ବିଶ୍ବସ୍ତରୀୟ ବନ୍ଦର ହେବ ପାରାଦୀପ, ଖର୍ଚ୍ଚ ହେବ ୩ ହଜାର ୪ କୋଟି ଟଙ୍କା- ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ ଭୁବନେଶ୍ବର ୩୦/୧୨: ବିଶ୍ବସ୍ତରୀୟ ବନ୍ଦର ହେବାକୁ ଯାଉଛି ଓଡ଼ିଶାର ପାରାଦୀପ ବନ୍ଦର। ଏହାର କଳେବର ପରିବର୍ତ୍ତନ ପାଇଁ ଖର୍ଚ୍ଚ ହେବ ୩ ହଜାର ୪ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ପାରାଦୀପରେ ଓ୍ବେଷ୍ଟନ ଡକ୍ ନିର୍ମାଣର ବିକାଶ ସମେତ ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢ଼ାଇବା ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]