ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଆପଣ ବି ଖାଉଛନ୍ତି କି ମୋମୋଜ୍ ? ଜାଣନ୍ତୁ ସ୍ୱାସ୍ଥ୍ୟ ପକ୍ଷେ କେତେ ହାନିକାରକ ଆପଣଙ୍କ ପ୍ରିୟ ଷ୍ଟ୍ରିଟ୍ ଫୁଡ୍

ଭୁବନେଶ୍ୱର ୨୮/୦୧ : ଆଜିକାଲି ଫାଷ୍ଟ ଫୁଡ୍ ଖାଦ୍ୟର ଚାହିଦା ସବୁଠାରୁ ଅଧିକ। ଅଧିକାଂଶ ଲୋକେ ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ କରିଥାନ୍ତି। ଫାଷ୍ଟଫୁଡ୍ ମଧ୍ୟରେ ମୋମୋଜ୍ ଲୋକଙ୍କୁ ବହୁତ ପସନ୍ଦ। ଆଜିକା ସମୟରେ ମୋମୋଜ୍ ଏକ ଲୋକପ୍ରିୟ ଫାଷ୍ଟଫୁଡ। ପ୍ରତି ଗଳି କନ୍ଦିରେ ମୋମୋଜ୍ ଠେଲା ବା ଦୋକାନ ଉପଲବ୍ଧ। କିନ୍ତୁ ଏହି ଲୋକପ୍ରିୟ ଫାଷ୍ଟଫୁଡ୍ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ଆପଣ ବୋଧହୁଏ ଜାଣିନାହାନ୍ତି। ଯେକୌଣସି ଜିନିଷ ଅଧିକ ହେଲେ ଖରାପ ହୋଇଥାଏ। ଠିକ୍ […]

ଦେଶ ବିଦେଶ ଧର୍ମ

୪୪ ବର୍ଷ ହେଲା ତ୍ୟାଗ କରିଛନ୍ତି ଅନ୍ନ, ରାମ ମନ୍ଦିର ନିର୍ମାଣ ପାଇଁ ୧୨ ବର୍ଷ କରିଥିଲେ ମୌନ ବ୍ରତ : ମାଘ ମେଳାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମୌନୀ ବାବା

ପ୍ରୟାଗରାଜ ୨୯/୦୧ : ଉତ୍ତର ପ୍ରଦେଶର ସଙ୍ଗମ ନଗରୀ ପ୍ରୟାଗରାଜରେ ଚାଲିଥିବା ମାଘ ମେଳାକୁ ବିଭିନ୍ନ ସ୍ଥାନରୁ ଅନେକ ସଂଖ୍ୟାରେ ସନ୍ଥ ଆସି ପହଞ୍ଚିଛନ୍ତି । କିନ୍ତୁ ସମସ୍ତଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଶିବଯୋଗୀ ମୌନୀ ମହାରାଜ । ମୌନୀ ବାବାଙ୍କୁ ଲୋକମାନେ ରୁଦ୍ରାକ୍ଷ ବାବା ନାମରେ ମଧ୍ୟ ଜାଣିଛନ୍ତି । ତାଙ୍କୁ ଦେଖିବା ପାଇଁ ମାଘ ମେଳାରେ ଅନେକ ସଂଖ୍ୟାରେ ଭକ୍ତଙ୍କର ସମାଗମ ହେଉଛି । ଏହାର କାରଣ ମଧ୍ୟ ଚମକାଇଦେବା ଭଳି । […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ବନ୍ଧୁ ଆପଣଙ୍କୁ ଧାର ମାଗି ପାରନ୍ତି। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ବୃଷ: ଆପଣଙ୍କୁ ଉନ୍ନତିର କିଛି ନୂଆ ସାଧନ ମିଳିବ। ଅଜଣା ଲୋକଙ୍କ ସହିତ ସ˚ପର୍କ ଗଢ଼ିବେ। ଅଫିସରେ ବାତାବରଣ ଅନୁକୂଳ ରହିବ। ମିଥୁନ: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ବେପାରରେ ଅଚାନକ ଧନଲାଭ ହୋଇପାରେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଢେର‌ ଆନନ୍ଦ ପାଇବେ। କର୍କଟ: ଆପଣ ନିଜକୁ ଅତ୍ୟନ୍ତ ଆତ୍ମନିର୍ଭରଶୀଳ […]

କଳା ଓ ସଂସ୍କୃତି ଧର୍ମ ପର୍ଯ୍ୟଟନ

ବାଇଗଣ ଓ ବିରଞ୍ଚିନାରାୟଣ

ଗଞ୍ଜାମ ଜିଲାର ବୁଗୁଡ଼ାଠାରେ ଅଛି ପ୍ରସିଦ୍ଧ ବିରଞ୍ଚିନାରାୟଣ ମନ୍ଦିର। ‘ବିରଞ୍ଚିନାରାୟଣ’ କହିଲେ, ବ୍ରହ୍ମା, ବିଷ୍ଣୁ ଓ ସୂର୍ଯ୍ୟଙ୍କୁ ବୁଝାଏ। କିନ୍ତୁ ଏହି ମନ୍ଦିରରେ ସୂର୍ଯ୍ୟଦେବତା ପୂଜା ପାଆନ୍ତି। ମନ୍ଦିରର କାଠ ଖୋଦେଇ କାମ କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ଖୁବ୍ ସୂକ୍ଷ୍ମ ଓ ସୁନ୍ଦର। ତେଣୁ ଏହା ‘କାଠର କୋଣାର୍କ’ ଭାବରେ ଖ୍ୟାତ। ଶାମ୍ବଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ। ଏହି ପର୍ବ ଓଡ଼ିଶାର ଘରେ ଘରେ ପାଳିତ ହୋଇଥାଏ। ଶାମ୍ବଦଶମୀର ସ୍ୱତନ୍ତ୍ର ଭୋଗ ପରମ୍ପରା ମଧ୍ୟ ରହିଛି। […]

କଳା ଓ ସଂସ୍କୃତି ଧର୍ମ

ମାଘ ସ୍ନାନ ଧର୍ମ

ମଘା ନକ୍ଷତ୍ର ଅନୁସାରେ ମାସର ନାମ ମାଘ। ସଂସ୍ମୃତ ମାଘମ୍ ଶବ୍ଦର ଅର୍ଥ, ଯେଉଁ ମାସ ସଂପୂର୍ଣ୍ଣ ପାପମୁକ୍ତ। ଏହି ମାସରେ ଭଗବାନ ବିଷ୍ଣୁ ମାଧବ ନାମରେ ପୂଜିତ ହୋଇଥାନ୍ତି। କଥିତ ଅଛି, ଏହି ମାସରେ ସରସ୍ୱତୀ, ସୂର୍ଯ୍ୟ ଓ ଶିବ ଜନ୍ମ ଗ୍ରହଣ କରିଥିଲେ। କାର୍ତ୍ତିକ ମାସରେ ଯେପରି ଦୀପଦାନ ଦ୍ୱାରା ମହତ୍ ପୁଣ୍ୟ ପ୍ରାପ୍ତି ହୁଏ, ଠିକ୍ ସେହିପରି ମାଘମାସରେ ଅରୁଣୋଦୟ କାଳରେ ସ୍ନାନ କରି ସୂର୍ଯ୍ୟ ଓ ବିଷ୍ଣୁଙ୍କର ପୂଜନ କଲେ ପ୍ରାଣୀ […]

କଳା ଓ ସଂସ୍କୃତି ଧର୍ମ

ପୌଷାଭିଷେକର ପୁଷ୍ପାୟୁଧ

ଆମ ପୁରାଣ ପରମ୍ପରା ଓ ଦେବତା ପ୍ରକରଣରେ ‘ଫୁଲଧନୁ’ ହେଉଛି କାମଦେବଙ୍କର ଆୟୁଧ। ସେଥିପାଇଁ ତାଙ୍କର ଅନେକ ନାମ ମଧ୍ୟରୁ ଗୋଟିଏ ହେଉଛି ‘ପୁଷ୍ପଧନ୍ୱା’। ସେ ପ୍ରେମର ଦେବତା। ବସନ୍ତ ଋତୁ ତାଙ୍କର ସାଥୀ। ସେ ଫୁଲଧନୁ ଧରନ୍ତି ଏବଂ ସେହି ଧନୁର ତୀର ହେଉଛି ଏ ଋତୁର ପାଞ୍ଚଟି ଫୁଲ। ଅଶୋକ, ଅରବିନ୍ଦ, ଚୂତ, ନୀଳୋତ୍ପଳ ଓ ନବମଲ୍ଲିକା ହେଉଛି ତାଙ୍କର ପାଞ୍ଚ ଫୁଲଶର। ଫୁଲଧନୁରେ ଫୁଲଶର ମାରି ସେ ଜଗତର ଲୋକଙ୍କୁ ମତ୍ତ କରନ୍ତି […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: ଅଭିଯୁକ୍ତ ରାକେଶକୁ କୋର୍ଟ ଚାଲାଣ କଲା ପୁଲିସ

ଭୁବନେଶ୍ବର: ରମାଦେବୀ କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରାକେଶ ପୁଲିସ ଦ୍ବାରା ଚାଲାଣ ହେବା ପରେ ତାକୁ ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି। ରାକେଶ ବିରୋଧରେ ୩୦୨, ୨୦୧, ଏସ୍‌ସି/ଏସ୍‌ଟି ଆକ୍ଟ ଲାଗୁ କରିଛି ପୁଲିସ। ଏଥି ସହିତ କୁଆଖିଆ ପୁଲିସ ରାକେଶ ସ୍ବାଇଁକୁ ୪ ଦିନିଆ […]

ଦେଶ ବିଦେଶ ମନୋରଞ୍ଜନ

ପାଣି ପାଇଁ ୨୧କିମି ଚାଲି ଉପହସିତ ହେଲେ ଅକ୍ଷୟ

ବି’ ଟାଉନ୍‌ର ଖିଲାଡ଼ି ବୟ ଅକ୍ଷୟ କୁମାର ଓଭର ଆକ୍ଟିଂକୁ ନେଇ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ନିକଟରେ ଜଳ ସଙ୍କଟକୁ ନେଇ ‘ମିସନ୍ ପାନି’ ନାମର ଏକ ବିଜ୍ଞାପନ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ସେ ମହିଳାମାନେ କିଭଳି ପାଣି ପାଇଁ ଲମ୍ବା ବାଟ ଚାଲୁଛନ୍ତି, ସେ ନେଇ ଏକ ଭିଡିଓ ଜାରି କରିଥିଲେ। ଅକ୍ଷୟ ଟ୍ରେଡ୍ ମିଲ୍‌ରେ ୨୧ କିମି ଚାଲି ମହିଳାଙ୍କ କଷ୍ଟକୁ ସହାନୁଭୂତି ଦେବା ଉଦ୍ଦେଶ୍ୟରେ ଏପରି କରିଥିଲେ। ମାତ୍ର […]

ଦେଶ ବିଦେଶ ମନୋରଞ୍ଜନ

ଦାଉଦ୍‌ଙ୍କୁ ନେଇ ଆସିବ ଦୁଇଟି ୱେବ୍ ସିରିଜ୍

କୁଖ୍ୟାତ ଅଣ୍ଡରଵାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ଙ୍କ ଜୀବନୀକୁ ନେଇ ଦୁଇଟି ୱେବ୍ ସିରିଜ୍ ମୁକ୍ତିଲାଭ କରିବ। ଵେବ୍ ସିରିଜ୍ ଦ୍ବୟ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବ। ଚଳଚ୍ଚିତ୍ର ନିର୍ମାତା ଫରହାନ୍ ଅଖତାର୍ ଓ ରାମଗୋପାଳ ବର୍ମା ଏ ନେଇ ଏବେ ଠାରୁ ତଥ୍ୟ ସଂଗ୍ରହରେ ଲାଗିପଡ଼ିଛନ୍ତି। ସୂଚନା ମୁତାବକ ଫରହାନ୍ ତିଆରି କରୁଥିବା ଏହି ୱେବ୍ ସିରିଜ୍ ହୁସେନ୍ ଜେଦିଙ୍କ ‘ଡୋଙ୍ଗରି ଟୁ ଦୁବାଇ’ ପୁସ୍ତକର କାହାଣୀରୁ ଉଦ୍ଧାର କରାଯାଇଛି। ଲକ୍‌ଡାଉନ୍ ପୂର୍ବରୁ ଫରହାନ୍‌ଙ୍କ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ୍ […]

ଖେଳ ଦେଶ ବିଦେଶ

ପାକିସ୍ତାନ ନିୟନ୍ତ୍ରଣରେ କରା‌ଚୀ ଟେଷ୍ଟ୍‌, ରବାଦାଙ୍କୁ ୨୦୦ ୱିକେଟ୍‌

କରାଚୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ର ତୃତୀୟ ଦିନ ସୁଦ୍ଧା ପାକିସ୍ତାନ ପ୍ରଧାନ୍ୟ ବିସ୍ତାର କରିଛି। ଘରୋଇ ଦଳ ପ୍ରଥମ ପାଳିରେ ୧୫୮ ରନ୍‌ର ମହତ୍ତ୍ବପୂର୍ଣ୍ଣ ଅଗ୍ରଣୀ ନେବା ସହ ଦକ୍ଷିଣ ଆପ୍ରିକାର ଦ୍ବିତୀୟ ପାଳିକୁ ୧୮୭/୪ରେ ପହଞ୍ଚାଇ ଦେଇଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ହାତରେ ୬ ୱିକେଟ୍ ଥାଇ ମାତ୍ର ୨୯ ରନ୍‌ରେ ଆଗୁଆ ହୋଇଥିବାରୁ ପରାଜୟ ଆଶଙ୍କା ଭିତରେ ରହିଛି। ପାକିସ୍ତାନ ଗୁରୁବାର ସକାଳେ ୩୦୮/୮ରୁ ଖେଳିଥିଲେ ମଧ୍ୟ ଶେଷ ୨ ୱିକେଟ୍ […]