ରାଜ୍ୟ

ଆଜି ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆସନ୍ତାକାଲି ମାର୍ଗଶିର-ଶୁକ୍ଳ ଅଷ୍ଟମୀ ତିଥି ବୁଧବାର ଦିନ ଶ୍ରୀ ବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ଘ.୪ଟାଠାରୁ ରାତି ୮ଟରା ପର୍ଯ୍ୟନ୍ତ ଏହି ନୀତି ଚାଲଇବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ

ଫେବ୍ରୁଆରିରେ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’: ଭୁବନେଶ୍ବରରେ ୩ ଦିନବ୍ୟାପୀ ଆୟୋଜନ କରାଯିବ

ଭୁବନେଶ୍ବର: ୨୦୧୭ ମସିହା ଡିସେମ୍ବର ମାସ ୨୬ ତାରିଖରେ ପୁରୀରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ନିଷ୍ପତ୍ତି ହୋଇଥିଲା ଯେ ସରକାର ପ୍ରତି ପାଞ୍ଚ ବର୍ଷରେ ଥରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବେ। ଦୀର୍ଘ ୬ ବର୍ଷ ପରେ ସରକାର କହିଛନ୍ତି ଯେ ଆସନ୍ତା ଫେବ୍ରୁଆରିରେ ଭୁବନେଶ୍ବରରେ ପ୍ରଥମ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି […]

ରାଜ୍ୟ

ସଂପତ୍ତି ଲୁଟ୍‌ ତଦନ୍ତରେ ଡିଏନ୍‌ଏ ପ୍ରୋଫାଇଲିଂ

କଟକ: ସଂପତ୍ତି ଲୁଟ୍‌ ଅପରାଧର ସମାଧାନ କ୍ଷେତ୍ରରେ ଦେଶରେ ଓଡ଼ିଶା ପୁଲିସର ରେକର୍ଡ ଅତ୍ୟନ୍ତ ଉଦ୍‌ବେଗଜନକ। ଜାତୀୟସ୍ତରରେ ଏହା ନିମ୍ନରୁ ୮ମ ସ୍ଥାନରେ ରହିବା ଘଟଣା ଏବେ ପୁଲିସକୁ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଏକରକମ ବାଧ୍ୟ କରିଛି। ଗଲା ୪ ବର୍ଷ ଭିତରେ ଓଡ଼ିଶା ପୁଲିସର ଲୁଟ୍ ସମ୍ପତ୍ତି ଜବତ ୪୦ ପ୍ରତିଶତ ବି ଛୁଇଁପାରି ନାହିଁ। ଫଳରେ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ସମ୍ପତ୍ତି ଜନିତ ଅପରାଧିକ ମାମଲାରେ ଘଟଣା ସ୍ଥଳରୁ ଅଭିଯୁକ୍ତଙ୍କ […]

ରାଜନୀତି ରାଜ୍ୟ

ବିଜେଡିରେ ଉତ୍ସାହ ଭରିଲେ ପାଣ୍ଡିଆନ: ୨୨ର ସଫଳତା ୨୪ରେ ଦୋହରାଇବାକୁ ଆହ୍ବାନ

ବାରିପଦା: ବିରୋଧୀଙ୍କ ବିଷୟରେ ଉଁ କି ଚୁଁ କିଛି କହିଲେନି। ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି କହିଲେ, ଏ ସରକାର ଆପଣମାନଙ୍କର ସରକାର। ଲୋକଙ୍କ ସରକାର। ଆପଣମାନେ ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରିବ। ସମଗ୍ର ଓଡିଶାବାସୀ ନବୀନଙ୍କ ପରିବାର, ବିଜୁ ପରିବାର। ବାରିପଦା ଛଉ ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ବେଳେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଏଭଳି ବକ୍ତବ୍ୟ ରଖିଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି, […]

ରାଜ୍ୟ

ବର୍ଷା ପରଠାରୁ ଗୋଳିଆ ପାଣି: ଅସନ୍ତୋଷ ଝାଡ଼ିଲେ ବସ୍ତିବାସୀ

ରାଉରକେଲା: ସ୍ମାର୍ଟ ସିଟିରେ ଡାଇରିଆ ସଂକ୍ରମଣ ବ୍ୟାପିବାର ଆଜି ନବମ ଦିନରେ ପହଞ୍ଚିଛି। ତେବେ ସଂକ୍ରମଣ କମିବାର ନାଁ ନେଉନି। ଏବେବି ପ୍ରତିଦିନ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌) ସମେତ ଅନ୍ୟ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଅପରପକ୍ଷରେ ପାଣି ପାଇଁ ଯେ ସଂକ୍ରମଣ ଅଣାୟତ୍ତ ହୋଇଛି, ତାହା ସ୍ପଷ୍ଟ ହେଲାଣି। ବାସ୍ତବରେ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଆବଶ୍ୟକ ଦୃଷ୍ଟି ଦେଇ ବ୍ୟାପକ ପ୍ରତିଷେଧାତ୍ମକ ପଦକ୍ଷେପ ନିଆନଯିବା ହିଁ; ଅନିୟନ୍ତ୍ରିତ ହେବାର ମୁଖ୍ୟ କାରଣ ପାଲଟିଛି। […]

ରାଜ୍ୟ

ତଳମୁହାଁ ହେଉନି ଡାଇରିଆ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ରାଉରକେଲା: ଗତ ୧୧ ତାରିଖରୁ ରାଉରକେଲାରେ ବ୍ୟାପିଥିବା ଡାଇରିଆ ତଳମୁହାଁ ହେଉନି। ଅବଶ୍ୟ ପୂର୍ବ ଅପେକ୍ଷା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ସଂକ୍ରମଣ ରୋକିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳବାର ବନ୍ଧମୁଣ୍ଡା ତିଲକନଗରର ୮ ବର୍ଷର ଶିଶୁକନ୍ୟା ଅଞ୍ଜଳି ଶୁଣ୍ଢିଙ୍କର ମୃତ୍ୟୁ ହୋଇଛି। ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍‌ଜିଏଚ୍‌ରେ କେବଳ ୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଯାଇଛି। […]

ରାଜ୍ୟ

୨୦୨୪ ନିର୍ବାଚନରେ ତୃଣମୂଳସ୍ତରରୁ ଦଳ ସଂଗଠିତ ହେବ : କଂଗ୍ରେସ

ରାୟଗଡା: ଆଦିବାସୀ ବହୁଳ ରାୟଗଡା ଜିଲ୍ଳାରେ ତୃଣମୂଳସ୍ତରରେ କଂଗ୍ରେସ ଦଳର ସଂଗଠନକୁ ସୁଦୃଢ କରିବା, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଲୋକଙ୍କ ପାଇଁ ବିକାଶର ସେବା ଯୋଗାଇବା ଏବଂ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବାର ଲକ୍ଷ୍ୟ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଠାରେ ନେତୃତ୍ୱ ବିକାଶ ମିସନ (ଏଲଡିଏମ୍) ବୈଠକ ଅନୁଷ୍ଠିତ ହୋଇଯାଇଛି। ରାୟଗଡା […]

ରାଜ୍ୟ

ଡାଇରିଆ ଅଣାୟତ୍ତ, ଆଉ ୩ ମୃତ: ମୃତ୍ୟୁସଂଖ୍ୟା ୭ ଛୁଇଁଲା

ରାଉରକେଲା: ରାଉରକେଲାରେ ଅଣାୟତ୍ତ ହେଉଛି ଡାଇରିଆ। ଗତକାଲି ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ ରାଉରକେଲା ବିଶ୍ରାଡ଼ାହାର ରୋଡ୍‌ର ହୋଟେଲ ମାଲିକ ପ୍ରବଣ କୁମାର ସ୍ବାଇଁ (୫୦), ଗାନ୍ଧିରୋଡ଼ର ଅତୁଲ କିସାନ (୭୦), ପ୍ଲାଣ୍ଟସାଇଟ୍‌ ଅଞ୍ଚଳରେ ମହମ୍ମଦ (୪୨)। ଏମାନଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଏହାସହିତ ବିଭିନ୍ନ ଡାକ୍ତରଖାନାରେ ୩୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଉରକେଲା ସରକାରୀ […]

ରାଜ୍ୟ

ଭୋଟରଙ୍କ ଘର ମୁହାଁ ନେତା: ରାଜଧାନୀରେ ରାଜନୀତି ଉଷ୍ମ

ଭୁବନେଶ୍ବର: ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ। ହାତରେ ଆଉ ୪ରୁ ୫ ମାସ ସମୟ। ତେଣୁ ଏବେଠାରୁ ରାଜଧାନୀରେ ପତିଆରା ଜାହିର କରିବାକୁ ରାଜ୍ୟର ତିନି ପ୍ରମୁଖ ରାଜ‌ନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ଘରେ ଘରେ ପହଞ୍ଚି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ତିନି ଦଳର ନେତା ଏବେ ଦିନରାତି ଏକ କରି ଦେଇଛନ୍ତି। ଶାସକ ବିଜେଡି ଦଳ ‘ଘରେ ଘରେ ଶଙ୍ଖ ଜନସମ୍ପର୍କ ଅଭିଯାନ’ ଆରମ୍ଭ କରି ଲୋକଙ୍କ ଆହୁରି ନିକଟତର ହେବାକୁ ପ୍ରୟାସ […]

ରାଜ୍ୟ

ବଣ୍ଡାଘାଟିରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଶୋଉଛନ୍ତି ଯେଉଁଠି, ପଢ଼ୁଛନ୍ତି ସେଇଠି

ମାଲକାନଗିରି: ଧାଡ଼ି ଧାଡ଼ି ହୋଇ ଖଟ ପଡ଼ିଛି। କାନ୍ଥରେ ମଶାରି ମଧ୍ୟ ଟଙ୍ଗା ହୋଇଛି। ବାହାରୁ ଏହି ଦୃଶ୍ୟ ଯେ କେହି ଦେଖିବ, ନିଶ୍ଚିତ କହିବ ଏହା କୌଣସି ହଷ୍ଟେଲ। କିନ୍ତୁ ବାସ୍ତବତା ହେଲା ଏହା ହେଉଛି ୫-ଟି ରୂପାନ୍ତରିତ ବିଦ୍ୟାଳୟର ଶ୍ରେଣୀଗୃହ। ଯେଉଁଠି ପିଲା ରାତିରେ ଶୋଉଛନ୍ତି, ଦିନରେ ପାଠ ପଢ଼ୁଛନ୍ତି। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଏମିତି ଚାଲିଛି ଶିକ୍ଷାଦାନ। ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ମୁଦୁଲିପଡ଼ାରେ ଆଦିମ ଜନଜାତି ବଣ୍ଡାଙ୍କ ନିମନ୍ତେ ୧୯୫୯ ମସିହାରେ ଅନୁସୂଚିତ […]