ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ୟର୍କର କିଙ୍ଗଙ୍କ ବ୍ୟକ୍ତିଗତ ଜୀବନ, ଦିଓଳି- ଦିମୁଠା ଖାଇବାକୁ ସଂଘର୍ଷ କରୁଛି ପରିବାର

ନୂଆଦିଲ୍ଲୀ ୨୬/୧୧: ଶ୍ରୀଲଙ୍କାର ଷ୍ଟାର ବୋଲର ଲସିଥ ମାଲିଙ୍ଗା ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଜଣାଯାଆନ୍ତି। ମାଲିଙ୍ଗାଙ୍କ ବୋଲିଂରେ ଘାଇଲା ହୁଅନ୍ତି ବହୁ ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍‌। ପଡ଼ିଆରେ ବାଘ ଭଳି ଆକ୍ରାମକ ଢ଼ଙ୍ଗରେ ମାଲିଙ୍ଗାଙ୍କ ବୋଲିଂ ଯୁବପିଢ଼ୀଙ୍କୁ ବେଶ ଉତ୍ସାହିତ କରେ। ଯବୁ ପ୍ଲେୟରଙ୍କ ଆଇକନ୍ ଭାବେ ମାଲିଙ୍ଗା ପରିଚିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତବର୍ଷ କଲମ୍ବୋରେ ନିଜ ଟିମ୍‌କୁ ବଂଲାଦେଶ ବିପକ୍ଷରେ ୯୧ ରନ୍‌ରେ ବିଜୟ ଭେଟି ଦେଇ ଓ୍ବାନ୍‌ଡେ କ୍ରିକେଟରୁ […]

ଦେଶ ବିଦେଶ ମନୋରଞ୍ଜନ

ବିଚରା ପ୍ରଶଂସକ ! ଜାଣିପାରିଳେନି ମାରାଡୋନା ଓ ମାଡୋନାଙ୍କ ତଫାତ, ‘କ୍ବିନ୍‌ ଅଫ ପପ୍‌’ଙ୍କୁ ଦେଇଦେଲେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର ୨୬/୧୧: ଭାବରେ ଭାସିଗଲେ ଲୋକେ। ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ବଦଳରେ ଜୀବିତ ବ୍ୟକ୍ତିଙ୍କ ନାଁ ପୂର୍ବରୁ RIP ଲେଖି କଲେ ପୋଷ୍ଟ। ବୁଧବାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ ଘଟିଛି। ୬୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିବା ମାରାଡୋନାଙ୍କ ପାଇଁ ଆଜି ସାରା ବିଶ୍ବ ମର୍ମାହତ। ମାରାଡୋନାଙ୍କ ମୃତ୍ୟୁ ଖବର ମିଳିବା ପରେ ବିଶ୍ବବାସୀ ଟ୍ବିଟ୍‌ ମାଧ୍ୟମରେ ଶୋକ ପ୍ରକାଶ କରିଥିଲେ। କିନ୍ତୁ ଟ୍ବିଟ୍‌ କଲା ବେଳେ ମାରାଡୋନା ଓ ‘କ୍ବିନ୍‌ ଅଫ […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଗ୍ୟାସ୍ କିମ୍ବା ପେଟ ଫୁଲା ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆରାମ

ଭୁବନେଶ୍ୱର ୨୬/୧୧ : ପେଟ ଫୁଲାଇବା ବା ଗ୍ୟାସ୍ ସମସ୍ୟା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି | ଆଜିକାଲିର ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ ଯୋଗୁଁ ନାନା ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି। ଗ୍ୟାସ୍ ସମସ୍ୟା ଯୋଗୁଁ ଅଧିକାଂଶ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ | ଆମେ ଯେତେବେଳେ ଖାଦ୍ୟ ଖାଇଥାଉ ଆମ ପେଟରେ ସୃଷ୍ଟି ହେଉଥିବା ଏସିଡ୍ ଏହି ଖାଦ୍ୟକୁ ଛୋଟ ଛୋଟ ଟୁକୁଡାରେ ବଦଳାଇଥାଏ। ଏହି ପାଚନ ପ୍ରକ୍ରିୟା ସମୟରେ ପେଟରୁ ଗ୍ୟାସ ବାହାରିଥାଏ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ ! ନଭେମ୍ବର ୩୦ରୁ ଓଡ଼ିଶାରେ ବର୍ଷାନେଇ ସତର୍କ କଲେ IMD

