ରାଜ୍ୟ ସ୍ପେଶାଲ ରିପୋର୍ଟ

ଜବତ ହେଲାଣି ୪୫୪.୫ କୋଟି: ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟ ଗୁମର

ଭୁବନେଶ୍ବର/ବଲାଙ୍ଗୀର: ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍‌ ନେଇ ଆୟକର ବିଭାଗ ପକ୍ଷରୁ ୫ଦିନ ଧରି ଚଢ଼ଉ ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସୁଛି। ଆୟକର ବିଭାଗ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ଆୟକର ବିଭାଗ ଇତିହାସର ଦ୍ବିତୀୟ ସର୍ବବୃହତ୍ ଓ ଗତ ୪୨ବର୍ଷ ମଧ୍ୟରେ ସର୍ବକାଳୀନ ରେକର୍ଡ। ତେବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏମିତି ବି ଆସେ ମୃତ୍ୟୁ: ଖେଳିବାକୁ ଯାଇ କୂଅରେ ପଡ଼ିଗଲେ ୨ ଭାଇ

ଢେଙ୍କାନାଳ: ବିଧିର ବିଧାନ କେତେ ବିଚିତ୍ର। ଦୁନିଆକୁ ଦେଖିବା ପୂର୍ବରୁ ହାତ ଧରାଧରି ହୋଇ ଖେଳିବାକୁ ଯାଇ ଦୁଇଭାଇ ଏକ ପରିତ୍ୟକ୍ତ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ସେମାନଙ୍କ ବାପା ଓ ମା କାମକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।  ୪ ଓ ୫ ବର୍ଷର ଏହି ଶିଶୁ ଦୁଇଟିର ମୃତଦେହକୁ ଆଜି ପୁଲିସ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି। ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ମଧୁସାହୁ ପାଟଣା ପଞ୍ଚାୟତର ବିମ୍ବୋଳ ନଟକଟା ଗାଁରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାମାରୀ ପାଲଟିଛି ଆଣ୍ଟିବାୟୋଟିକ୍ସ: ଡ୍ରଗ୍ ରେଜିଷ୍ଟାନ୍ସ ପାଇଁ ଦେଶରେ ମରୁଛନ୍ତି ଲକ୍ଷଲକ୍ଷ ଲୋକ

ଭୁବନେଶ୍ବର: ଆଣ୍ଟିମା‌ଇକ୍ରୋବାୟାଲ୍‌ ରେଜିଷ୍ଟାନ୍ସ(ଏଏମ୍‌ଆର୍‌) ବା ସାଧାରଣ ଭାବେ ଡ୍ରଗ୍ ରେଜିଷ୍ଟାଣ୍ଟସ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ଏଏମ୍‌ଆର ପାଇଁ ବିଶ୍ବର ଯେଉଁ କେତୋଟି ଦେଶରେ ସର୍ବାଧିକ ମୃତ୍ୟୁ ହେଉଛି ତହିଁରେ ଭାରତ ରହିଛି। ସାଧାରଣ ଥଣ୍ଡା ଜ୍ବରରେ ଲୋକମାନେ ଆ‌ଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ସ୍‌କୁ ଖାଇବା ଲାଗି ଘୋଷି ପକାଇଛନ୍ତି। ଏହା କେବଳ ଭାରତର ସମସ୍ୟା ନୁହେଁ, ଆମେରିକା ଓ ୟୁରୋପରେ ମଧ୍ୟ ଏଭଳି ସଙ୍ଗିନ୍‌ ସ୍ଥିତି ରହିଛି। ଭାରତରେ ପ୍ରତି ୯ ମିନିଟ୍‌ରେ ଗୋଟିଏ ଶିଶୁ ଆଣ୍ଟିବାୟୋଟିକ୍ସ୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାପାମା’ଙ୍କ ସମ୍ମୁଖରେ ସମୁଦ୍ରରେ ବୁଡ଼ିଗଲେ ନାବାଳକ

ପୁରୀ: ଆଜି ସମୁଦ୍ରରେ ଗାଧୋଉଥିବା ଜଣେ ୧୩ ବର୍ଷୀୟ ନାବାଳକ ତାଙ୍କ ବାପାମା’ଙ୍କ ସମ୍ମୁଖରେ ଲହଡ଼ିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗର ଲାଇଫ୍‌ଗାର୍ଡମାନେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତିରାତି ୧୦ଟା ପର୍ଯ୍ୟନ୍ତ ନାବାଳକ ମିଳିନଥିବା ଅଗ୍ନିଶମ ବିଭାଗ ସୂତ୍ରରୁ ପ୍ରକାଶ। ଅଗ୍ନିଶମ ବିଭାଗେ ସୂତ୍ରରୁ ପ୍ରକାଶ ଯେ ବିହାର ବକ୍ସର ଜିଲ୍ଲା ନୱାନଗର ଥାନା ଅନ୍ତର୍ଗତ ଅମିରପୁର ଗାଁର ପ୍ରଭାତ ରଞ୍ଜନ ତାଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ କଟିଲା ଲକ୍ଷେ ୧୪ ହଜାର ଜାଲ ଜବ୍‌ କାର୍ଡ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଜାଲ ଜବ୍‌କାର୍ଡ ଏକ ବଡ଼ ସମସ୍ୟା ହୋଇରହିଛି। ‌ତାହାର ମୁକାବିଲା ଲାଗି ପଦକ୍ଷେପ ମଧ୍ୟ ନିଆଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ୧,୧୪,୩୩୩ ଜାଲ ଜବ୍‌ କାର୍ଡକୁ ହଟାଇ ଦିଆଯାଇଛି ଯାହା ହେଉଛି ଦେଶରେ ଦ୍ବିତୀୟ ସର୍ବାଧିକ। ୨୦୨୧-୨୨ରେ ଓଡ଼ିଶାରେ ୫୦,୮୧୭ ନକଲି ଜବ୍‌ କାର୍ଡକୁ ବାଦ ଦିଆଯାଇଥିଲା। ଅର୍ଥାତ ବର୍ଷକ ଭିତରେ ଜାଲ ଜବ୍‌ କାର୍ଡ ସଂଖ୍ୟାରେ ରାଜ୍ୟରେ ଦୁଇ ଗୁଣାରୁ ଅଧିକ ବୃଦ୍ଧି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହସ୍ପିଟାଲରେ କେସିଆର୍‌ଙ୍କୁ ‌ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ: ସାହାଯ୍ୟର ପ୍ରତିଶ୍ରୁତି ଦେଲେ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍‌ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କୁ ଭେଟିଛନ୍ତି। ଡିସେମ୍ବର ୭ ତାରିଖରେ ହାଇଦ୍ରାବାଦଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏରାବାଲିସ୍ଥିତ ତାଙ୍କ ଫାର୍ମ ହାଉସରେ ଖସି ପଡ଼ିବା ପରେ କେସିଆର୍‌ଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ହିପ୍ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର କରାଯାଇଥିଲା।ଡିସେମ୍ବର ୮ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶ୍ରୀ ରେଡ୍ଡୀ ହସ୍ପିଟାଲରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବୀରମିତ୍ରପୁରର ଦୁଃଖ ଜାତୀୟ ରାଜପଥ: ୬ ମାସରେ ଗଲାଣି ୭ ଜୀବନ

ରାଉରକେଲା: ଶେଷ ହେବାକୁ ଯାଉଛି ବୀରମିତ୍ରପୁର-ବାରକୋଟ୍‌ ୧୪୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମ। ଢ଼େର ବିଳମ୍ବ ହେଲେ ମଧ୍ୟ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହୋଇଛି। ଟ୍ରାଫିକ୍‌ ସମସ୍ୟା ଓ ଦୁର୍ଘଟଣା ରୋକିବାକୁ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ବାଇପାସ୍‌ ରାସ୍ତା କରାଯାଇଛି। କିଛି ସ୍ଥାନରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହୋଇଛି। ବୀରମିତ୍ରପୁର-ବାରକୋଟ (୧୨୯ କିମି) ଜାତୀୟ ରାଜପଥର ଲାଠିକଟା, କୁଆରମୁଣ୍ଡା, ପାନ‌ପୋଷରେ ବାଇପାସ୍‌ ରାସ୍ତା ନିର୍ମାଣ ହୋଇଛି। ସାରନଗରୀ ରଙ୍ଗିଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରେଞ୍ଜର୍‌ଙ୍କୁ ଦଳିଦେଲା ହାତୀ, ଘଉଡ଼ାଇବାକୁ ଯାଇଥିଲେ

