ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଃସ୍ବାର୍ଥପର ସମାଜ ସେବା ଦ୍ବାରା ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କ ଲାଗି ଦିନଟି ବହୁତ ଭଲ। ଭବିଷ୍ୟତ ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବୃଷ: ଧର୍ମ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ସକାରାତ୍ମକ ରହିବ। ମିଥୁନ: ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। କୋର୍ଟ କଚେରି ବିବାଦରେ ବିଜୟ ଲାଭ କରିବେ। କର୍କଟ: ବନ୍ଧୁଙ୍କ ସାହାଯ୍ୟ […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସବୁଠୁ ଭଲ ଲାଗେ ଭୁବନେଶ୍ବର : ଶକ୍ତିକାନ୍ତ ଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତି

ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ଭଳି ସହର ଥିଲା କର୍ମଭୂମି। କିନ୍ତୁ ଭୁବନେଶ୍ବରରେ ପାଠପଢ଼ା ଏବଂ ପିଲାଦିନ ବିତିଥିବାରୁ ଏହି ସହରକୁ ସବୁଠୁ ଅଧିକ ପସନ୍ଦ କରନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଥିଲେ। ନିଜ ଜୀବନର ଅବସୋସ ସମ୍ପର୍କରେ ସେ କହିଛନ୍ତି ଯେ ମୋ ବାପା-ମା’ ଜୀବିତ ଥିଲେ ବହୁତ ଖୁସି ହୋଇଥାନ୍ତେ। ସେମାନଙ୍କୁ ହରାଇଥିବାର ଦୁଃଖ ସବୁବେଳେ ରହୁଛି। ଏହା ମୋ ଜୀବନର ସବୁଠୁ […]

ଖେଳ ଦେଶ ବିଦେଶ ମନୋରଞ୍ଜନ

ଗଳି ପିଲାଙ୍କ ସହ କ୍ରିକେଟ୍‌ ଖେଳୁଛନ୍ତି ଆମିର୍‌

ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର୍‌ ଖାନ୍‌ ଏବେ ଡେରାଡୁନ୍‌ରେ ଛୁଟି କାଟୁଛନ୍ତି। ସେ ସେଠାରେ ଜାଖନ୍‌ରେ ନିଜ ସମ୍ପର୍କୀୟଙ୍କ ଘରେ ଅଛନ୍ତି। ରବିବାର ଦିନ ଆମିରଙ୍କୁ ସେଠାକାର ପିଲାମାନଙ୍କ ସହ କ୍ରିକେଟ ଖେଲୁଥିବା ଦେଖିବାକୁ ମିଳିଛି। ପ୍ରଥମେ ପିଲାମାନେ ଆମିରଙ୍କୁ ଚିହ୍ନି ପାରିନଥିଲେ। ପରେ ସେମାନେ ସମସ୍ତେ ତାଙ୍କ ସହ ଫଟୋ ଉଠାଇଥିଲେ। ଏବେ ଏସବୁ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଆମିରଙ୍କ ଏଭଳି କାର୍ଯ୍ୟକୁ କୋଟି କୋଟି ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। […]

‘ଦ କପିଲ ଶର୍ମା ସୋ’କୁ ଫେରିଲେ ଭାରତୀ ସିଂହ

କମେଡି କ୍ବିନ୍‌ ଭାରତୀ ସିଂହ ‘ଦ କପିଲ ଶର୍ମା ସୋ’କୁ ଫେରିଛନ୍ତି। ସୋ’ର ସୁଟିଂ ଭାରତୀ ଆରମ୍ଭ କରି ଦେଇଥିବା‌ ବେଳେ ସୁଟିଂ ସେଟ୍‌ରୁ ସେ ଗୁଡ଼ାଏ ଫଟୋ ସେୟାର କରିଛନ୍ତି। କିଛି ଦିନ ତଳେ ଏନ୍‌ସିବି ଭାରତୀଙ୍କ ମୁମ୍ବାଇସ୍ଥିତ ବାସଭବନରେ ଚଢ଼ଉ କରି ୮୨ ଗ୍ରାମ୍‌ର ଗଞ୍ଜେଇ ଜବତ କରିଥିଲା। ଏନ୍‌ସିବିର ପ୍ରଶ୍ନୋତ୍ତର ସମୟରେ ଭାରତୀ ଡ୍ରଗ୍‌ସ୍‌ ସେବନ କରୁଥିବା ସ୍ବୀକାର କରିଥିଲେ। ଏହାପରେ ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନ୍‌ସିବି ଗିରଫ […]

