ଅଷ୍ଟ୍ରେଲିଆ ପାଇଁ ଆଉ ଏକ ମସ୍ତିଷ୍କାଘାତ ସମସ୍ୟା ଖେଳୁଆଡ ଭାବନା ପାଇଁ ହୃଦୟ ଜିତିଲେ ସିରାଜ

ଟେଷ୍ଟ୍ ଶୃଙ୍ଖଳାରେ ଖେଳିବାକୁ ଆଶାୟୀ କାମେରନ୍ ଗ୍ରିନ୍‌ଙ୍କ ମୁଣ୍ଡରେ ବଲ୍ ବାଜିବାରୁ ଅଷ୍ଟ୍ରେଲିଆର ୪ ମ୍ୟାଚ୍‌ ଶୃଙ୍ଖଳା ପ୍ରସ୍ତତିକୁ ପୁଣି ଏକ ଝଟ୍‌କା ଲାଗିଛି। ୨୧ ବର୍ଷୀୟ ଗ୍ରିନ୍‌ ଯଶପ୍ରୀତ୍ ବୁମରାଙ୍କୁ ବୋଲିଂ କରୁ୍‌ଥିବା ବେଳେ ଡ୍ରାଇଭ୍‌ ସଟ୍‌ରୁ ଆସି ବଲ୍‌ ତାଙ୍କ ମୁଣ୍ଡର ଡାହାଣପଟେ ବାଜିଥିଲା। ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିବା ପରେ ସେ ପଡିଆରୁ ଚାଲିଚାଲି ଆସିପାରିଥିଲେ। ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ନଜର ରଖାଯାଇଛି। କିନ୍ତୁ ଚଳିତ ମ୍ୟାଚ୍‌ରେ ସେ ଆଉ ଖେଳିବେ […]

ମମତାଙ୍କୁ ଝଟକା ! କେନ୍ଦ୍ରୀୟ ଡେପୁଟେସନରେ ଗଲେ ପଶ୍ଚିମବଙ୍ଗର ୩ IPS ଅଫିସର

ନୂଆଦିଲ୍ଲୀ ୧୨।୧୨: ପଶ୍ଚିମବଙ୍ଗରେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ ପଟୁଆର ଉପରକୁ ଆକ୍ରମଣ ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ଆସିଛି। ରାଜ୍ୟର ୩ ଭାରତୀୟ ପୋଲିସ ସେବା ଅଧିକାରୀ (ଆଇପିଏସ)ଙ୍କୁ କେନ୍ଦ୍ରୀୟ ଡେପୁଟେସନ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଅଧିକାରୀମାନେ ଦିଲ୍ଲୀ ବଦଳି ହୋଇଛନ୍ତି। ଏହା ପୂର୍ବରୁ ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ସମନ ଜାରି କରି କେନ୍ଦ୍ର ସରକାର ଦିଲ୍ଲୀ ଡକାଇଥିଲେ। ଗତ ଗୁରୁବାର ଦିନ କୋଲକାତା ନିକଟରେ […]

ହିଟ୍ ମ୍ୟାନ୍‌ଙ୍କୁ ନେଇ ବିସିସିଆଇରେ ପେଞ୍ଚ ! ଅଷ୍ଟ୍ରେଲିଆରେ ପୁଣି ଥରେ ଫିଟନେସ୍ ଟେଷ୍ଟ ଦେବେ ରୋହିତ ଶର୍ମା

ନୂଆଦିଲ୍ଲୀ ୧୨।୧୨: ଭାରତୀୟ କ୍ରିକେଟ୍ ଦଳର ଓପନର ରୋହିତ ଶର୍ମାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ) ଫିଟ୍ ଘୋଷଣା କରିଛି। କିନ୍ତୁ ଏହା ପରେ ମଧ୍ୟ ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆରେ ଫିଟନେସ୍‌ ଟେଷ୍ଟ ଦେବାକୁ ପଡିବ। ଶନିବାର ଏହାର ସୂଚନା ଦେଇଛି ଅଷ୍ଟ୍ରେଲିଆ। ବିସିସିଆଇ ଅନୁଯାୟୀ, ଫିଟନେସ୍ ଟେଷ୍ଟ ପରେ ଯାଇ ରୋହିତଙ୍କୁ ଟେଷ୍ଟ ସିରିଜ୍‌ର ବାକି ଦୁଇଟି ମ୍ୟାଚ୍‌ରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯିବ। ରୋହିତ ଅଷ୍ଟ୍ରେଲିଆ ଗସ୍ତ କେବେ କରିବେ ତାକୁ ନେଇ ବୋର୍ଡ ତରଫରୁ […]

ଖେଳ ଦେଶ ବିଦେଶ

ବାପାଙ୍କ ଭୁଲ ପାଇଁ କ୍ଷମା ମାଗିଲେ ଯୁବରାଜ ସିଂ, କହିଲେ- ‘ଆମ ଦୁଇଜଣଙ୍କ ଭାବନା ସମାନ ନୁହେଁ’

ନୂଆଦିଲ୍ଲୀ, ୧୨|୧୨: ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ପିତା ଯୋଗରାଜ ସିଂଙ୍କ ବିବାଦୀତ ବୟାନ ପାଇଁ କ୍ଷମା ମାଗିଛନ୍ତି । ଯୋଗରାଜ କୃଷକ ଆନ୍ଦୋଳନ ସମର୍ଥନରେ ହିନ୍ଦୁଙ୍କ ବିରୋଧରେ ଅପମାନଜନକ ପ୍ରତିକ୍ରିୟା ଦେଇଥିଲେ । ଯାହାକୁ ନେଇ ବିବାଦ ଘନେଇଥିଲା । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଗିରଫଦାରୀ ପାଇଁ ଦାବି ହୋଇଥିଲା । ଏହି ପ୍ରସଙ୍ଗରେ ଯୁବରାଜ ସିଂ ନିଜ ପିତାଙ୍କ ଭାବନା ତାଙ୍କ ସହ ସମାନ ନୁହେଁ ବୋଲି କହିଛନ୍ତି । […]

ଆହତ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ ମାର୍ସ କରିବେ ଓପନିଂ ! ଭାରତ ବିପକ୍ଷ ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ଏମିତି କହିଲେ ଅଷ୍ଟ୍ରେଲିଆ କୋଚ୍

ସିଡନୀ, ୧୨|୧୨: ଭାରତ ବିପକ୍ଷରେ ଆଡିଲେଡରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ ଅଷ୍ଟ୍ରେଲିଆ । ଡିସେମ୍ବର ୧୭ ତାରିଖରୁ ସିରିଜର ପ୍ରଥମ ମ୍ୟାଚ୍ ଆରମ୍ଭ ହେବ । ଟେଷ୍ଟ୍ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଦମଦାର ବ୍ୟାଟସମ୍ୟାନ୍ ସନ୍ ମାର୍ସ ଓପନିଂ କରିପାରନ୍ତି ବୋଲି କହିଛନ୍ତି ଦଳର କୋଚ୍ ଜଷ୍ଟିନ୍ ଲାଙ୍ଗର୍ । ଦଳର ପ୍ରମୁଖ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଆହତ ହୋଇଛନ୍ତି । ତେଣୁ ସେ ପ୍ରଥମ ଟେଷ୍ଟ ଖେଳୁ ନାହାଁନ୍ତି । ଫଳରେ […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସାଧାରଣତନ୍ତ୍ର ଦିବସରେ ଉତ୍ତର ପ୍ରଦେଶ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶନ ହେବ ଅଯୋଧ୍ୟାର ରାମ ମନ୍ଦିର