ମ. ରାମପୁର/ ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବନାଞ୍ଚଳ ଅଧିକାରୀ (ରେଞ୍ଜର୍‌) ପ୍ରଶାନ୍ତ ପାଲ (୪୦)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, ରବିବାର ସକାଳେ ନର୍ଲା ବନ ବିଭାଗ ଅନ୍ତର୍ଗତ ଆମ୍ବପଡ଼ା ଓ ରତନପୁର ଅଞ୍ଚଳକୁ ୧୫ରୁ ଅଧିକ ହାତୀ ଆସିଥିଲେ। ଖବର ପାଇ ରେଞ୍ଜର୍‌ ଶ୍ରୀ ପାଲ ବନରକ୍ଷୀ ଓ ଅନ୍ୟ କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଯାଇଥିଲେ। ରତନପୁର ପାଖରେ ଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏମ୍‌ସ ସମ୍ପ୍ରସାରଣର ବାଟ ଖୋଲିବ: ୧୦୦ ଏକର ଜମି ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ବର: ଏମ୍‌ସ ସମ୍ପ୍ରସାରଣର ଆଶା ଉଜ୍ଜ୍ବଳ ହୋଇଛି। କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଡାକ୍ତରଖାନାକୁ ୧୦୦ ଏକର ଜମି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ଏମ୍‌ସ ନାମରେ ପଟ୍ଟା କରାଯାଇନଥିବାରୁ ଏହାକୁ ନେଇ ବିଧିବଦ୍ଧ ଭାବରେ ଘୋଷଣା କରାଯାଇ ନାହିଁ। ଯଥାଶୀଘ୍ର ଏମ୍‌ସ ନାମରେ ଜମି ଅଧିଗୃହୀତ ହୋଇ ପାରିଲେ ଏଠାରେ ସଂକ୍ରମଣ ରୋଗ ଚିକିତ୍ସା କେନ୍ଦ୍ର, ବିଭିନ୍ନ ପ୍ରକାର ଅଙ୍ଗ ପ୍ରତିରୋପଣ କେନ୍ଦ୍ର, ଆଇଭିଏଫ ଠାରୁ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ସମସ୍ତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଣି ପାଇଁ ଅଧା ରାଜଧାନୀ କଲବଲ: ପାଣି ଯୋଗାଇ ପାରିଲେନି, ବିଭିନ୍ନ ସ୍ଥାନରେ ଉତ୍ତେଜନା

ଭୁବନେଶ୍ବର: କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟ ସରକାରଙ୍କ ସ୍ବପ୍ନର ପ୍ରକଳ୍ପ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ କାର୍ଯ୍ୟକାରୀ ହେଉଥିବା ତଥା ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ପାଣି ପାଇଁ ହାହାକାର ପଡ଼ିଛି। ଅଧା ଭୁବନେଶ୍ବରରେ ଆଜି ଜଳ ଯୋଗାଣ ବନ୍ଦ ରହିଛି। କୁଆଖାଇରୁ ପାଣି ଉଠାଉଥିବା ପାଇପ୍‌ ଫାଟି ଯିବାରୁ ସହରର ଅଧା ଅଞ୍ଚଳରେ ଥିବା ପ୍ରାୟ ୮୦ ହଜାର ପରିବାର ଏଥିରେ ପ୍ରଭାବିତ ହୋଇଛନ୍ତି। ସକାଳ ୬ରୁ ଜଳ ଯୋଗାଣ ବନ୍ଦ ରହିଛି। ସରକାରଙ୍କ ନାକ ତଳେ […]