ରାଜ୍ୟ

କଂଗ୍ରେସ ନେତାଙ୍କୁ ଉତ୍ସାହିତ କଲେ ଖଡ଼ଗେ ଓ ରାହୁଲ: ଦୁର୍ନୀତିକୁ ପ୍ରସଙ୍ଗ କରିବେ, ବିଜେଡି ଓ ବିଜେପିକୁ ଘେରିବେ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ଓ ଏକସଙ୍ଗେ ହେଉଥିବା ଓଡ଼ିଶାର ବିଧାନସଭା ନିର୍ବାଚନ ପାଇଁ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଛନ୍ତି ଓଡ଼ିଶାର କଂଗ୍ରେସ ନେତା। ଆଜି ୨୪ ଆକବର ରୋଡ୍‌ରେ ଥିବା ଏଆଇସିସି ମୁଖ୍ୟାଳୟରେ ଓଡ଼ିଶାର ୨୭ ନେତା ପହଞ୍ଚିଥିଲେ। ଦଳର ଅଧ୍ୟକ୍ଷ ଶ୍ରୀ ଖଡଗେ, ରାହୁଲ ଗାନ୍ଧୀ ସମେତ ଅନ୍ୟ ଜାତୀୟସ୍ତରର ନେତାଙ୍କୁ ଭେଟି ପ୍ରାୟ ୩ ଘଣ୍ଟା ଆଲୋଚନା କରିଥିଲେ। ବିଶ୍ବସ୍ତ ସୂତ୍ରରୁ […]

ରାଜ୍ୟ

ଶୀତରେ ଥରୁଛି ସାରା ଓଡ଼ିଶା: ୫ ଡିଗ୍ରିକୁ ଖସିଲା ପାରଦ

ଭୁବନେଶ୍ବର: ଶୀତର ଚାଦର ତଳେ ସାରା ଓଡ଼ିଶା। ଉତ୍ତରରୁ ଉପାନ୍ତ ଅଥବା ଉପକୂଳ, ସବୁଠି ପାରଦ ତଳ ମୁହାଁ ହୋଇଥିବାରୁ ଥଣ୍ଡାରେ ଥରୁଛି ଓଡ଼ିଶା। ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ତଳକୁ ଖସି ଆସିଛି। ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହିଛି। ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ୫ ଡିଗ୍ରି ରେକର୍ଡ ‌କରାଯାଇଛି। ଯେତେବେଳେ କି ଫୁଲବାଣୀରେ […]

ରାଜ୍ୟ

କଟକ ବଡ଼ ଡାକ୍ତରଖାନାରେ ଦମ୍ପତି ଅଟକ: କିଡ୍‌ନି ପାଇଁ ୧୪ ଲକ୍ଷର ମୂଲଚାଲ୍‌

କଟକ: କଟକ ବଡ଼ ଡାକ୍ତରଖାନାରେ କିଡନି ପାଇଁ ୧୩ ଲକ୍ଷ ୫୦ ହଜାର ଟଙ୍କାର ମୂଲଚାଲ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୯ ଲକ୍ଷ ୫୦ ହଜାର ଟଙ୍କା ଏଥିପାଇଁ ନେବା ପରେ ବି ଦାତା କିଡ଼ନି ନ ଦେବାରୁ ଏହି ଘଟଣା ସାମନାକୁ ଆସିଛି। ଏହାକୁ ନେଇ ମଙ୍ଗଳାବାଗ ରାଣୀହାଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପୁଲିସ ସେମାନଙ୍କୁ ଥାନାକୁ ନେଇ ଜେରା କରୁଛି। ତେବେ କିଡନି କାରବାରରେ ମୁଖ୍ୟ ସୂତ୍ରଧର […]

ରାଜ୍ୟ

ବାପା କାଖରୁ ଶିଶୁପୁତ୍ରକୁ ଛଡ଼ାଇନେବା ଘଟଣା: ବାପା ରଚିଥିଲା ପୁଅ ଅପହରଣ ନାଟକ

ଚନ୍ଦ୍ରଶେଖରପୁର: ଗତକାଲି ପଟିଆ ଷ୍ଟେସନ ବଜାରରୁ ନାଟକୀୟ ଢଙ୍ଗରେ ବାପା କାଖରୁ ବର୍ଷକର ଶିଶୁପୁତ୍ରକୁ ଅପହରଣ ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ। ନାଟକର ନାୟକ ଖୋଦ ବାପା ତଥା ଅପହରଣ ମାମଲାର ଅଭିଯୋଗକାରୀ ସୁବ୍ରତ ସେଠୀ(୨୩)ର ସୁଚିନ୍ତିତ ଯୋଜନା ଶେଷରେ ଭଣ୍ଡୁର ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ପୁଲିସ କଟକ ମଧୁପାଟଣା ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଅପହରଣରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶିଶୁପୁତ୍ରର ବାପା […]

ରାଜ୍ୟ

ନାଁକୁ ଆଦର୍ଶ ଗାଁ: ଗାଁକୁ ରାସ୍ତା ନାହିଁ, ପୁଅଙ୍କୁ ମିଳୁନି କନିଆଁ

ରତ୍ନାକର ଭୋଇସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ର ସେନାଘାଟି ଗାଁ। ୨୦୧୬ ମସିହାରେ ଆଦର୍ଶ ଗାଁ ଭାବେ ଘୋଷଣା କରାଯାଇଥିଲା। ଗାଁର ବିକାଶ ପାଇଁ ରାସ୍ତାଘାଟ, ଅଙ୍ଗନବାଡ଼ି, କମ୍ୟୁନିଟି ଗୃହ ଠାରୁ ଆରମ୍ଭ କରି ଅନେକ ଯୋଜନା ହୋଇଥିଲା। ଇତିମଧ୍ୟରେ ୬ ବର୍ଷ ଅତିକ୍ରାନ୍ତ ‌ହୋଇଗଲାଣି। ତଥାପି, ଗାଁର ସ୍ଥିତି ଯେମିତି କି ସେମିତି। ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ନଳକୂଅ ପାଣି ପିଇବା ଗାଁ ଲୋକଙ୍କ ପାଇଁ ମନା। ନଳକୂଅ ପାଣି ପିଇଲେ କିଡ୍‌ନିରେ ଆକ୍ରାନ୍ତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁନାଗହଣା ଲୁଟ୍‌ ଘଟଣା: ଷଡ଼ଯନ୍ତ୍ରକାରୀ ଦୁଇ ଭାଇ ଗିରଫ, ଅନ୍ୟ ଦୁଇ ସହଯୋଗୀ ଫେରାର

ରାଉରକେଲା: ସୁନାଗହଣା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ କରିଛି ପ୍ଲାଣ୍ଟସାଇଟ୍‌ ପୁଲିସ। ଲୁଟ୍‌ର ଷଡ଼ଯନ୍ତ୍ରକାରୀ ଦୁଇଭାଇକୁ ଗିରଫ କରି ଆଜି ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାସନ୍ତୀକଲୋନି ଏଫ୍‌ସିଇ -୧୩୨ର ଅଭିରାଜ ସୋନି ଓରଫ ପ୍ରିନ୍ସ (୨୬), ଆୟୁଶ ରାଜ ପ୍ରସାଦ (୨୩)। ଏମାନଙ୍କ ନିକଟରୁ ପୁଲିସ ୩୯୪ ଗ୍ରାମ ୨୩୦ ମିଲିଗ୍ରାମ୍‌ର ୫୧ଟି ସୁନା ଚେନ୍‌, ୩୭ ଗ୍ରାମ୍‌ ୫୧୦ ମିଲିଗ୍ରାମ୍‌ର ୨୦ଟି ସୁନା ମୁଦି, ୮୧ ଗ୍ରାମ୍‌ ୫୦ ମିଲିଗ୍ରାମ୍‌ର ତରଳାଯାଇଥିବା ସୁନା […]

ରାଜ୍ୟ

ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ହୋଇଥିବା ଜଣାଯାଇଛି। ୫-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି । ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।ଗ୍ରେଡ ପେ’ ଓ ଦରମା ବୃଦ୍ଧି ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା । ୧୯୦୦ ଟଙ୍କା ଗ୍ରେଡ ପେ ବଦଳରେ ୪୨୦୦ ଟଙ୍କା ଗ୍ରେଡ ପେ ଦରମା ପାଇଁ ଦାବି କରୁଛନ୍ତି ଅମଲା। […]

ରାଜ୍ୟ

ମା’ କୋଳକୁ ଫେରିଲା ପିହୁ: ଦେବଗଡ଼ରୁ ଅପହୃତ, ସୁନ୍ଦରଗଡ଼ରୁ ଉଦ୍ଧାର

ଦେବଗଡ଼/ସୁନ୍ଦରଗଡ଼/ବଡ଼ଗାଁ: ଦେବଗଡ଼ ସହରରୁ ଅପହୃତ ଶିଶୁକନ୍ୟା ପିହୁ (୬) ମଙ୍ଗଳବାର ମା କୋଳକୁ ଫେରିଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ-ଭୋଇପାଲି ରାସ୍ତାକଡ଼ରୁ ମଙ୍ଗଳବାର ଭୋର୍ ୪ଟାରେ କାନ୍ଦୁଥିବା ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଛି। ଏକ କାର୍‌ ଆସି ବଡ଼ଗାଁ- ଭୋଇପାଲି ରାସ୍ତାକଡ଼ରେ ତାକୁ ଓହ୍ଲାଇ ଦେଇ ଫେରାର ହୋଇଯାଇଥିବା କୁନିଝିଅ ପିହୁକୁ ଉଦ୍ଧାର କରିଥିବା ଲକ୍ଷ୍ମୀକାନ୍ତ ମିଶ୍ର ଓ ଅନ୍ୟମାନେ କହିଛନ୍ତି। ସକାଳେ ସୂଚନାପାଇ ବଡ଼ଗାଁ ପୁଲିସ ପିହୁକୁ ନିଜ ହେପାଜତକୁ ଆଣିଥିଲା। ବଡ଼ଗାଁ ପୁଲିସ ଏ ସମ୍ପର୍କରେ […]

ରାଜ୍ୟ

ଡିପୋରେ ପଡିଛି ଗଣ୍ଡି, ମିଳୁନି ଚିରାକାଠ: ଶବ ଜାଳିବାକୁ ୫ ଘଣ୍ଟା ଅପେକ୍ଷା

ରାଉରକେଲା: ଫର୍ଟିଲାଇଜର ବାଲିଯୋଡିର ପ୍ରସନ୍ନ କୁମାର ବିଶୋଇ। ୧୪ ବର୍ଷ ପୁଅର ଶବ ସଂସ୍କାର କରିବାକୁ ବେଦବ୍ୟାସ ଶ୍ମଶାନ ଘାଟକୁ ଆସିଥିଲେ। ସରକାରୀ ଡିପୋରେ ଚିରା କାଠ ନ ମିଳିବାରୁ ପୁଅ ଶବ ଦାହ କରିବାକୁ ତାଙ୍କ ପରିବାରକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ସମାନ ଦଶା ଭୋଗିଛନ୍ତି ବେଦବ୍ୟାସ ବ୍ୟାସଦେବ ସରକାରୀ ବିଦ୍ୟାଳୟର ପିଅନ ଲକ୍ଷ୍ମୀଧର ସାହୁ। ମା’ଙ୍କ ଶବ ଦାହ କରିବାକୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ୨/୩ ଘଣ୍ଟା ଅପେକ୍ଷା କରିବାକୁ […]

ରାଜ୍ୟ

ଶୀତ ଲହରୀ ଜାରି: ଜି.ଉଦୟଗିରିରେ ୬.୫ ଡିଗ୍ରି

ଭୁବନେଶ୍ବର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିଠାରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ୮.୫, କୋରାପୁଟରେ ୮.୭, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୯, ଝାରସୁଗୁଡ଼ାରେ ୯.୨, ଦାରିଙ୍ଗବାଡ଼ିରେ ୯.୫, ଅନୁଗୁଳ ଓ ରାଉରକେଲାରେ ୯.୬ ଡିଗ୍ରି ରହିଥିଲା। ବାକି ସମସ୍ତ ସହର ତାପମାତ୍ରା ସହ କଟକ ୧୩.୫ […]