ଦେଶ ବିଦେଶ

୧୪୬ ସାଂସଦଙ୍କୁ ନିଲମ୍ବନର ପ୍ରତିବାଦ: ସଂସଦରୁ ପ୍ଲାକାର୍ଡ ଧରି ବିରୋଧୀଙ୍କ ଶୋଭାଯାତ୍ରା

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସାଂସଦମାନଙ୍କୁ ସାମୂହିକ ଭାବେ ନିଲମ୍ବିତ କରାଯିବା ପ୍ରତିବାଦରେ ଗୁରୁବାର ସଂସଦ ଭବନରୁ ଦିଲ୍ଲୀର ବିଜୟ ଛକ ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟର ସାଂସଦମାନେ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଡିସେମ୍ବର ୧୩ରେ ଘଟିଥିବା ଅଭୂତପୂର୍ବ ସଂସଦ ସୁରକ୍ଷା ଉଲ୍ଲଂଘନ ଉପରେ ବିତର୍କ ପାଇଁ ଦାବି କରାଯାଉଥିବା ବେଳେ ଲୋକସଭା ଏବଂ ରାଜ୍ୟସଭାର ମୋଟ ୧୪୬ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇ ସାରିଲାଣି। କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସଂସଦରେ […]

ଦେଶ ବିଦେଶ

ଟ୍ରେନ୍‌ରେ ଭେଟିଥିବା ୯ ବର୍ଷିୟ ବାଳକକୁ ଲାପ୍‌ଟପ୍‌ ଉପହାର ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ୪ର୍ଥ ଶ୍ରେଣୀରେ ପଢୁଥିବା କେରଳ ଅନ୍ତର୍ଗତ କୋଚିର ଜଣେ ବାଳକ ବିଶେଷ ଉପହାରରୂପେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କଠାରୁ ଗୋଟାଏ ‘ଏସର୍‌ ୱାନ୍‌ ଲାପ୍‌ଟପ୍‌’ ପାଇଛି। ସୂଚନାଯୋଗ୍ୟ, ଦିନେ କେନ୍ଦ୍ରମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍‌ରେ କନ୍ନୁର ଯାଉଥିବା ବେଳେ ଉକ୍ତ ବାଳକକୁ ଭେଟିଥିଲେ। ଏ ବିଷୟରେ ‘ଏକ୍ସ୍‌’ରେ କରିଥିବା ପୋଷ୍ଟ୍‌ରେ ସେ କହିଛନ୍ତି ଯେ, ପିଲାଟି ପ୍ରସ୍ତୁତ କରିଥିବା ସର୍ଜନାତ୍ମକ ଭିଡିଓ ସବୁ ଟ୍ରେନ୍‌ଯାତ୍ରା ବେଳେ ତାଙ୍କୁ ଦେଖାଇଥିଲା। ସେ ସବୁ […]

ଦେଶ ବିଦେଶ

ଗଣତନ୍ତ୍ର ରାଷ୍ଟ୍ରମାନଙ୍କ ସହିତ ଭାରତର ତୁଳନା କରାଯାଇ ପାରେ, ଚୀନ୍‌ ସହିତ ନୁହେଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ଚୀନ୍‌ ସହିତ ନୁହେଁ, ଗଣତନ୍ତ୍ର ରାଷ୍ଟ୍ରମାନଙ୍କ ସହିତ ଭାରତର ତୁଳନା କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଜିଙ୍ଗ୍‌ର ଏକଚ୍ଛତ୍ରବାଦ ଶାସନକୁ ଉଦ୍ଦେଶ୍ୟ କରି ‘ଫାଇନାନ୍‌ସିଆଲ୍‌ ଟାଇମ୍ସ୍‌’ ସହିତ ସାକ୍ଷାତ୍‌କାର ବେଳେ କହିଛନ୍ତି। ଚୀନ୍‌ ତୁଳନାରେ ଭାରତର ଅଭିବୃଦ୍ଧି ଅଧିକ ହେବା କଥା ଏବଂ ଦୁର୍ନୀତି ନିରାକରଣ ଉପରେ ଧ୍ୟାନ ଦିଆଯିବା ଉଚିତ ବୋଲି ଅନେକ ଅନୁଭବ କରୁଥିବା କଥା ପଚରାଯିବାରୁ ପ୍ରଧାନମନ୍ତ୍ରୀ ମ‌ୋଦୀ କହିଲେ, ଆପଣ ଚୀନ୍‌ ସହିତ ତୁଳନା […]

ଦେଶ ବିଦେଶ

ଆମେରିକାରେ ଭାରତୀୟ ଛାତ୍ରୀ ନିଖୋଜ: ସୂଚନା ପାଇଁ ୧୦,୦୦୦ ଡଲାର୍‌ ପୁରସ୍କାର ଘୋଷଣା କଲା ‘ଏଫ୍‌ବିଆଇ’

ନ୍ୟୁୟର୍କ: ୪ ବ‌ର୍ଷ ପୂର୍ବେ ଆମେରିକାର ନ୍ୟୁଜର୍ସିରୁ ନିରୁଦ୍ଦି‌ଷ୍ଟ ହୋଇଯାଇଥିବା ଜଣେ ୨୯ ବର୍ଷୀୟ ଭାରତୀୟ ଛାତ୍ରୀଙ୍କ ସନ୍ଧାନ ଦେଲେ ୧୦,୦୦୦ ଡଲାର୍‌ ପର୍ଯ୍ୟନ୍ତ ପୁରସ୍କାର ମିଳିବ ବୋଲି ‘ଏଫ୍‌ବିଆଇ’ ଘୋଷଣା କରିଛି। ଗୋଟାଏ ରଙ୍ଗିନ ପାଇଜାମା ଓ କଳା ଟି-ସାର୍ଟ ପିନ୍ଧି ୨୦୧୯ ଏପ୍ରିଲ୍‌ ୨୯ ତାରିଖ ସନ୍ଧ୍ୟା ବେଳେ ମୟୂଶୀ ଭଗତ ଜର୍ସି ସହରରେ ଥିବା ଆପାର୍ଟମେଣ୍ଟ୍‌ରୁ ବାହାରକୁ ଯାଉଥିବା ଦେଖାଯାଇଥିଲା। ସେ ନିଖୋଜ ହୋଇଯିବା କଥା ୨୦୧୯ ମେ ୧ ତାରିଖରେ ତାଙ୍କ […]

ଦେଶ ବିଦେଶ

୨୦୨୪ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବା ପାଇଁ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ମାକ୍ରନ୍‌ଙ୍କୁ ନିମନ୍ତ୍ରଣ!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆସିବେ ନାହିଁ ବୋଲି କହିବାରୁ ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ହେବା ପାଇଁ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଏମ୍ମାନୁଏଲ୍‌ ମାକ୍ରନ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ନିବିଡ଼ ସମ୍ପର୍କ ରଖିଥିବା ଫରାସୀ ରାଷ୍ଟ୍ରପତି ଏମ୍ମାନୁଏଲ୍‌ ମାକ୍ରନ୍‌ ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ବୋଲି ଉପରୋକ୍ତ ସୂତ୍ର ସୂଚନା ଦେଇଛି। ଗତ କିଛି ବର୍ଷ ହେବ ଫ୍ରାନ୍‌ସ୍‌ ଓ ଭାରତ ମଧ୍ୟରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୩,୦୦୦ ନିକଟବର୍ତ୍ତୀ ହେଲା ସକ୍ରିୟ କୋଭିଡ୍‌ ସଂକ୍ରମଣ ସଂଖ୍ୟା; ବିହାରରୁ ବାହାରିଲେ ୨ଜଣ ‘ପଜିଟିଭ୍‌’

ନୂଆଦିଲ୍ଲୀ: କ‌ୋଭିଡ୍‌-୧୯ର ଉପପ୍ରଜାତି ‘ଜେଏନ୍‌.୧’ ଭୂତାଣୁ ଯୋଗୁଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବ‌େଳେ ଆଜି ସୁଦ୍ଧା ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ନିକଟବର୍ତ୍ତୀ ହୋଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ‘ଡାଟା’ରୁ ଜଣାପଡ଼ିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ‘ୱେବ୍‌ସାଇଟ୍‌’ରେ ସୂଚନାରେ ଉଲ୍ଲେଖ ଅଛି, ଗତକାଲି ୨,୬୬୯ରେ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨,୯୯୭କୁ ବୃଦ୍ଧି ପାଇଛି। କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବାରୁ ଦେଶରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା୫,୩୩,୩୨୮ରେ ପହଞ୍ଚିଛି। ଦେଶରେ ଏଥିଜନିତ […]

ରାଜ୍ୟ

ରାଉରକେଲା ସୀମାନ୍ତରେ ରେଳ ଧାରଣା ଉଡ଼ାଇଲେ ମାଓବାଦୀ: ୧୧ ଘଣ୍ଟା ପରେ ସ୍ବାଭାବିକ ହେଲା ମୁମ୍ବାଇ-ହାୱଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ

ରାଉରକେଲା: ରାଉରକେଲା ସୀମାନ୍ତରେ ଥିବା ଗୋଇଲକେରା-ପୌସୈତା ଷ୍ଟେସନ୍ ମଧ୍ୟରେ ସିପିଆଇ ମାଓବାଦୀମାନେ ରେଳ ଧାରଣା ଉଡ଼ାଇ ଦେଇଛନ୍ତି। ବିଳମ୍ବିତ ରାତିରେ ନକ୍ସଲ ରେଳ ଧାରଣା ଉଡ଼ାଇ ଦେଇଥିବା ଜଣାପଡ଼ିଛି। ଏହାପରେ ମୁମ୍ବାଇ-ହାୱଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ପ୍ରଥମେ ଶାଲିମାର୍-କୁର୍ଲା ଏକ୍ସପ୍ରେସକୁ ଗୋଇଲକେରା ଷ୍ଟେସନ୍ ନିକଟରେ ଅଟକାଯାଇଥିଲା। ତାପରେ ବାଟରେ ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି। ଏହାଫଳରେ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣେ ଘଟଣାସ୍ଥଳରେ ମାଓ ପୋଷ୍ଟର […]

