। ଶନିଙ୍କୁ ନ୍ୟାୟ ଦେବତା ବୋଲି କୁହାଯାଏ। ମଣିଷ ବେଳେବେଳେ ଅଜାଣତରେ ପାପ କରିଦେଇଥାଏ ଯେଉଁଥିପାଇଁ ଶନି ସେହି ପାପର ଦଣ୍ଡ ଦେଇଥାନ୍ତି। ବେଳେବେଳେ ଲୋକେ ବୁଝିପାରନ୍ତିନି ଯେ ତାଙ୍କୁ କେଉଁ ପାପର ଦଣ୍ଡ ମିଳୁଛି ବା ସେ କେଉଁ କର୍ମର ଫଳ ଭୋଗୁଛନ୍ତି। ଏଥିପାଇଁ ଶନିଙ୍କ ସାଢେସାତୀର ଦୁଃଷ୍ପ୍ରଭାବରୁ […]

ଖେଳ ଦେଶ ବିଦେଶ

ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତାଙ୍କ ଦେହାନ୍ତ, ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ କରିପାରିଲେନି ଶେଷ ଦର୍ଶନ, କୋହଭରା କଣ୍ଠରେ କହିଲେ- ‘ବାପା ମୁଁ ତୁମ ସ୍ୱପ୍ନ ପୂରଣ କରିଛି’

ସିଡନୀ, ୨୧/୧୧: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତୃ ବିୟୋଗ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ବେଳେ ମହମ୍ମଦ ସିରାଜଙ୍କ ବାପା ମହମ୍ମଦ ଘୋଷଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ୫୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଫୁସଫୁସ ଜନିତ ରୋଗରେ ପୀଡ଼ିତ ଥିଲେ । ତେବେ ପିତାଙ୍କ ଦେହାନ୍ତ ଖବର ପାଇବା ପରେ ସିରାଜ ଭାଙ୍ଗି ପଡ଼ିଛନ୍ତି । ଏବେ ସେ ଦଳସହ କ୍ୱାରେଣ୍ଟାଇନରେ ଥିବାରୁ […]