ସିନେମା ହଲ ବନ୍ଦ: ରବିବାର ଟିଭି ପରଦାରେ ଦର୍ଶକ ଦେଖି ପାରିବେ ୩ଟି ନୂଆ ଫିଲ୍ମ

ଭୁବନେଶ୍ୱର୨୭/ ୧୨: ସିନେମା ହଲ ଖୋଲିବ କି ନାହିଁ, ଏ ସଂପର୍କରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେଣୁ ଯେଉଁ ଫିଲ୍ମର ସୁଟିଂ ସରିଛି, ରିଲିଜ ଅପେକ୍ଷା ରହିଛି। ତେଣୁ ବାଧ୍ୟ ହୋଇ ଟେଲିଭିଜନରେ ରିଲିଜ କରିବେ ବୋଲି ପ୍ରଯାଜନକ ଏବଂ ନିର୍ଦ୍ଦେଶକ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ବହୁଦିନ ଅପେକ୍ଷା କଲା ପରେ ଆଜି ୱାର୍ଲ୍ଡ ଟେଲିଭିଜନ ପ୍ରିମିୟରରେ ୩ଟି ସିନେମା ମୁକ୍ତିଲାଭ କରୁଛି। ୩ଟି ଭିନ୍ନ ଭିନ୍ନ ଚ୍ୟାନେଲରେ ଏହି ସିନେମାଗୁଡ଼ିକ […]

ଦେଶ ବିଦେଶ ମନୋରଞ୍ଜନ

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରଜନୀକାନ୍ତ, ‘ବେଡ୍‌ ରେଷ୍ଟ’ ପାଇଁ ପରାମର୍ଶ ଦେଲେ ଡାକ୍ତର

ହାଇଦ୍ରାବାଦ ୨୭/୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ରବିବାର ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ଏବେ ତାଙ୍କର ରକ୍ତଚାପ ଠିକ୍‌ ଅଛି ବୋଲି ପରୀକ୍ଷା କରି କହିଛନ୍ତି ହସ୍ପିଟାଲର ଡାକ୍ତର। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ରଜନୀକାନ୍ତଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ନେଇ ଏଏନଆଇ ପକ୍ଷରୁ ସୂଚନା ମିଳିଛି। ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ପକ୍ଷରୁ ଏନେଇ ମଧ୍ୟ ସୂଚନା ଦିଆଯାଇଛି। ରକ୍ତଚାପ ବୃଦ୍ଧି ହେବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ। ପରେ ଡିସେମ୍ବର […]

ଖେଳ ଦେଶ ବିଦେଶ

ଧୋନୀଙ୍କୁ ବଡ ସମ୍ମାନ ଦେଲା ଆଇସିସି, ଦଶନ୍ଧିର ଟି-୨୦ ଓ ଦିନିକିଆ ଦଳର କଲା ଅଧିନାୟକ

ନୂଆଦିଲ୍ଲୀ ୨୭।୧୨: ଆଇସିସି ଏମଏସ ଧୋନୀଙ୍କୁ ବହୁତ ବଡ ସମ୍ମାନ ଦେଇ ଦଶନ୍ଧିର ଆଇସିସି ଟି ୨୦ ଏବଂ ଦିନିକିଆ ଦଳର ଅଧିନାୟକ କରିଛି। ଆଇସିସି ଟି-୨୦ ଦଳରେ ଧୋନୀଙ୍କ ସମେତ ଚାରି ଜଣ ଭାରତୀୟ ଖେଳାଳି ଅଛନ୍ତି। ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ଆଇସିସି ଟି-୨୦ ଦଳରେ ସ୍ଥାନ ମିଳିଛି। ସେହି ପରି ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ମଧ୍ୟ ଆଇସିସିର ଦଶନ୍ଧିର ଦିନିକିଆ […]

କରୋନା ଟିକାକରଣ ସଚେତନତା: ବିମାନ ଦ୍ବାରା ଆକାଶରେ ବିଶାଳ ‘ଇଞ୍ଜେକ୍ସନ’ ତିଆରି କଲେ ୨୦ ବର୍ଷୀୟ ଜର୍ମାନ ପାଇଲଟ୍‌

ନୂଆଦିଲ୍ଲୀ ୨୭/୧୨: କରୋନା ମହାମାରୀ ବିରୋଧରେ ବିଶ୍ବ ଦୃଢ଼ତାର ସହ ଲଢ଼େଇ କରୁଛି। ବିଭିନ୍ନ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ବ୍ରିଟେନ, ଆମେରିକା, ଋଷ ସମେତ ଅନେକ ଦେଶରେ କରୋନା ପାଇଁ ଟିକାକରଣ ଚାଲିଛି। ୟୁରୋପରେ କରୋନା ଭ୍ୟାକ୍ସିନେସନ୍ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜର୍ମାନୀର ଜଣେ ପାଇଲଟ୍ ନିଆରା ଉପାୟରେ ଲୋକଙ୍କୁ ସଚେତନ କରାଇଛନ୍ତି। ଆକାଶରେ ୨୦୦ କି.ମି ଉଡ଼ାଣ କରି ଆକାଶରେ ବିଶାଳ ଇଞ୍ଜେକ୍ସନ୍‌ (ସିରିଞ୍ଜ) ତିଆରି […]

ଆସନ୍ତାବର୍ଷ ଦେଖିବାକୁ ମିଳିବ ଗ୍ରହଣର ୪ଟି ରୋମାଞ୍ଚକର ଦୃଶ୍ୟ, ପୂର୍ଣ୍ଣ ଚନ୍ଦ୍ରଗ୍ରହଣରୁ ହେବ ଆରମ୍ଭ

ଭୁବନେଶ୍ବର ୨୭।୧୨: ଆସନ୍ତା ବର୍ଷ ୨୦୨୧ ମସିହାରେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରର ଗତିବିଧି ସାରା ବିଶ୍ବରେ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଏବଂ ପୂର୍ଣ୍ଣ ସୂର୍ଯ୍ୟ ପରାଗର ୪ଟି ରୋମାଞ୍ଚକର ଦୃଶ୍ୟ ଦେଖାଇବ । ଏଥିମଧ୍ୟରୁ ଭାରତରେ କେବଳ ଦୁଇଟି ଜ୍ୟୋତିର୍ବିଜ୍ଞାନ ଘଟଣା ଦେଖିବାକୁ ମିଳିବ। ଉଜୈନର ପ୍ରତିଷ୍ଠିତ ଶାସକୀୟ ଜୀବାଜୀ ବେଦଶାଳାର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରକାଶ ଗୁପ୍ତା ରବିବାର କହିଛନ୍ତି ଯେ, ଆସନ୍ତା ବର୍ଷ ଏହି ଜ୍ୟୋତିର୍ବିଜ୍ଞାନ ଘଟଣାଗୁଡିକର ପ୍ରକ୍ରିୟା ଆସନ୍ତା ମେ […]

ଧର୍ମ

ବିଦୁର ନୀତି : ଏହି ତିନି ମନୁଷ୍ୟଙ୍କୁ ଭୁଲ୍‌ରେ ବି କୁହନ୍ତୁ ନାହିଁ ନିଜ ରହସ୍ୟ, ନହେଲେ ପଡିପାରନ୍ତି ଅସୁବିଧାରେ

ମହାଭାରତ ସମୟର ବିଦୁର ଚିନ୍ତାଧାରାକୁ ବିଦୁର ନୀତି ବର୍ଣ୍ଣନା କରିଛନ୍ତି ବିଦୁର । ଏହି ନୀତିର କେତେକ ଖଣ୍ଡରେ ବିଦୁର ଏବଂ ଧୃତରାଷ୍ଟ୍ର ସଂଳାପ ମଧ୍ୟ ଉଲ୍ଲେଖ ରହିଛି । ବିଦୁର ସର୍ବଦା ଜଣେ ମହାନ ପଣ୍ଡିତ ଭାବରେ ବିବେଚିତ ହେଉଥିଲେ । ତେଣୁ ତାଙ୍କ ଭାଇ ଧୃତରାଷ୍ଟ୍ର ପ୍ରତ୍ୟେକ ବିଷୟରେ ଖୋଲାଖୋଲି ଭାବେ କଥା ହେବାକୁ ପସନ୍ଦ କରୁଥିଲେ । କୁହାଯାଏ ଯେ, ଧୃତରାଷ୍ଟ୍ର କୌରବଙ୍କ ବିରୋଧରେ ଯିବା ପରେ ମଧ୍ୟ ଅନେକ କ୍ଷେତ୍ରରେ ବିଦୁରଙ୍କଠାରୁ […]

ଆଶଙ୍କାରେ ଭାରତ-ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟ ! ଦୁଇ ଦିନ ଭିତରେ ନିଷ୍ପତ୍ତି

ମେଲବୋର୍ଣ୍ଣ ୨୭।୧୨: ସିଡନୀରେ କୋଭିଡ୍-୧୯ର ନୂତନ ମାମଲା କାରଣରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ମ୍ୟାଚ୍‌ର ଆୟୋଜନ ସମ୍ଭାବନା କମ ରହିଛି। ଏହା ଉପରେ ଆଗାମୀ ଦୁଇ ଦିନରେ ନିଷ୍ପତ୍ତି ନିଆଯିବ। ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ(ଏମସିଜି)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଷ୍ଟୁଆର୍ଟ ଫକ୍ସ ରବିବାର କହିଛନ୍ତି ଆମେ ଚାହୁଁଛୁ ସିଡନୀରେ ମ୍ୟାଚ୍ ହେଉ, ହେଲେ ସ୍ଥିତି ବହୁତ ଜଟିଳ ହୋଇ ପଡିଛି। ଫକ୍ସ ‘ସିଡନୀ ମର୍ଣ୍ଣିଂ ହେରାଲ୍ଡ’କୁ କହିଛନ୍ତି, ସେ […]

ଦ୍ଵିତୀୟ ଦିନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ଶ୍ରୀ କ୍ଷେତ୍ରବାସୀ, ଆଜି ଖୋଲିଲା ଲିଙ୍ଗରାଜ ମନ୍ଦିର

ପୁରୀ ୨୭।୧୨: ଦ୍ଵିତୀୟ ଦିନରେ ଶ୍ରୀ ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଶ୍ରୀମନ୍ଦିର ଯାଇ ଦର୍ଶନ କରିଛନ୍ତି ଶ୍ରୀକ୍ଷେତ୍ରବାସୀ। ୬ଟି ୱାର୍ଡ଼ର ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ପୁରୀରେ ରହୁଥିବା ସମସ୍ତ କର୍ମଜୀବୀ ଓ ଭଡ଼ାରେ ରହୁଥିବା ଅନ୍ୟ ଜିଲ୍ଲାର ଭକ୍ତମାନେ ମଧ୍ୟ ଦର୍ଶନ ସୁଯୋଗ ପାଇବେ ବୋଲି କହିଛି ଜିଲ୍ଲା ପ୍ରଶାସନ। ସେହିଭଳି ଆଜି ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିଛି । ପ୍ରଥମ ଦିନରେ ସେବାୟତ ଓ ତାଙ୍କ ପରିବାର ଦର୍ଶନ […]

ଖେଳ ଦେଶ ବିଦେଶ ରାଜନୀତି ଲାଇଫ୍ ଷ୍ଟାଇଲ

ବିଜେପିରେ ମିଶିବେ ସୌରଭ ଗାଙ୍ଗୁଲି ! ରାଜ୍ୟପାଳଙ୍କୁ ଭେଟିବା ପରେ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ

କୋଲକାତା ୨୭/୧୨ : ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବିସିସିଆଇ ପ୍ରମୁଖ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ମଧ୍ୟରେ ଏହା ଶୁଣିବାକୁ ମିଳୁଛି ଯେ, ଗାଙ୍ଗୁଲି ରାଜନୀତିରେ ପାଦ ଦେଇପାରନ୍ତି । ଏହାକୁ ଏକ ବ୍ୟକ୍ତିଗତ ସାକ୍ଷାତକାର ବୋଲି କୁହାଯାଉଛି । ସୂଚନା ଅନୁସାରେ, ଗତ କିଛି ଦିନ ଧରି ସୌରଭ […]

ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଜଣେ ଗୁରୁତର: କ୍ଷତିପୂରଣ ଦାବିରେ ତାତିଲେ ସ୍ଥାନୀୟ ଲୋକେ

ଦେବଗଡ଼୨୭/୧୨: ଜିଲ୍ଳାପାଳଙ୍କ ଗାଡି ଧକ୍କାରେ ଜଣେ ଗୁରୁତର। ରବିବାର ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳଶମା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ବ୍ୟକ୍ତି ହେଲେ ହେଲେ ସେହି ଗ୍ରାମର ରବିନ୍ଦ୍ର ବଘାର। ମିଳିଥିବା ସୂଚନା ଅନୁସାରେ ପଳଶମା ଗ୍ରାମ ମୁଣ୍ଡରେ ହନୁମାନ ମନ୍ଦିର ନିକଟରେ ଥିବା ପୋଖରୀକୁ ଯାଉଥିବା ବେଳେ ଦେବଗଡରୁ ଯାଉଥିବା ଜିଲ୍ଲାପାଳଙ୍କ ସ୍କୋର୍ପିଓ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପଡିଥିବା ଗାଡିର ନମ୍ବର ପ୍ଳେଟରୁ ଏହା ଦେବଗଡ ଜିଲ୍ଲାପାଳଙ୍କ […]