ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

ସୁସ୍ଥ ହେଉଛନ୍ତି ସୌରଭ ଗାଙ୍ଗୁଲି : ହାର୍ଟ୍ ଏନଜିଓପ୍ଲାଷ୍ଟି ପରେ ପ୍ରାଇଭେଟ୍ ଓ୍ବାଡ୍‌କୁ ସ୍ଥାନାନ୍ତର ହେଲେ ଦାଦା

କୋଲକାତା ୩୦/୦୧ : ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ଧିରେ ଧିରେ ସୁଧୁରୁଛି । ବର୍ତ୍ତମାନ ତାଙ୍କୁ ହସ୍ପିଟାଲର ପ୍ରାଇଭେଟ୍‌ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଦିନେ ପୂର୍ବରୁ ତାଙ୍କର ପୁଣିଥରେ ଏନ୍‌ଜିଓପ୍ଲାଷ୍ଟି ହୋଇଥିଲା । ହାର୍ଟରେ ବ୍ଳକେଜ୍‌ ଥିବାରୁ ତାଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ […]

ଦେଶ ବିଦେଶ ମନୋରଞ୍ଜନ

ଜୁଲାଇ ୧୬ରେ ‘କେଜିଏଫ୍ ୨’

ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍‌’ର ଦ୍ବିତୀୟ ଭାଗ ଜୁଲାଇ ୧୬ରେ ବଡ଼ ପରଦାକୁ ଆସିବ। ଏନେଇ ଆଜି ବି-ଟାଉନ୍‌ର ଅଭିନେତା ସଂଜୟ ଦତ୍ତ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଏ ବିଷୟରେ ଆଜି ସୂଚନା ଦେବା ପୂର୍ବରୁ ଦିନ ପ୍ରାୟ ୧୦ଟା ବେଳେ ପ୍ରଶଂସକଙ୍କୁ ଟ୍ବିଟ୍ କରି କହିଥିଲେ ଯେ ତାଙ୍କ ପୂର୍ବ ପ୍ରତିଶ୍ରୁତି ମୁତାବକ ସେ ଆଜି ସନ୍ଧ୍ୟା ୬ଟା ୩୨ ମିନିଟ୍‌ରେ କେଜିଏଫ୍‌ ୨ର ମୁକ୍ତିଲାଭ ତାରିଖ ଘୋଷଣା କରିବେ। ଆଉ ଆଜି ସନ୍ଧ୍ୟାରେ […]

କଳା ଓ ସଂସ୍କୃତି ଦେଶ ବିଦେଶ ମନୋରଞ୍ଜନ

୩୦୦ କୋଟିର ପ୍ରୋଜେକ୍ଟ ‘ରାମାୟଣ’

ପୌରାଣିକ କଥାବସ୍ତୁ ‘ରାମାୟଣ’ ଚଳଚ୍ଚିତ୍ରର ରୂପ ନେବ। ପୂର୍ବରୁ ଅନେକଥର ପରଦାକୁ ଆସି ସାରିଥିବା ‘ରାମାୟଣ’ ଚଳିତଥର କିନ୍ତୁ ଭିନ୍ନ ସ୍ବାଦରେ ଆସିବାକୁ ଯାଉଛି। ଚଳଚ୍ଚିତ୍ର ନିର୍ମାତା ମାଧୁ ମାଣ୍ଟେନା ଏହାକୁ ୩-ଡିରେ ତିଆରି କରୁଥିବା ବେଳେ ଆହୁରି ବିସ୍ତାର ରୂପରେ ଅଧିକ ଟଙ୍କା ବ୍ୟୟ କରି ଆଣିବାକୁ ଚାହୁଛନ୍ତି। ସୂଚନା ମୁତାବକ, ମାଣ୍ଟେନାଙ୍କର ଏହା ସ୍ବପ୍ନର ଚଳଚ୍ଚିତ୍ର ହୋଇଥିବାରୁ ସେ ଏହି ଚଳଚ୍ଚିତ୍ରକୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ପ୍ରାୟ ୩୦୦କୋଟି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୦୮୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ୧୦.୭୩ ନିୟୁତ ଟପିଲା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୩,୦୮୩ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ସମୁଦାୟ ସଂକ୍ରମଣସଂଖ୍ୟା ୧୦.୭୩ ନିୟୁତ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୦୮୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୩୭ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୭,୩୩,୧୩୧ରେ ପହଞ୍ଚିଛି। […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଫେବ୍ରୁଆରି ଗାଇଡଲାଇନ: ପହିଲାରୁ ଖୋଲିବ ଅଙ୍ଗନୱାଡ଼ି, ବିବାହ ଓ ଶୁଦ୍ଧ ଘରରେ ୫୦୦ଲୋକଙ୍କୁ ଅନୁମତି

ଭୁବନେଶ୍ବର: କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଫେବ୍ରୁଆରି ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି।ଫେବ୍ରୁଆରି ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ । ନୂଆ ଗାଇଡଲାଇନ୍‌ ଅନୁସାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି କରାଯାଇପାରିବ। ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କିପରି ଗତିବିଧି ରହିବ ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି। ଗୋଟିଏ ପକ୍ଷରେ ଫେବ୍ରୁଆରିରେ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ଯଥାକ୍ରମେ ଗଣଶିକ୍ଷା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପଦ୍ମ ଆୱାର୍ଡ ୨୦୨୧ : କାହିଁକି ଦିଆଯାଏ ପଦ୍ମ ଆୱାର୍ଡ ? ଜାଣନ୍ତୁ ପଦ୍ମ ପୁରସ୍କାର ସହ ଜଡିତ କିଛି ଖାସ କଥା

