ପରୀକ୍ଷା ଦେବା ପାଇଁ ୧୨କିମି ଚାଲିଲେ ୯୦ ଛାତ୍ରୀ
ଚିତ୍ରଡ଼ା: ପରୀକ୍ଷା ଦେବା ପାଇଁ ଚାଲିଚାଲି ୬ କିଲୋମିଟର ଗଲେ, ଆଉ ଫେରିଲେ ୯୦ ଜଣ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର କୁନି କୁନି ପିଲାମାନଙ୍କୁ ଏତେ ବାଟ ଚଲାଇବା ନେଇ ଅଭିଭାବକମାନେ ତାତିଛନ୍ତି। ସେମାନେ ପ୍ରଧାନଶିକ୍ଷୟିତ୍ରୀଙ୍କ ଖାମଖିଆଲ କାର୍ଯ୍ୟକୁ ତୀବ୍ର ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଜି ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଥିଲା। ଭାଲିଆଡ଼ିହା କେଜିବିଭି ଆବାସିକ […]









