ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୭୧ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୩୦।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୩ ମୃତକଙ୍କ ମଧ୍ୟରେ ଭଦ୍ରକ, ବଲାଙ୍ଗୀର, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି […]

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୦୫ କୋଭିଡ୍ ସଂକ୍ରମିତ, ୩୨୯୩୦୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୩୦।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୯୩୦୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ […]

ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ

ଭୁବନେଶ୍ବର : ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ କେୟାର ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତ ଶୁକ୍ରବାରଠାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଗତକାଲି ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ପରିବାର ସଦସ୍ୟ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ଆକ୍ୟୁଟ୍‌ ନିମୋନିଆ ରୋଗରେ ପୀଡ଼ିତ ହୋଇଥିବା ବେଳେ ସେ ଏବେ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ରେ ଚିକିତ୍ସିତ ହେଉଛନ୍ତି ବୋଲି ଶ୍ରୀ ମହାପାତ୍ରଙ୍କ ଭାଇ ତଥା ଜଣାଶୁଣା କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହ […]

ଦେଶ ବିଦେଶ ମନୋରଞ୍ଜନ

ହ୍ୟାକ୍‌ ହେଲା ଫର୍‌ହା ଖାନ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌, ଇନ୍‌ଷ୍ଟା ପୋଷ୍ଟ୍‌ରେ ଦେଲେ ସୂଚନା

ମୁମ୍ବାଇ: ବଲିଉଡ୍‌ ସିନେ ନିର୍ମାତା ତଥା କୋରିଓଗ୍ରାଫର୍‌ ଫର୍‌ହା ଖାନ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି। ଫର୍‌ହା ତାଙ୍କର ଏକ ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହେବା ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଏହା ପୂର୍ବରୁ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ ମଧ୍ୟ ହ୍ୟାକ୍‌ ହୋଇଥିଲା। ସେ ତାଙ୍କର କମ୍ପ୍ୟୁଟର୍‌ ଇଞ୍ଜିନିୟର ସ୍ବାମୀ ଶିଶର କୁନ୍ଦରଙ୍କ ସହାୟତାରେ ସେହି ଆକାଉଣ୍ଟ୍‌କୁ ରିଟ୍ରାଇଭ୍‌ କରିବାରେ ସଫଳ ହୋଇଛନ୍ତି। ସାରା ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ଏହା ସତ୍ୟ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ବନ୍ଧୁଙ୍କ ସହିତ ଦିନଟି ଭଲରେ କଟିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବୃଷ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଅଚାନକ ଅର୍ଥ ଆସିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମିଥୁନ: ଛୋଟମୋଟ ସଫଳତା ହାସଲ କରିବାରେ ସକ୍ଷମ ହେବେ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ। ଘରକୁ କୌଣସି ବନ୍ଧୁ ଆସିବେ। କର୍କଟ: ବ୍ୟବସାୟରେ ଡିଲ୍‌ କରିବା […]

ଦେଶ ବିଦେଶ ମନୋରଞ୍ଜନ

ମହିଳା କମିଶନଙ୍କ ଟେବୁଲ୍ ପାଖରେ ବସିଲେ ପତି-ପତ୍ନୀ: ଅନୁଭବ କହିଲେ, ‘ମୁଁ ମୋ ପକ୍ଷ ରଖିଛି’

ଭୁବନେଶ୍ବର୨୯/୧୨: ରାଜ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଉଭୟଙ୍କୁ ସାମ୍ନାସାମ୍ନି ବସାଇ ମହିଳା କମିଶନ ଆଲୋଚନା କରୁଥିବା ଜଣାପଡ଼ିଛି। ତେବେ ଅନୁଭବଙ୍କ ବାପା-ମାଆଙ୍କୁ ହାଜର ପାଇଁ ମହିଳା କମିଶନ ନୋଟିସ କରିଥିଲେ ବି ସେମାନେ ହାଜର ହୋଇନଥିବା ଜଣାପଡ଼ିଛି। ଅନୁଭବ କହିଛନ୍ତି ଯେ, ମୋତେ ମହିଳା କମିଶନ ଡାକିଥିଲେ, ମୁଁ ମୋ ପକ୍ଷ ରଖିଛି ରାଜ୍ୟ ମହିଳା କମିଶନଙ୍କ ଟେବୁଲରେ […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି ସ୍ୱାସ୍ଥ୍ୟ

ରାଜନୀତିରେ ଯୋଗଦେବେନି ରଜନୀକାନ୍ତ, କହିଲେ- “ଦେହ ଖରାପ ହେବା ଭଗବାନଙ୍କ ଚେତାବନୀ ଥିଲା”

ନୂଆଦିଲ୍ଲୀ ୨୯।୧୨: ରାଜନୀତିକୁ ନା । ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଏକ ବୟାନ ଜାରି କରି ରଜନୀକାନ୍ତ ଏହି ଘୋଷଣା କରିଛନ୍ତି । ଦଳ ନଢିବା ସହ ନିର୍ବାଚନ ମଧ୍ୟ ଲଢିବେ ନାହିଁ । ବରଂ ଲୋକଙ୍କ ପାଇଁ କାମ ଜାରି ରଖିବେ । ମେଡିକାଲକୁ ଡିସଚାର୍ଜ ହୋଇ ଘରକୁ ଫେରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରଜନୀକାନ୍ତ । ଏହାସହିତ […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ସାଉଥ୍ ସୁପରଷ୍ଟାର୍ ରାମ ଚରଣଙ୍କୁ କରୋନା, ରହିଛନ୍ତି କ୍ବାରେଣ୍ଟାଇନ୍‌ରେ

ମୁମ୍ବାଇ ୨୯।୧୨: ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କୁ କରୋନା । କୋଭିଡ୍-୧୯ ସଂକ୍ରମିତ ହେବା ପରେ ସେ ନିଜକୁ କ୍ବାରେଣ୍ଟାଇନ୍ କରିଛନ୍ତି । ନିକଟରେ ସେ ତାଙ୍କ କୋଭିଡ୍ ପରୀକ୍ଷା କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏ ନେଇ ରାମ ଚରଣ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୂଚନା ପ୍ରଦାନ କରିଛନ୍ତି । ରାମ ଚରଣ ଏକ ବୟାନ ଜାରି କରି ଲେଖିଛନ୍ତି ଯେ, ‘ମୋର କୋଭିଡ୍ ୧୯ ରିପୋର୍ଟ ପଜିଟିଭ୍ ଆସିଛି । […]

ଦେଶ ବିଦେଶ ଧର୍ମ

ରାମ ମନ୍ଦିର ପାଇଁ ଚାଲିଥିବା ରାଲିକୁ ପଥର ମାଡ, ଅନେକ ଆହତ : ୪ ଦିନ ପୂର୍ବରୁ ଉଜ୍ଜେନ୍‌ରେ ହୋଇଥିଲା ଆକ୍ରମଣ

ଇନ୍ଦୋର ୨୯/୧୨ : ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ମନ୍ଦିର ନିର୍ମାଣ ପାଇଁ ହେଉଥିବା ରାଲିରେ ଅଭାବନୀୟ ଘଟଣା ଘଟିଛି । ରାମ ମନ୍ଦିର ନିର୍ମାଣ ପାଇଁ ବାହାରିଥିବା ରାଲିକୁ କିଛି ବ୍ୟକ୍ତି ପଥର ମାଡ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ୧୨ ରୁ ୧୫ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ଆୟତ କରିବାରେ ସକ୍ଷମ ହୋଇଛି […]

ଯକୃତକୁ ସଫା ଏବଂ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୬ଟି ଜିନିଷ

ଯକୃତ ହେଉଛି ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଯଦି ଆପଣଙ୍କ ଯକୃତ ସୁସ୍ଥ ଅଛି, ତେବେ ଆପଣ ଅନେକ ପେଟ ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ । ଯକୃତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହିତ ରକ୍ତକୁ ସଫା କରେ । ଏହା ସହିତ ଯକୃତ ମଧ୍ୟ ଏନଜାଇମ୍ ସକ୍ରିୟ କରିବାରେ କାମ କରେ । ସୁସ୍ଥ ରହିବା ଯକୃତ ପାଇଁ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଆସନ୍ତୁ ଜାମଣିବା କିଛି ସୁସ୍ଥ […]