କିଛି ସପ୍ତାହ ମଧ୍ୟରେ ଫାଇଜର୍ ନିର୍ମିତ କୋଭିଡ୍-୧୯ ଟିକା ନେବେ ରାଣୀ ଦ୍ୱିତୀୟ ଏଲିଜାବେଥ୍ ଏବଂ ଯୁବରାଜ ଫିଲିପ୍
ଲଣ୍ଡନ: ଇଂଲଣ୍ଡ୍ର ରାଣୀ ଦ୍ୱିତୀୟ ଏଲିଜାବେଥ୍ ଏବଂ ତାଙ୍କ ସ୍ୱାମୀ ଯୁବରାଜ ଫିଲିପ୍ କିଛି ସପ୍ତାହ ମଧ୍ୟରେ ଫାଇଜର୍ କମ୍ପାନି ବିକଶିତ କରୋନାଭାଇରସ୍ ନିରୋଧୀ ଟିକା ନେବେ ବୋଲି ଗଣମାଧ୍ୟମରେ ରିପୋର୍ଟ ହୋଇଛି। ଟିକାକରଣ ପ୍ରତି ଲୋକମାନଙ୍କ ମଧ୍ୟରେ ଭରସା ବଢ଼ାଇବା ନିମନ୍ତେ ରାଣୀ ଦ୍ୱିତୀୟ ଏଲିଜାବେଥ୍ ଏବଂ ଯୁବରାଜ ଫିଲିପ୍ କରୋନାଭାଇରସ୍ ଟିକା ନେବେ ବୋଲି ରବିବାର ‘ଡେଲି ମେଲ୍’ ରିପୋର୍ଟ କରିଛି। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ପୋଲିଓ ଟିକା ପ୍ରତି ଜନସାଧାରଣଙ୍କର […]