ଲକ୍ଷ୍ନୌ: ନୂଆଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ସମେତ ସେଠାକାର ସଂସ୍କୃତି, ପ୍ରଥା ଏବଂ କଳାକୃତି ପ୍ରଦର୍ଶନ କରାଯିବ। ରାଜ୍ୟ ସରକାରଙ୍କ ବିବୃତି ଅନୁସାରେ, ୨୦୨୧ ପ୍ରଜ୍ଞାପନ ମେଢ଼ର ଶୀର୍ଷକ ରହିଛି ‘ଅଯୋଧ୍ୟା: ଉତ୍ତର ପ୍ରଦେଶର ସାଂସ୍କୃତିକ ଐତିହ୍ୟ’। ଏଥିରେ ଅଯୋଧ୍ୟା ‘ଦୀପୋତ୍ସବ’ ଏକ ଝଲକ ବି ପ୍ରଦର୍ଶନ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ୍‌ ସଂକ୍ରାନ୍ତ ବୈଠକରେ ଉତ୍ତର ପ୍ରଦେଶ ସରକାର […]

ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି: ଶଳା ଓ ଭିଣୋଇଙ୍କ ମୃତ୍ୟୁ, ଜଣେ ଗୁରୁତର

ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଠାରେ ବିଳମ୍ବିତ ରାତିରେ ଏକ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଶଳା ଓ ଭିଣୋଇଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହାଛଡ଼ା ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ରାୟପୁରକୁ ପଠାଯାଇଛି। ପ୍ରକାଶ ଯେ ଶୁକ୍ରବାର ରାତିରେ ଓଡି ୨୬-ଏ ୦୩୦୩ ନମ୍ବର ଥିବା ଏକ ଗାଡ଼ିରେ ଭିଣୋଇ କଲ୍ୟାଣ ବାଗ (୨୫) ଓ ଶଳା ଲଖନ ବାଗ(୧୬)ଙ୍କ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଶରୀରର ବିଭିନ୍ନ ସ୍ଥାନରେ ଲାଗିଛି ଗଭୀର ଆଘାତ

ପୁରୀ ୧୨।୧୨: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ବାସେଳୀ ସାହି ଥାନା ବାଲିସ୍କୁଲ ନିକଟରେ ଆକ୍ରମଣ ହୋଇଛି । ଗୁରୁତର ଯୁବକ ଜଗନ୍ନାଥ ବସ୍ତି ପଞ୍ଚମୁଖି ବିହାର ଅଞ୍ଚଳର ଗଣେଶ ପ୍ରଧାନ । ଗଣେଶଙ୍କ ମୁଣ୍ଡ, ବାମ ହାତ, ବେକ ଓ କାନରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ […]

ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୧୨।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୦୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୪ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ, ବାଲେଶ୍ବର, ମାଲକାନଗିରି ଜିଲ୍ଲାରୁ […]

କେବେ ଶନି ପ୍ରଦୋଷ ବ୍ରତ ? ଏହି ପୂଜା କଲେ ମିଳିବ ଭଗବାନ ଶିବ ଏବଂ ଶନି ଦେବତାଙ୍କ ଅଶେଷ କୃପା

ପ୍ରତି ମାସରେ ଶୁକ୍ଳ ଏବଂ କୃଷ୍ଣ ପକ୍ଷରେ ପ୍ରଦୋଷ ବ୍ରତ ହୋଇଥାଏ। ଏହି ବ୍ରତ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ। ପୁରାଣ ଅନୁସାରେ ଏହି ବ୍ରତକୁ କରିବା ଦ୍ବାରା ଦୀର୍ଘାୟୁ ବରଦାନ ପ୍ରାପ୍ତ ହୋଇଥାଏ। ପ୍ରଦୋଷ ବ୍ରତ ଯଦି ଶନିବାର ପଡ଼ିଥାଏ ତାହାକୁ ଶନି ପ୍ରଦୋଷ ବ୍ରତ କୁହାଯାଏ। ଶନି ପ୍ରଦୋଷ ବ୍ରତ କରୁଥିବା ବ୍ୟକ୍ତିଙ୍କୁ ଭଗବାନ ଶିବଙ୍କ ସହ ଶନି ଦେବତାଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ। ଏବର୍ଷର ଶେଷ ଶନି ପ୍ରଦୋଷ ବ୍ରତ ଡିସେମ୍ବର […]