ନୂଆଦିଲ୍ଲୀ ୨୬।୧୧: ଘୂର୍ଣ୍ଣିବାତ୍ୟା ‘ନିଭାର’ ଗୁରୁବାର ପ୍ରତ୍ୟୁଷରେ ଭୂ-ଭାଗକୁ ପ୍ରବେଶ ପରେ କ୍ରମଶଃ ଦୁର୍ବଳ ହୋଇଯାଇଛି। ତେବେ କେନ୍ଦ୍ରୀୟ ବଙ୍ଗୋପସାଗରର ଯେଉଁ ସ୍ଥାନରେ ନିଭାର ସୃଷ୍ଟି ହୋଇଥିଲା ଠିକ୍‌ ସେହି ସ୍ଥାନରେ ପୁଣି ଏକ ଲଘୁଚାପ କେନ୍ଦ୍ରିଭୂତ ହେଉଥିବା ଭାରତୀୟ ପାଣିପାଗ ବିଭାଗ ସୂଚିତ କରିଛନ୍ତି। ଲଘୁଚାପ ଘନିଭୂତ ହେଲେ ଓଡିଶା ଉପରେ ଏହାର ପ୍ରଭାବ ପଡିବା ସହ ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖ ଦୁଇ ଦିନ ବର୍ଷାହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ନିଭାର […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ୮୦୦୦ ଟଙ୍କା ଶସ୍ତା ହେଲା ସୁନା

ନୂଆଦିଲ୍ଲୀ ୨୬/୧୧: ଘରେ ଉତ୍ସବ ପାଖେଇ ଆସିଲେ ଲୋକେ ସୁନା ଦାମ ପଚାରନ୍ତି। ଦାମ କମ ଥିଲେ ଲୋକେ ଅବିଳମ୍ବେ ସୁନା ଦୋକାନରେ ହାଜର ହୋଇଯାଆନ୍ତି। କିଛି ନା କିଛି ସୁନା ଅଳଙ୍କାର କିଣି ଆଣନ୍ତି। ଏବେ ଗ୍ରାହଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ସୁନା ଦାମ କମିଛି। ଗତ ଗୋଟିଏ ସପ୍ତାହ ହେଲା ସୁନା ଦାମ ୨.୫ ପ୍ରତିଶତ ଓ ରୂପା ୩.୫ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି। ସୁନା ରେକର୍ଡ ସ୍ତର ତୁଳନାରେ ପାଖାପାଖି […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଜନତାଙ୍କୁ ଆଶ୍ବସ୍ତି: କମିଛି ପନିପରିବା ଦାମ୍, ଆଗକୁ ଆହୁରି ଶସ୍ତା ହୋଇପାରେ

ନୂଆଦିଲ୍ଲୀ ୨୬/୧୧ : ଦୀପାବଳି ପୂର୍ବରୁ ପନିପରିବା ଦାମ ବୃଦ୍ଧି ପାଇଥିଲା ଯାହାର ପ୍ରଭାବ ଖୁଚୁରା ମୁଦ୍ରାସ୍ଫୀତି ଉପରେ ମଧ୍ୟ ପଡିଥିଲା। ଖୁଚୁରା ମୁଦ୍ରାସ୍ଫୀତି ୭ ମାସରେ ସବୁଠାରୁ ଉଚ୍ଚ ସ୍ଥରରେ ପହଂଚି ଯାଇଥିଲା। କିନ୍ତୁ ବର୍ତ୍ତମାନ ଦୀପାବଳି ପରେ ପନିପରିବା ଦାମ ହ୍ରାସ ପାଇବା ଆରମ୍ଭ ହୋଇଛି। ଶୀତ ଦିନରେ ଅଦାର ଚାହିଦା ସବୁଠାରୁ ଅଧିକ ଥାଏ। ଅଦା ବର୍ତ୍ତମାନ ଶସ୍ତା ଦାମରେ ବିକ୍ରି ହେଉଛି। ଅଦା ବର୍ତ୍ତମାନ କିଲୋ ପ୍ରତି ୩୦ ରୁ ୩୫ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଶ୍ରୀ ମନ୍ଦିର ଚତୁପାର୍ଶ୍ବରେ ଲାଗୁ ହେଲା ୧୪୪ ଧାରା: ପତିତପାବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ପୁରୀ୨୬/୧୧: ଶ୍ରୀ ମନ୍ଦିର ଚତୁପାର୍ଶ୍ବରେ ଲାଗୁ ହେଲା ୧୪୪ ଧାରା। ନାଗାର୍ଜୁନ ବେଶ ଯୋଗୁଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ମରଚିକୋଟ ଛକରୁ ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ୧୪୪ ଧାରା ଲାଗୁ ହୋଇଛି। ଶନିବାର ରାତି ୧୨ଟା ଠାରୁ ଆସନ୍ତାକାଲି ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୨ ଅତିରିକ୍ତ ଏସପି, ୭ଡିଏସପି, ୨୫୦ ହୋମଗାର୍ଡ, ୭୭ ଜଣ ଏସଆଇ, […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୬ବର୍ଷୀୟ କରୋନା ଯୋଦ୍ଧା ଡାକ୍ତରଙ୍କ କୋଭିଡ -୧୯ରେ ପରଲୋକ : ବାତ୍ୟା ନିଭାର ଯୋଗୁଁ ହୋଇପାରିଲା ନାହିଁ ଫୁସଫୁସ୍ ପ୍ରତିରୋପଣ

ଭୋପାଳ ୨୬/୧୧: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କରୋନା ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର ଶୁଭମ୍ ଉପାଧ୍ୟାୟଙ୍କ କରୋନା ସଂକ୍ରମଣରେ ପରଲୋକ ହୋଇଯାଇଛି। କରୋନା ଯୋଦ୍ଧା ଡା.ଶୁଭମ୍ ପିଛି ମାସରୁ କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଥିଲେ। ତାଙ୍କ ଫୁସଫୁସରେ ୯୦ପ୍ରତିଶତରୁ ଅଧିକ ପାଣି ଭରି ଯାଇଥିଲା। ତାଙ୍କୁ ଏୟାରଲିଫ୍ଟ କରାଇ ଚେନ୍ନାଇ ନେଇ ଚିକିତ୍ସା ବ୍ୟବସ୍ଥା କରାଯାଉଥିବାବେଳେ ବାତ୍ୟା ନିଭାର ଯୋଗୁଁ ବିମାନ ସେବା ବନ୍ଦ ଥିଲା,ଏଥିପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରିନଥିଲା। ଡା.ଶୁଭମ୍ ବୁଧବାର ଚିରାୟୁ ହସ୍ପିଟାଲରେ ଶେଷ […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡିବ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ : ୪ଘଣ୍ଟା ଯାଏଁ ରହିବ, ଜାଣନ୍ତୁ ସମୟ

ଭୁବନେଶ୍ୱର ୨୬/୧୧ : ବର୍ଷ ୨୦୨୦ର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୩୦ ତାରିଖରେ ଅଛି। ଏହି ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଛି। ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଉପଛାୟା ଗ୍ରହଣ ପଡୁଛି। ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ମଝିକୁ ଆସିଥାଏ। ଯେହେତୁ ଏହା ଉପଛାୟା ଗ୍ରହଣ ଏହାକୁ ଖାଲି ଆଖିରେ ମଧ୍ୟ […]

କଳା ଓ ସଂସ୍କୃତି ଧର୍ମ

ଆର୍ଥିକ ସମସ୍ୟା ଦୂର କରିପାରେ ଭଗବାନ ବିଷ୍ଣୁଙ୍କ ଏହି ମନ୍ତ୍ର: ଗୁରୁବାର ଦିନ ଏହି ଉପାୟରେ କରନ୍ତୁ ପୂଜା

ଭୁବନେଶ୍ୱର ୨୬/୧୧ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଗୁରୁତ୍ତ୍ଵ ରହିଛି। ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ସଚ୍ଚୋଟ ମନରେ ଭଗବାନ ବିଷ୍ଣୁଙ୍କୁ ଆରାଧନା କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ଭଗବାନ ବିଷ୍ଣୁଙ୍କ ପୂଜା କଲେ ଜୀବନର ସବୁ ସଙ୍କଟ ଦୂର ହୋଇଥାଏ। ବିଷ୍ଣୁ ଜଗତର ପାଳନକର୍ତ୍ତା। ପୌରାଣିକ ବିଶ୍ୱାସ ଅନୁଯାୟୀ, ଗୁରୁବାର ଦିନ ବିଧିବଦ୍ଧ […]