ରାଜ୍ୟ

ବାବୁଙ୍କ ଚର୍ଚ୍ଚା

ପ୍ରସ୍ତୁତି: ଚୌଧୁରୀ ଅମିତାଭ ଦାସ, ବିଶ୍ବଜିତ ଦାଶ ସରକାରଙ୍କ ନିର୍ଦ୍ଦେଶ ଓ ଆଇନ କାର୍ଯ୍ୟକାରୀ କରିବାର ଗୁରୁଦାୟିତ୍ବ କାର୍ଯ୍ୟପାଳିକା ହାତରେ ନ୍ୟସ୍ତ। ସୁତରାଂ ଲୋକ ପ୍ରତିନିଧି ବା ସରକାର ଯେତେ ପ୍ରଭାବୀ ହେଲେ ବି କ୍ଷମତାର ଶୀର୍ଷରେ ଥିବା ଅଧିକାରୀଙ୍କ ଭୂମିକାକୁ ଗୌଣ କରାଯାଇପାରିବ ନାହିଁ। ଆହୁରି ସରଳ ଭାବେ କହିଲେ, ପ୍ରାଶାସନିକ ଅଧିକାରୀମାନେ ଯେତେ ଅଧିକ ନିଷ୍ଠାପର ଭାବେ କାର୍ଯ୍ୟକରିବେ, ଯେତିକି ଅଧିକ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବେ, ସରକାର ସେତେ ବେଶି ଲୋକପ୍ରିୟ ହେବେ […]

ରାଜ୍ୟ

ଦୁର୍ଗମ ଅଂଚଳରେ ଅପହଞ୍ଚ ସରକାରୀ ଯୋଜନା: ପାଣିର ଅଭାବ ଯୋଗୁଁ ପଡ଼ିଆ ପଡ଼ିଛି ଜମି

ରାୟଗଡ଼ା: ଦୁର୍ଗମ ଅଂଚଳରେ ଅପହଞ୍ଚ ରାଜ୍ୟ ସରକାରଙ୍କ ସମସ୍ତ ମୌଳିକ ସୁବିଧା ଓ ଅପହଂଞ୍ଚ ମାଳମାଳ ଯୋଜନା। ଗାଁକୁ ଆଜିବି ସଂଯୋଗ ହୋଇପାରୁନି ପକ୍କା ସଡ଼କ। ବସୁଧା ଯୋଜନାରେ ଘରକୁ ପହଁଚି ପାରୁନାହିଁ ନଳ ଯୋଗେ ଜଳ। ଗାଁକୁ ପଂହଁଚି ପାରୁନି ଆମ୍ବୁଲାନ୍ସ।ଏହା ବ୍ୟତୀତ ଚାଷର ସୁବିଧା ନିମନ୍ତେ ଉଠା ଜଳସେଚନ ବିଭାଗ ପକ୍ଷରୁ ଗାଁରେ ନିର୍ମାଣ ହୋଇଛି ଦୁଇ ଦୁଇଟି ପ୍ରକଳ୍ପ। ହେଲେ ବାହାର ଜିଲ୍ଲାରୁ ସଂଯୋଗ ହୋଇଛି ବିଦ୍ୟୁତ। ଯାହା ଫଳରେ ଲୋ-ଭୋଲଟେଜ ଓ […]

ରାଜ୍ୟ

ପଡ଼ୋଶୀ ଆନ୍ଧ୍ରରେ ଜଗନଙ୍କ ସରକାର ଦୁର୍ନାମ ମୁଣ୍ଡାଉଛି!

ଶ୍ରୀକାନ୍ତ ମହାରଣା ପାରଳାଖେମୁଣ୍ଡି: ଆଗାମୀ ସାଧାରଣ ନିର୍ବାଚନ ସକାଶେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି। ଆନ୍ଧ୍ରର ପୁରୁଖା ନେତାଙ୍କ ତୁହାକୁତୁହା ସୀମାନ୍ତ ଅଞ୍ଚଳ ଗସ୍ତକୁ ନେଇ ଗଜପତିରେ ରାଜନୈତିକ ଚର୍ଚ୍ଚା ଜୋର ଧରିଲାଣି। ଆନ୍ଧ୍ର ମନ୍ତ୍ରୀ ଓ ନେତାଙ୍କ ଗସ୍ତ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ଗଜପତିବାସୀ। ୨୦୧୯ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ୱାଇ.ଏସ୍‌. ଆର୍‌ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀ। ଗଜପତି ଜିଲ୍ଲା ସୀମାରେ ଥିବା ପଲାସା, ଟେକିଲି ଏବଂ […]