ଖେଳ ଦେଶ ବିଦେଶ

ପୁଣି ଘାଇଲା କଲା କଙ୍ଗାରୁ ସେନା, ଲଗାତାର ପରାଜୟ ସହ ଶୃଙ୍ଖଳା ହାରିଲା କୋହଲି ବାହିନୀ

ସିଡ୍‌ନି: କଙ୍ଗାରୁ ସେନାର ଭୟଙ୍କର ରନ୍‌ ସ୍ଖଳନରେ ପୁଣି ଥରେ ପୋତି ହୋଇଯାଇଛି କୋହଲି ବାହିନୀ। କୋ‌ଭିଡ୍ ସଙ୍କଟ ପରର ପ୍ରଥମ ଶୃଙ୍ଖଳାରେ ଲଗାତାର ପରାଜୟ ବରଣ କରି ସିଡ୍‌ନିରେ ଶୃଙ୍ଖଳା ହାରିଛି ଟିମ୍ ଇଣ୍ଡିଆ। ଦୀର୍ଘ ୯ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ଭାରତ ଅଦ୍ଭୂତପୂର୍ବ କଟକଣା ଓ କଠୋର ଜୈବ ବଳୟ ଭିତରେ ଖେଳିଥିବା ପ୍ରଥମ ମ୍ୟାଚ୍‌କୁ ୬୬ ରନ୍‌ରେ ହାରିଥିଲା। ରବିବାର ନିର୍ଣ୍ଣାୟକ ଦ୍ବିତୀୟ ମୁକାବିଲାକୁ ୫୧ ରନ୍‌ରେ ହାରି […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଡିସେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ରାତି ଓ ସକାଳ ସ୍ୱାଭାବିକ ଠାରୁ ଅଧିକ ଥଣ୍ଡା ହୋଇପାରେ

ନୂଆଦିଲ୍ଲୀ: ଡିସେମ୍ବର ମାସରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଉତ୍ତର, ଉତ୍ତରପଶ୍ଚିମ, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର କେତେକ ଅଞ୍ଚଳରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ବେଳେ ରାତିରେ ଓ ବଡ଼ି ସକାଳେ ସ୍ୱାଭାବିକ ଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ। ରବିବାର ଦିନ ଭାରତୀୟ ପାଣିପାଗ ସଂସ୍ଥାନ ପ୍ରକାଶ କରିଥିବା ତ୍ରୈମାସିକ ଋତୁକାଳୀନ ପୂର୍ବାନୁମାନରୁ ଏକଥା ଜଣାପଡ଼ିଛି। ଉତ୍ତରପୂର୍ବ ଭାରତର ଅଧିକାଂଶ ଅଞ୍ଚଳ ଏବଂ ପଶ୍ଚିମ ଉପକୂଳ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତରେ ସ୍ୱାଭାବିକ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ୩୮,୭୭୨ ନୂଆ ସଂକ୍ରମଣ ସହ ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୪.୩ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୭୭୨ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୪.୩ ଲକ୍ଷ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୮,୭୭୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୪୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୪,୩୧,୬୯୧ ଓ ମୃତ୍ୟୁସଂଖ୍ୟା ୧୩୭, […]

ଦେଶ ବିଦେଶ ମନୋରଞ୍ଜନ

ବେଦୀରେ ବସିବା ପୂର୍ବରୁ ବହୁ ନିନ୍ଦା ଶୁଣିଥିଲେ ଜେନେଲିଆ ଡିସୋଜା, ବିବାହର ୮ ବର୍ଷ ପରେ କଲେ ଖୁଲାସା

ମୁମ୍ବାଇ ୨୯/୧୧: ଜେନେଲିଆ ଡିସୋଜା ଜଣେ ଆଗଧାଡ଼ିର ନାୟିକା ଥିଲେ। ଫିଲ୍ମ ଦୁନିଆରୁ ଦୂରେଇ ଯାଇଥଲେ ବି ଜେନେଲିଆଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା କିଛି କମ ନାହିଁ। ଦୀର୍ଘ ୧୦ ବର୍ଷ ଡେଟିଂ କରିବା ପରେ ରିତେଶ ଦେଶମୁଖ ଓ ଜେନେଲିଆ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ ୮ ବର୍ଷ ପରେ ନିଜ ବିବାହ ପାଇଁ କେତେ​‌ ନିନ୍ଦା ଶୁଣିବାକୁ ମିଳିଥିଲା ସେନେଇ ଖୁଲାସା କରିଛନ୍ତି ଅଭିନେତ୍ରୀ। ବଲିଉଡର କ୍ୟୁଟ୍‌ କପଲ୍‌ କହିଲେ ଏବେ ରିତେଶ ଓ […]

କଳା ଓ ସଂସ୍କୃତି ଦେଶ ବିଦେଶ

୩୦ ନଭେମ୍ବର ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଦେଖାଯିବନି ଭାରତରେ

ଭୋପାଲ ୨୯। ୧୧: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ରେ ହେବ। ତେବେ ଏହା ପ୍ରତିଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଭାରତରେ ପାଳନୀୟ ନୁହେଁ। ଏହା ଛଡା ଗ୍ରହଣ ଦିନବେଳା ଲାଗୁଥିବାରୁ ଭାରତରେ ଦୃଶ୍ୟମାନ ମଧ୍ୟ ହେବନି ବୋଲି ଉଜ୍ଜୈନ ସରକାରୀ ଅବଜରଭେଟରୀର ଅଧିକ୍ଷକ ଡା. ରାମପ୍ରକାଶ ଗୁପ୍ତା କହିଛନ୍ତି। ଚଳିତବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ଯାହା ମଧ୍ୟାହ୍ନ ୧୨ଟା ୫୯ ମିନିଟ ୯ ସେକେଣ୍ଡରେ ଆରମ୍ଭ ହେବ। ଏହାର ମଧ୍ୟକାଳ ଅପରାହ୍ନ ୩ଟା ୧୨ ମିନିଟ୍ ୯ […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି

କଂଗ୍ରେସ ଛାଡ଼ିବା ପରେ ଏବେ ଶିବସେନାରେ ଯୋଗ ଦେବେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ନିରାଶ ହୋଇଥିଲେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର। ଏ ନେଇ ନିର୍ବାଚନ ଫଳାଫଳ ଆସିବାର ପାଞ୍ଚ ମାସ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଶିବସେନାରେ ଯୋଗଦେବାକୁ ଯାଉଛନ୍ତି। କଂଗ୍ରେସ ଦଳ ଛାଡ଼ିବା ପରେ ଉର୍ମିଲା ମାତୋଣ୍ଡକର ସୋମବାର ଶିବସେନାରେ ଯୋଗଦେବେ ବୋଲି ଜଣା ପଡ଼ିଛି। ସୂଚନା ମୁତାବକ, ନିର୍ବାଚନ ପରେ ପରେ […]

କଳା ଓ ସଂସ୍କୃତି ଧର୍ମ

୩୦ ନଭେମ୍ବରରେ ଲାଗିବ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଏହି ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହିକାମ

ନୂଆଦିଲ୍ଲୀ ୨୮/୧୧ : ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୩୦ ଅର୍ଥାତ ଆସନ୍ତା ସୋମବାର ଲାଗିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ବିଶେଷକରି ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ଗ୍ରହଣକୁ ଏକ ବିଶେ​‌ଷ ଘଟଣା ଭାବେ ବିବେଚନା କରାଯାଏ । ପୂରାଣ କଥା ବସ୍ତୁ ଅନୂଯାୟୀ ଯେତେବେଳେ ସମୁଦ୍ର ମନ୍ଥନ କରାଯାଇଥିଲା ସେତେବେଳେ ସେଥିରୁ ଅମୃତ କଳସ ବାହାରିଥିଲା । ଅମୃତ ପିଇବା ପାଇଁ […]

ଖେଳ ଦେଶ ବିଦେଶ ରାଜ୍ୟ

ଅଲମ୍ପିକ ପାଇଁ ‘ସାଇ’ ଗଠନ କରିଥିବା କୋର ଆଥଲେଟିକ୍ସ ଗ୍ରୁପରେ ଦୂତି ଚାନ୍ଦ

ଭୁବନେଶ୍ବର: ଆଗାମୀ ଅଲମ୍ପିକ ପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ କୋର ଆଥଲେଟିକ ଗ୍ରୁପ ଗଠନ ନେଇ ଘୋଷଣା କରାଯାଇଛି। ଏହି ଗ୍ରୁପରେ ୮ଜଣ କ୍ରୀଡ଼ାବିିତ ଥିବା ବେଳେ ଏମାନଙ୍କ ମଧ୍ୟରେ ଓଡ଼ିଶାର ଧାବିକା ଦୁତି ଚାନ୍ଦ ରହିଛନ୍ତି । ପ୍ରାଧିକରଣର ‘କୋର ଗ୍ରୁପ୍ ଅଫ୍ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍’ ରେ ଦୁତିଙ୍କ ସହ ୬ଟି ବିଭାଗର ୨୦ଜଣ କ୍ରୀଡାବିତଙ୍କ ନାଁ ଏହି ସ୍କିମରେ ସାମିଲ କରାଯାଇଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟର ଜଣାଶୁଣା କ୍ରୀଡାବିତଙ୍କ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ୱାସ୍ଥ୍ୟ

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ୧୪୪ ଧାରା ଜାରି

ଜଗତସିଂହପୁର: କରୋନା ସଂକ୍ରମଣ ଏବଂ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭିଡ଼କୁ ଆଖି ଆଗରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ୧୪୪ ଧାରା ଜାରି କରାଯାଇଛି। ଏନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୂଚନା ଅନୁଯାୟୀ, ଏହି କଟକଣା ନଭେମ୍ବର ୨୮ ତାରିଖରୁ ୩୦ ତାରିଖ ଯାଏଁ ଲାଗୁ ହେବ। ଏହି ସମୟରେ ଜଗତସିଂହପୁର ଜିଲ୍ଲାର ପାରାଦୀପର ମଧୁବନସ୍ଥିତ ଜଗନ୍ନାଥ ମନ୍ଦିର, ତିର୍ତ୍ତୋଲ ତହସିଲର ଶାରଳା ମନ୍ଦିର, ରଘୁନାଥପୁର ତହସିଲର […]

କଳା ଓ ସଂସ୍କୃତି ଧର୍ମ

ଆପଣଙ୍କ ବାଡ଼ି କିମ୍ବା କୁଣ୍ଡରେ ଆଲୋବେରା ଗଛଟିଏ ନିଶ୍ଚୟ ଲଗାନ୍ତୁ, ଦୂରେଇ ଯିବ ଅନେକ ସମସ୍ୟା

ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଆଲୋବେରା ବା ଯାହାକୁ ଆମେ ଓଡ଼ିଆରେ ଘିକୁଆଁରି ନାମରେ ଜାଣନ୍ତି ତାହା ଏକ ଉପକାରୀ ଗଛ। ଏହା ଅନେକ କାମରେ ଆସିଥାଏ। ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଘିକୁଆଁରି ହେଉଛି ଅବ୍ୟର୍ଥ ଔଷଧ। ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ। ଏଥିରେ ପାଣି ବ୍ୟତୀତ ଆମିନୋ ଏସିଡ, ମିନେରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ୍‌ ଆଦି ଭରପୂର ପରିମାଣରେ ରହିଛି। ଏହାକୁ ସେଭିଂ ଜେଲ୍‌ ଭାବେ […]