ଖେଳ ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଆହତରୁ ମୁକୁଳି ଜନ୍ମଦିନ ପାଳିଲେ ଜାଦେଜା

ଆଡିଲେଡ୍: ମସ୍ତିଷ୍କାଘାତ ଏବଂ ମାଂସପେଶୀ ଜନିତ ଆଘାତ ପାଇଥିବା ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ସୁସ୍ଥ ହୋଇଯାଇଛନ୍ତି। ଆହତରୁ ମୁକୁଳିବା ପରେ ସେ ମଙ୍ଗଳବାର ଭାରତୀୟ ଦଳକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ଅବସରରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବାଉଁସର ଜାଦେଜାଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ମସ୍ତିଷ୍କାଘାତ ଯୋଗୁଁ ଜାଦେଜା ଶେଷ ଦୁଇ ଟି-୨୦ ମ୍ୟାଚ୍‌ରୁ ବଞ୍ଚିତ ହୋଇଥିଲେ। ହେଲେ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ସେ ସୁସ୍ଥ ହୋଇଯାଇଛନ୍ତି। ସୁସ୍ଥ ହୋଇ ସେ ମଙ୍ଗଳବାର […]

ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆ ଗଲେ ରୋହିତ

ନୂଆଦିଲ୍ଲୀ: କିଛି ଦିନର କଳ୍ପନାଜଳ୍ପନା ଏବଂ ଦ୍ବନ୍ଦ୍ବର ଅବସାନ ଘଟାଇ ଭାରତୀୟ ଓପ୍‌ନର ରୋହିତ ଶର୍ମା ଶେଷରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଏନ୍‌ସିଏ (ଜାତୀୟ କ୍ରିକେଟ୍‌ ଏକାଡେମି)ରୁ ଫିଟ୍‌ନେସ୍‌ ପ୍ରମାଣପତ୍ର ପାଇସାରିଥିବା ରୋହିତ ମଙ୍ଗଳବାର ଭୋର୍‌ ସମୟରେ ସ୍ବଦେଶ ଛାଡ଼ିଥିଲା ବେଳେ ବୁଧବାର ସମ୍ଭବତଃ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ଟେଷ୍ଟ୍‌ ଦଳ ସହ ଯୋଗଦେବେ। ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ୍‌ ଖେଳି ସ୍ବଦେଶ ଫେରିଆସିବାର ଥିଲା ବେଳେ ତୃତୀୟ ଟେଷ୍ଟ୍‌ ପୂର୍ବରୁ ରୋହିତ […]

ଖେଳ ଦେଶ ବିଦେଶ

ଆଇସିସି ଟେଷ୍ଟ୍‌ ମାନ୍ୟତା: କୋହଲି ଦ୍ବିତୀୟକୁ ଉଠିଲେ ପୂଜାରା, ରାହାଣେ ଏବଂ ବୁମ୍‌ରା, ଅଶ୍ବିନ୍‌ ଶୀର୍ଷ-୧୦ରେ

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଦ୍ବାରା ଘୋଷିତ ସଦ୍ୟ ଟେଷ୍ଟ୍‌ ମାନ୍ୟତାରେ ଦ୍ବିତୀୟ ସ୍ଥାନକୁ ଲମ୍ଫ ଦେଇଛନ୍ତି। କୋହଲି ୮୮୬ ରେଟିଂ ପଏଣ୍ଟ୍‌ ସହ ଅଗ୍ରଣୀ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ର ମାନ୍ୟତା ପାଇଥିଲା ବେଳେ ଚେତେଶ୍ବର ପୂଜାରା (୭୬୬) ଏବଂ ଉପଅଧିନାୟକ ଆଜିଙ୍କ୍ୟ ରହାଣେ (୭୨୬) ଶୀର୍ଷ-୧୦ରେ ରହିଛନ୍ତି। ପୂଜାରା ସପ୍ତମ ଏବଂ ରାହାଣେ ଦଶମ ସ୍ଥାନ ପାଇଛନ୍ତି। ଆଇସିସି ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ (୯୧୧) ଶୀର୍ଷ […]

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଭୁଲିଗଲେ: ୨ ଦିନ ପରେ ୧୫୦ତମ ଜୟନ୍ତୀ, ସ୍ବତନ୍ତ୍ର କାର୍ଯ୍ୟକ୍ରମ କିଛି ବି ନାହିଁ ଭାଷା ଭିତ୍ତିକ ରାଜ୍ୟ ଗଠନରେ ସାଜିଥିଲେ ମୁଖ୍ୟ ପୁରୋଧା, ଶିକ୍ଷା, ସ୍ବାସ୍ଥ୍ୟ, ସାହିତ୍ୟ, ଶିଳ୍ପ ବିକାଶରେ ଅବଦାନ ଅତୁଳନୀୟ

ରାଜକିଶୋର ଦାଶ ବାରିପଦା: ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ଗଠନରେ ସେ ସାଜିଥିଲେ ମୁଖ୍ୟ ପୁରୋଧା। ‘ଉତ୍କଳ ସମ୍ମିଳନୀର ସେ ମୁଖ୍ୟ ପୃଷ୍ଠପୋଷକ ଥିଲେ। ୧୯୦୩ ଡିସେମ୍ବର ୩୦ ରେ କଟକର ଇଦ୍‌ଗା ପଡ଼ିଆରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନର ପ୍ରଥମ ସଭାପତି ଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ ତାଙ୍କର ଗୁଣଗ୍ରାହୀ। ଶିକ୍ଷା, ସ୍ବାସ୍ଥ୍ୟ, କଳା ସଂସ୍କୃତିଠାରୁ ଆରମ୍ଭ କରି ଶିଳ୍ପର ବିକାଶରେ ସେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

କରୋନା କାରୁଣ୍ୟ: ପାଲା କଳାକାରଙ୍କ ଦୁଃଖ ଶୁଣିବ କିଏ ?

ପାତ୍ରପୁର: ଗଞ୍ଜାମ ଜିଲ୍ଲାରେ କ‌ରୋନା ମହାମାରୀର ପ୍ରାଦୁର୍ଭାବ କମିଛି। ଦୈନନ୍ଦିନ ସଂକ୍ରମଣ ଗ୍ରାଫ୍ ଆଶାତୀତ ଭାବେ ନିମ୍ନଗାମୀ ହେଉଛି। ଆଉ ‌ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଏବଂ ଜୀବନଜୀବିକା ସ୍ବାଭାବିକ ଲାଗି ପ୍ରଶାସନ କିଛି କଟକଣାକୁ ମଧ୍ୟ କୋହଳ କରିଛି। ହେଲେ ଦୁଃଖର କଥା ହେଲା, ଏଯାଏ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ସହ ଯାନିଯାତ୍ରା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ଉପରୁ ଅଙ୍କୁଶ ହଟିପାରିନି। ଯଦ୍ବାରା ବିଭିନ୍ନ ଲୋକକଳା ଓ […]

ବିଦ୍ୟୁତ୍ ତାର ଚୋରି ବେଳେ ଅଘଟଣ, ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ନୟାଗଡ ୧୬।୧୨: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ । ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ ୧୧ କେ.ଭି. ବିଦ୍ୟୁତ୍ ତାର ଚୋରୀ କରୁଥିବାବେଳେ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଲେ ବିଜୟ ପ୍ରଧାନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ […]