ଦେଶ ବିଦେଶ ସ୍ୱାସ୍ଥ୍ୟ

ଫାଇଜର ଟିକା ନେବାର ୩ସପ୍ତାହ ପରେ ନର୍ସ ହେଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଫାଇଜରର କରୋନା ଟିକା ନେବାର ତିନି ସପ୍ତାହ ପରେ ବ୍ରିଟେନର ଜଣେ ନର୍ସ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ବ୍ରିଟେନର ୱେଲ୍ସରେ ବସବାସ କରୁଥିବା ନର୍ସ କହିଛନ୍ତି ଯେ ସେ ଫାଇଜରର ଦ୍ୱିତୀୟ ଟିକା ନେବାକୁ ଅପେକ୍ଷା କରିଥିଲେ। ସେହି ସମୟରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ପ୍ରଥମ ଟିକା ନେବା ପରେ ବି କରୋନା ପିଜିଟିଭି ଚିହ୍ନଟ ହେବାରୁ ସେ ଭାଙ୍ଗି ପଡ଼ିଥିଲେ। ମନରେ ତାଙ୍କର ରାଗ ବି ଆସିଥିଲା। ତେବେ […]

କଳା ଓ ସଂସ୍କୃତି ଧର୍ମ

ବର୍ଷର ପ୍ରଥମ ଏକାଦଶୀ: ଜାଣନ୍ତୁ ସଫଳା ଏକାଦଶୀର ପୂଜା ବିଧି ଓ ମହତ୍ତ୍ୱ

ଭୁବନେଶ୍ୱର ୦୯/୦୧ : ଚଳିତ ବର୍ଷ ଜାନୁଆରୀ ୯ ତାରିଖରେ ଏକାଦଶୀ ପଡୁଛି। ପୌଷ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ସଫଳା ଏକାଦଶୀ କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ସଫଳା ଏକାଦଶୀ ଦିନ ବିଧି ବିଧାନ ଅନୁଯାୟୀ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଏହି ଦିନ ବିଧି ବିଧାନ ଅନୁଯାୟୀ ବ୍ରତ ପାଳନ କଲେ ମନୋସ୍କାମନା ପୂରଣ ହୁଏ ବୋଲି କୁହାଯାଏ। ଶାସ୍ତ୍ରରେ ଏକାଦଶୀ ବ୍ରତର ନିୟମ ରହିଛି। ଏକାଦଶୀ ଦିନ କିଛି ବିଶେଷ କାର୍ଯ୍ୟ କରିବା […]

କଳା ଓ ସଂସ୍କୃତି ଧର୍ମ

ଉପହାର ମିଳିଥିବା ଏହିସବୁ ଜିନିଷ ଘରୁ ଦୁରେଇ ଦିଅନ୍ତୁ, ହୋଇଥାଏ ଅଶୁଭ, ସମ୍ପର୍କରେ ସୃଷ୍ଟି ହୋଇପାରେ ଫାଟ

ଭୁବନେଶ୍ୱର ୦୬/୦୧ : ହିନ୍ଦୁ ଧର୍ମରେ ଅନେକ ଧର୍ମଶାସ୍ତ୍ର ରହିଛି। ଧର୍ମଶାସ୍ତ୍ରରେ ଅନେକ କଥା ରହିଛି ଯାହାର ମଣିଷ ଜୀବନରେ ମହତ୍ତ୍ୱ ରହିଛି। ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ କେବେବି ଭଗବାନଙ୍କ ଦ୍ୱାର, ମିତ୍ର, ଗୁରୁ ଏବଂ ପୁତ୍ରୀ ଘରକୁ ଖାଲି ହାତରେ ଯିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ କାହାକୁ କଣ ଉପହାର ଦେବା ଉଚିତ ଏବଂ କେଉଁ ଉପହାର ଦେବା ଉଚିତ ନୁହେଁ ତାହା ଜାଣିବା ନିହାତି ଆବଶ୍ୟକ। ତାଛଡା କିଏ ଦେଇଥିବା କେଉଁ […]