ନୂଆଦିଲ୍ଲୀ ୨୭/୦୧ : ୨୫ ଜାନୁଆରୀ ସନ୍ଧ୍ୟାରେ ପଦ୍ମ ପୁରସ୍କାର-୨୦୧୧ ତାଲିକାର ଘୋଷଣା କରାଯାଇଛି , ଯେଉଁଥିରେ ୧୧୯ ଜଣ ଲୋକଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ରେ ସମ୍ମାନିତ କରାଯିବ | ଏହି ତାଲିକାରେ ୨୯ ଜଣ ମହିଳାଙ୍କ ନାମ ମଧ୍ୟ ରହିଛି | ଭାରତ ସରକାରଙ୍କ ଦ୍ୱାରା ମିଳୁଥିବା ଏହି ଆୱାର୍ଡ ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟିଏ | କିନ୍ତୁ କ’ଣ ଆପଣ ଜାଣିଛନ୍ତି ଏହା ପ୍ରଥମେ କେଉଁ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଅଧିକାଂଶ ସମୟ ଆଙ୍ଗୁଠି ଫୁଟାଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ ! ନଚେତ୍ ଭୋଗିପାରନ୍ତି ଏସବୁ ସମସ୍ୟା

ଭୁବନେଶ୍ବର ୨୮।୧: ଜଣେ ଲୋକ କେବେ ବି ଅଧିକ ସମୟ ଖାଲିରେ ବସିପାରେ ନାହିଁ । ଖାଲି ସମୟରେ କିଛି ନା କିଛି କାମ କରିଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ଅଛି । ସେମାନେ ଯେତେବେଳେ ଖାଲିରେ ବସିଥାନ୍ତି ତାଙ୍କର ଆଙ୍ଗୁଠି ଫୁଟାଇବା ଆରମ୍ଭ କରିଦେଇଥାନ୍ତି । ଏମିତି ଅନେକ ଲୋକଙ୍କର ଏପରି ଖରାପ ଅଭ୍ୟାସ ରହିଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ବିଶ୍ବର ୯୮ ପ୍ରତିଶତ ଲୋକମାନଙ୍କର ଏହି […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ତୁଳସୀ ଦାସଙ୍କ ଏହି ଉପଦେଶ ଦେଖାଇଥାଏ ସଫଳତାର ମାର୍ଗ, ଜାଣନ୍ତୁ କଣ ସେହି ଉପଦେଶ ଯାହା ମନୁଷ୍ୟ ପାଇଁ ଅତି ଆବଶ୍ୟକ…

ଭୁବନେଶ୍ୱର ୨୯/୦୧ : ହିନ୍ଦୁ ଧର୍ମରେ ଅନେକ ଗ୍ରନ୍ଥ ରହିଛି , ଯାହାକି ମନୁଷ୍ୟ ଜୀବନରେ ବହୁ ଗୁରୁତ୍ୱ ବହନ କରିଥାଏ । ସେହିପରି ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ୱାରା ରଚିତ ରାମଚରିତମାନସ ଏକ ଏପରି ଗ୍ରନ୍ଥ ଯାହା ଜୀବନରେ ଆଗକୁ ବଢିବାର ପ୍ରେରଣା ଦେଇଥାଏ । କୁହାଯାଏ, ଏହାକୁ ପଢିବା ଦ୍ୱାରା ଜଣେ ବ୍ୟକ୍ତି ନିଜ ଜୀବନ ସହ ଜଡିତ ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ । ଜୀବନରେ ଏମିତି ଅନେକ ସମସ୍ୟା ଆସିଥାଏ , […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଚର୍ମ, କେଶ ଏବଂ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କଳା ଅଙ୍ଗୁର, ମିଳିବ ଏସବୁ ଫାଇଦା

ଭୁବନେଶ୍ବର ୨୮।୧: ଶୀତଦିନେ ପନିପରିବା ଏବଂ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦିନେ କଳା ଅଙ୍ଗୁରକୁ ସବୁଠାରୁ ଅଧିକ ପସନ୍ଦ କରାଯାଇଥାଏ । ଅନେକ ସମୟରେ ମନରେ ପ୍ରଶ୍ନ ଆସେ କଳା ଅଙ୍ଗୁର ଏବଂ ସବୁଜ ଅଙ୍ଗୁରୁ ମଧ୍ୟରୁ କେଉଁ ଅଙ୍ଗୁର ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ । ଗୁଣ ଅନୁସାରେ ଦୁଇଟିଯାକ ଲାଭଦାୟକ କିନ୍ତୁ କଳା ଅଙ୍ଗୁର ସ୍ବାସ୍ଥ୍ୟ ସହ ଚର୍ମ ପାଇଁ ମଧ୍ୟ ଉତ୍ତମ ହୋଇଥାଏ । କଳା […]