ଖେଳ ଦେଶ ବିଦେଶ

ଅଲମ୍ପିଆନ୍ ଅଞ୍ଜୁ ବବି ଜର୍ଜଙ୍କ ଚାଞ୍ଚଲ୍ୟକର ଖୁଲାସା, ଗୋଟିଏ କିଡନୀରେ ହାସଲ କରିଛନ୍ତି ସଫଳତା

କୋଚି ୮।୧୨: ଭାରତୀୟ ଅଲମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଗୋଟିଏ କିଡନୀ ସାହାରାରେ ଶୀର୍ଷ ସ୍ଥାନରେ ସଫଳତା ହାସଲ କରିଛନ୍ତି । ଆଇଏଏଏଫ ବିଶ୍ବ ଆଥଲେଟିକ୍ସ ଫାଇନାଲସ (ମୋନାକୋ ୨୦୦୫)ର ଗୋଲ୍ଡ ମେଡାଲିଷ୍ଟ ଲଙ୍ଗ୍ ଜମ୍ପ୍ ର ଏହି ଷ୍ଟାର ଆଥଲେଟ୍ସ କହିଥିଲେ ଯେ, ପେନ୍ କିଲର ଔଷଧକୁ ମଧ୍ୟ ତାଙ୍କୁ ଆଲର୍ଜି ଥିଲା । ଏପରି ସବୁ ବାଧାବିଘ୍ନ ସତ୍ତ୍ବେ ସେ ଏହି ସଫଳତା ପାଇଛନ୍ତି […]

ସ୍କୁଲ ଫି ଛାଡ଼ ମାମଲା: ସରକାରଙ୍କ ଆଉ ଏକ ସତ୍ୟପାଠ ଦାଖଲ, କହିଲେ ଆମର ‌କର୍ତ୍ତୃତ୍ବ ନାହିଁ

କଟକ: ଘରୋଇ ସ୍କୁଲର ଫି’ ନିୟନ୍ତ୍ରଣ ମାମଲାରେ ସରକାରଙ୍କ କିଛି କର୍ତ୍ତୃତ୍ବ ନାହିଁ। ଘରୋଇ ସ୍କୁଲ ଫି ନିୟନ୍ତ୍ରଣ କରିବାକୁ କିଛି ବ୍ୟବସ୍ଥା ନାହିଁ। ଆଜି ହାଇକୋର୍ଟରେ ରାଜ୍ୟ ସରକାର ଏପରି ସତ୍ୟପାଠ ଦାଖଲ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ଆଜି ଏ ସମ୍ପର୍କିତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସତ୍ୟପାଠର ନକଲ […]

୨୪ ଘଣ୍ଟା ମଧ୍ୟରେ ୩୨,୯୮୧ ନୂଆ ସଂକ୍ରମଣ ସହ ୯୬.୭ ଲକ୍ଷରେ ଟପିଲା ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୨,୯୮୧ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୬.୭ ଲକ୍ଷରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୨,୯୮୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୯୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୬,୭୭,୨୦୩ ଓ ମୃତ୍ୟୁସଂଖ୍ୟା ୧୪୦, ୫୭୩ରେ […]

ଦେଶ ବିଦେଶ ମନୋରଞ୍ଜନ

ସାଟେଲାଇଟ୍‌ ନିୟନ୍ତ୍ରିତ ବନ୍ଧୁକ ଯୋଗେ ଇରାନୀୟ ଆଣବିକ ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଛି: ରିପୋର୍ଟ

ନୂଆଦିଲ୍ଲୀ: ଗତ ସପ୍ତାହରେ ଶୀର୍ଷସ୍ତରୀୟ ଇରାନୀୟ ଆଣବିକ ବୈଜ୍ଞାନିକଙ୍କୁ ହତ୍ୟା କରିବାରେ ସାଟେଲାଇଟ୍‌ ନିୟନ୍ତ୍ରିତ ମେସିନ୍‌ ଗନ୍‌ ବ୍ୟବହୃତ ହୋଇଥିବା କଥା ଅର୍ଦ୍ଧ-ସରକାରୀ ଖବର ସରବରାହ ସଂସ୍ଥା ‘ମେହର୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି। ନଭେମ୍ବର ୨୭ ତାରିଖରେ ତେହେରାନ୍‌ ଉପକଣ୍ଠରେ ଆଣବିକ ବୈଜ୍ଞାନିକ ମହସିନ୍‌ ଫଖ୍ରିଜାଦେଙ୍କୁ ବନ୍ଧୁକ ଏବଂ କାର୍‌ ବୋମା ଦ୍ୱାରା ହତ୍ୟା କରାଯାଇଥିଲା। ରାଜଧାନୀ ପୂର୍ବ ପଟରେ ଥିବା ରାଜପଥରେ କାର୍‌ ଚଳାଇ ଯାଉଥିବା ବେଳେ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ବ୍ୟବହାର କରାଯାଇ ତାଙ୍କ […]

ବିବାହ କଲେ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତ୍ରୀ ଶିରିନ ସେଓ୍ବାନି : ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ମୁମ୍ବାଇ ୭/୧୨: ବଲିଉଡ ଏବଂ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରୁ କିଛି ଦିନ ହେବ ଖାଲି ବିବାହ ଖବର ଶୁଣିବାକୁ ମିଳୁଛି। ନିକଟରେ ଡିସେମ୍ବର ୧ତାରିଖରେ ସିଙ୍ଗର ଏବଂ ଇଣ୍ଡିଆନ୍ ଆଇଡଲର ହୋଷ୍ଟ୍ ଆଦିତ୍ୟ ନାରାୟଣ ନିଜ ଲଙ୍ଗ୍ ଟାଇମ୍ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରଓ୍ବାଲଙ୍କ ସହ ବିବାହ କରିଛନ୍ତି। ସେହିପରି ଏବେ ଆଉ ଜଣେ ଟେଲିଭିଜନ ଅଭିନେତ୍ରୀ ଗାର୍ହ୍ୟସ୍ଥ ଜୀବନରେ ପ୍ରବେଶ କରିଛନ୍ତି। ଏହି ଅଭିନେତ୍ରୀଙ୍କ ନାଁ ଶିରିନ ସେଓ୍ବାନି। ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତ୍ରୀ […]

ଭିଟାମିନ୍-ଡି ଅଭାବରୁ ଅନେକ ଲୋକ ହେଉଛନ୍ତି କରୋନାର ଶିକାର, ସୁସ୍ଥ ରହିବା ପାଇଁ ନିଶ୍ଚୟ ଖାଆନ୍ତୁ ଏହିସବୁ ଜିନିଷ

ଭୁବନେଶ୍ୱର ୦୬/୧୨ : କରୋନା ଭାଇରସ ସଂକ୍ରମିତଙ୍କ ମଧ୍ୟରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଭିଟାମିନ-ଡି ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଭିଟାମିନ୍-ଡି ଏମିତି ଏକମାତ୍ର ଭିଟାମିନ ଯାହା ସୂର୍ଯ୍ୟ କିରଣରୁ ପ୍ରାପ୍ତ ହୋଇଥାଏ। ସୂର୍ଯ୍ୟ କିରଣ ଉପସ୍ଥିତିରେ ଶରୀରରେ ଭିଟାମିନ-ଡି ନିର୍ମାଣ ହୋଇଥାଏ। ଭିଟାମିନ୍-ଡି ମାନବ ଶରୀର ପାଇଁ ବହୁତ ଆବଶ୍ୟକ। ସୂର୍ଯ୍ୟ କିରଣ ସମ୍ପର୍କରେ ଆସିଲେ ଶରୀରରେ ଭିଟାମିନ୍-ଡି ନିର୍ମାଣ ହୋଇଥାଏ। କିନ୍ତୁ କିଛି ଖାଦ୍ୟ ସାମଗ୍ରୀ ବା ସପ୍ଲିମେଣ୍ଟ ଜରିଆରେ ମଧ୍ୟ ଭିଟାମିନ୍-ଡି […]

ଭଗବାନ ଶିବଙ୍କ ପୂଜାରେ ବ୍ୟବହାର ହେଉଥିବା ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର, ଅର୍ଶ ଓ ଅନ୍ୟ ରୋଗରୁ ମିଳିଥାଏ ମୁକ୍ତି

ଭୁବନେଶ୍ୱର ୦୭/୧୨ : ଭଗବାନ ଶିବଙ୍କ ପୂଜାରେ କଞ୍ଚା କ୍ଷୀର ଓ ଫୁଲ ସହ ବେଳ ପତ୍ର ଅର୍ପଣ କରାଯାଇଥାଏ। ବେଲପତ୍ର ଶିବଙ୍କ ଅତି ପ୍ରିୟ। ବେଲପତ୍ର କେବଳ ଶିବଙ୍କ ପୂଜାରେ ଲାଗେନି ବରଂ ଏହାର ଅନେକ ଉପକାରିତା ମଧ୍ୟ ରହିଛି। ସ୍ୱାସ୍ଥ୍ୟ ପାଇଁ ବେଲପତ୍ର ବହୁତ ଲାଭଦାୟକ ହୋଇଥାଏ। ବେଲପତ୍ର ସେବନ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ବେଲପତ୍ର କିପରି ବ୍ୟବହାର କରିବେ ଜାଣନ୍ତୁ: ୧. ଜ୍ୱର ହେଉଥିଲେ ବେଲପତ୍ରରେ କାଢ଼ା ତିଆରି କରି […]

‘ହାର୍ଦ୍ଦିକ ପାଣ୍ଡ୍ୟା ଧୋନୀଙ୍କ ଭଳି ବିପଦଜ୍ଜନକ, ମ୍ୟାଚ୍ ଛଡାଇନେଲେ’, ମାନିଲେ ଅଷ୍ଟ୍ରେଲିଆ କୋଚ୍

ସିଡନୀ,୦୭/୧୨: ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟି୨୦ ମ୍ୟାଚ୍ ଜିତିଛି । ଏହାସହ ସିରିଜକୁ ମଧ୍ୟ ୨-୦ରେ ଆଗୁଆ କବଜା କରିନେଇଛି । ଏହି ମ୍ୟାଚର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କର ବିସ୍ଫୋରକ ବ୍ୟାଟିଂରେ ଭାରତ କଙ୍ଗାରୁ ବିପକ୍ଷରେ ଦମଦାର୍ ବିଜୟ ହାସଲ କରିଛି । ଏହି ବିଜୟ ପରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନକୁ ନେଇ ଅଷ୍ଟ୍ରେଲିଆ କୋଚ୍ ଜଷ୍ଟିନ୍ ଲାଙ୍ଗର୍ କହିଛନ୍ତି ଯେ, ପାଣ୍ଡ୍ୟା ଦ୍ୱିତୀୟ ଟି୨୦ରେ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ । ଏହାସହ […]

‘ଟି ନଟରାଜନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ର ହକଦାର’, ଏମିତି କହି ସମସ୍ତଙ୍କ ହୃଦୟ ଜିତିଲେ ପାଣ୍ଡ୍ୟା

ସିଡନୀ,୦୭/୧୨: ଅଷ୍ଟ୍ରେଲିଆକୁ ଭାରତ ଦ୍ୱିତୀୟ ଟି୨୦ରେ ପରାସ୍ତ କରି ସିରିଜ ଉପରେ କବଜା କରିଛି । ମ୍ୟାଚ୍ ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ୨୨ ବଲରୁ ବିସ୍ଫୋରକ ୪୨ ରନ୍ ସ୍କୋର କରିଥିଲେ । ୧୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ବିରାଟ କୋହଲି ପ୍ୟାଭିଲିୟନ ଫେରିବା ପରେ ସଙ୍କଟରେ ପଡିଥିଲା । କିନ୍ତୁ ପାଣ୍ଡ୍ୟା ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ୬ ଓ୍ୱିକେଟରେ ବିଜୟୀ କରାଇଥିଲେ । ଏହାସହ […]

ଭାଲୁ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ, ୩ ଜଣ ଗୁରୁତର

ମାଲକାନଗିରି ୭।୧୨: ବଣୁଆ ଭାଲୁ ଆକ୍ରମଣରେ ଚାଲିଗଲା ୪ ଜଣଙ୍କ ଜୀବନ । ୩ ଜଣ ଗୁରୁତର ହୋଇଛନ୍ତି । ଛତିଶଗଡ କୋରିଆ ଜିଲ୍ଲା ଅଙ୍ଗଓ୍ବାହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ଛତିଶଗଡ କୋରିଆ ଜିଲ୍ଲା ଅଙ୍ଗଓ୍ବାହି ଗାଁରେ ଭାଲୁ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ହୋଇଛନ୍ତି । ଛତିଶଗଡ ସରକାର ମୃତ ବ୍ୟକ୍ତିଙ୍କ ପରିବାରକୁ ୬ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା […]