କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ

ଅବିବାହିତମାନେ ଯଦି ଦେଖୁଥାନ୍ତି ଏହି ସବୁ ସ୍ବପ୍ନ ,ତେବେ ଖୁବ୍ ଶୀଘ୍ର ହେବ ବିବାହ

ବିବାହ ପ୍ରତ୍ୟେକ ଝିଅଙ୍କ ପାଇଁ ଖାସ୍ ହୋଇଥାଏ। ଏପରି କ୍ଷେତ୍ରରେ ସେମାନେ ଏହାକୁ ନେଇ ଅଧିକ ପୋଜେସିଭ ଏବଂ ଚିନ୍ତାଶୀଳ ହୋଇଥାନ୍ତି। ଏଥିପାଇଁ ଅନେକ ଝିଅମାନେ ନିଜ ଜୀବନସାଥୀଙ୍କ ବିଷୟରେ ଆଗରୁ ଭାବିଥାଆନ୍ତି। ଏହି କାରଣରୁ ଅନେକ ଝିଅମାନେ ରାତିରେ ସ୍ବପ୍ନରେ ବିବାହ ସହ ଜଡ଼ିତ ସ୍ବପ୍ନ ଦେଖିଥାଆନ୍ତି। ଏପରି କ୍ଷେତ୍ରରେ ଆମେ ସ୍ବପ୍ନଶାସ୍ତ୍ର କଥା କହିବା ଯଦି ଅବିବାହିତ ଲୋକଙ୍କୁ ଆସୁଥିବା ସ୍ବପ୍ନ ବିବାହ ସହ ଜଡ଼ିତ କିଛି କଥାକୁ ଇଙ୍ଗିତ କରିଥାଏ। ଆସନ୍ତୁ ଜାଣିବା […]

ଖେଳ ଦେଶ ବିଦେଶ

ସିଡନୀ ଗ୍ରାଉଣ୍ଡରେ ଖେଳିବାକୁ କାହିଁକି ଡରୁଛନ୍ତି ବିରାଟ ? ଏହା ହେଉଛି କାରଣ…

ସିଡନୀ,୨୮/୧୧: ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୬୬ ରନରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ସମସ୍ତଙ୍କ ଫୋକସରେ ଥିଲେ ଚଳିତ ସମୟର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ବିରାଟ କୋହଲି । କିନ୍ତୁ ସେ ସମସ୍ତଙ୍କୁ ନିରାଶ କରିଥିଲେ ।ମାତ୍ର ୨୧ ରନ୍ ଖେଳି ସେ ପ୍ୟାଭିଲିୟନ ଫେରିଥିଲେ । ଏହି ଇନିଂସରେ ସେ ଗୋଟିଏ ଜୀବନଦାନ ପାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନଥିଲେ । ଲାଗୁଥିଲା ବିରାଟ ସିଜନୀ ଗ୍ରାଉଣ୍ଡକୁ ଡରୁଛନ୍ତି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ମାସ୍କ ନପିନ୍ଧିଲେ ଗିରଫ ହେବେ, ଜରିମନା ଦେବା ସହ ୮ ଦିନ ରହିପାରନ୍ତି ଜେଲ୍‌ରେ…

ସିରମୌର ୨୮।୧୧: କରୋନା ସଂକ୍ରମଣକୁ ବ୍ରେକ୍ ଦେବା ପାଇଁ ମାସ୍କ ଏକ ଉପଯୋଗୀ ଉପାୟ ବୋଲି କୁହାଯାଉଛି । ମାତ୍ର ଏବେବି ଅଧିକାଂଶ ଲୋକ ମାସ୍କ ନପିନ୍ଧି ବାହାରେ ବୁଲୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ମାସ୍କ ନପିନ୍ଧିଲେ ୫୦ଟଙ୍କାରୁ ନେଇ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମନା ଦେବାକୁ ପଡୁଛି । ଏମିତିରେ ହିମାଚଳ ପ୍ରଦେଶ ସିରମୌର ଜିଲ୍ଲାରେ ମାସ୍କ ନପିନ୍ଧିଲେ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିରମୌରର ଏସ୍‌ପି ଶୁକ୍ରବାର ଦିନ କହିଛନ୍ତି ଯେ, […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଅକ୍ସିଜେନ୍‌ ଲଗାଇଲେନି ଆମ୍ବୁଲାନ୍ସ କର୍ମଚାରୀ ! ଚାଲିଗଲା ନାବାଳିକାଙ୍କ ଜୀବନ : ମେଡିକାଲରେ ଉତ୍ତେଜନା

ଅନୁଗୁଳ ୨୮।୧୧ : ଆମ୍ବଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁ ଜଣେ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ । ମୃତକ ପରିବାର ଓ ଗାଁ ଲୋକଙ୍କ ପକ୍ଷରୁ ମେଡିକାଲ ଆଗରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ ଜାରି ରଖିଛି । ଖବର ଅନୁଯାୟୀ, ନନ୍ଦିପଦା ଥାନା ଖେତୁଆଲୀ ଗାଁର ବସନ୍ତ ବେହେରାଙ୍କ ୧୧ବର୍ଷିୟା ଝିଅ ସ୍ୱପ୍ନାମୟୀ ଶ୍ୱାସ ଜନିତ ସମସ୍ୟାରୁ ଗୁରୁତର ହୋଇପଡିଥିଲେ । ଚିକିତ୍ସା ନିମନ୍ତେ ମେଡିକାଲକୁ ନେବା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ

ବଡବିଲ ୨୮।୧୧: ଭାରସାମ୍ୟ ହରାଇ ୨୫ ଫୁଟ ତଳ ଖାଇକୁ ଖସିଲା ୧୪ ଚକିଆ ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଘସିପୁରା ଥାନା ରେକୁଟିଆ ଅଞ୍ଚଳର ପ୍ରକାଶ ଜେନା । ବଡବିଲ ଥାନା ଠାକୁରାଣୀ, ଆର୍ସଲେର ମିତ୍ତଲ ଖଣି ନିକଟରେ ଏହି ଦୁର୍ଘଟଣା ଘଟିଛି । ଓଡି ୩୪ ଏମ୍ ୫୨୬୫ ନମ୍ବର ୧୪ ଚକିଆ ଟ୍ରକ୍ ମିତ୍ତଲ ଖଣିରୁ ଫାଇନ୍ସ ୨୯ ଟନରୁ ଅଧିକ (ଲୁହାପଥର ଗୁଣ୍ଡ) ବୋଝେଇ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ, ନୀତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ ୨୮।୧୧: ମହାକାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ପଞ୍ଚୁକର ତ୍ରୟୋଦଶୀ ତିଥିରେ ଆଜି ମହାପ୍ରଭୁଙ୍କ ତ୍ରୀବିକ୍ରମ ବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ବେଶ ଓ ନୀତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବ୍ୟବସ୍ଥା କରାଯାଇଛି। ଶୁକ୍ରବାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଆଜି ମହାପ୍ରଭୁ ତ୍ରୀବିକ୍ରମ ବା ଆଡ଼ିକିଆ ବେଶରେ ବିଭୂଷିତ ହେବେ। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅବକାଶ ନୀତି ସମାପନ ହେବା ପରେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ

ଭୁବନେଶ୍ଵର ୨୭।୧୧: ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଦିଆଯାଉଥିବା ଧର୍ମପଦ ସମ୍ମାନ ଶୁକ୍ରବାର ଘୋଷଣା ହୋଇଛି।, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ୨୦୧୬ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ବିଜେତାଙ୍କ ନାମ ଘୋଷଣାକରିଛନ୍ତି। ୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡା, ୨୦୧୭ ମସିହା ପାଇଁ ବିଶିଷ୍ଠ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ମସିହା ପାଇଁ ଜଗଦିଶ ଚନ୍ଦ୍ର କାନୁନଗୋ, […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଆସନ୍ତାବର୍ଷରୁ ଆଞ୍ଚଳିକ ଭାଷାରେ ପାଠ ପଢ଼ିବେ ଇଞ୍ଜିନିୟରିଂ ଶିକ୍ଷାର୍ଥୀ, IIT ଏବଂ NITରେ ବି ସମାନ ନିୟମ

ନୂଆଦିଲ୍ଲୀ ୨୭/୧୧: ଆସନ୍ତା ଶିକ୍ଷାବର୍ଷରୁ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା କରିପାରିବେ ଛାତ୍ରଛାତ୍ରୀ। ଏପରିକି ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଓ ଏନଆଇଟିରେ ମଧ୍ୟ ଛାତ୍ରଛାତ୍ରୀ ନିଜ ଆଞ୍ଚଳିକ ଭାଷାରେ ଶିକ୍ଷା ଲାଭ କରିପାରିବେ। ଏନେଇ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ମାତୃଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଏନେଇ କିଛି ଏନଆଇଟି ଓ ଆଇଆଇଟିକୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ନିୟମ ମାନିଲେ କୋଭିଡ ପାଇଁ ଭାକ୍ସିନର ଆବଶ୍ୟକତା ନାହିଁ, ମାସ୍କ ଏବେ ଆମ ଲାଗି ଜରୁରି: ଡା.ରମନ ଗଙ୍ଗାଖେଡକର

ନୂଆଦିଲ୍ଲୀ ୨୭।୧୧: ବିଶ୍ୱକୁ କରୋନା ଭାଇରସ ମହାମାରୀ ଆଗମନକୁ ବର୍ଷଟିଏ ପୁରିଲାଣି। ହେଲେ ଦୀର୍ଘ ଅବଧିରେ କୋଭିଡ-୧୯ ମୁକାବିଲା ଲାଗି ଏପର୍ଯ୍ୟନ୍ତ ନା ଚିକିତ୍ସା ବିକଶିତ ହୋଇପାରିଛି ନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଟିକାକରଣ ହେଲାଣି। କିଛି ଦେଶରେ କ୍ଲିନିକାଲ ଟ୍ରାଏଲର ସଫଳତା ପରେ ଔଷଧ ନିର୍ମାତା ଟିକା ଉତ୍ପାଦନ ଲାଗି ସରକାରୀ ନିୟନ୍ତ୍ରକଙ୍କ ଅନୁମୋଦନକୁ ଅପେକ୍ଷାରେ ଅଛନ୍ତି। ଏଥିରେ ଭାରତୀୟ ଆୟର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର)ଙ୍କ ପୂର୍ବତନ ମୁଖ୍ୟ ଡା. ରମନ ଗଙ୍ଗାଖେଡକରଙ୍କ ଏକ ଗଣମାଧ୍ୟମ ସାକ୍ଷାତକାର […]

କଳା ଓ ସଂସ୍କୃତି ଦେଶ ବିଦେଶ

ଶୀତଦିନେ ନିଶ୍ଚୟ ଖାଆନ୍ତୁ ଏହି ୫ଟି ଜିନିଷ :ଶରୀରକୁ ଭିତରୁ ରଖିଥାଏ ଉଷ୍ମ

ଶୀତଦିନେ ଥଣ୍ଡାର ପ୍ରକୋପରୁ ରକ୍ଷା ପାଇବା ପାଇଁ କେବଳ ଉଷ୍ମ ପୋଷାକ ଯଥେଷ୍ଟ ହୋଇନଥାଏ ବରଂ ଏହି ଋତୁରେ ନିଜ ଡାଏଟରେ ଏପରି ଜିନିଷ ସାମିଲ କରିବା ଉଚିତ୍ ଯାହା ଶରୀରକୁ ଭିତରୁ ଗରମ ରଖିଥାଏ। ତେବେ ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟପେୟ ବିଷୟରେ ଯାହା ଶରୀରକୁ ଉଷ୍ମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର କାମ କରିଥାଏ। ୧.ଡ୍ରାଇ ଫ୍ରୃଟସ୍ : ଡ୍ରାଇ ଫୃଟସ୍ ଶରୀରକୁ ଉଷ୍ମ ରଖିଥାଏ ଏଥିପାଇଁ ଏଗୁଡ଼ିକ ଶୀତଦିନେ […]