ହାଲୁକାରେ ନିଅନ୍ତୁନି Bird flu ବିପଦକୁ, ଜାଣନ୍ତୁ ଲକ୍ଷଣ ଓ ଉପଚାର

ନୂଆଦିଲ୍ଲୀ ୬।୧: ଭାରତରେ ବାର୍ଡ ଫ୍ଲୁ ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଲାଣି। ଏଭିଏନ ଇନଫ୍ଲୁଏଞ୍ଜା ଭାଇରସ ଏଚ୍୫ଏନ୧ ଯୋଗୁ ବାର୍ଡ ଫ୍ଲୁ ହୋଇଥାଏ। ଏହା ଏକ ଭୂତାଣୁ ସଂକ୍ରମଣ ଯାହା ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ଅନ୍ୟ ପକ୍ଷୀ, ପଶୁ ଓ ମଣିଷକୁ ମଧ୍ୟ ସଂକ୍ରମଣ ହୋଇଥାଏ। କେତେକ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ଏବେ ପକ୍ଷୀମାରଣ ଅଭିଯାନ ହାତକୁ ନେଇଛନ୍ତି। ବାର୍ଡ ଫ୍ଲୁ ଅନେକ ପ୍ରକାରର। ତେବେ ଏଚ୍୫ଏନ୧ଏପରି ପ୍ରଥମ […]

୧୨ ବର୍ଷ ପରେ ପୁଣି ଅନଓ୍ୱାଣ୍ଟେଡ୍ ରେକର୍ଡ ରିପିଟ୍ କଲେ ଭାରତୀୟ ଦଳ, ସିଡନୀ ଟେଷ୍ଟରେ ୩ ଖେଳାଳି ରନ୍ ଆଉଟ୍

ସିଡନୀ,୦୯/୦୧: ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଦେଇଛନ୍ତି । ଫଳରେ ଟିମ୍ ଇଣ୍ଡିଆ ୨୪୪ ରନରେ ଅଲଆଉଟ୍ ହୋଇଯାଇଛି । ଏହାସହ କଙ୍ଗାରୁ ଟିମ୍ ପ୍ରଥମ ଇନିଂସରେ ୯୪ ରନରେ ଆଗରେ ରହିଛି । ଭାରତ ତରଫରୁ କେବଳ ଶୁଭମନ ଗିଲ୍ ଓ ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତୀୟ ବ୍ୟାଟସମ୍ୟାନ୍ ଖରାପ ପ୍ରଦର୍ଶନ କରିଥିଲେ । ଏହାସହ ୩ ଜଣ ଖେଳାଳି […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଜୁଟାଇବାକୁ ବିଜେପିର ଜନସମ୍ପର୍କ ଯାତ୍ରା

ଆଗ୍ରା ୦୯/୦୧ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ହିନ୍ଦୁ ସଂଗଠନ ଲୋକଙ୍କୁ ଯୋଗାଯୋଗ କରି ଅର୍ଥ ସଂଗ୍ରହ କରୁଛନ୍ତି। ରାମ ମନ୍ଦିର ପାଇଁ ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଜନସମ୍ପର୍କ କରୁଛି। ଏଥିପାଇଁ ବିଜେପି ମଧ୍ୟ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି। ନିଜେପି ଘର ଘର ଯାଇ ଲୋକଙ୍କୁ ଯୋଗାଯୋଗ କରୁଛି। ଆର୍ଥିକ ସହଯୋଗ ପାଇଁ ବିଜେପି ଶନିବାର ଦିନ ୱାର୍ଡ ସ୍ଥରରେ ଶ୍ରୀରାମ ରଥଯାତ୍ରା ବାହାର କରିଛି। ଯାତ୍ରା ମାଧ୍ୟମରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଇତିହାସ ରଚିବେ ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍, ଦୁନିଆର ସବୁଠୁ ଲମ୍ୱା ରୁଟ୍‌ରେ ଉଡ଼ାଇବେ ବିମାନ

ନୂଆଦିଲ୍ଲୀ,୦୯/୦୧: ଇତିହାସ ରଚିବେ ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍। ଏହି ମହିଳା ପାଇଲଟ୍ ଟିମ୍ ଦୁନିଆର ସବୁଠୁ ଲମ୍ବା ବିମାନ ରୁଟ୍‌ରେ ବିମାନ ଉଡାଇ ଉତ୍ତର ମେରୁ ଉପରେ ବିଜୟ ବାନା ଉଡାଇବେ। ଏହି ରୁଟ୍ ହେଉଛି ଦୁନିଆର ସବୁଠାରୁ ବଡ଼ ବିମାନ ରୁଟ୍। ସାନ୍ ଫ୍ରାନସିସ୍କୋରୁ ଉଡ଼ାଣ ଭରି ସେମାନେ ଆଜି ବେଙ୍ଗାଲୁରୁ ପହଞ୍ଚିବେ। ଏହି ଯାତ୍ରାରେ ମହିଳା ପାଇଲଟ୍‌ ପାଖାପାଖି ୧୬ ହଜାର କିଲୋମିଟର ଅତିକ୍ରମ କରିବେ। ଉତ୍ତର ମେରୁର ଏହି ରୁଟ୍‌ରେ […]

ଏ ବର୍ଷ ପୁଣି ଚୀନ୍‌ରୁ ଆସିବ ନୂଆ ଭାଇରସ୍, ବିଶ୍ବକୁ ରକ୍ଷା କରିବ ଟିକା : ବ୍ରିଟିଶ୍ ଜ୍ୟୋତିଷଙ୍କ ଭବିଷ୍ୟବାଣୀ

ଲଣ୍ଡନ ୯।୧: କରୋନା ଭାଇରସ୍ ଯୋଗୁଁ ୨୦୨୦ ବର୍ଷ ପୁରା ବରବାଦ ହୋଇଯାଇଛି । ୧୦ ବର୍ଷ ପୂର୍ବରୁ ଆସିଥିବା ସ୍ପେନିଶ୍ ଫ୍ଲୁ ପରେ ଏହା ବିଶ୍ବର ସବୁଠୁ ଭୟଙ୍କର ମହାମାରୀ ଥିଲା । ଯାହା ସମସ୍ତଙ୍କୁ କ୍ଷତି ପହଞ୍ଚାଇଛି । ଏବେ ବି ବିଶ୍ବରେ ଏହି ମହାମାରୀ ସଙ୍କଟ ଟଳିନାହିଁ । ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକାରେ ଏହି ଭାଇରସ୍ ର ନୂଆ ଷ୍ଟ୍ରେନ୍ ଏବେ ଆତଙ୍କ ଖେଳାଇଛି । ଏହି ସମୟରେ ବ୍ରିଟେନ୍ ର […]

୫ଟି ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ, କୋଭିଡ୍ ଗାଇଡ୍ ଲାଇନ୍‌ ଉଲଂଘନ ସହ କାର୍ଯ୍ୟରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର ୯।୧: କାର୍ଯ୍ୟରେ ଅବହେଳା ଯୋଗୁଁ କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ । ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ଏହି ଦରମା ବନ୍ଦ କରିଛନ୍ତି । ସେହି ସ୍କୁଲଗୁଡିକ ହେଲା ଝାଡବେଲଦାର ଏସ୍‌ଏମ୍ଆର ହାଇସ୍କୁଲ, କ୍ଷୀରେଇଟାଙ୍ଗିର ଗଭମେଣ୍ଟ ହାଇସ୍କୁଲ, ଯମୁନାପଶୀର ବିଶ୍ଵଇପାଟ ହାଇସ୍କୁଲ, ବଲାଣୀପଶୀର ପିଏମବି ହାଇସ୍କୁଲ, ଡେଣୁଆର ଝଲାମଣୀ ହାଇସ୍କୁଲ । କରୋନା ମହାମାରୀ ଯୋଗୁଁ ଦୀର୍ଘ ୯ ମାସ ପରେ ଶୁକ୍ରବାର ବିଦ୍ୟାଳୟ ଖୋଲିଛି । […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୧ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୯।୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୧୬୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି […]