ରାଜ୍ୟରେ ଟିକାକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଟିକା ନେଇଥିବା ସମସ୍ତଙ୍କ ସୁସ୍ଥତା କାମନା କଲେ
ଭୁବନେଶ୍ବର ୧୬।୧: ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି । ରାଜ୍ୟରେ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାସ୍ଥ୍ୟକର୍ମୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ନବୀନ ପଟ୍ଟନାୟକ । ବିଭିନ୍ନ କେନ୍ଦ୍ରରେ କିଭଳି ଟିକାକରଣ ଚାଲିଛି ସେ ନେଇ ପଚାରି ବୁଝିଛନ୍ତି । ଟିକା ନେଇଥିବା ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି […]