ଖେଳ ଦେଶ ବିଦେଶ

ଚଳନ୍ତା କାରରୁ ବାହାରିଗଲା ଟାୟାର, ଅଳ୍ପକେ ବର୍ତ୍ତିଲେ ପୂର୍ବତନ କ୍ରିକେଟର ଅଝାରୁଦ୍ଦିନ ଓ ତାଙ୍କ ପରିବାର

କୋଟା ୩୦।୧୨: ପୂର୍ବତନ କ୍ରିକେଟର ତଥା ଟିମ ଇଣ୍ଡିଆ କ୍ୟାପ୍ଟେନ ମହମ୍ମଦ ଅଝାରୁଦ୍ଦିନ ବୁଧବାର ତାଙ୍କ ପରିବାର ସହ ଯାତ୍ରା କରୁଥିବା ବେଳେ ଏକ ବଡଧରଣର ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ୍‌ କୋଟା ହାଇୱେରେ ତାଙ୍କ କାରର ଚକ ବାହାରି ପଳାଇବାରୁ ଅନିୟନ୍ତ୍ରିତ ହୋଇ ରାସ୍ତାକଡ ଢାବାକୁ ପଶିଯାଇଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଢାବାରେ କାର୍ଯ୍ୟ କରୁଥିବା ଜନୈକ ୪୦ ବର୍ଷ ବୟସ୍କ ବ୍ୟକ୍ତି ଏହେସାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ବଢୁଛି କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ୨୧୮୨୧ କୋଭିଡ଼ ସଂକ୍ରମିତ ଚିହ୍ନଟ 31/12/2020 at 10:40 AM

ନୂଆଦିଲ୍ଲୀ ୩୧।୧୨: କରୋନା ଭାଇରସରେ ଦୈନିକ ସଂକ୍ରମଣ ସଂଖ୍ୟା କେତେବେଳେ କମିବା ତ କେତେବେଳ ବଢିବାରେ ଲାଗିଛି । ଗୁରୁବାର ଦିନ ୨୧ ହଜାର ୮୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୯ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୨୬ ହଜାର ୧୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ କରୋନା ଭାଇରସରେ ୨୧,୮୨୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୭୩ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୩୧।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । […]

‘ଇଜ୍ ଅଫ ଡୁଇଙ୍ଗ ବିଜନେସ’ ସଂସ୍କାର ଆଣିବାରେ ଓଡ଼ିଶା ଦେଶର ୭ମ ରାଜ୍ୟ

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରାଳୟ ଦ୍ବାରା ନିର୍ଦ୍ଧାରିତ ବ୍ୟବସାୟ କରିବାରେ ସୁଗମତା (ଇଜ୍ ଅଫ ଡୁଇଙ୍ଗ ବିଜନେସ) ଆର୍ଥିକ ସଂସ୍କାର ଲାଗୁ କରିବାରେ ଓଡ଼ିଶା ଦେଶର ୭ମ ରାଜ୍ୟ ହୋଇପାରିଛି । ଏହା ଫଳରେ ଓଡ଼ିଶା ଖୋଲା ବଜାରରୁ ଅତିରିକ୍ତ ୧୪୨୯ କୋଟି ଟଙ୍କାର ଋଣ ଉଠାଇବାକୁ ଯୋଗ୍ୟତା ଅର୍ଜନ କରିଛି । ଏଥିପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ ବିନିଯୋଗ ବିଭାଗ ପକ୍ଷରୁ ବୁଧବାରଦିନ ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ମୌସମ୍ବି ଜୁସ୍ ବଢାଇବ ରୋଗ ପ୍ରତିରୋଧକ ଶକ୍ତି, ପ୍ରତିଦିନ ପିଇଲେ ମିଳିବ ଏହିସବୁ ଫାଇଦା

ଭୁବନେଶ୍ବର ୩୦।୧୨: ମୌସମ୍ବି ଜୁସ୍ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ମୌସମ୍ବିରେ ଭିଟାମିନ୍ ସି ଏବଂ ପୋଟାସିୟମ୍ ଭରପୂର ମାତ୍ରାରେ ରହିଛି । ମୌସମ୍ବି ଜୁସ୍ କୁ ପ୍ରାୟ ସବୁ ଲୋକ ପସନ୍ଦ କରିଥାନ୍ତି । ମୌସମ୍ବି ଜୁସ୍ ସହଜରେ ସବୁଠାରେ ଉପଲବ୍ଧ ହୋଇଥାଏ । ମୌସମ୍ବିରେ ଫାଇବରର ମାତ୍ରା ମଧ୍ୟ ଭରପୂର ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ଏବଂ ଶରୀର ପାଇଁ କେତେ ଲାଭଦାୟର ମୌସମ୍ବି […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ନଇଁଲେ ସରକାର,ନରମିଲେ ଚାଷୀ ! ୨ଟି ପ୍ରସଙ୍ଗରେ ସହମତି, ଜାନୁୟାରୀ ୪ରେ ପୁଣି ବୈଠକ

ନୂଆଦିଲ୍ଲୀ ୩୦।୧୨: ସଂଶୋଧିତ କୃଷି ଆଇନକୁ ନେଇ ଗତ ୩୫ ଦିନ ହେଲା ଚାଷୀମାନେ ଦିଲ୍ଲୀ ପ୍ରବେଶ ଦ୍ୱାରରେ ବସିଛନ୍ତି। ଆନ୍ଦୋଳନକାରୀ ଚାଷୀମାନେ ବୁଧବାର ସରକାରଙ୍କ ସହ ସପ୍ତମ ପର୍ଯ୍ୟାୟ ବୈଠକରେ ବସିଥିଲେ। ସବୁଥର ଭଳି ଏଥର ମଧ୍ୟ ଚାଷୀ ନିଜ ଖାଦ୍ୟ ପୁଟୁଳି ସାଙ୍ଗରେ ନେଇ ଆସିଥିଲେ। ତେବେ ଏଥର ଆଲୋଚନାର ମଧ୍ୟାହ୍ନ ବିରତିରେ ଚାଷୀ ଖାଇବା ପାଇଁ ପୁଟୁଳି ଖୋଲି ବସିବା ବେଳେ ସେମାନଙ୍କ ସହ ଭୋଜନରେ ଯୋଗ ଦେଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ପିୟୁଷ […]

