ଆଜି ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ବର : ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟୀକାକରଣ ଆରମ୍ଭ ହେଉଥିବାବେଳେ ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ ହୋଇଛି । ଆଜି ଅପରାହ୍ଣ ୪ଟା ୨୦ ସୁଦ୍ଧା ଭୁବନେଶ୍ବରରେ ଟିକା ପହଞ୍ଚିବାର ସମ୍ଭାବନା ରହିଛି । ପୁଣେରୁ ପ୍ରାୟ ୪୦ ହଜାର ୮୦୦ ଡୋଜ କୋଭିସିଲ୍ଡ ଟିକା ଆସିଛି । ଆଜି ଭୋର ୫ଟା ବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସ୍ବତନ୍ତ୍ର ଉତ୍ତାପ ନିୟନ୍ତ୍ରିତ ଟ୍ରକରେ ଟିକା ଏୟାରପୋର୍ଟକୁ ନିଆଯାଇଥିଲା । […]

ସାମାନ୍ୟ କଳି ହେଲା କାଳ, ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର

ନୂଆପଡା ୧୨।୦୧ : ସାମାନ୍ୟ କଳିରୁ ଅଭାବନୀୟ ପରିସ୍ଥିତି । ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର ହୋଇଛନ୍ତି । ସ୍ୱାମୀ ଡିଗଶନ ସୁନାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ନୂଆପଡ଼ା ଜିଲ୍ଲା କୋମନା ଥାନା ବାଗମୁଣ୍ଡା ଗାଁରେ ଘଟିଛି ଘଟଣା । ଖବର ଅନୁଯାୟୀ, ସୋମବାର ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ରାଜ୍ୟରୁ ୨୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୨୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୮୨୭୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସମ୍ବଲପୁରରୁ ସର୍ବାଧିକ ୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୪ଜଣ, ଅନୁଗୁଳରୁ ୨୮ଜଣ, ବରଗଡ଼ରୁ ୧୫ଜଣ, ଖୋର୍ଧାରୁ ୧୩ଜଣ, ପୁରୀରୁ ୧୩ଜଣ, ନୂଆପଡ଼ାରୁ ୧୦ଜଣ, ଯାଜପୁରରୁ ୯ଜଣ, ବାଲେଶ୍ବରରୁ ୮ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

୧୨ ବର୍ଷ ପରିବର୍ତ୍ତେ ୧୧ ବର୍ଷରେ ହେଉଛି କୁମ୍ଭ ମେଳା: ମକର ସଂକ୍ରାନ୍ତିରେ ପ୍ରଥମ ସ୍ନାନ, ଜୀବନରେ ଆଣିଥାଏ ସୁଖ ସମୃଦ୍ଧି

ହରିଦ୍ୱାର ୧୦/୦୧ : ଆରମ୍ଭ ହେବାକୁ ଯାଉଛି କୁମ୍ଭ ମେଳା। ଚଳିତବର୍ଷ କୁମ୍ଭ ମେଳା ହରିଦ୍ୱାରରେ ଆୟୋଜନ କରାଯାଇଛି। କୁମ୍ଭ ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ କିନ୍ତୁ ଏଥର ୧୧ ବର୍ଷ ଅନ୍ତରାଳରେ କୁମ୍ଭ ମେଳା ଆୟୋଜନ ହେଉଛି। କୁମ୍ଭ ମେଳା ଆୟୋଜନ ଜ୍ୟୋତିଷ ଗଣନା ଆଧାରରେ ହୋଇଥାଏ। କିନ୍ତୁ ୨୦୨୨ରେ ବୃହସ୍ପତି ଗ୍ରହ କୁମ୍ଭ ରାଶିରେ ରହିବେନି। ସେଥିପାଇଁ ଏଥର ୧୧ ବର୍ଷ ପରେ କୁମ୍ଭ ଆୟୋଜନ କରାଯାଉଛି। ପାଞ୍ଜି ଅନୁସାରେ […]

ଲାଇଫ୍ ଷ୍ଟାଇଲ

ବାଥରୁମରେ ଭୁଲରେ ବି କରନ୍ତୁନି ଏହିସବୁ କାମ, ନଚେତ…

ଭୁବନେଶ୍ୱର ୧୦/୦୧ : ମଣିଷ ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁର ପ୍ରଭାବ ଜୀବନ ଉପରେ ପଡିଥାଏ। ଘରର ଗାଧୁଆଘରେ ବାସ୍ତୁର ସବୁଠାରୁ ଅଧିକ ପ୍ରଭାବ ପଡିଥାଏ। ସେଥିପାଇଁ ଘଧୁଆଘରେ ଏମିତି କୌଣସି କାମ କରିବା ଉଚିତ ନୁହେଁ ଯାହା ବାସ୍ତୁ ଦୋଷର କାରଣ ହେବ। ଗାଧୁଆଘରେ ଏହିସବୁ ବର୍ଜିତ କାମ ନ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିବ। ଜାଣନ୍ତୁ ଘର ବାଥରୁମରେ କେଉଁ କେଉଁ କାମ କରିବା ଉଚିତ ନୁହେଁ। ଘରେ କେବେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ନୟାଗଡ ବଡରାଉଳ ଠାକୁରାଣୀ ମନ୍ଦିରକୁ ଯାତ୍ରା କଲେ ୪ଜଣିଆ ଟିମ୍

ପୁରୀ ୧୧।୧: ଚଳିତ ବର୍ଷର ରଥଯାତ୍ରା ପାଇଁ ମଙ୍ଗଳବାରଠାରୁ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ୍ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ମାଳ ମାହାର୍ଦ, ନଡିଆ, ପତନୀ, ସିନ୍ଦୁର ଦୀପ, ନବୈଦ୍ୟ ନେଇ ଯାତ୍ରା କରିଛନ୍ତି । ଏହି ଟିମ୍ ରେ ବରିଷ୍ଠ ତତ୍ତ୍ବାବଧାରକ, ରଥ ଅମିନ, ଭୋଇସେବକ ରହିଛନ୍ତି। ବୁଧବାର […]

ଆସନ୍ତା ୧୬ରୁ ରାଜ୍ୟରେ କରୋନା ଟିକାକରଣ, କୋଭିଡ୍ ଟିକା ନିରାପଦ ଓ ଫଳପ୍ରଦ କିନ୍ତୁ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ଵର ୧୧।୦୧: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏ ନେଇ କେନ୍ଦ୍ର ସରକାରଙ୍କଠୁ ନେଇ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନସ୍ତରରେ ପ୍ରସ୍ତୁତି ସରିଛି। ପ୍ରଥମ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଉପରେ ଅଗ୍ରାଧିକାର ଦିଆଯାଉଛି। ଟିକାକରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ପ୍ରେସମିଟ୍ କରି ସୂଚନା ଦିଆଯାଇଛି। ଟିକା ନିରାପଦ ଓ ଫଳପ୍ରଦ ବୋଲି ସୂଚନା ଦେଇଛନ୍ତି ଏସସିବି ମେଡିସିନ ବିଭାଗ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ସର୍ବସାଧାରଣଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର, ମାସ୍କ ଓ ୬ ଫୁଟ ଦୂରତା ବାଧ୍ୟତାମୂଳକ

ଆଠଗଡ ୧୧।୧: ଆଜିଠୁ ସର୍ବସାଧାରଣଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । କରୋନା ମହାମାରୀ ପାଇଁ ରାଜ୍ୟ ସରକାର ସମସ୍ତ ମନ୍ଦିରଗୁଡିକରେ ସାଧାରଣ ଦର୍ଶନକୁ ବାରଣ କରିଥିଲେ । ତେବେ ଦୀର୍ଘ ୧୦ ମାସ ପରେ ସର୍ବସାଧାରଣଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ୨ରୁ ୧୦ବର୍ଷ ପିଲା ଓ ୬୫ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଛି । ମାସ୍କକୁ ବାଧ୍ୟତାମୂଳକ କରାଯିବ ସହ ୬ ଫୁଟ ଦୂରତା ରଖିବାକୁ ଶ୍ରଦ୍ଧାଳୁମାନଙ୍କୁ କୁହାଯାଉଛି […]

କପିଳାସ ଚିଡ଼ିଆଖାନାର ଶୋଭା ବଢ଼ାଉଛନ୍ତି ୬ ହାତୀ : ନ ଦେଖିଲେ ପର୍ଯ୍ୟଟକଙ୍କ ମନ ଭରୁନି

ଢେଙ୍କାନାଳ : ପ୍ରାକୃତିକ ସୌନ୍ଦର୍ଯ୍ୟଭରା କପିଳାସ ଯେତିକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସେହି ପରିମାଣରେ ପାଦଦେଶରେ ରହିଥିବା ଚିଡ଼ିଆଖାନା ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ତା ଭିତରେ ରହିଥିବା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ସ୍ଥିତ ୬ ଟି ଛୋଟ ବଡ଼ ହାତୀ ଚିଡ଼ିଆଖାନର ଶୋଭା ବଢାଉଛନ୍ତି। ଅନ୍ୟ ପଶୁପକ୍ଷୀ ଅପେକ୍ଷା ଛୁଆ ହାତୀଠାରୁ ଆରମ୍ଭ କରି ଦନ୍ତାହାତୀକୁ ନ ଦେଖିଲେ ପର୍ଯ୍ୟଟକଙ୍କ ମନ ଭରୁ ନାହିଁ। ୨୦୦୭-୨୦୦୮ ମସିହାରୁ ହାତୀମାନଙ୍କର ରକ୍ଷଣାବେକ୍ଷଣ ପାଇଁ କପିଳାସ ପ୍ରାଣୀ […]

ଖେଳ ଦେଶ ବିଦେଶ ମନୋରଞ୍ଜନ

ବିନା ମାସ୍କ୍‌ରେ କ୍ରିକେଟ୍ ଖେଳି ଟ୍ରୋଲ ହେଲେ ଅମିର

ହିନ୍ଦୀ ଚଳଚ୍ଚିତ୍ରର ମିଷ୍ଟର୍ ପରଫେକସନିଷ୍ଟ ଅମିର ଖାନ୍‌ଙ୍କୁ ବିନା ମାସ୍କରେ ପିଲାଙ୍କ ସହ କ୍ରିକେଟ୍ ଖେଳିବା ମହଙ୍ଗା ପଡ଼ିଛି। ସାମାଜିକ ଗଣମାଧ୍ୟମରେ ଲୋକେ ଅମିରଙ୍କୁ ଟ୍ରୋଲ୍ କରିବା ସହିତ ତାଙ୍କ ବିନା ମାସ୍କ୍ ଖେଳକୁ ନେଇ କ୍ଷୁବ୍ଧ ହୋଇଛନ୍ତି। କରୋନାର ପ୍ରକୋପ ସମ୍ପୂର୍ଣ୍ଣ କମିନଥିବାରୁ ଅମିରଙ୍କ ଖାମ୍‌ଖିଆଲି ମନୋଭାବକୁ ଲୋକେ ନାପସନ୍ଦ କରିଛନ୍ତି। ଏପରିକି ଜଣେ ଏତେ ବଡ଼ ଅଭିନେତା ହୋଇ ଏଭଳି ବେପରୁଆ ମନୋବୃତ୍ତିରୁ ଲୋକେ କ’ଣ ଶିଖିବେ ବୋଲି ପ୍ରଶ୍ନ ପଚାରିଛନ୍ତି।