କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ

ସଫଳତାର ମନ୍ତ୍ର: ତ୍ୟାଗ କରନ୍ତୁ ଏହିସବୁ ଅଭ୍ୟାସ, ନଚେତ ହୋଇଯିବେ କାଙ୍ଗାଳ

ଭୁବନେଶ୍ୱର ୨୨/୧୨ : ହିନ୍ଦୁ ଧର୍ମରେ ଶ୍ରୀମଦ ଭାଗବତ ଗୀତାକୁ ସର୍ବଶ୍ରେଷ୍ଠ ବେଦ ବା ଶାସ୍ତ୍ର ବୋଲି କୁହାଯାଏ। ଗୀତାରେ ସବୁ ସମସ୍ୟାର ସମାଧାନ ରହିଛି। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ନିଜ ଆଚରଣକୁ ନେଇ ମଣିଷ ସର୍ବଦା ଗମ୍ଭୀର ଓ ସତର୍କ ରହିବା ଉଚିତ। ଯେଉଁ ବ୍ୟକ୍ତି ନିଜ ଆଚରଣକୁ ନେଇ ସତର୍କ ରୁହଂତିନୀ ସେମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, यद्यदाचरति श्रेष्ठस्तत्तदेवेतरो जन: । स […]

ବୁଧବାର ଦିନ ଗଣେଶଙ୍କ ପୂଜା କଲେ ଶାନ୍ତ ହୋଇଥାନ୍ତି କେତୁ, ଦୂର ହୋଇଥାଏ ଗ୍ରହ ଦୋଷ

ଭୁବନେଶ୍ୱର ୨୨/୧୨ : ବୁଧବାର ଦିନ ଭଗବାନ ଗଣେଶଙ୍କୁ ସମର୍ପିତ। ପାଞ୍ଜି ଅନୁସାରେ ଡିସେମ୍ବର ୨୩ ତାରିଖ ବୁଧବାର ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ନବମୀ ତିଥି। ଏହିଦିନ ଚନ୍ଦ୍ରମା ମୀନ ରାଶିରେ ଗୋଚର କରିବେ। ଏହି ଦିନ ଗଣେଶଙ୍କୁ ପୂଜା କଲେ ବୁଧ ଓ କେତୁ ଗ୍ରହ ଶୁଭ ଫଳ ପ୍ରଦାନ କରିଥାନ୍ତି। ବୁଧ ଗ୍ରହ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ଶୁଭ ଗ୍ରହ। ବୁଧ ମିଥୁନ ଓ କନ୍ୟା ରାଶିର […]

ମୋକ୍ଷଦା ଏକାଦଶୀ ବ୍ରତ ଦ୍ବାରା ମିଳିଥାଏ ମୋକ୍ଷ, ଦୂର ହୁଏ ସବୁ ଦୁଃଖ କଷ୍ଟ : ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି

ଭୁବନେଶ୍ବର ୨୧।୧୨: ମୋକ୍ଷଦା ଏକାଦଶୀ ବର୍ଷର ଶେଷରେ ପଡିଥାଏ । ମୋକ୍ଷଦାୟିନୀ ଏକାଦଶୀ ଅଥବା ମୋକ୍ଷଦା ଏକାଦଶୀ ମାର୍ଗଶୀର ମାସ ଶୁକ୍ଳ ପକ୍ଷ ଏକାଦଶୀକୁ କୁହାଯାଇଥାଏ । ଚଳିତ ବର୍ଶ ଏହି ଏକାଦଶୀ ଡିସେମ୍ବର ୨୫ ତାରିଖରେ ପଡୁଛି । ଧର୍ମଶାସ୍ତ୍ର ଅନୁସାରେ ମୋକ୍ଷଦାୟିନୀ ଏକାଦଶୀକୁ ପିତୃପୁରୁଷଙ୍କୁ ମୋକ୍ଷ ପ୍ରଦାନକାରୀ ଏକାଦଶୀ ରୂପରେ ଜଣାଯାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ କୁହଯାଇଛି ଯେ ଏହି ଏକାଦଶୀ ବଡ ବଡ ଘାତକକୁ ନାଶ କରିଥାଏ । ଏହି ଦିନ […]

କମିବାରେ ଲାଗୁଛି କରୋନା ପ୍ରକୋପ, ଆଜି ଆରୋଗ୍ୟ ହେଲେ ଆଉ ୩୮୮ ଆକ୍ରାନ୍ତ

ଭୁବନେଶ୍ଵର ୨୨।୧୨: ଶୀତ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ପ୍ରାୟତଃ ଦୂର ହୋଇଛି। ଓଡିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରେ ନିଜର କାୟା ମେଲାଇ ପାରୁ ନାହିଁ ମହାମାରୀ କରୋନା। ଫଳରେ ରାଜ୍ୟରେ କରୋନାର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହା ମଧ୍ୟରେ ରାଜ୍ୟରେ […]

କାଲିଠୁୁ ଖୋଲିବ ଜଗା ଦୁଆର: ଦର୍ଶନ ଲାଗି ସମୟ ସୀମା ଜାରି କଲା ପୁରୀ ପ୍ରଶାସନ

ପୁରୀ୨୨/୧୨: ଆସନ୍ତା ୨୩ ତାରିଖରେ ଭଗବାନଙ୍କୁ ଭେଟିବେ ଭକ୍ତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରସ୍ତୁତି ଶେଷ। ଓ୍ବାର୍ଡ ଓ୍ବାରୀ ତାଲିକା ପ୍ରସ୍ତୁତ କରାଯାଇଛି। ୨୬ ତାରିଖ ସକାଳ ସାଢ଼େ ୭ଟାରେ ପୁରୀବାସୀଙ୍କ ଦର୍ଶନ ଆରମ୍ଭ ହେବ। ପ୍ରଥମ ଦିନ ୨/୩/୬/୯/୧୧/୧୨/୧୫ ୱାର୍ଡବାସୀ ଦର୍ଶନ କରିବେ। ପ୍ରଥମ ପର୍ଯ୍ୟାୟ ଦର୍ଶନ ସାଢ଼େ ୭ଟାରୁ ସାଢ଼େ ୧୧ ପର୍ଯ୍ୟନ୍ତ, ଦ୍ଵିତୀୟ ପର୍ଯ୍ୟାୟ ୧୨ ଟାରୁ ଦିନ ୪ଟା ପର୍ଯ୍ୟନ୍ତ ଏବଂ ତୃତୀୟ ପର୍ଯ୍ୟାୟ ଦର୍ଶନ ସାଢ଼େ ୪ଟାରୁ ରାତ୍ର […]

ଫେବ୍ରୁଆରିରେ ହେବ ନାହିଁ ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷା : କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଏପରିକି ଆସନ୍ତା ଫେବ୍ରୁଆରି ମାସରେ ଏହି ପରୀକ୍ଷା ହେବାର ସମ୍ଭାବନା ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି ଏକ ଓ୍ବେବିନାରରେ ଯୋଗ ଦେଇ ସେ କହିଛନ୍ତି ଯେ ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି । ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ […]

ବ୍ରିଟେନ ଫେରନ୍ତା ୧୩ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ, ଦେଶବ୍ୟାପୀ ସତର୍କତା ଜାରି

ନୂଆଦିଲ୍ଲୀ : ବ୍ରିଟେନରେ ଦେଖାଦେଇଥିବା କରୋନା ଭୁତାଣୁର ପରିବର୍ତ୍ତିତ ପ୍ରକାରକୁ ନେଇ ସାରା ବିଶ୍ବରେ ଆତଙ୍କ ପ୍ରକାଶ ପାଇଛି । ଭାରତ ସମେତ ପ୍ରାୟ ୪୦ଟି ଦେଶ ବ୍ରିଟେନକୁ ବିମାନ ଚଳାଚଳ ରଦ୍ଦ କରିଦେଇଛନ୍ତି । ତେବେ ବିମାନ ଚଳାଚଳ ବନ୍ଦ ହେବା ପୂର୍ବରୁ ଭାରତକୁ ଫେରିଥିବା ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୧୩ ଜଣ କରୋନା ପଜିଟିଭ ଥିବା ଜଣାଯାଇଛି । ଏକଥା ଜଣାପଡ଼ିବା ପରେ ସାରା ଦେଶରେ ସତର୍କତା ବଢାଇଦିଆଯାଇଛି । ତେବେ ପଜିଟିଭ ଚିହ୍ନଟ […]

କନ୍ଧମାଳରେ ବଡ଼ଦିନ ପାଇଁ ଶାନ୍ତି କମିଟି ବୈଠକ, ଚର୍ଚ୍ଚ ସାଜସଜ୍ଜା ଓ ଡାକବାଜି ବ୍ୟବହାରକୁ ଅନୁମତି ଖ୍ରୀଷ୍ଟ ଉତ୍ସବ ପାଳନ ନିଷ୍ପତ୍ତି ଝୁଲାଇ ରଖିଲା ପ୍ରଶାସନ

ଫୁଲବାଣୀ: କନ୍ଧମାଳରେ ବଡ଼ଦିନ ପାଳନ ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡା.ବୃନ୍ଦା ଡି ବୈଠକରେ ଅଧ୍ୟକ୍ଷତା କରି ଶାନ୍ତିପୂର୍ଣ୍ଣ ଓ ନିରାଡ଼ମ୍ବରରେ ବଡ଼ଦିନ ପାଳନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କରୋନାର ଲହରୀ ଏବେ ବି ରହିଛି। ତେଣୁ ଅସାବଧାନ ହେଲେ କରୋନା ପୁଣି କାୟା ବିସ୍ତାର କରିବା ଆଶଙ୍କା ରହିଛି। ଚର୍ଚ୍ଚ ସାଜସଜ୍ଜା ଓ ଡାକବାଜି ବ୍ୟବହାରରେ କୌଣସି ସମସ୍ୟା ନାହିଁ। […]

୨୩ରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଜାରି ହେଲା ଏସଓପି: ପ୍ରଥମ ୩ ଦିନ ସେବାୟତ ଓ ୨୬ରୁ ୩୧ ସହରବାସୀଙ୍କ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଜାରି ହେଲା ଏସଓପି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ବଲବନ୍ତ ସିଂହ କହିଛନ୍ତି, ଆଗାମୀ ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ। ଅପରପକ୍ଷରେ ୨୬ ତାରିଖରୁ ସହରବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ସକାଳ ସାଢ଼େ ୭ରୁ ଦର୍ଶନ ଆରମ୍ଭ ହେବ। ଦୈନିକ ପ୍ରାୟ ୧୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ହେବ। ଜିଲ୍ଲାପାଳ ବଲବନ୍ତ ସିଂହ କହିଛନ୍ତି […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଘରୋଇ କ୍ଳେଶ ଦୂର ହେବ। ଆଜି ନୂଆ କାମ ଆରମ୍ଭ କଲେ, ଆପଣଙ୍କ ଲାଗି ଲାଭପ୍ରଦ ହେବ। ନୂଆ ଲୋକମାନଙ୍କ ସହ ମିଶିବାର ସୁଯୋଗ ପାଇବେ। ବୃଷ: ସ୍ବାସ୍ଥ୍ୟରେ ସୁଧାର ହେବ। କୌଣସି କାମରେ ଆପଣଙ୍କୁ ଲାଭ ମିଳିବ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିପାରନ୍ତି। ମିଥୁନ: ପୂଜାପାଠରେ ସମୟ ବିତିବ। ବ୍ୟାଙ୍କରେ କାମ କରୁଥିବା ଲୋକମାନଙ୍କ ଲାଗି ଦିନଟି ଶୁଭ। କାହାରି ଉପରେ ତୁରନ୍ତ ଭରସା କରନ୍ତୁ ନାହିଁ। […]