ୟେମେନ୍ ସରକାରକୁ ବିସ୍ଫୋରଣରେ ଉଡାଇବାକୁ ଉଦ୍ୟମ, ଆକ୍ରମଣ ପଛରେ ହୁତି ବିଦ୍ରୋହୀଙ୍କ ହାତ ସନ୍ଦେହ

ଅଦନ ୩୦।୧୨: ୟେମେନର ଅଦନ ବିମାନ ବନ୍ଦରରେ ବୁଧବାର ଭୀଷଣ ବିସ୍ଫୋରଣ ହୋଇଛି। ଏକ ଯାତ୍ରୀବାହୀ ବିମାନ ଅବତରଣ କରିବାମାତ୍ରେ ରନୱେରେ ବିସ୍ଫୋରଣ ହୋଇଥିଲା। ତେବେ ଏଥିରେ ବିମାନର କିଛି କ୍ଷତି ହୋଇ ନଥିଲେ ବି ପରେ ହୋଇଥିବା ଗୁଳିବିନିମୟରେ ୨୨ ଜଣ ପ୍ରାଣ ହରାଇଥିବା ଆକଳନ କରାଯାଇଛି। ଏହି ବିମାନରେ ୟେମେନ ପ୍ରଧାନମନ୍ତ୍ରୀ ମିନ୍ ଅବଦୁଲ ମଲ୍ଲିକ ସଇଦଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ଥିଲେ ବୋଲି କୁହାଯାଉଛି। ସାଉଦୀ ଆରବ ସୂତ୍ରରୁ ମିଳୁଥିବା ସୂଚନାରେ ୟେମେନ […]

କରୋନା ପାଇଁ ହଁ-ନାହିଁରେ କଟିଲା ୨୦୨୦, ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍

ଭୁବନେଶ୍ବର୩୦/୧୨: ଜାନୁଆରୀ ମାସର ଗାଇଡ୍‌ଲାଇନ୍ ଜାରି ହୋଇଛି। କଣ୍ଟେନମେଣ୍ଟ୍ ଜୋନ୍‌ରେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ସହ ଜରୁରୀ କାଳୀନସେବା ପାଇଁ ଅନୁମତି ରହିଛି। ସାମାଜିକ, ସାଂସ୍କୃତିକ, ଧାର୍ମିକ, ଖେଳ, ମନୋରଞ୍ଜନ କାର୍ଯ୍ୟକ୍ରମରେ ୨୦୦ ଲୋକ ଏକତ୍ରିିତ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ଅତି ବେଶିରେ ୫୦ ପ୍ରତିଶତ ଲୋକ ଏକତ୍ରିତ ହେବାକୁ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ସେହିପରି ବିବାହ ଉତ୍ସବରେ ୨୦୦ ଲୋକ ଏକତ୍ରିତ ହୋଇପାରିବେ। ଶବ ସତ୍କାରରେ ୧୦୦ ଲୋକ ଏକତ୍ରିତ ହୋଇପାରିବେ। ଏହି ସମୟରେ ମାସ୍କ ଏବଂ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର: ନୂଆବର୍ଷରୁ ଖୋଲିବ ଫିଲ୍ମ ହଲ୍

ଭୁବନେଶ୍ବର୩୦/୧୨: ଆସିଲା ଜାନୁଆରୀ ମାସର ଗାଇଡଲାଇନ୍। ସିନେମା ହଲ ଖୋଲିବାକୁ ମିଳିଛି ଅନୁମତି। ଦୀର୍ଘଦିନ ହେବ ସିନେମା ହଲ ବନ୍ଦ ରହିଥିଲା। ଜାନୁଆରୀ ମାସ ଗାଇଡଲାଇନ୍‌ରେ ସିନେମା ହଲ ଖୋଲିବାକୁ ଅନୁମିତି ମିଳିଛି। କଳାକାରମାନଙ୍କୁ ଟିକେ ଆଶ୍ବସ୍ତି ମିଳିଛି। ହଲର ସିଟିଂ କାପାସିଟି ଅନୁସାରେ ଦର୍ଶକ ବସି ପାରିବେ। ଗୋଟିଏ ହଲରେ ପ୍ରାୟ ୨୦୦ ଲୋକ ବା ୫୦ ପ୍ରତିଶତ ଦର୍ଶନ ବସି ସିନେମା ଦେଖିପାରିବେ। ମଞ୍ଚ ନାଟକ ସହ ଯାତ୍ରା ପାର୍ଟିକୁ ଅନୁମତି ମିଳିଛି। ମନୋରଞ୍ଜନ, […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୨ଟି ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

ଦେବଗଡ଼୩୦/୧୨: ୨ଟି ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଏବଂ ଜଣେ ଗୁରୁତର। ଦେବଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୋଲକାତା ଅଭିମୁଖେ ଯାଉଥିବା ଏକ କମଳା ବୋଝେଇ ଟ୍ରକ୍ ସହ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ମୃତ ଏବଂ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ। ଯାହାଫଳରେ କୋଲକାତା-ମୁମ୍ବାଇ […]