ଟିକା ନେବାକୁ ଦ୍ୱନ୍ଦ୍ୱରେ ନେତା: କଂଗ୍ରେସ ବିଧାୟକ କହିଲେ; ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଅନ୍ତୁ ଟିକା
ଭୁବନେଶ୍ବର: ଆଉ ଦିନ କେଇଟା ପରେ ଓଡ଼ିଶାକୁ ଟିକା ଆସିବ । ଟିକାକରଣ ପାଇଁ ସବୁ କିଛି ପ୍ରସ୍ତୁତି ବି ସରିଛି । ଆଉ ଯେତେବେଳେ ପ୍ରଶ୍ନ କରାଯାଉଛି, ଆପଣ ଟିକା ନେବେ ନା ନାହିଁ, ନେତାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କରୋନା ଟିକାକୁ ନେଇ ସାରା ବିଶ୍ୱ ସନ୍ଦେହ କରୁଛି ବୋଲି କହିବା ସହ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଟିକା ନିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । […]